ଏହି କାରଣରୁ ପିରିୟଡ଼ ଜନିତ କଷ୍ଟ ବଢ଼ିପାରେ । ଜାଣନ୍ତୁ ସେଥିରୁ କେମିତି ନିଜକୁ ରକ୍ଷା କରିବେ…

Spread the love

ସାଧାରଣତଃ ପିରିୟଡ଼ କାରଣରୁ ମହିଳାମାନେ ଅତ୍ୟନ୍ତ ବ୍ୟଥା ଏବଂ କଷ୍ଟ ଦେଇ ଗତି କରିଥାନ୍ତି । କାହା ସହିତ ଏହି ଅସୁବିଧା କମ୍ ହୋଇଥାଏ ତ ଆଉ କାହା ସହ ଅସୁବିଧା ଅଧିକ ହୋଇଥାଏ । ମାତ୍ର ଏହା ବ୍ୟତୀତ ଅନ୍ୟ କିଛି ଅଭ୍ୟାସ କାରଣରୁ ପିରିୟଡ଼ସର କଷ୍ଟ ଅଧିକ ହୋଇଯାଏ । ପ୍ରକୃତରେ ପିରିୟଡ଼ସ ସମୟରେ ମହିଳାମାନେ ଜାଣିଶୁଣି କିମ୍ବା ଅଜାଣତରେ ଏମିତି କିଛି ଭୁଲ କରିଥାନ୍ତି; ଯାହାଦ୍ୱାରା ତାଙ୍କ ଶରୀରରେ ହରମୋନର ସନ୍ତୁଳନ ବିଗିଡି ଯାଇଥାଏ ଏବଂ ଏହି କାରଣରୁ ବ୍ୟଥା ଅଧିକ ହୋଇଥାଏ । ଅସହନୀୟ ବ୍ୟଥା କାରଣରୁ ନା ସେମାନେ କୌଣସି କାମ କରିପାରନ୍ତି ନା କୁଆଡ଼େ ଯିବା ଆସିବା କରିପାରନ୍ତି । ଆଜି ଆମେ ସେହି ଅଭ୍ୟାସ ବିଷୟରେ ସଚେତନ କରିବାକୁ ଯାଉଛୁ; ଯାହାଦ୍ୱାରା ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ସେହି ଭୁଲକୁ ସୁଧାରି ସେହି କଷ୍ଟରୁ ବଞ୍ଚି ପାରିବେ ।

ପ୍ରକୃତରେ ଶରୀରରେ ହରମୋନର ସନ୍ତୁଳନ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ନିଦ ଆବଶ୍ୟକ ହୋଇଥାଏ । ଯଦି ଆପଣ ଶୋଇବା କାମ ଠିକ ଭାବରେ ନ କରନ୍ତି; ତା’ହେଲେ ହରମୋନର ସନ୍ତୁଳନ ଖରାପ ହୋଇଯିବ ଏବଂ ଏହାପରେ ପିରିୟଡ଼ସ ସମୟରେ ଅତ୍ୟଧିକ ବ୍ୟଥାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ପିରିୟଡ଼ସ୍ କଷ୍ଟରୁ ରକ୍ଷା ପାଇବା ପାଇଁ ସାଧାରଣତଃ ଲୋକ ଗରମ ପାଣି, ଚା’, କଫି ଇତ୍ୟାଦି ପଇବାକୁ କହିଥାନ୍ତି । ମାତ୍ର ବାସ୍ତବରେ ଅଧିକ ମାତ୍ରାରେ କଫି ପିଇବା ମଧ୍ୟ ପିରିୟଡ଼ସର କଷ୍ଟକୁ ବଢ଼ାଇ ଦେଇପାରେ । ଅର୍ଥାତ କଫିରେ ଯେଉଁ କୈଫିନ ଥାଏ; ତାହା ବ୍ୟଥାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅଧିକ କଫି ପିଇବା କାରଣରୁ ବାରମ୍ବାର ପରିଶ୍ରା ଲାଗିଥାଏ; ଯାହା ଦ୍ୱାରା ରକ୍ତବାହିନୀ ଗୁଡ଼ିକ ଅଲଗା ହୋଇଯାଏ ଏବଂ ପିରିୟଡ଼ସ ଅସୁବିଧା ଅଧିକ ବଢ଼ିଯାଏ ।

ଶରୀର ପାଇଁ ତ ସିଗାରେଟ ଏବଂ ମଦ ସେବନ ଏମିତିରେ କ୍ଷତିକାରକ, ପୁଣି ପିରିୟଡ଼ସ ସମୟରେ ଏହାର ସେବନ ଆହୁରି ଅଧିକ କ୍ଷତିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସିଗାରେଟ ସେବନ କରୁଥିବା ମହିଳାମାନଙ୍କୁ ପିରିୟଡ଼ସ ସମୟରେ ଅଧିକ କଷ୍ଟର ସାମନା କରିବାକୁ ପଡ଼ିଥାଏ ।

ପିରିୟଡ଼ସ ସମୟରେ ଆରାମ କରିବାକୁ କୁହାଯାଇଥାଏ, ଯାହା କି ଏକ ପ୍ରକାର ଉଚିତ ମଧ୍ୟ ମାତ୍ର ଏହା ବ୍ୟତୀତ ପିରିୟଡ଼ସ ସମୟରେ ଶାରୀରିକ ଗତିବିଧି ଚାଲୁ ରହିବା ମଧ୍ୟ ଆବଶ୍ୟକ । କାରଣ ଅଧିକାଂଶ ମହିଳା ପିରିୟଡ଼ସ ଦିନରେ ବିଛଣାରେ ପଡ଼ି ରହିଥାନ୍ତି । ଯାହାଫଳରେ ସେମାନଙ୍କ କଷ୍ଟ ଅଧିକ ସମୟ ପର୍ଯ୍ୟନ୍ତ ଲାଗି ରହିଥାଏ । ତେଣୁ ଶରୀରରେ ରକ୍ତ ସଞ୍ଚାରକୁ ଠିକ ରଖିବା ପାଇଁ ବ୍ୟାୟାମ କରିବା ମଧ୍ୟ ବହୁତ ଜରୁରୀ ହୋଇଥାଏ । ଏହାଦ୍ୱାରା ପିରିୟଡ଼ସ କଷ୍ଟ ଏବଂ ଅଲଗା ସମସ୍ୟାରୁ ଆରାମ ମିଳିଥାଏ ।

ପିରିୟଡ଼ସ ସମୟରେ ଅଧିକ ମିଠା ଏବଂ ମସଲାଯୁକ୍ତ ଖାଦ୍ୟ ସେବନ କରିବା ମଧ୍ୟ ଅଧିକ କଷ୍ଟର କାରଣ ହୋଇଥାଏ । ମିଠା ଅର୍ଥାତ ଶୁଗର ଆପଣଙ୍କ ଶରୀରରେ ଅଧିକ ହେଲେ ଶରୀର ଫୁଲିବା ଏବଂ ଅଧିକ ଲୁଣ ପାଇଁ ମଧ୍ୟ ପିରିୟଡ଼ସ କଷ୍ଟ ଅଧିକ ହୋଇଯାଏ । ତେଣୁ ପିରିୟଡ଼ସ ଦିନରେ ଯେତେ ଦୂର ସମ୍ଭବ ଶୁଗର ଏବଂ ଲୁଣି ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ।

ଏହିସବୁ କଥା ପ୍ରତି ସଚେତନ ହୋଇ ଆମେ ପିରିୟଡ଼ସ ସମୟରେ କଷ୍ଟରୁ ରକ୍ଷା ପାଇପାରିବା । ଏହା ସହିତ ପିରିୟଡ଼ସ ସମୟରେ ଗରମ ପାଣିରେ ସ୍ନାନ କରିଲେ ମଧ୍ୟ ଆରାମ ମିଳିଥାଏ । ଏହା ସହିତ ପେଟ ଏବଂ ଅଣ୍ଟାରେ ତେଲ ମାଲିସ କରିଲେ କିଛି ମାତ୍ରାରେ ପିରିୟଡ଼ସରୁ ଆରାମ ମିଳିପାରେ ।