ବିବାହିତ ମହିଳାମାନେ ଏହି ଦିନ ତେଲ ଲଗାଇଲେ ପରିବାରର ଉପରେ କୁ-ଖରାପ ପ୍ରଭାବ ପଡ଼ିଥାଏ ଏବଂ ସ୍ଵାମୀଙ୍କ ଆୟୁଷ ମଧ୍ୟ କମିଥାଏ ।

Spread the love

ଆମେ ସାଧାରଣ ରୂପେ ତେଲକୁ ଆମ କେଶରେ ଓ ଶରୀରରେ ଲଗାଇଥାଉ । କାରଣ କେଶରେ ତେଲ ଲଗାଇବା ଦ୍ୱାରା ତାହା ଘନ ଓ ସୁନ୍ଦର ଦେଖାଯାଏ । ଏହାସହ କେଶ ବହୁତ ମଜବୁତ ହୋଇଥାଏ । ସେହିଭଳି ତେଲକୁ ଶରୀରରେ ଲଗାଇବା ଦ୍ୱାରା ଶରୀରରେ ଚମକ ଆସିଥାଏ ଓ ତାହା ଶରୀରକୁ ଚିକ୍କଣ କରିଥାଏ । ଶରୀରରେ ତେଲ ମାଲିସ କରିବା ଦ୍ୱାରା ଶରୀର ସହ ହାଡ଼ ମଧ୍ୟ ବହୁତ ଶକ୍ତ ହୋଇଥାଏ । କିନ୍ତୁ ଗୋଟିଏ ଜିନିଷକୁ ସବୁବେଳେ ଧ୍ୟାନ ରଖିବାକୁ ପଡିବ । ତାହା ହେଉଛି କେଉଁ ଦିନ ତେଲ ଲଗାଇଲେ ତାହା ଶୁଭ ଓ ଅଶୁଭ ହୋଇଥାଏ ଏହା ଜାଣିବା ବହୁତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ଦିନମାନଙ୍କରେ ତେଲ ଲଗେଇବା ଶୁଭ ଓ ଅଶୁଭ ହୋଇଥାଏ ।

୧) ସୋମବାର –

ସୋମବାର ଦିନ ତେଲ ଲଗାଇଲେ ଚେହେରାରେ କ୍ଲାନ୍ତି ଆସିଥାଏ । କେଶରେ ତେଲ ଲଗାଇବା ପାଇଁ ଏହି ଦିନ ସବୁଠାରୁ ଭଲ ବୋଲି କୁହାଯାଏ । ଯଦି ଆପଣ ଏହିଦିନ କେଶରେ ତେଲ ଲଗାଇବେ; ତେବେ ଆପଣଙ୍କ କେଶ ଘନ ଓ ସୁନ୍ଦର ହୋଇଥାଏ ଏବଂ କେଶ ଝଡ଼ିବାର ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଥାଏ ।

୨) ମଙ୍ଗଳବାର –

ଯଦି ଆପଣ ମଙ୍ଗଳବାର ଦିନ କେଶରେ ତେଲ ଲଗାଇଥାନ୍ତି, ତେବେ ଆପଣଙ୍କ ଘରର ସଦସ୍ୟଙ୍କୁ ରୋଗ ବେମାର ହେବାର ଆଶଙ୍କା ଥାଏ । ଏହି ଦିନରେ ତେଲ ଲଗାଇଲେ ଆପଣଙ୍କୁ ଓ ଆପଣଙ୍କ ପ୍ରିୟଜନଙ୍କୁ ବେମାର ପ୍ରାୟ ଘେରି ରହିଥାଏ । ତେଣୁ ମଙ୍ଗଳବାର ଦିନ ତେଲ ଲଗାବା ଉଚିତ ନାହିଁ ।

୩) ବୁଧବାର –

ବୁଧବାର ଦିନ ଶରୀରରେ ତେଲ ଲଗାଇବା ଶୁଭଦାୟକ ହୋଇଥାଏ । ଏହି ଦିନ ତେଲ ଲଗାଇବା ଦ୍ୱାରା ଆପଣଙ୍କ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କ ବୁଦ୍ଧି, ଭାଗ୍ୟ ଓ ସୁନ୍ଦରତାରେ ବୃଦ୍ଧି ହୋଇଥାଏ । ତେଣୁ ଏହି ଦିନ ତେଲ ଲଗାଇବା ବହୁତ ଶୁଭ ବୋଲି ମାନ୍ୟତା ରହିଛି ।

୪) ଗୁରୁବାର –

ଗୁରୁବାର ଦିନ ଯେତେ ଯାହା ହେଉ ମଧ୍ୟ ଶରୀରରେ କିମ୍ବା କେଶରେ ତେଲ ଲଗାନ୍ତୁ ନାହିଁ । ଏହି ଦିନ ତେଲ ଲଗାଇବା ଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ । ମାଆ’ ଲଷ୍ମୀ ଆପଣଙ୍କ ଉପରେ କ୍ରୋଧ କରନ୍ତି ଓ ଆପଣଙ୍କ ଘରକୁ ଛାଡ଼ି ଚାଲିଯାନ୍ତି ।

୫) ଶୁକ୍ରବାର –

ଶୁକ୍ରବାର ଦିନ ତେଲ ଲଗାଇବା ବହୁତ ଶୁଭ ବୋଲି କୁହାଯାଏ । ଏହି ଦିନ ତେଲ ଲଗାଇଲେ ଘରକୁ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଓ ଆର୍ଥିକରେ କ୍ଷେତ୍ରରେ ମଧ୍ୟ ସ୍ଵଚ୍ଛଳତା ବା ଉନ୍ନତି ଆସିଥାଏ ।

୬) ଶନିବାର –

ଶନିବାର ଦିନ ଭୁଲ୍ ରେ ମଧ୍ୟ ତେଲ ଲଗାନ୍ତୁ ନାହିଁ । ଏହି ଦିନ ତେଲ ଲଗାଇବା ଦ୍ୱାରା ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଓ ଘରେ ସବୁବେଳେ ଝଗଡ଼ା ଲାଗି ରହିଥାଏ ।

୭) ରବିବାର –

ରବିବାର ଦିନ ଭୁଲରେ ମଧ୍ୟ ତେଲ ଲଗାନ୍ତୁ ନାହିଁ । ନଚେତ କୌଣସି ମଧ୍ୟ ବଡ଼ କାମରେ କ୍ଷତି ହୋଇପାରେ । ଆପଣ କୌଣସି କାମ କରିବାକୁ ଚାହୁଁଛନ୍ତି ସେଥିରେ ବାଧା ଆସିପାରେ । ସେଥିପାଇଁ ରବିବାର ଦିନ ତେଲ ଲଗାଇବା ଉଚିତ ନୁହେଁ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ନିଜ ବନ୍ଧୁ ଏବଂ ପରିବାରଜନଙ୍କ ମଧ୍ୟରେ ଶେୟାର କରନ୍ତୁ । ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ । ଧନ୍ୟବାଦ !