ସକାଳୁ ଖାଳିପେଟରେ ଗୁଡ଼ ସହ ଉଷୁମ ପାଣି ପିଇବା ଦ୍ଵାରା ଏହି ରୋଗ ସମୂଳେ ନଷ୍ଟ ହୋଇ ଯାଇଥାଏ ।

Spread the love

ଭାରତରେ ଅଧିକାଂଶ ଲୋକ ଭୋଜନ କରିବା ପରେ ମିଠା ଖାଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ କେତେକ ଲୋକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ମିଠା ଖାଆନ୍ତି ନାହିଁ । ଯଦି ଆପଣ ଶରୀର ସହ କୌଣସି ପ୍ରକାର ସାଲିସ ନ କରି ମିଠା ଖାଇବାକୁ ଚାହାନ୍ତି; ତେବେ ଗୁଡ଼ ଏକ ସ୍ୱାସ୍ଥ୍ୟକର ଅଟେ । ଭାରତୀୟ ସଂସ୍କୃତିରେ ଏହା ବହୁ ପ୍ରାଚୀନ କାଳରୁ ବ୍ୟବହାର ହୋଇ ଆସୁଛି ।

ଚିନି ଏବଂ ଗୁଡ଼ ଉଭୟ ଆଖୁରୁ ପ୍ରସ୍ତତ ହୁଏ । କିନ୍ତୁ ଚିନି ପ୍ରସ୍ତତ କରିବା ସମୟରେ ସେଥିରୁ ଆଇରନ ତତ୍ତ୍ଵ, ପୋଟାସିୟମ ଗନ୍ଧକ, ଫସଫରସ ଏବଂ କ୍ୟାଲସିୟମ ଇତ୍ୟାଦି ତତ୍ତ୍ଵ ନଷ୍ଟ ହୋଇଯାଇଥାଏ । କିନ୍ତି ଗୁଡ଼ରେ ଭିଟାମିନ A ଏବଂ ଭିଟାମିନ B ଭରପୂର ମାତ୍ରାରେ ଥାଏ । ଏକ ପରୀକ୍ଷାରୁ ଜଣାପଡିଛି ଯେ, ନିୟମିତ ଭାବରେ ଗୁଡ଼ ଖାଇଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ପ୍ରକାରର ଅସୁବିଧାରୁ ତ୍ରାହି ମିଳିଥାଏ । ଗୁଡ଼ ଖାଇବା ଦ୍ଵାରା କେଉଁ ସବୁ ମହତ୍ଵ ପୂର୍ଣ୍ଣ ଲାଭ ହୋଇଥାଏ, ଆସନ୍ତୁ ଜାଣିବା ।

ଗୁଡ଼ ଖାଇବର ଲାଭ :

• ପାଚନ ପ୍ରକ୍ରିୟାକୁ ଠିକ୍ କରିବା ସହ ଶରୀରରେ ରକ୍ତ ସଫା କରିଥାଏ ଏବଂ ମେଟାବୋଲିଜିୟମ ଠିକ୍ କରିଥାଏ । ପ୍ରତିଦିନ ଏକ ଗ୍ଲାସ ପାଣି କିମ୍ବା କ୍ଷୀର ସହ ଗୁଡ଼ର ସେବନ କରିଲେ, ପେଟ ଥଣ୍ଡା ରହିଥାଏ । ଏହା ଦ୍ଵାରା ଗ୍ୟାସ ଜନିତ ସମସ୍ୟା ହୁଏ ନାହିଁ । ଯେଉଁମାନଙ୍କୁ ଗ୍ୟାସ ଜନିତ ସମସ୍ୟା ଥାଏ; ସେମାନେ ଅପରାହ୍ନ ଭୋଜନ କିମ୍ବା ରାତ୍ର ଭୋଜନ ପରେ ସାମାନ୍ୟ ଟିକିଏ ଗୁଡ଼ ଖାଇଲେ ଉପଶମ ମିଳେ ।

• ଗୁଡ଼ ଆୟରନର ମୁଖ୍ୟ ସ୍ରୋତ ଅଟେ । ଏଥିପାଇଁ ଏହା ରକ୍ତହୀନତା ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ବିଶେଷ କରି ମହିଳାମାନଙ୍କ ପାଇଁ ଏହାର ବ୍ୟବହାର ବହୁତ ଉତ୍ତମ ଅଟେ ।

• ତ୍ଵଚା ପାଇଁ ଗୁଡ଼ ବହୁତ ଲାଭଦାୟକ ଅଟେ । ଗୁଡ଼ ରକ୍ତରୁ ଖରାପ ଟୋକ୍ସିନକୁ ବାହାର କରିବା ଦ୍ଵାରା ତ୍ୱଚାକୁ ଚମକେଇବାରେ ସାହାଯ୍ୟ କରେ ଏବଂ ମୁଖ ବ୍ରଣର ସମସ୍ୟାକୁ ମଧ୍ୟ ଦୂରେ କରିଥାଏ ।

• ଏହାର ସେବନ ଫଳରେ ଥଣ୍ଡା ଏବଂ କାଶରୁ ଆରାମ ମିଳିଥାଏ । ଥଣ୍ଡା ଯୋଗୁଁ ଆପଣ କଞ୍ଚା ଗୁଡ଼ ନ ଖାଇ ପାରିଲେ ଏହାକୁ ଚା’ କିମ୍ବା ଲଡୁରେ ମଧ୍ୟ ବ୍ୟବହାର କରି ଖାଇ ପାରିବେ ।

• ବହୁତ ଥକ୍କାପଣ ଅନୁଭବ କରୁଥିଲେ, ଗୁଡ଼ର ସେବନ କରିବା ଦ୍ଵାରା ଆପଣଙ୍କର ଶକ୍ତିର ଉତ୍ସ ବଢିଥାଏ । ଗୁଡ଼ ଶରୀରରେ ଶୀଘ୍ର ପାଚନ ହୋଇଯାଇଥାଏ କିନ୍ତୁ ଏହା ଦ୍ଵାରା ମେଧୁମେହର ଭୟ ନ ଥାଏ ।

ଏହା ଛଡା ଖାଳିପେଟରେ ଗୁଡ଼ ସହ ଉଷୁମ ପାଣି ପିଇବା ଦ୍ଵାରା ବହୁତ ଲାଭ ମିଳିଥାଏ :

• ଖାଲି ପେଟରେ ଗୁଡ଼ ଖାଇ ଉଷୁମ ପାଣି ପିଇଲେ ଗ୍ୟାସ, ଏସିଡିଟି, ପେଟ ବ୍ୟଥା ଏବଂ କଷ୍ଟକଠିନ୍ୟ ଆଦି ସମସ୍ୟା ଦୂର ହୋଇଥାଏ । ଯଦି ସକାଳୁ ଭଲ ଭାବରେ ପେଟ ସଫା ହେଉ ନ ଥାଏ; ତେବେ ଗୁଡ ଖାଇବା ସେବନ ଆରମ୍ଭ କରି ଦିଅନ୍ତୁ ।

• ଏହାର ସେବନ ଖାଳି ପେଟରେ କରିବା ଦ୍ଵାରା ତ୍ୱଚା ଏବଂ ମାଂସପେଶୀ ଶକ୍ତିଶାଳୀ ହୋଇଥାଏ । ଏହା ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ଵାରା ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ; ଯାହା ହୃଦୟ ଜନିତ ରୋଗକୁ ଦୂର କରିଥାଏ ।

• ଯଦି ଆପଣ ପ୍ରତିଦିନ ଗୁଡ଼ ଏବଂ ଉଷୁମ ପାଣି ପିଇବେ; ତେବେ ଆପଣ ନିଜ ଶରୀରର ଓଜନକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ । ଏହା ଆପଣଙ୍କର ଶରୀରରେ ଜମି ରହିଥିବା ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ଓଜନ ଅଧିକ ଅଛି ଏବଂ ଆପଣ ନିଜ ଶରୀରର ଓଜନ କମାଇବାକୁ ଚାହୁଁଛନ୍ତି; ତେବେ ପ୍ରତିଦିନ ଏହାକୁ ସେବନ କରିବା ଆରମ୍ଭ କରନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଯେ, ଆମର ଏହି ପୋଷ୍ଟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିବା ପରେ ଏହାକୁ ନିଜ ସାଙ୍ଗସାଥିଙ୍କ ସହ ସେୟାର ନିଶ୍ଚୟ କରନ୍ତୁ ।