ଏହି ଛଅଟି ଅକ୍ଷରର ନାମଧାରୀ ଝିଅଙ୍କ ନାକ ଅଗରେ ରାଗ ! ଏମାନଙ୍କ ସହ ଲାଗିବା ଠିକ୍ ହୋଇ ନ ଥାଏ ।

Spread the love

ପ୍ରତ୍ୟେକ ମନୁଷ୍ୟଙ୍କ ସ୍ଵଭାଵ ଏକା ଭଳି ହୋଇନଥାଏ । କାହାକୁ ହଠାତ୍ ରାଗ ଆସିଯାଇଥାଏ ତ କେହି କେହି ଯେକୌଣସି ପରିସ୍ଥିତିରେ ମଧ୍ୟ ହସୁ ଥାନ୍ତି । ନାମରେ କିଛି ନାହିଁ କିନ୍ତୁ ଜୋତିଷ୍କଙ୍କ ଅନୁସାରେ କିଛି ବ୍ୟକ୍ତିଙ୍କ ନାମରୁ ସେମାନଙ୍କ ସ୍ଵଭାଵ ଜଣା ପଡିଥାଏ । ବ୍ୟକ୍ତିର ଡକା ଯାଉଥିବା ନାମରୁ ବ୍ୟକ୍ତିର ସ୍ଵଭାଵ ଏବଂ ଚରିତ୍ର ଜଣାପଡି ଯାଇଥାଏ । କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ଚରିତ୍ର, ସ୍ଵଭାଵ ଏବଂ ବ୍ୟକ୍ତିର ଆଗାମୀ ଭବିଷ୍ୟତ ବିଷୟରେ ଜଣାପଡିଥାଏ । କେବଳ ଏତିକି ନୁହେଁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଟି ରାଗୀ ସ୍ୱଭାବର ନା ଶାନ୍ତ ସ୍ୱଭାବର ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ, ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ କିପରି ଆପଣ ତାର ସ୍ଵଭାଵ ବିଷୟରେ ଜାଣି ପାରିବେ ।

B ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଯେଉଁ ଝିଅମାନଙ୍କ ନାମ B ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ଖୋଲା ମନର ହୋଇଥାନ୍ତି କିନ୍ତୁ କୌଣସି ମଧ୍ୟ ପରିସ୍ଥିତିରେ ଅନ୍ୟର ଭୁଲକୁ ମାନି ନଥାନ୍ତି । ଏମାନେ କେବେ ମଧ୍ୟ କାହାର ଭୁଲ ସ୍ଵୀକାର କରିଥାନ୍ତି, ସେମାନଙ୍କ ଉପରେ ଏମାନେ ନିଜର ରାଗ ସ୍ଵଭାଵ ଦେଖାଇଥାନ୍ତି । ପ୍ରାୟତଃ ଏହି ନାମର ଝିଅମାନେ ନିଜର ରାଗ ଅନ୍ୟ ଉପରେ ଦେଖାଇଥାନ୍ତି ।

H ନାମରେ ଆରମ୍ଭ ହୋଇଥିବା ନାମ :

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ଝିଅଙ୍କ ବିଷୟରେ ଶାସ୍ତ୍ରରେ କୁହାଯାଇଛି । ଏହି ନାମର ଝିଅମାନେ ଅନ୍ୟମାନଙ୍କ ସହ ମିଳିମିଶି ରହିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ନିଜ ପରିବାରର ବହୁତ ଯତ୍ନ ନେଇଥାନ୍ତି । ଏମାନେ ନିଜର କିମ୍ବା ପରିବାରର ମାନ ସମ୍ମାନ ପ୍ରତି ଖୁବ୍ ଯତ୍ନବାନ ହୋଇଥାନ୍ତି, ପରିବାରର ମାନସମ୍ମାନ ପାଇଁ ଏମାନେ କିଛି ମଧ୍ୟ କରିପାରନ୍ତି । କଥା କଥାରେ ରାଗି ଯିବା ଏମାନଙ୍କ ସ୍ଵଭାଵ ଅଟେ । ଏମାନେ ନିଜ ରାଗ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ ।

L ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ଝିଅମାନେ କୌଣସି କାମ କରିବା ପାଇଁ ପସନ୍ଦ କରିନଥାନ୍ତି । ଯାହାଫଳରେ ଏମାନଙ୍କ ଛବି ଅନ୍ୟ ମାନଙ୍କ ସାମ୍ନାରେ ଖରାପ ହୋଇ ଯାଇଥାଏ । ଏମାନଙ୍କୁ ନୂତନ କାମ କରିବା ପାଇଁ ପସନ୍ଦ ହୋଇଥାଏ । ଏମାନେ କୌଣସି ମୁହୂର୍ତ୍ତରେ ମଧ୍ୟ କୌଣସି ବ୍ୟକ୍ତି ଉପରେ ନିଜର ରାଗକୁ ସୁଝାଇ ପାରନ୍ତି । କିନ୍ତୁ ଏହି ଝିଅମାନେ ଏକ ସୁନ୍ଦର ହୃଦୟ ନେଇ ଜନ୍ମ ହୋଇଥାନ୍ତି ।

P ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏମାନେ ସ୍ଵଭାବରେ ଖୁବ୍ ରାଗି ଅଟନ୍ତି । ଏହି ନାମର ଝିଅମାନେ ବହୁତ କଥା ହୁଅନ୍ତି, ନଚେତ୍ ଖୁବ୍ ଶାନ୍ତ ସ୍ୱଭାବର ହୋଇଥାନ୍ତି । ନିଜ ଦୁନିଆରେ ଏମାନେ ଖୁସିରେ ରହିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ଅନ୍ୟ ଉପରେ ରାଗିବା ଅପେକ୍ଷା ନିଜ ଉପରେ ରାଗନ୍ତି, ଯାହାଫଳରେ ନିଜର ହିଁ କ୍ଷତି ହୋଇଥାଏ ।

R ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏହି ନାମର ଝିଅମାନେ ଦେଖିବା ପାଇଁ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ବୁଦ୍ଧି ଖୁବ୍ ପ୍ରଖର ହୋଇଥାଏ ଏବଂ ଖୁବ୍ ଚତୁରତାର ସହ ଅନ୍ୟକୁ ନିଜ ଆଡକୁ ଆକର୍ଷଣ କରିପାରନ୍ତି । କିନ୍ତୁ ଏମାନଙ୍କ ସ୍ଵଭାଵ ଖୁବ୍ ରାଗି ସ୍ୱଭାବର ହୋଇଥାଏ । ଏମାନେ ଉଭୟ ଭଲ ପାଇବା ଏବଂ ରାଗ ସ୍ୱଭାବକୁ ତୁଲାଇ ପାରନ୍ତି ।

S ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏମାନଙ୍କ ସ୍ଵଭାଵ ଖୁବ୍ ଭଲ ହୋଇଥାଏ । ଏମାନେ କେବେ ମଧ୍ୟ ଅନ୍ୟକୁ ଧୋକା ଦେଇନଥାନ୍ତି । କିନ୍ତୁ ଏମାନେ ନିଜର ରାଗ ସ୍ଵଭାଵ ଯୋଗୁଁ ନିଜ ଶତ୍ରୁକୁ କ୍ଷମା ଦେଇ ନଥାନ୍ତି । ଏମାନେ ଦେଖିବା ପାଇଁ ଶାନ୍ତ ସ୍ୱଭାବର ହୋଇଥାନ୍ତି କିନ୍ତୁ ଏମାନଙ୍କ ରାଗ ଅସମ୍ଭାଳ ଅଟେ ।