ଭାରତ-ପାକିସ୍ତାନର ଏହି ଖେଳାଳୀମାନେ ଏକାଧିକ ବିବାହ କରିଛନ୍ତି, ଇଏ ତ ରେକର୍ଡ ଭାଙ୍ଗି ଦେଲେ ।

Spread the love

ଏକାଧିକ ବିବାହ କେବଳ ପାକିସ୍ତାନ ଖେଳାଳୀମାନେ କରି ନାହାଁନ୍ତି, ଏହି ଭାରତୀୟ ଖେଳାଳୀମାନେ ମଧ୍ୟ କରିଛନ୍ତି ।

କୁହାଯାଏ ଯୋଡି ସ୍ଵର୍ଗରୁ ହିଁ ତିଆରି ହୋଇଥାଏ । ଆମକୁ କେବଳ ଏହି ଧାରା ପୃଷ୍ଟରେ ମିଶିବା ପାଇଁ ଛଡା ହୋଇଛି କିନ୍ତୁ ଏହି କଥା ଯଦି ସତ, ତେବେ କାହା କାହା ଜୀବନରେ ଏକାଧିକ ଲୋକ ଥାଆନ୍ତି ଏହା ମଧ୍ୟ ଉପରଵାଲା ହି ଲେଖିଛନ୍ତି କି ? ଯଦି ନାହିଁ; ତେବେ ଏମିତ କିପରି ହୋଇଥାଏ ଯେ ଲୋକମାନେ ଏକାଧିକ ବିବାହ କରନ୍ତି ଏବଂ ତାଙ୍କ ଜୀବନରେ କେଜାଣି କେତେଜଣ ଯିବା ଆସିବା ହୋଇଥାନ୍ତି । ଆମେ ଏଠାରେ ଭାରତ-ପାକିସ୍ତାନ କ୍ରିକେଟର କିଛି ଖେଳାଳୀ ମାନଙ୍କ ବିଷୟରେ କଥା ହେବା, ଯେଉଁମାନେ ଏକରୁ ଅଧିକ ବିବାହର ମଜା ନେଇଛନ୍ତି । କାହାର ମନ ଜଣକ ପାଖରେ ହିଁ ଲାଗିଥାଏ କିନ୍ତୁ ଭାରତ-ପାକିସ୍ତାନର ଏହି ଖେଳାଳିମାନେ ଏକାଧିକ ବିବାହ କରିଛନ୍ତି, ଏମିତି କରି ସେମାନେ କଣ ପ୍ରମାଣିତ କରିବାକୁ ଚାହୁଁଥିଲେ ? ଏହା ତ ଜଣା ନାହିଁ କିନ୍ତୁ ତାଙ୍କର ନାମ ଏଥିପାଇଁ ବିଖ୍ୟାତ ହୋଇ ଯାଇଛି ।

ଭାରତ ପାକିସ୍ତାନର ଏହି ଖେଳାଳୀମାନେ ଏକାଧିକ ବିବାହ କରିଛନ୍ତି :

ସଲିଲ ଅଂକେଲା :

ପୂର୍ବ କ୍ରିକେଟ ଖେଳାଳୀ ଏବଂ ଅଭିନେତା ସଲିଲ ଅଂକେଲା ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀ ଆତ୍ମହତ୍ୟା କରିଥିଲେ ଯାହାର କାରଣ ଆଜି ପର୍ଯ୍ୟନ୍ତ ଜଣାପଡି ନାହିଁ । ଏହା ପରେ ସଲିଲ ଅଂକେଲା ରିୟା ବାନାର୍ଜୀଙ୍କ ସହିତ ଦ୍ଵିତୀୟ ବିବାହ କରିଥିଲେ ।

ସୋହେଲ ତନବୀର :

ପାକିସ୍ତାନ କ୍ରିକେଟ ଦଳର ଲୋକପ୍ରିୟ ଖେଳାଳୀ ସୋହେଲ ତନବୀର ମଧ୍ୟ ଦୁଇଟି ବିବାହ କରିଛନ୍ତି । ଏମିତି କୁହାଯାଏ କି ସୋହେଲ ତନବୀର ଦୁଇଟି ପତ୍ନୀଙ୍କୁ ଏକା ସହିତ ରଖିଛନ୍ତି ଏବଂ ସେ ଖୁସି ମଧ୍ୟ ଅଛନ୍ତି ।

ଦିନେଶ କାର୍ତ୍ତିକ :

ଭାରତୀୟ କ୍ରିକେଟ ଖେଳାଳୀ ଦିନେଶ କାର୍ତ୍ତିକ ମଧ୍ୟ ଦୁଇଟି ବିବାହ କରିଛନ୍ତି । ତାଙ୍କ ପ୍ରଥମ ପତ୍ନୀଙ୍କ ସହିତ ଛାଡପତ୍ର ହୋଇ ସାରିଥିଲା ଏବଂ ତାଙ୍କ ପତ୍ନୀ ମୁରଲୀ ବିଜୟ ସହ ଦ୍ଵିତୀୟ ବିବାହ କରିଥିଲେ । ଠିକ ତା’ପରେ ଦିନେଶ କାର୍ତ୍ତିକ ସ୍କ୍ୱାସ ଖେଳାଳୀ ଦୀପିକା ପଲ୍ଲୀକଲଙ୍କ ସହ ଦ୍ଵିତୀୟ ବିବାହ କଲେ ।

ୱସିମ ଆକ୍ରମ :

ପାକିସ୍ତାନର ପୂର୍ବ ଅଧିନାୟକ ୱସିମ ଆକ୍ରମ ମଧ୍ୟ ଦୁଇଟି ବିବାହ କରିଛନ୍ତି । ୧୯୯୫ ମସିହାରେ ଏକ ବିବାହ କରିଥିଲେ ଯହିଁରୁ ତାଙ୍କର ଦୁଇଟି ପୁଅ ହୋଇଥିଲା ଏବଂ ପରେ ନିଜ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଥିଲା । ପରେ ସେ ୨୦୧୩ ମସିହାରେ ବ୍ରିଟିଶ ମଡେଲ ଥମ୍ପସନ ସହ ବିବାହ କରିଥିଲେ ଯାହାର ଗୋଟେ ଝିଅ ହୋଇଛି । ୱସିମ ଆକ୍ରମଙ୍କୁ ଏକ ଦୃଢ଼ ପ୍ରତିଜ୍ଞା ସମ୍ପର୍ଣ୍ଣ ଖେଳାଳୀ ଥିଲା ଏବଂ ବର୍ତ୍ତମାନ ସେ ତାଙ୍କ ପରିବାରରେ ଖୁସି ଅଛନ୍ତି ।

ଶୋଏବ ମଲ୍ଲିକ :

ପାକିସ୍ତାନର କ୍ରିକେଟ ଖେଳାଳୀ ଶୋଏବ ମଲ୍ଲିକ ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ସହ ୨୦୧୦ ମସିହାରେ ଦ୍ଵିତୀୟ ବିବାହ କରିଛନ୍ତି । ତାଙ୍କର ଗୋଟେ ପୁଅ ମଧ୍ୟ ହୋଇଛି ଏବଂ ତାଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଛାଡପତ୍ର ହୋଇଯାଇଛି ଯାହାର ନାମ ହେଉଛି ଆୟାଶା ସିଦ୍ଧିକ । ତାଙ୍କ ଠାରୁ ତାଙ୍କର କୌଣସି ସନ୍ତାନ ହୋଇନାହିଁ ଏବଂ ସାନିଆ ସହ ସେ ପ୍ରେମ ବିବାହ କରିଥିଲେ ।

ମହମ୍ମଦ ଅଜହାରୁଦ୍ଧିନ :

ଭାରତର ପୂର୍ବତନ କ୍ରିକେଟ ଖେଳାଳୀ ମହମ୍ମଦ ଅଜହାରୁଦ୍ଧିନ ୩ ଥର ବାହା ହୋଇଛନ୍ତି । ଅଜହାରୁଦ୍ଧିନଙ୍କ ପ୍ରଥମ ପତ୍ନୀଙ୍କ ନାମ ହେଉଛି ନୌରିନ, ନୌରିନଙ୍କ ଠାରୁ ଛାଡପତ୍ର ନେଲା ପରେ ସେ କାନ୍ନାଡ଼ାର ଜଣେ ମହିଳା ବ୍ୟବସାୟୀଙ୍କ ସହିତ ବିବାହ କରିଥିଲେ । କିନ୍ତୁ ପରେ ଅଜହାରୁଦ୍ଧିନ ଅଭିନେତ୍ରୀ ସଂଗୀତା ବିଜଲାନିଙ୍କ ସହିତ ବିବାହ କରିଥିଲେ । କିଛି ବର୍ଷ ପରେ ତାଙ୍କ ସହ ମଧ୍ୟ ଛାଡପତ୍ର ହୋଇଗଲା ।