ଜାଣନ୍ତୁ ଏଥିରେ ଆପଣଙ୍କ ପିଲାଙ୍କ ନାମ ନାହିଁ ତ ? ଏହି ୪ଟି ଅକ୍ଷରରେ ଆରମ୍ଭ ହୋଇଥିବା ନାମ କଦାପି ନିଜ ବାପାମାଆଙ୍କ କଥା ଶୁଣି ନାଥାନ୍ତି ।

Spread the love

ଏହି କଥାରେ କେହି ମଧ୍ୟ ଅରାଜି ହୋଇପାରିବେ ନାହିଁ, ନିଜ ପିଲାଙ୍କ କଥା ନିଜ ବାପାମାଆଙ୍କ ବ୍ୟତୀତ ଅନ୍ୟ କେହି ବୁଝି ପାରନ୍ତି ନାହିଁ ।ଗୋଟିଏ ପିଲା ପାଇଁ କଣ ଠିକ୍ କଣ ଭୁଲ କରିଥାଏ, ବାପାମାଆଙ୍କ ବ୍ୟତୀତ ଅନ୍ୟ କେହି ବୁଝନ୍ତି ନାହିଁ । ଯେଉଁ ପିଲାଙ୍କ ବାପାମାଆ ଦୁନିଆରେ ବଂଚି ରହିଛନ୍ତି, ସେମାନଙ୍କ ଠାରୁ ଭାଗ୍ୟବାନ ଦୁନିଆରେ କେହି ନଥିବେ । ବାପାମାଆ ସାକ୍ଷାତ ଭଗବାନଙ୍କ ରୂପ ଅଟନ୍ତି । ଯଦି ଆପଣଙ୍କ ବାପାମାଆ ଆପଣଙ୍କ ଉପରେ ଖୁସି ଅଛନ୍ତି; ତେବେ ଭଗବାନ ମଧ୍ୟ ଆପଣଙ୍କ ଉପରେ ଖୁସି ହେବେ । ଯେଉଁ ଘରେ ବାପାମାଆ ଖୁସି ନାହାଁନ୍ତି; ସେହି ଘରେ ଆପଣଙ୍କ ଭାଗ୍ୟ ମଧ୍ୟ ଆପଣଙ୍କୁ ସାଥ ଦେଇନଥାଏ ।

କିନ୍ତୁ ବହୁତ ସମୟରେ ପିଲାମାନେ ନିଜ ବାପାମାଆଙ୍କୁ ଅସମ୍ମାନ କରିଥାନ୍ତି । ପିଲାମାନେ ବଡ଼ ହେବା ପରେ ନିଜକୁ ହୁସିଆର ଓ ଚାଲାକ୍ ଭାବିଥାନ୍ତି । ସେମାନଙ୍କୁ ଲାଗିଥାଏ, ବାପାମାଆଙ୍କୁ କିଛି ଜ୍ଞାନ ନାହିଁ ଦୁନିଆ ବିଷୟରେ । ତେଣୁ ପିଲାମାନେ ବାପାମାଆଙ୍କ କଥାକୁ ଅଣଦେଖା କରିଥାନ୍ତି ଓ କେବଳ ନିଜ କଥା ହିଁ ଭାବିଥାନ୍ତି । କିଛି ପିଲା ଛୋଟ ବେଳରୁ ହିଁ ଏହିପରି ବ୍ୟବହାର କରିଥାନ୍ତି । ଏହି ବିଷୟ ଗୁଡିକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ନାମର ଅକ୍ଷର ବିଷୟରେ କହିବୁ; ଯେଉଁ ଅକ୍ଷରରେ ଆରମ୍ଭ ହୋଇଥିବା ନାମର ପିଲାମାନେ ନିଜ ବାପାମାଆଙ୍କ କଥା ଶୁଣିନଥାନ୍ତି । ଜାଣନ୍ତୁ ନାମ ଗୁଡିକର ପ୍ରଥମ ଅକ୍ଷର ।

A : ଏହି ଅକ୍ଷରରେ ଆରମ୍ଭ ହୋଇଥିବା ପିଲାମାନେ ନିଜକୁ ବେଶୀ ବୁଦ୍ଧିମାନ ବୋଲି ଭାବଥାନ୍ତି । ଏମାନଙ୍କୁ ଲାଗିଥାଏ ମାତାପିତାଙ୍କ ଠାରୁ ଏମାନଙ୍କ ପାଖରେ ଅଧିକ ଜ୍ଞାନ ରହିଛି । ଏହିମାନେ ଭାବିଥାନ୍ତି; ଆମେ ଯାହା ଜାଣିଛୁ ତାହା ହିଁ ଠିକ୍ ଅଟେ । ବାପାମାଆ ଯେଉଁ କଥା କୁହନ୍ତି, ସେହି କଥାରେ କୌଣସି ଦମ୍ଭ ନାହିଁ । ଏହି ଚିନ୍ତାଧାରା ଯୋଗୁଁ ଏହି ପିଲାମାନେ ବହୁତ ଜିଦଖୋର ହୋଇଥାନ୍ତି । ଘରଲୋକଙ୍କ କୌଣସି କଥାକୁ ଏମାନେ ଶୁଣିନଥାନ୍ତି, ନିଜ ଜିଦରେ ଅଟଳ ରହିଥାନ୍ତି ।

P : ଏହି ନାମର ପିଲାମାନେ ଛୋଟ ବେଳୁ ହିଁ ବହୁତ ଜିଦଖୋର ହୋଇଥାନ୍ତି । ଯେତେବେଳେ ପର୍ଯ୍ୟନ୍ତ ନିଜର ପସନ୍ଦିୟ ଜିନିଷ ଏମାନଙ୍କୁ ମିଳିନଥାଏ, ଏମାନଙ୍କୁ ଶାନ୍ତି ମିଳି ନଥାଏ । ନା କେବଳ ନିଜ ବାପାମାଆ, ଅନ୍ୟମାନଙ୍କ କଥା ମଧ୍ୟ ଏମାନେ ଶୁଣି ନଥାନ୍ତି । ଏମାନେ ନିଜ କଥା ସର୍ବଦା ବଳବତର ରହୁ, ଏମାନେ ଚାହିଁଥାନ୍ତି । ଏହି ନାମରେ ଆରମ୍ଭ ହୋଇଥିବା ପିଲାମାନେ କେବଳ ନିଜ ହୃଦୟର କଥା ହିଁ ଶୁଣିଥାନ୍ତି ।

S : ଏହି ନାମରେ ନାମିତ ପିଲାମାନେ ଏତେ ପରିମାଣରେ ଜିଦଖୋର ହୋଇଥାନ୍ତି ଯେ, ନିଜ ବାପାମାଆଙ୍କ ବିରୁଦ୍ଧରେ ଯିବା ପାଇଁ ପଛେଇ ନ ଥାନ୍ତି । ନିଜ ଜିଦ୍ ପୂରଣ ପାଇଁ ଏମାନେ କୌଣସି ସ୍ତରକୁ ମଧ୍ୟ ଯାଇପାରନ୍ତି । ମାତାପିତାଙ୍କ କୌଣସି କଥା ଏମାନଙ୍କୁ ପସନ୍ଦ ହୋଇନଥାଏ । ନିଜ ମନ ମୁତାବକ କାମ କରିବା ପାଇଁ ଏମାନେ ସର୍ବଦା ତତ୍ପର ହୋଇଥାନ୍ତି । ଏମାନଙ୍କ ବିନା ଇଛାରେ ଆପଣ, ଏମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ ।

Y : ଏହି ନାମର ପିଲାମାନେ ଭଲ ଅଭିନେତା ହୋଇଥାନ୍ତି । ଏମାନେ ମିଛ କହିବାରେ ଧୁରନ୍ଦର ହୋଇଥାନ୍ତି । ଏମାନେ ଏପରି ଅଭିନୟ କରନ୍ତି; ଯେପରି ନିଜ ବାପାମାଆଙ୍କ ସମସ୍ତ କଥା ଶୁଣନ୍ତି କିନ୍ତୁ ନିଜ ଭିତରେ ଅନ୍ୟ କିଛି ଭାବି ସେହି କାମକୁ ପୁରା କରିବା ପାଇଁ ଚିନ୍ତା କରୁଥାନ୍ତି । ଏମାନେ ଭାରି ଚାଲାକ, ଚତୁର ହୋଇଥାନ୍ତି । ବହୁତ ଚତୁରତାର ସହ ବାପାମାଆଙ୍କ ଠାରୁ ନିଜ କାମ ହାସଲ କରିଦିଅନ୍ତି ।