ବଲିଉଡର ଏହି ତାରକାମାନେ ରାସ୍ତାରୁ ଅନାଥ ପିଲାଙ୍କୁ ଆଣି ନିଜ ଘରେ ରଖିଛନ୍ତି ।

Spread the love

ଏହି ଅଭିନେତ୍ରୀ ଜଣକ ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ଦୁଇଜଣ ଅନାଥ ଝିଅଙ୍କୁ ନିଜ ଘରେ ରଖି ବଡ ହେବା ପରେ ସେମାନଙ୍କ ବିବାହ କରାଇଛନ୍ତି ।

ଆପଣମାନେ ବଲିଉଡର ଅନେକ କାହାଣୀ ଶୁଣିଥିବେ । ତାରକାମାନଙ୍କ ନିଜସ୍ୱ ଜୀବନ ଏବଂ ସେମାନଙ୍କ ଅଭିନୀତ ଚଳଚ୍ଚିତ୍ରର ବିଷୟ ସର୍ବଦା ଚର୍ଚ୍ଚା ହୋଇଥାଏ । ଦର୍ଶକ ଏହି ତାରକାଙ୍କ ଅଭିନୀତ ଚଳଚିତ୍ରକୁ ପସନ୍ଦ ନାପସନ୍ଦ କରିଥାନ୍ତି । କିଛି ମାତ୍ରାରେ ନିଜ ପସନ୍ଦିୟ କଳାକାରଙ୍କ ନିଜସ୍ୱ ଜୀବନ ବିଷୟରେ; ଦର୍ଶକ ଜାଣିବା ପାଇଁ ଚେଷ୍ଠା କରିଥାନ୍ତି ।ଆଜି ଆମେ ଏପରି କିଛି କଳାକାରଙ୍କ ବିଷୟରେ କହିବୁ; ଯେଉଁମାନେ ଅନାଥ ପିଲାଙ୍କୁ ନିଜ ଘରକୁ ନେଇ ସେମାନଙ୍କ ଲାଳନପାଳନ କରି ସେମାନଙ୍କ ଭାଗ୍ୟକୁ ବଦଳାଇ ଦେଇଛନ୍ତି ।

ଏହି ତାରକାମାନେ ଅନାଥ ପିଲାଙ୍କୁ ନିଜ ଘରକୁ ନେଇ ସେମାନଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି :

ସନ୍ନି ଲିୟୋନି :

ସର୍ବ ପ୍ରଥମେ ଆପଣଙ୍କୁ ଜଣାଇଦେଉଛୁ ଯେ, ସନ୍ନିଙ୍କ ୩ଟି ଛୁଆ ଅଛି । କିନ୍ତୁ ଏହା ସ୍ୱତେ ସନ୍ନି ଗୋଟିଏ ଅନାଥ ଛୁଆକୁ ଆପଣାଇ ନିଜ ଛୁଆଙ୍କ ପରି ବହୁତ ଭଲ ପାଉଛନ୍ତି । ସନ୍ନି କଦାପି ସେହି ଅନାଥ ଛୁଆ ଏବଂ ନିଜ ଛୁଆଙ୍କ ମଧ୍ୟରେ ପ୍ରଭେଦ କରନ୍ତି ନାହିଁ ।

ସଲିମ ଖାନ୍ :

ବଲିଉଡର ଦବଙ୍ଗ କୁହାଯାଉଥିବା ସଲମାନ ଖାନ୍ ଙ୍କ ପିତା ସଲିମ ଖାନ୍ ଙ୍କ ଚାରି ଜଣ ଛୁଆ ଅଛନ୍ତି । ଏହା ସ୍ୱତେ ସେ ଜଣେ ଝିଅକୁ ଆପଣାଇଛନ୍ତି । ସେହି ଅନାଥ ଝିଅଟିର ନାମ ସେ ଅର୍ପିତା ରଖିଛନ୍ତି । ସଲମାନ ଏବଂ ସଲମାନଙ୍କ ଅନ୍ୟ ତିନି ଭାଇ ଅର୍ପିତାଙ୍କୁ ବହୁତ ଭଲ ପାଆନ୍ତି । ଅର୍ପିତା ପୁରା ଖାନ୍ ପରିବାରର ଅଲିଆଳି ଅଟନ୍ତି ।

ସୁସ୍ମିତା ସେନ :

ବରର୍ତମାନ ଜାଣିବା ସୁସ୍ମିତା ସେନ୍ ଙ୍କ ବିଷୟରେ, ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଅବିବାହିତ ହୋଇ ମଧ୍ୟ ସୁସ୍ମିତା ୨ଜଣ ଅନାଥ ଝିଆଙ୍କୁ ଆପଣାଇଛନ୍ତି । ସେମାନଙ୍କ ପରିବାର ଖୁସିରେ ଜୀବନ ବିତାଉଛି ।

ମିଥୁନ ଚକ୍ରବତୀ :

ମିଥୁନ ଜଣେ ଝିଅଙ୍କୁ ଆପଣାଇଛନ୍ତି । ଯାହାଙ୍କ ନାମ ସେ ଦିଶାନି ରଖିଛନ୍ତି । ଦିଶାନିଙ୍କ ମାତାପିତାଙ୍କ ମୃତ୍ୟୁ ପରେ ମିଥୁନ ଦିଶାନିଙ୍କୁ ଆପଣାଇ ଥିଲେ । ଦିଶାନିଙ୍କୁ ମିଥୁନ ଖୁବ୍ ଭଲ ପାଆନ୍ତି ଏବଂ ନିଜ ଝିଅ ପରି ଦିଶାନିଙ୍କ ଲାଳନପାଳନ କରନ୍ତି ।

ରବିନା ଟଣ୍ଡନ୍ :

ରବିନା ଅତୀତର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ଦୁଇ ଜଣ ଝିଅଙ୍କୁ ଆପଣାଇଛନ୍ତି । ବର୍ତ୍ତମାନ ରବିନା ଏହି ଦୁଇ ଝିଅଙ୍କ ବିବାହ କରାଇବା ପାଇଁ ଯାଉଛନ୍ତି ।ଯେତେବେଳେ ରବିନା ବିବାହ କରିନ ଥିଲେ ସେହି ସମୟରେ ହିଁ ରବିନା ଏହି ଦୁଇ ଝିଅଙ୍କୁ ଆପଣାଇଥିଲେ ।