ମିଡ଼ିଆର ଚାକଚକ୍ୟରୁ ଦୂରରେ ରୁହନ୍ତି ଏହି ବଲିଉଡ଼ କଳାକାରଙ୍କର ପତ୍ନୀମାନେ, ଜଣେ ନିଜର ବାହାଘର କଥା ୪ ବର୍ଷ ଲୁଚାଇ ଥିଲେ ।

Spread the love

ବଲିଉଡ଼ରେ ଯଦି ଜଣେ ସେଲିବ୍ରିଟି ପ୍ରସିଦ୍ଧ ହୁଅନ୍ତି; ତେବେ ତାଙ୍କ ସହ ତାଙ୍କ ପୁରା ପରିବାର ମଧ୍ୟ ପ୍ରସିଦ୍ଧ ହୁଅନ୍ତି । ଖାସ କରି ଅଭିନେତାଙ୍କ ପତ୍ନୀମାନେ ମିଡ଼ିଆରୁ ମିଳୁଥିବା ଲାଇମ ଲାଇଟର ବେଶୀ ଲାଭ ଉଠାନ୍ତି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇଯାନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ବଲିଉଡ କଳାକାର ମାନଙ୍କ ପତ୍ନୀଙ୍କ ବିଷୟରେ କହିବୁ ଯେଉଁମାନେ ମିଡିଆର ଲାଇମ ଲାଇଟରୁ ଦୂରରେ ରୁହନ୍ତି ।

ସନି ଦେଵଲ ଏବଂ ପୂଜା ଦେବଲ :

ସନି ଦେବଲଙ୍କ ପତ୍ନୀ ପୂଜା ଦେବଲଙ୍କ ବିଷୟରେ ଲୋକେ ବହୁତ କମ୍ ଜାଣନ୍ତି । ଏହି ଦୁଇ ଜଣ ୧୯୮୪ ମସିହାରେ ଲଣ୍ଡନରେ ଗୁପ୍ତ ଭାବେ ବାହା ହୋଇଥିଲେ । ପୂଜାଙ୍କୁ ଲିନ୍ଦା ଦେବଲ ନାମରେ ଲୋକେ ଜାଣନ୍ତି । ସେ ସର୍ବଦା ମିଡ଼ିଆ ଠାରୁ ଦୁରରେ ରୁହନ୍ତି । ସନି ଦେବଲ ଏବଂ ପୂଜା ଦେବଲଙ୍କ ଦୁଇଟି ପୁଅ ଅଛି, ଗୋଟିଏ ପୁଅର ନାମ କରଣ ଦେବଲ ଓ ଅନ୍ୟ ଏକ ପୁଅର ନାମ ରାଜବୀର ଦେବଲ ।

ଜନ ଅବ୍ରାହମ ଏବଂ ପ୍ରିୟା ରୁଞ୍ଚଳ :

ବିପାଶା ବାସୁ ଙ୍କ ସହ ସମ୍ପର୍କ ବିଚ୍ଛେଦ ପରେ ଜନ ଙ୍କ ଜୀବନ ରେ ପ୍ରିୟା ଆସିଲେ। ଏହି ଦୁହିଁଙ୍କ ଭେଟ ଜଣେ ଘନିଷ୍ଟ ବନ୍ଧୁ ଙ୍କ ଦ୍ଵାରା ହୋଇଥିଲା। ଦୁହେଁ ୪ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହିଲେ ଏବଂ ଶେଷରେ ସେମାନେ ଜାନୁୟାରୀ ୨୦୧୪ ରେ ବିବାହ ବନ୍ଧନରେ ବାନ୍ଧି ହେଲେ । ପ୍ରିୟା ପେଷାରେ ଗୋଟେ ଇଂଭେସ୍ଟିମେଣ୍ଟ ବ୍ୟାଙ୍କର ଅଟନ୍ତି। ପ୍ରିୟା ମଧ୍ୟ ମିଡ଼ିଆ ଠାରୁ ଦୂର ରେ ରୁହନ୍ତି ।

ବବି ଦେବଲ ଏବଂ ତାନ୍ୟା ଦେବଲ

ବବି ପ୍ରଥମ ଥର ତାନ୍ୟାଙ୍କୁ ଏକ ହୋଟେଲରେ ଦେଖିଥିଲେ । ସେତେବେଳେ ବବିଙ୍କୁ ପ୍ରଥମ ଦେଖାରେ ହିଁ ତାନ୍ୟାଙ୍କ ସହ ପ୍ରେମ ହୋଇ ଯାଇଥିଲା । ପରେ ବବି ତାନ୍ୟାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଦୁହେଁ ୧୯୯୬ରେ ବିବାହ ବନ୍ଧନରେ ବାନ୍ଧି ହେଲେ ଏବଂ ଆଜି ସେମାନଙ୍କର ଦୁଇଟି ସୁନ୍ଦର ପୁତ୍ର ମଧ୍ୟ ଅଛି । ତାନ୍ୟା ଇଣ୍ଟେରିୟର ଡିଜାଇନର ରୂପେ କାର୍ଯ୍ୟ କରନ୍ତି । ସେ ମିଡ଼ିଆର ଚମକ ଦମକରୁ ଦୂରରେ ରହି ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପସନ୍ଦ କରନ୍ତି ।

ଗୋବିନ୍ଦା ଏବଂ ସୁନିତା ଆହୁଜା :

ଗୋବିନ୍ଦାଙ୍କ ମାମୁଁ ଏବଂ ସୁନିତାଙ୍କ ବଡ ଭଉଣୀ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନିଜର ସଙ୍ଘର୍ଷର ଦିନରେ ଗୋବିନ୍ଦା ନିଜ ମାମୁଁଙ୍କ ଘରେ ରହୁଥିଲେ । ସେପଟେ ସୁନିତା ମଧ୍ୟ ନିଜ ବଡ ଭଉଣୀଙ୍କ ସହ ମିଶିବା ପାଇଁ ପ୍ରାୟତଃ ଆସୁଥିଲେ । ଏହି ପରିପ୍ରେକ୍ଷୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଯାହା ପରେ ପ୍ରେମରେ ପରିଣତ ହୋଇଯାଇଥିଲା । ଦୁହେଁ ୧୯୮୭ରେ ବିବାହ କରିଥିଲେ । ଅବିଶ୍ୱାସର ବିଷୟ ହେଉଛି ଗୋବିନ୍ଦା ନିଜ ବିବାହ ବିଷୟରେ ମିଡ଼ିଆ ଠାରୁ ୪ ବର୍ଷ ଲୁଚାଇ ଥିଲେ । ଗୋବିନ୍ଦାଙ୍କୁ ଭୟ ଥିଲା, ବିବାହ ଖବର ଶୁଣି ଗୋବିନ୍ଦାଙ୍କ ମହିଳା ପ୍ରଶଂସକ ଦୁରେଇ ଯିବେ ।

ସୁନୀଲ ସେଠି ଏବଂ ମାନା ସେଠି :

ସୁନୀଲ ଇଣ୍ଡଷ୍ଟ୍ରିର ସେହି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଯିଏ, ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପୂର୍ବରୁ ହିଁ ବିବାହ କରିନେଇଥିଲେ । “ମାନା”ଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ସୁନୀଲ ସେଠିଙ୍କୁ ଅଧିକ ସମୟ ଲାଗିଥିଲା । ମାନା ଜଣେ ବ୍ୟବସାୟୀ ମହିଳା ଅଟନ୍ତି ଏବଂ ସେ ମିଡ଼ିଆର ଚାକଚକ୍ୟରୁ ଦୁରେଇ ରୁହନ୍ତି ।

ଇରଫାନ ଖାନ୍ ଏବଂ ସୁତପା ସିକଦର :

ବଲିଉଡର ଅନୁଭବି ଅଭିନେତା ଇରଫାନ ଖାନଙ୍କ ପତ୍ନୀ ମଧ୍ୟ ଇଣ୍ଡଷ୍ଟ୍ରିରୁ ଦୁରେଇ ରୁହନ୍ତି । ସେ କେବଳ ପରଦା ପଛରେ ହିଁ ରୁହନ୍ତି । ଇରଫାନଙ୍କ ପତ୍ନୀ ଜଣେ ସ୍କ୍ରିନ ଏବଂ ଗଳ୍ପ ଲେଖିକା ଅଟନ୍ତି । ଦୁହିଁଙ୍କ ସାକ୍ଷାତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ହୋଇଥିଲା । ପ୍ରଥମେ ପ୍ରେମ ଏବଂ ୧୯୯୫ରେ ବିବାହ ବନ୍ଧନରେ ଦୁହେଁ ବାନ୍ଧି ହୋଇ ଯାଇଥିଲେ ।

ନବାଜୁଦିନ ସିଦ୍ଧିକି ଏବଂ ଅଞ୍ଜଳି ସିଦ୍ଧିକି :

ପ୍ରଥମେ ଦୁହେଁ “ଲିଭ୍ ଇନ୍ ରିଲେସନ”ରେ ରହୁଥିଲେ ପରେ ଦୁହିଁଙ୍କ ବ୍ରେକ୍-ଅପ୍ ହୋଇଯାଇଥିଲା । ପରେ ନବାଜୁଦିନ ମାଆଙ୍କ ପସନ୍ଦିୟ ଝିଅ ସହ ବିବାହ କରି ନେଇଥିଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇ ଯାଇଥିଲା । ପରେ ହଠାତ ନବାଜଙ୍କ ସାକ୍ଷାତ ଅଞ୍ଜଳିଙ୍କ ସହ ହୋଇଥିଲା ଏବଂ ଦୁହେଁ ବିବାହ ପାଇଁ ସ୍ଥିର କରିଥିଲେ । ଅଞ୍ଜଳି ବିବାହ ପରେ ନିଜ ନାମ ବଦଳାଇ ଜେନବ ରଖିଛନ୍ତି ।