ତିନି ଖାନଙ୍କ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଏହି ୮ ଜଣ ଅଭିନେତ୍ରୀ, ତୃତୀୟ ଜଣକ ସଲମାନଙ୍କ ୩ଟି ଫିଲ୍ମକୁ ନାମଞ୍ଜୁର କରିଥିଲେ ।

Spread the love

ଶାହରୁଖ, ଅମୀର ଏବଂ ସଲମାନ ଖାନଙ୍କ ସହିତ କାମ କରିବା ପାଇଁ ବଲିଉଡର ଅଭିନେତ୍ରୀମାନେ ଝୁରି ହେଉଛନ୍ତି ।

ବଲିଉଡର ୩ଟି ଖାନ ସଲମାନ ଖାନ, ଶାହରୁଖ ଖାନ ଏବଂ ଅମୀର ଖାନ ଯାହା ସହିତ ପ୍ରାୟତଃ ସମସ୍ତ ଅଭିନେତ୍ରୀ କାମ କରିବାକୁ ଇଚ୍ଛା କରନ୍ତି । ବଲିଉଡରେ ଏହି ତିନିଜଣଙ୍କର ସମୟ ବହୁତ ବର୍ଷ ହେଲା ଚାଲିଛି । ଏହି ୩ ଜଣ ଖାନଙ୍କ ଫିଲ୍ମ ବକ୍ସ ଅଫିସରେ ସଫଳତା ହାସଲ କରିବା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବଲିଉଡରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି; ଯେଉଁମାନେ କି ଏହି ଖାନଙ୍କ ସହ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ସହ କାମ କରିବା ପାଇଁ ମନା କରି ଦେଇଛନ୍ତି । ଆସନ୍ତୁ ଜାଣିବା ଏହି ତାଲିକାରେ କିଏ ସେହି ଅଭିନେତ୍ରୀମାନେ ଅଛନ୍ତି ।

ଐଶ୍ୱର୍ଯ୍ୟ ରାୟ ବଚ୍ଚନ :

ଅମୀର ଖାନଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ର ପ୍ରସ୍ତାବ ପ୍ରଥମେ ଐଶ୍ୱର୍ଯ୍ୟଙ୍କୁ ଦିଆ ହୋଇଥିଲା କିନ୍ତୁ ସେ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଥିଲେ । ପ୍ରକୃତରେ କହିବାକୁ ଗଲେ ଯେତେବେଳେ ଏହି ଫିଲ୍ମଟି ତାଙ୍କୁ ଅଫର କରାଯାଇଥିଲା, ସେତେବେଳେ ସେ ମିସ୍ ୱାର୍ଲଡ଼ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ।

ଶିଳ୍ପା ସେଟ୍ଟୀ :

ଶାହରୁଖ ଖାନଙ୍କ ଫିଲ୍ମ ବାଦଶାହରେ ଅଭିନୟ କରିବାକୁ ମନା କରିଥିଲେ ଶିଳ୍ପା ସେଟ୍ଟୀ । ପରେ ଟ୍ଵିନ୍କଲେ ଖାନାଙ୍କୁ ଏହି ଫିଲ୍ମର ପ୍ରସ୍ତାବ ଦିଆ ଯାଇଥିଲା ।

ଦୀପିକା ପାଦୁକୋଣ :

ଦୀପିକାଙ୍କୁ ସଲମାନ ଖାନଙ୍କ ଫିଲ୍ମ ‘କିକ’, ‘ଜୟ ହୋ’, ‘ବଜରଙ୍ଗୀ ଭାଇଜନ’ ଏବଂ ‘ସୁଲତାନ’ ଭଳି ଫିଲ୍ମର ପ୍ରସ୍ତାବ ଆସିଥିଲା କିନ୍ତୁ ଦୀପିକା ସମସ୍ତ ଫିଲ୍ମକୁ ମନା କରି ଦେଇଥିଲେ ।

କାଜଲ :

ଅମୀର ଖାନଙ୍କ ଫିଲ୍ମ ‘ଥ୍ରୀ ଇଡିୟଟସ୍’ ପାଇଁ ପ୍ରଥମେ କାଜଲକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ଫିଲ୍ମ କରିବା ପାଇଁ ମନା କରିଦେଲେ ପରେ ଏହି ଫିଲ୍ମରେ କରିନାକୁ ନିଆଯାଇଥିଲା ।

ଏମୀ ଜେକ୍ସନ :

ଏମୀ ଜେକ୍ସନ ମଧ୍ୟ ସଲମାନ ଖାନଙ୍କ ଫିଲ୍ମ ‘କିକ’ରେ କାମ କରିବା ପାଇଁ ମନା କରିଥିଲେ । ଦୀପିକା ଏବଂ ଏମୀ ମନା କରିବା ପରେ ଏଥିରେ ଜେକ୍ଲିନକୁ ନିଆଯାଇଥିଲା ।

ପ୍ରିୟଙ୍କା ଚୋପ୍ରା :

ବଲିଉଡର ଦେଶି ଗାର୍ଲ ପ୍ରିୟଙ୍କା ଚୋପ୍ରା ଅମୀର ଖାନଙ୍କ ଖୁବ୍ ସଫଳ ଚଳଚ୍ଚିତ୍ର ‘ଗଜନୀ’ରେ ଅଭିନୟ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

କଂଗନା ରନୌତ :

ସଲମାନ ଖାନଙ୍କ ଫିଲ୍ମ ‘ସୁଲତାନ’ର ପ୍ରସ୍ତାବ ବଲିଉଡର ବିବାଦୀୟ ରାଣୀ କଂଗନାଙ୍କ ପାଖକୁ ଯାଇଥିଲା କିନ୍ତୁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନ କରିଦେଇଥିଲେ ।

ଟ୍ଵିନ୍କଲେ ଖାନା :

କରନ ଜୋହାରଙ୍କ ଫିଲ୍ମ ‘କୁଛ କୁଛ ହୋତ ହେ’ରେ ରାଣୀ ମୁଖାର୍ଜୀଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଥମେ ଟ୍ଵିନ୍କଲେ ଖାନାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଟ୍ଵିନ୍କଲେ ଖାନା ଏହି ଚରିତ୍ରରେ ଅଭିନୟ କରିବା ପାଇଁ ମନା କରି ଦେଇଥିଲେ ।