ଏହି ୩ଟି ନାମର ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, ଯାହା ସହିତ ବିବାହ କରନ୍ତି ସେମାନଙ୍କ ଭାଗ୍ୟ ବଦଳିଯାଏ ।

Spread the love

ଆପଣ ସମସ୍ତେ ଜାଣିଥିବେ ଯେ, ବ୍ୟକ୍ତିର ରାଶି ମାଧ୍ୟମରେ ସେମାନଙ୍କ ଆଗାମୀ ଦିନ ବିଷୟରେ ଜାଣି ହୁଏ । ବ୍ୟକ୍ତିଙ୍କୁ ଜୀବନରେ ସଫଳତା ମିଳିବ କି ନାହିଁ, ଏହି ସବୁ କଥା ସେମାନଙ୍କ ରାଶିରୁ ଜାଣିହୁଏ । କିନ୍ତୁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ, ହଁ ଆପଣ ବିଲକୁଲ ଠିକ ପଢିଛନ୍ତି । ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର ଦ୍ୱାରା ଆମେ ସେମାନଙ୍କ ସ୍ଵଭାବ ଏବଂ ତାଙ୍କ ବ୍ୟକ୍ତିତ୍ଵ ବିଷୟରେ ଜାଣି ପାରିବା । ନାମର ପ୍ରଥମ ଅକ୍ଷର ବ୍ୟକ୍ତି ଜୀବନର ବ୍ୟବହାର ସଙ୍ଗେ ସଙ୍ଗେ ବ୍ୟକ୍ତି ଜୀବନର ମଧ୍ୟ ଗଭୀର ପ୍ରଭାବ ପକାଇଥାଏ । ଯଦି ଆମେ ଆମର ନାମ ଅନୁସାରେ ଆମ ଜୀବନସାଥୀ ବାଛିବା, ତେବେ ଏହା ଦ୍ୱାରା ଆମର ଅଭ୍ୟାସ ଦୁହିଁଙ୍କ ମଧ୍ୟରେ ମେଳ ହୋଇଥାଏ, ଯାହାକୁ ବହୁତ ଭଲ ବୋଲି ଧରାଯାଏ । ଯଦି ଉଭୟଙ୍କର ଅଭ୍ୟାସ ମେଳ ହେଉଥିବ, ତେବେ ବିବାହିତା ଜୀବନ ବହୁତ ଭଲ ଭାବରେ ଅତିବାହିତ ହେବ ।

ଶାସ୍ତ୍ର ଅନୁସାରେ କିଛି ନାମ ବିଶିଷ୍ଟ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଜୀବନ ବହୁତ ସୁନ୍ଦର ହୋଇଥାଏ କିନ୍ତୁ ଯାହା ସହିତ ଏମାନଙ୍କ ବିବାହ ହୁଏ ତାଙ୍କ ଜୀବନ ମଧ୍ୟ ଖୁସିରେ ଭରି ଯାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏପରି ୩ଟି ନାମ ବିଶିଷ୍ଟ ଝିଅମାନଙ୍କ ବିଷୟରେ କହିବୁ, ଯାହାଙ୍କ ସହିତ ଭାଗ୍ୟବାନ ଲୋକଙ୍କ ବିବାହ ହୋଇଥାଏ ।

ଆସନ୍ତୁ ଜାଣିବା ସେହି ୩ଟି ନାମ ବିଶିଷ୍ଟ ଝିଅମାନଙ୍କ ବିଷୟରେ-

R ଅକ୍ଷର ନାମଧାରୀ ଝିଅମାନେ :

ଯେଉଁ ଝିଅମାନଙ୍କ ନାମ R ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ହୃଦୟରେ ଓ କଥାରେ ବହୁତ ଭଲ ହୋଇଥାନ୍ତି । ସେମାନଙ୍କ ଭଲ ହୃଦୟ ଓ ଭଲ କଥାବାର୍ତ୍ତା ଯୋଗୁଁ ଲୋକମାନେ ସ୍ଵତଃ ସେମାନଙ୍କ ପ୍ରତି ଆକର୍ଷିତ ହୋଇଯାନ୍ତି । ଏହି ଝିଅମାନେ ଯେଉଁମାନଙ୍କ ସହିତ ବିବାହ କରନ୍ତି, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ।ଏହି ଝିଅମାନେ ନିଜ ଜୀବନସାଥୀକୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ଖୁସି ପାଇଁ ଏମାନେ କିଛି ମଧ୍ୟ କରିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ । ନିଜ ଜୀବନସାଥୀ ରୂପେ ଏହି ନାମର ଝିଅମାନଙ୍କୁ ପାଇବା ସୌଭାଗ୍ୟ ହୋଇଥାଏ ।

S ଅକ୍ଷର ନାମଧାରୀ ଝିଅମାନେ :

ଯେଉଁ ଝିଅମାନଙ୍କ ନାମ S ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହା ସହିତ ଏମାନଙ୍କ ହୃଦୟ ବହୁତ ସୁନ୍ଦର ଅର୍ଥାତ ସଫା ହୋଇଥାଏ । ଯାହା ସହିତ ଏହି ଝିଅମାନଙ୍କ ବିବାହ ହୋଇଥାଏ, ସେମାନେ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନେ ନିଜ ଜୀବନସାଥୀଙ୍କ ପ୍ରତି ସତ୍ୟପ୍ରିୟ ରହିଥାନ୍ତି । କେବେ ମଧ୍ୟ ନିଜ ଜୀବନ ସାଥିକୁ ଧୋକ୍କା ଦିଅନ୍ତି ନାହିଁ । ଏହି ଝିଅମାନେ ସବୁ କଥା ନିଜ ସ୍ଵାମୀଙ୍କ ସହ ସେୟାର କରନ୍ତି । ଯଦି ଆପଣମାନଙ୍କର କେବେ ଏହି ଅକ୍ଷର ନାମ ବିଶିଷ୍ଟ ଝିଅଙ୍କ ସହ ବିବାହ ହେବାକୁ ଥିବ; ତେବେ ଆପଣ କେବେ ମଧ୍ୟ ବିବାହ କରିବାକୁ ମନା କରନ୍ତୁ ନାହିଁ ।

P ଅକ୍ଷର ନାମଧାରୀ ଝିଅମାନେ :

ଯେଉଁ ଝିଅମାନଙ୍କ ନାମ P ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ସ୍ଵଭାବରେ ସାମାନ୍ୟ କ୍ରୋଧ ସମ୍ପର୍ଣ୍ଣର ହୋଇଥାନ୍ତି କିନ୍ତୁ ଏମାନେ ଶୀଘ୍ର ଶାନ୍ତ ମଧ୍ୟ ହୋଇଯାଅନ୍ତି । ଏମାନଙ୍କ ଠାରୁ ଆଉ ଭଲ ଜୀବନ ସାଥୀ ମିଳିବ କଷ୍ଟକର ହୋଇଥାଏ । ଏମାନେ ନିଜ ଜୀବନ ସାଥିକୁ ନିଜ ଠାରୁ ଅଧିକ ଭଲ ପାଆନ୍ତି । ଏମାନଙ୍କ ଲକ୍ଷ ମଧ୍ୟ ବହୁତ ତୀବ୍ର ହୋଇଥାଏ । ଏହି ନାମଧାରୀ ଝିଅମାନେ ନିଜ ଜୀବନସାଥୀଙ୍କ ସହ ନିଜ ପରିବାରର ମଧ୍ୟ ବହୁତ ଭଲ ଭାବରେ ଧ୍ୟାନ ରଖନ୍ତି । ଏହି ଝିଅମାନେ ଥରେ ଯେଉଁ ଶପଥ କରନ୍ତି, ତାହାକୁ ନିଶ୍ଚୟ ପୂରା କରନ୍ତି । ଏମାନେ ନିଜ ଜୀବନସାଥୀର ଖୁସି ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତି ଏବଂ ସବୁ ଭଲ ମନ୍ଦର ଧ୍ୟାନ ରଖନ୍ତି । ତେଣୁ କୁହାଯାଏ କି ଏହି ନାମର ଝିଅମାନଙ୍କ ସହ ବିବାହ କରିବା ଭାଗ୍ୟର କଥା ହୋଇଥାଏ ।