ନିଜ ଶଶୁରଙ୍କ ବହୁତ ନିକଟତର ଅଛନ୍ତି ଏହି ବଲିଉଡର ଅଭିନେତ୍ରୀ ମାନେ । ଦିଅନ୍ତି ପିତାଙ୍କ ଠାରୁ ମଧ୍ୟ ଅଧିକ ସମ୍ମାନ ।

Spread the love

ପ୍ରାୟତଃ ଝିଅମାନେ ନିଜ ଶାଶୁଙ୍କ ସହ ବହୁତ ନିକଟତର ହୋଇଥାନ୍ତି କିନ୍ତୁ ଏହି ବଲିଉଡ଼ ଅଭିନେତ୍ରୀମାନେ ନିଜ ଶଶୁରଙ୍କ ସହ ଅଧିକ ନିକଟତର ଅଟନ୍ତି ।

ବିବାହ ପରେ ଜଣେ ଝିଅ ଓ ଶାଶୁଙ୍କ ମଧ୍ୟରେ ନିଜର ମାଆ ଏବଂ ଶଶୁରଙ୍କ ଭିତରେ ନିଜର ପିତାଙ୍କୁ ଦେଖିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ବାସ୍ତବରେ ଶାଶୁ ଶଶୁର ଯେତେ ଭଲ ହୋଇଥାନ୍ତୁ ନା କାହିଁକି ସେମାନେ ପିତାମାତାଙ୍କ ସ୍ଥାନ ନେଇ ପାରିବେ ନାହିଁ । କିନ୍ତୁ କିଛି କିଛି ଝିଅଙ୍କ ଭାଗ୍ୟରେ ଥାଏ, ଶାଶୁ ଓ ଶଶୁର ଉଭୟ ନିଜ ପିତାମାତାଙ୍କ ପରି ହୋଇଥାନ୍ତି । ନିଜ ପିତାମାତାଙ୍କ ପରି ଝିଅକୁ ସ୍ନେହ ଆଦର କରିଥାନ୍ତି । ବିବାହ ପରେ ଜଣେ ଝିଅ ନିଜ ଶାଶୁଙ୍କ ବହୁତ ନିକଟତର ହୋଇଥାଏ । ବହୁତ ସମୟ ଏପରି ହୋଇଥାଏ; ଯେତେବେଳେ ଝିଅମାନେ ନିଜର ଶଶୁରଙ୍କ ନିକଟତର ହୋଇଥାନ୍ତି । ଗତ କିଛି ବର୍ଷ ତଳେ ବଲିଉଡରେ ଅନେକ ତରକା ବିବାହ କରିଥିଲେ । ବଲିଉଡର ଅନେକ ଅଭିନେତ୍ରୀ ୨୦୧୮ରେ ବିବାହ କରିଥିଲେ । କିଛି ଅଭିନେତ୍ରୀ ନିଜ ପତିଙ୍କ ସହ ଅଲଗା ରହୁଥିବା ବେଳେ କିଛି ଅଭିନେତ୍ରୀ ଶଶୂରଘରର ପରିବାର ସହ ମିଳିତ ରହୁଛନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡର ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ; ଯେଉଁମାନେ ନିଜ ଶଶୁରଙ୍କ ଅତି ନିକଟତର ଅଟନ୍ତି । ଶଶୁରଙ୍କୁ ନିଜ ପିତାଙ୍କ ପରି ମାନ ସମ୍ମାନ ଦିଅନ୍ତି ।

ଦୀପିକା ପାଦୁକୋନ :

ବଲିଉଡର ନାନିଦାମୀ ଯୋଡି ଦୀପିକା ଏବଂ ରଣବୀର ଗତ ବର୍ଷ ୧୪-୧୫ ନଭେମ୍ବରରେ ବିବାହ କରିଥିଲେ । ଇଟାଲୀର “ଲେକ୍ କୋମା”ରେ ଦୁହିଁଙ୍କ ବିବାହ ହୋଇଥିଲା । ଦୁହିଁଙ୍କ ଏହି ବିବାହ କୋକଣି ଏବଂ ସିନ୍ଧି ପରମ୍ପରା ଅନୁସାରେ ହୋଇଥିଲା । ଦୀପିକାଙ୍କ ନିଜ ଶଶୁରଙ୍କ ସହ ଭଲ ସମ୍ପର୍କ ରହିଛି । ସେ ଖାସ୍ ରୂପେ ରଣବୀରଙ୍କ ପିତା ଜଗଜିତ ସିଂହ ଭାବନାନୀଙ୍କୁ ନିଜର ପିତାଙ୍କ ପରି ସମ୍ମାନ କରନ୍ତି ।

ଐଶ୍ଵର୍ୟା ରାଏ :

ଐଶ୍ଵର୍ୟା ରାଏ ଜଣେ ଏପରି ମହିଳା ଯିଏ ନା କେବଳ ନିଜର ସୁନ୍ଦରତା ବଳରେ ନାହିଁ ବରଂ ନିଜର ଦମଦାର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ଐଶ୍ଵର୍ୟା ରାଏଙ୍କ ବିବାହ ଅଭିଷେକ ବଚ୍ଚନଙ୍କ ସହ ୨୦ ଏପ୍ରିଲ ୨୦୦୭ରେ ହୋଇଥିଲା । ଐଶ୍ଵର୍ୟା ନିଜ ଶଶୁର ଅମିତାଭଙ୍କ ସହ ଖୁବ୍ ନିକଟତର ଅଟନ୍ତି । ସେ ଅମିତାଭଙ୍କୁ ଖୁବ୍ ସମ୍ମାନ ଦିଅନ୍ତି ଏବଂ ନିଜ ପିତାଙ୍କ ପରି ପ୍ରେମ କରନ୍ତି ।

ସମାନ୍ଥା ରୁଥ ପ୍ରଭୁ :

ସମାନ୍ଥା ରୁଥ ପ୍ରଭୁଙ୍କ ନାମ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡରଷ୍ଟ୍ରିରେ ଖୁବ୍ ଜଣାଶୁଣା ଅଟେ । ସମାନ୍ଥା ରୁଥ ପ୍ରଭୁ ନିଜ ଶଶୁର ନାଗାର୍ଜ୍ଜୁନଙ୍କୁ ବହୁତ ସମ୍ମାନ କରନ୍ତି । ସମାନ୍ଥାଙ୍କ ବିବାହ ନାଗାର୍ଜ୍ଜୁନଙ୍କ ପୁଅ ନାଗା ଚେନୟଙ୍କ ସହ ୨୦୧୭ ମସିହାରେ ହୋଇଥିଲା । ସମାନ୍ଥା ରୁଥ ପ୍ରଭୁ ନିଜ ଶଶୁରଙ୍କ ସହ ପ୍ରାୟତଃ ଦେଖିବା ପାଇଁ ମିଳେ ଏବଂ ସେ ତାଙ୍କୁ ବହୁତ ସମ୍ମାନ ମଧ୍ୟ ଜଣାନ୍ତି ।

ନେହା ଧୁପିଆ :

ନେହା ବିଗତ ବର୍ଷ ବିସେନ ସିଂହ ବେଦୀଙ୍କ ପୁଅ ଅଙ୍ଗଦ ବେଦୀଙ୍କ ସହ ବିବାହ କରିଥିଲେ । ବିବାହର କିଛି ଦିନ ପରେ ନେହା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।ନେହାଙ୍କ ସମ୍ପର୍କ ନିଜ ଶଶୁରଙ୍କ ସହ ଖୁବ୍ ଭଲ ଅଟେ । ସେ ନିଜ ଶଶୁରଙ୍କୁ ନିଜ ପିତାଙ୍କ ପରି ସମ୍ମାନ ଦିଅନ୍ତି ଏବଂ ତାଙ୍କର ଧ୍ୟାନ ମଧ୍ୟ ରଖନ୍ତି । ନେହା ଏକ ସାକ୍ଷାତକାରରେ କହିଛନ୍ତି, ସେ ନିଜ ଶଶୁରଙ୍କୁ ଶଶୁର ନୁହେଁ ବରଂ ସାଙ୍ଗ ରୂପେ ବ୍ୟବହାର କରିଥାନ୍ତି ।

ଅନିତା ହାସନନ୍ଦାନୀ :

ଟିଭି ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଅନିତା ବଲିଉଡରେ ମଧ୍ୟ କିଛି ଚଳଚିତ୍ର କରିଛନ୍ତି । ବର୍ତ୍ତମାନ ସେ “Colours” ଚ୍ୟାନେଲରେ ନାଗିନ ଧାରାବାହିକରେ ଅଭିନୟ କରୁଛନ୍ତି । ବିଗତ ୧୮ ବର୍ଷ ହେବ ଅନିତା ଇଣ୍ଡରଷ୍ଟ୍ରି ସହ ଜଡିତ ଅଛନ୍ତି । ସମୟ ବଢି ଚାଲିବା ସହ ଅନିତାଙ୍କ ସୁନ୍ଦରତା ମଧ୍ୟ ବଢି ଚାଲିଛି । ଅନିତା ୨୦୧୩ ମସିହାରେ ରୋହିତ ରେଡ୍ଡୀଙ୍କ ସହ ବିବାହ କରିଥିଲେ । ଅନିତାଙ୍କ ମଧ୍ୟ ନିଜ ଶଶୁରଙ୍କ ସହ ଭଲ ସମ୍ପର୍କ ରହିଛି ଏବଂ ସେ ତାଙ୍କ ଶଶୁରଙ୍କୁ ସମ୍ମାନ ମଧ୍ୟ କରନ୍ତି ।