ନାବାଳିକା ଅବସ୍ଥାରେ ହିଁ ଗର୍ଭବତୀ ହୋଇସାରିଥିଲେ ଏହି ଅଭିନେତ୍ରୀମାନେ । ସବୁଠାରୁ କମ୍ ବୟସ ହୋଇଥିଲା ପ୍ରଥମ ନମ୍ବର ଅଭିନେତ୍ରୀଙ୍କର…

Spread the love

ମାଆ ହେବା ପ୍ରତ୍ୟେକ ନାରୀଙ୍କ ସ୍ଵପ୍ନ ହୋଇଥାଏ । ମାଆ ଶବ୍ଦ ଆଗରେ ଦୁନିଆର ସମସ୍ତ ଶବ୍ଦ ଛୋଟ ହୋଇ ଯାଇଥାଏ । ମାଆଙ୍କ ଚରଣରେ ସାରା ଦୁନିଆ ରହିଥାଏ । ମାଆ ଓ ଛୁଆର ସମ୍ପର୍କ ସବୁଠାରୁ ଗଭୀର ହୋଇଥାଏ । ଜଣେ ମାଆ ନିଜ ଛୁଆର ମନର କଥା କହିବା ପୂର୍ବରୁ ହିଁ ଜାଣି ନେଇଥାଏ । ଗୋଟିଏ ମାଆ ନିଜ ଛୁଆ ପାଇଁ ଦୁନିଆ ସହ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଗୋଟିଏ ଝିଅର ଜୀବନରେ ମାଆ ହେବାର ଖୁସି ସବୁଠାରୁ ବଡ଼ ଖୁସି ହୋଇଥାଏ । ଗୋଟିଏ ନାରୀ ସେତେବେଳେ ଠିକ ମାତ୍ରାରେ ପୂର୍ଣ୍ଣତା ହାସଲ କରିଥାଏ, ଯେତେବେଳେ ସେ ମାଆ ହୋଇ ଯାଇଥାନ୍ତି । ଏମିତିରେ ମଧ୍ୟ ମାଆ ହେବା ଗୋଟିଏ ନାରୀ ପାଇଁ ଏକ ବରଦାନ ସଦୃଶ୍ୟ ହୋଇଥାଏ କିନ୍ତୁ ସେହି ବରଦାନ ବେଳେବେଳେ ଅଭିଶାପ ହୋଇ ଯାଇଥାଏ, ଯେତେବେଳେ ସେ ଅବିବାହିତ କିମ୍ବା ବହୁତ କମ ବୟସରେ ମାଆ ହୋଇଯାଇଥାଏ । ଆଜି ମଧ୍ୟ ସମାଜରେ ଅନେକ ଲୋକ ଅଛନ୍ତି ଯିଏକି ପୁରୁଣା ଚିନ୍ତାଧାରା ରଖିଥାନ୍ତି । ଯଦି କୌଣସି ଝିଅ ସହ ଏମିତି ହୋଇ ଯାଇଥାଏ; ତେବେ ସେମାନେ ସେହି ଝିଅର ଜୀବନକୁ ନର୍କ କରି ଦେଇଥାନ୍ତି । ସାଧାରଣତଃ ଜୀବନରେ ଏମିତି ଅନେକ ଦେଖିବାକୁ ମିଳୁଛି ।

ଯଦି କଥା ହେବା ବଲିଉଡ ବିଷୟରେ, ତେବେ ଏହାସବୁ ହେବା ସାଧାରଣ କଥା ଅଟେ । ଛାଡପତ୍ର ହୋଇଥିବା ବ୍ୟକ୍ତି ସହ ବିବାହ, ଅର୍ଦ୍ଧ ବୟସ୍କ ବ୍ୟକ୍ତି ସହ ବିବାହ, ଅବିବାହିତ ଅବସ୍ଥାରେ ଗର୍ଭବତୀ ଏ ସମସ୍ତ ଘଟଣା ବଲିଉଡ଼ରେ ଏକ ସାଧାରଣ ଘଟଣା ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ଟିଭି ଏବଂ ବଲିଉଡ଼ ଇଣ୍ଡଷ୍ଟ୍ରିର ସେହି ଅଭିନେତ୍ରୀଙ୍କ ସହ ସାକ୍ଷାତ କରେଇବାକୁ ଯାଉଛୁ; ଯିଏକି ବହୁତ କମ ବୟସରୁ ନିଜ ଇଚ୍ଛାରେ ମାଆ ହେବାର ନିଷ୍ପତ୍ତି ନେଇଥିଲେ । ଏହି ଅଭିନେତ୍ରୀମାନେ ସାବାଳିକା ହେବା ପୂର୍ବରୁ ହିଁ ମାଆ ହୋଇ ଯାଇଥିଲେ ।

ଉର୍ବଶୀ ଢୋଲକିୟା :

ଉର୍ବଶୀ ଢୋଲକିୟା ଛୋଟ ପରଦାରେ ବଡ଼ ଲୋକପ୍ରିୟ ଅଟନ୍ତି । ତାଙ୍କୁ ‘କୋମୋଲିକା’ ରୋଲ୍ ପାଇଁ ଆଜି ମଧ୍ୟ ଲୋକେ ମନେ ରଖିଛନ୍ତି । ଉର୍ବଶୀ ନିଜ ପ୍ରଫେସନ୍ ଲାଇଫରେ ଯେପରି ନାମ କରିଛନ୍ତି, ପର୍ଶନାଲ୍ ଲାଇଫରେ ମଧ୍ୟ ସେତିକି ଗମ୍ଭୀର ଥିଲା । ଜଣାଇ ଦେଉଛୁ, ଉର୍ବଶୀ ମାତ୍ର ୧୫ ବର୍ଷ ବୟସରେ ବିବାହ କରିଥିଲେ ଏବଂ ୧୬ ବର୍ଷ ବୟସରେ ଦୁଇଟି ଯାଆଁଳା ସନ୍ତାନ ସାଗର ଏବଂ କ୍ଷିତିଯାଙ୍କ ମାଆ ହୋଇଯାଇଥିଲେ । ବିବାହର ଦେଢ଼ ବର୍ଷ ପରେ ଉର୍ବଶୀଙ୍କ ଛାଡପତ୍ର ହୋଇ ଯାଇଥିଲା ଏବଂ ସେ ଏକାକୀ ହିଁ ଦୁଇଟି ଯାକ ସନ୍ତାନର ଦାୟିତ୍ଵ ତୁଲାଇ ଥିଲେ ଏବଂ ତାଙ୍କର ପାଳନ ପୋଷଣ କରିଥିଲେ ।

ଭାଗ୍ୟଶ୍ରୀ :

ଫିଲ୍ମ୍ ‘ମେନେ ପ୍ୟାର କିୟା’ ଠାରୁ ସମସ୍ତଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଥିବା ଭାଗ୍ୟଶ୍ରୀ ଜଣେ ବହୁତ ଦକ୍ଷତା ସମ୍ପନ୍ନ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି । ଜଣାଇ ଦେଉଛୁ ଯେ, ୧୯୯୦ ମସିହାରେ ଭାଗ୍ୟଶ୍ରୀ, ହିମାଳୟରେ ବ୍ୟବସାୟ କରୁଥବା ଦଶାନି ସହ ବିବାହ କରିଥିଲେ । ଆଜି ଭାଗ୍ୟଶ୍ରୀ ଦୁଇଟି ସନ୍ତାନର ମାଆ ଅଟନ୍ତି । ତାଙ୍କର ଏକ ୨୩ ବର୍ଷର ପୁଅ ଅଛି ଯାହାର ନାମ ଅଭିମନ୍ୟୁ ଅଟେ ଏବଂ ଏକ ୨୧ ବର୍ଷର ଝିଅ ଯାହାର ନାମ ଆବନ୍ତିକା ଅଟେ । ଆପଣଙ୍କୁ ଜଣାଇ ଦେଉଛୁ, ଭାଗ୍ୟଶ୍ରୀ ପ୍ରଥମ ଥର ମାଆ କେବଳ ୧୭ ବର୍ଷ ବୟସରେ ହୋଇ ଯାଇଥିଲେ । କୁହାଯାଏ କି ହିମାଳୟ ଦଶନିଙ୍କ ସହ ବିବାହ ହେବା ପୂର୍ବରୁ ସେ ଗର୍ଭବତୀ ଥିଲେ ।

ଡିମ୍ପଲ କପାଡ଼ିୟା :

ଡିମ୍ପଲ କପାଡ଼ିୟା ନିଜ ସମୟରେ ସବୁଠାରୁ ବଡ ହୋଟ ହିରୋଇନ ଥିଲେ । ତାଙ୍କର ପ୍ରଥମ ଫିଲ୍ମ୍ ‘ବେବୀ’ ଥିଲା ଏବଂ ସେ ତାଙ୍କର ପ୍ରଥମ ଫିଲ୍ମରୁ ହିଁ ସମସ୍ତଙ୍କୁ ନିଜ ସୁନ୍ଦରତାର ଦିୱାନା କରି ଦେଇଥିଲେ । ୧୬ ବର୍ଷ ବୟସରେ ସେ ସୁପରଷ୍ଟାର ରାଜେଶ ଖାନ୍ନା ସହ ୧୯୭୩ ମସିହାରେ ବିବାହ କରିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଯେ, ମାର୍ଚ୍ଚ ୧୯୭୩ରେ ବିବାହ କରିଥିବା ଡିମ୍ପଲ ଡିସେମ୍ବର ୧୯୭୩ରେ ଟ୍ଵିଙ୍କଲଙ୍କର ମାଆ ହୋଇ ସାରିଥିଲେ । ଯଦିଓ, ପରେ କୌଣସି ମନମୁତାବକ ଯୋଗୁଁ ଡିମ୍ପଲ ଏବଂ ରାଜେଶଙ୍କ ଛାଡପତ୍ର ହୋଇଯାଇଥିଲା ଏବଂ ଡିମ୍ପଲ ଏକାକୀ ନିଜର ଦୁଇଟି ଝିଅକୁ ପାଳନ କରିଥିଲେ ।