ବଲିଉଡ ଛାଡି ଏହି ଅଭିନେତ୍ରୀମାନେ ସାଧୁ ହୋଇଗଲେ ! ଦ୍ଵିତୀୟ ଜଣକୁ ଦେଖି ଆପଣଙ୍କୁ ବିଶ୍ୱାସ ଲାଗିବ ନାହିଁ ।

Spread the love

ବଲିଉଡରେ ପୂର୍ବରୁ କେଜାଣି କେତେ ଅଭିନେତ୍ରୀମାନେ ଆସିଥିବେ ଓ ସେମାନଙ୍କ ମଧ୍ୟରୁ କିଛି ଆଜି ପର୍ଯ୍ୟନ୍ତ ଚଳଚ୍ଚିତ୍ର ଜଗତର ଅଛନ୍ତି ତ ଆଉ କିଛି ଲୋକ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି ଏବଂ ଆଉ କିଛି ଅଭିନେତ୍ରୀ ବିବାହ କରି ନିଜ ଘର ସଂସାର କରି ନେଇଛନ୍ତି ଓ ଚଳଚ୍ଚିତ୍ର ଜଗତରୁ ନିଜର ସମ୍ପର୍କ ତୁଟାଇ ଦେଇଛନ୍ତି । କିନ୍ତୁ ଏହି ସବୁରୁ କିଛି ଭିନ୍ନ କିଛି ଏମିତି ମଧ୍ୟ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କି ବିଗତ କିଛି ବର୍ଷ ତଳେ କିଛି ହିଟ୍ ଫିଲ୍ମରେ ନଜର ଆସିଥିଲେ କିନ୍ତୁ କିଛିଟା ଚଳଚ୍ଚିତ୍ର ପରେ ଯେମିତିକି ସେମାନେ ଉଭେଇ ଯାଇଛନ୍ତି ଓ ବଲିଉଡର ଏହି ଗ୍ଲେମର ଜଗତକୁ ଛାଡି ଆଜି ସାଧୁ ସନ୍ଥ ହୋଇଯାଇଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଅଭିନେତ୍ରୀଙ୍କ ବିଷୟରେ ସୂଚନା ଦେବୁ, ଯେଉଁମାନେ କି ବଲିଉଡରୁ ବିଦାୟ ନେଇ ସାଧୁଙ୍କ ପରି ଜୀବନଯାପନ କରିବାକୁ ଆପଣାଇ ନେଇଛନ୍ତି ।

ତନୁଶ୍ରୀ ଦତ୍ତା :

ହଁ ଆଜ୍ଞା, ସେହି ତନୁଶ୍ରୀ ଦତ୍ତା ଯିଏକି କିଛି ଦିନ ପୂର୍ବରୁ “ମି ଠୁ” କେମ୍ପେନ ଯୋଗୁଁ ବହୁତ ଚର୍ଚ୍ଚାରେ ଥିଲେ । ଯିଏକି ବଲିଉଡର ଜଣେ ସାହସୀ ଅଭିନେତ୍ରୀ ରୂପେ ପରିଚିତ । ଯଦିଓ ବଲିଉଡରେ ସେ ବହୁତ କମ ହିଁ ଚଳଚ୍ଚିତ୍ର କରିଛନ୍ତି । ଏହା ପୂର୍ବରୁ ୨୦୦୩ରେ ସେ ମୁମ୍ବାଇରେ ଫେମିନା ମସ୍ ଇଣ୍ଡିଆର ଉପାଧି ଜିତି ଥିଲେ । କିନ୍ତୁ କିଛି ସମୟରେ ହିଁ ତନୁଶ୍ରୀ ଚଳଚ୍ଚିତ୍ର ଠାରୁ ଦୂରେଇ ଯାଇ ଆଧ୍ୟାତ୍ମ ଜୀବନଯାପନ କରୁଛନ୍ତି । ହଁ ଆଜ୍ଞା… ମୁମ୍ବାଇ ଫେରି ଆସି, ନାନା ପାଟେକରଙ୍କ ଉପରେ ଅଭିଯୋଗ କରିବା ପୂର୍ବରୁ ତନୁଶ୍ରୀ ଅନେକ ଦିନ ପର୍ଯ୍ୟନ୍ତ ଆମେରିକାରେ ସାଧୁମାନଙ୍କ ପରି ଜୀବନଯାପନ କରୁଥିଲେ ।

ବରଖା ମଦାନ :

ବରଖା ମଦାନ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ଏହାପରେ ବରଖାଙ୍କ ଜୀବନରେ ଏମିତି ଏକ ପରିସ୍ଥିତି ଆସିଥିଲା, ଯାହାପରେ ତାଙ୍କୁ ଚଳଚ୍ଚିତ୍ରରେ କାମ ମିଳିବା ବନ୍ଦ ହୋଇଗଲା । ଯେଉଁଥି ପାଇଁ ସେ ନିଜ ଘର ଛାଡି ୨୦୧୨ ମସିହାରେ ସାଧୁ ହୋଇଗଲେ । କେବେ ଗ୍ଲେମର ଇଣ୍ଡଷ୍ଟ୍ରିର ଚମକ ଧମକ ଭିତରେ ରହୁଥିବା ବରଖାଙ୍କ ଆଲମାରୀରେ ବର୍ତ୍ତମାନ ମାତ୍ର ଦୁଇ ହଳ ଶାଢ଼ୀ ଓ ଗୋଟେ ହଳ ଚପଲ ହିଁ ମିଳିବ । ଯେତେବେଳେ ତାଙ୍କ ସମ୍ପତ୍ତି ବିଷୟରେ କହିବା, ତେବେ ସେ ତାଙ୍କ ନିକଟରେ ଗୋଟେ ମୋବାଇଲ ଫୋନ ଓ ଗୋଟିଏ ଲେପଟପ ହିଁ ରଖନ୍ତି । ତାଙ୍କୁ ପ୍ରାୟତଃ ଧର୍ମଶାଳା, ହିମାଚଳ ପ୍ରଦେଶରେ ତପସ୍ୟା କରିବାରେ ବା ବୌଦ୍ଧ ଗୟାର ତାରା ଶିଶୁ ପ୍ରକଳ୍ପରେ HIV ପୀଡିତ ଛୁଆମାନଙ୍କର ସେବା କରୁଥିବା ଦେଖିବାକୁ ମିଳୁଛି ।

ମମତା କୁଲକର୍ଣ୍ଣି :

୯୦ ଦଶକର ବଲିଉଡରେ ସେକ୍ସ ସିମ୍ବଲ ନାମରେ ବିଖ୍ୟାତ ହୋଇଥିବା ଅଭିନେତ୍ରୀ ମମତା କୁଲକର୍ଣ୍ଣି ବର୍ତ୍ତମାନ ଯୋଗୀନି ହୋଇଗଲେ । “କରନ ଅର୍ଜୁନ” ଓ “ବାଜି” ଭଳି ଚଳଚ୍ଚିତ୍ରରେ କାମ କରିଥିବା ମନୋହର ଅଭିନେତ୍ରୀ ମମତା ବିଗତ ୨ ଦଶକ ହେବ ଲାଇମ ଲାଇଟରୁ ଉଭେଇ ଯାଇଛନ୍ତି । ଯାହାପରେ ମମତାଙ୍କ ଜୀବନରେ ଏମିତି ଏକ ପରିସ୍ଥିତି ଆସିଥିଲା ଯେଉଁଥି ପାଇଁ ସେ ଆଧ୍ୟାତ୍ମ ଜୀବନ ଆପଣେଇ ନେଇଥିଲେ । ସେ ଆଧ୍ୟାତ୍ମିକ ଉପରେ ଏକ ବହି ଲେଖିଛନ୍ତି, ଯାହାର ନାମ ହେଉଛି- ‘ଅଟୋବାୟୋଗ୍ରାଫି ଅଫ୍ ଏନ ଯୋଗିନୀ’ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ କମେଣ୍ଟ କରି ଆମକୁ ଜାଣନ୍ତୁ । ଧନ୍ୟବାଦ !