କଣ ଆପଣ ସପ୍ନ ଦେଖନ୍ତି କି ? ସପ୍ନ ଦେଇଥାଏ ଭବିଷ୍ୟତର ସଂକେତ … ଆସନ୍ତୁ ଜାଣିବା

Spread the love

ସପ୍ନର ରହସ୍ୟ ଗୁଡିକ ଆପଣଙ୍କ ଜୀବନରେ ଅନେକ ବାର୍ତ୍ତା ଯୋଗାଇଥାଏ । ସପ୍ନ ଦେଖିବା ସ୍ଵାଭାବିକ କଥା । ଜୀବନ ଅଛି ମାନେ ସପ୍ନ ନିଶ୍ଚୟ ଦେଖିବା । କିନ୍ତୁ ଏପରି କେତେକ ସପ୍ନ ରହିଥାଏ, ଯାହା ଆମକୁ ଭବିଷ୍ୟତର ସଙ୍କେତ ଦେଇଥାଏ । କିନ୍ତୁ ଅଧିକାଂଶ ଲୋକମାନେ ଏହି ସଙ୍କେତକୁ ବୁଝି ପାରନ୍ତି ନାହିଁ । ଯାହାଫଳରେ ଆଗାମୀ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଜି ଆମେ ଏହି ପୋଷ୍ଟ ମଧ୍ୟରେ ସପ୍ନ ଦେଖିବା ଦ୍ଵାରା ଭବିଷ୍ୟତର କେଉଁ ସବୁ କାର୍ଯ୍ୟ ବିଷୟରେ ସଂକେତ ଦେଇଥାଏ, ସେହି ବିଷୟରେ ଆପଣଙ୍କୁ ଜଣାଇବୁ । ତେବେ ଆସନ୍ତୁ ଜାଣିବା :

ଆଖିରେ କଳା ଲଗେଇବା ଦୃଶ୍ୟ ଦେଖିବା :

ନିଜ ସପ୍ନରେ ଯଦି କାହାକୁ ଆପଣ କଳା ଲଗାଉଥିବାର ଦେଖନ୍ତି; ତାହାହେଲେ ଏହି ସପ୍ନ ନିମନ୍ତେ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ହେଉଛି, ନିକଟ ଭବିଷ୍ୟତରେ ଆପଣ ଶାରୀରିକ ପୀଡା ଅନୁଭୂତ କରିବେ । କିଛି ଛୋଟୋ କିମ୍ବା ବଡ ରୋଗ କିମ୍ବା ଆପଣଙ୍କୁ ଆଘାତ ଲାଗି ପାରେ । ଏହି ପ୍ରକରାର ସପ୍ନ ଦେଖିଲା ପାରେ ଡରିବାର କୌଣସି କଥା ନାହିଁ । ପ୍ରତିବଦଳରେ ଆପଣ ସତର୍କତା ଅବଲମ୍ବନ କରିବା ଉଚିତ । ଯଦି ଆପଣ ସଜାଗ ରୁହନ୍ତି, ତାହାହେଲେ ଆପଣ ରୋଗ ଓ ଆଘାତରୁ ମୁକ୍ତି ପାଇ ପାରିବେ ।

ବନ୍ଦ ହୋଇଥିବା କବାଟ ଦେଖିବା :

ଯଦି ସପ୍ନରେ ଆପଣ କୌଣସି ସ୍ଥାନକୁ ଯାଉଛନ୍ତି କିମ୍ବା ନିଜ ଘରକୁ ଫେରୁଛନ୍ତି ଓ ଆପଣଙ୍କୁ ସବୁ ଜାଗାରେ କବାଟ ବନ୍ଦ ହେବା ପରି ଦେଖାଯାଏ, ତାହାହେଲେ ଏହାର ଅର୍ଥ ହେଉଛି ନିକଟରେ ଆପଣଙ୍କୁ ଆର୍ଥିକ ସଙ୍କଟ ଦେଖା ଯାଇପାରେ । ସପ୍ନରେ ଦେଖିଥିବା ସଙ୍କେତ ଗୁଡିକୁ ଆଧାର କରି ଆମେମାନେ ନିଜ ଜୀବନକୁ ଆସୁଥିବା ବିପଦରୁ ରକ୍ଷା କରିପାରିବା । ଧନ ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଲେ ଅର୍ଥ ସଙ୍କଟରୁ ମୁକୁଳି ଯାଇପାରିବ ।

ନିଜକୁ ଚଷମା ଲଗାଉଥିବା ଦେଖିବା :

ଯଦି ଆପଣ ସାଧାରଣତଃ ଚଷମା ଲଗାଉ ନଥାନ୍ତି କିନ୍ତୁ ସପ୍ନରେ ଚଷମା ଲଗାଉଥିବାର ଦେଖନ୍ତି, ତାହା ହେଲେ ଜାଣି ରଖନ୍ତୁ; ନିକଟ ଭବିଷ୍ୟତରେ ଆପଣଙ୍କୁ ଜ୍ଞାନ ମିଳିପାରେ କିମ୍ବା କୌଣସି ଶୈକ୍ଷିକ ଜ୍ଞାନ ପ୍ରାପ୍ତି ହୋଇପାରେ ।

ଏହିସବୁ ଜିନିଷ ସପ୍ନରେ ଦେଖିଲେ ଧନ ଲାଭ ହୋଇପାରେ :

ଯଦି ଆପଣ ସପ୍ନରେ ଜଳୁ ଥିବା ଦୀପ ଦେଖନ୍ତି କିମ୍ବା ନିଜେ ଆମ୍ବ ଖାଉଥିବାର ଦେଖନ୍ତି, ଏହାର ଅର୍ଥ ହେଉଛି ଶୀଘ୍ର ହିଁ ଆପଣଙ୍କୁ ଧନ ଲାଭ ହୋଇପାରେ । ଯଦି ଆପଣ ଗୋବର ସପ୍ନରେ ଦେଖନ୍ତି, ତାହା ହେଲେ ଏହାର ଅର୍ଥ ହେଉଛି ନିଜ ପାଳିତ ପଶୁଙ୍କ ଠାରୁ ଆପଣଙ୍କୁ କିଛି ଧନ ଲାଭ ହୋଇପାରେ ।

ଏହି ଗୁଡିକ ହେଉଛି ସମସ୍ୟାର ସଙ୍କେତ :

ଯଦି ଆପଣ ନିଜକୁ ସପ୍ନରେ ହଇରାଣ ହେଉଥିବାର ଦେଖନ୍ତି, ତାହାହେଲେ ଜାଣି ରଖନ୍ତୁ ଯେ, ଆପଣଙ୍କୁ କୌଣସି ଅଜଣା ଶତ୍ରୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛି । ସପ୍ନରେ ଯଦି ଆପଣ କଇଁଚି ଦେଖନ୍ତି, ତାହାହେଲେ ଏହା କୌଣସି ବଡ ବିପଦର ସଙ୍କେତ ଅଟେ । ଯଦି ଆପଣଙ୍କୁ କେହି ପିଛା କରୁଥିବାର ଦେଖନ୍ତି, ତାହାହେଲେ ଏହାର ଅର୍ଥ ହେଉଛି ଆପଣ ଅସୁରକ୍ଷିତ ଅଛନ୍ତି ।

ଏହି ସପ୍ନରୁ ମିଳିଥାଏ ଲାଭ :

ସପ୍ନରେ ବାଡି ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ଭବିଷ୍ୟତରେ ଖ୍ୟାତି ମିଳିପାରେ । ଯଦି ସପ୍ନରେ ନିଜକୁ ମୁଦି ପିନ୍ଧୁଥିବାର ଦେଖନ୍ତି, ତାହାହେଲେ ଆପଣଙ୍କୁ ଭବିଷ୍ୟତରେ ଆପଣଙ୍କୁ ଭଲ ଜୀବନ ସାଥି ମିଳିବ । ଯଦି ଆପଣ ସ୍ୱପ୍ନରେ ପନିପରିବା ଦେଖନ୍ତି, ଏହାର ଅର୍ଥ ହେଉଛି ଭବିଷ୍ୟତରେ ଆପଣଙ୍କୁ ବହୁତ ଖୁସି ମିଳିବ ।

ଏହି ସପ୍ନଗୁଡିକ ଦେଖିଲେ ଭଲ ସମୟ ଆସୁଛି ବୋଲି ଜାଣିବେ :

ସପ୍ନରେ ଯଦି ଆପଣ ନଦୀରେ ସ୍ନାନ କରୁଥିବାର ଦେଖନ୍ତି, ଏହାର ଅର୍ଥ ହେଉଛି ଅଫିସରେ ଆପଣଙ୍କର ବୋଷ୍ ଙ୍କ ପାଖରୁ କିଛି ଲାଭ ହୋଇପାରେ । ସପ୍ନରେ ତୁଳା କିମ୍ବା କପା ଦେଖନ୍ତି ଏହାର ଅର୍ଥ ହେଉଛି ଆପଣଙ୍କର ଶାରୀରିକ ସମସ୍ୟା ଦୂର ହୋଇଯିବା ଆସିଛି । ସପ୍ନରେ ଜାମୁକୋଳି ଖାଉଥିବାର ଦେଖିଲେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।