ବଲିଉଡର ଏହି ସୁନ୍ଦର ଅଭିନେତ୍ରୀମାନେ ବାପା ଓ ପୁଅଙ୍କ ସହ ରୋମାନ୍ସ କରିସାରିଛନ୍ତି । ଯାହାଫଳରେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ ।

Spread the love

ବଲିଉଡର ଏହି ସୁନ୍ଦର ଅଭିନେତ୍ରୀମାନେ ପରଦା ଉପରେ ବାପା ଏବଂ ପୁଅଙ୍କ ସହ ରୋମାନ୍ସ କରି ଚର୍ଚ୍ଚାରେ ରହିଥିଲେ ।

ବଲିଉଡରେ ପ୍ରେମ ଏବଂ ସମ୍ବନ୍ଧ, ତାରକା ମାନଙ୍କର ଏକ ସାଧାରଣ ଘଟଣା ଅଟେ ଏବଂ ଏହା ସେମାନଙ୍କ ଜୀବନର ଏକ ଅଂଶ ଅଟେ । ଏହା ବିନା ସେମାନେ କେବେ ଚର୍ଚ୍ଚା ସାଉଁଟି ଥାନ୍ତି ବୋଧେ । ଏଠାରେ କାମ କରୁଥିବା ତାରକାମାନେ କାହା ସହ ମଧ୍ୟ ପ୍ରେମ ସମ୍ପର୍କ ରଖି ପାରନ୍ତି, ତାହା ପରଦା ଉପରେ ହେଉ କିମ୍ବା ପରଦା ପଛରେ ।ପ୍ରାୟତଃ ଆମେ ପଢିଛେ, ଶୁଣିଛେ ଅଭିନେତାମାନେ ପରଦା ଉପରେ ମାଆ ଏବଂ ଝିଅଙ୍କ ଉଭୟଙ୍କ ସହ ପ୍ରେମ କରିଛନ୍ତି । କିନ୍ତୁ ଆଜିର ଲେଖାରେ ଆମେ ଜଣାଇବୁ ଅଭିନେତ୍ରୀମାନେ କିପରି ବାପା ଏବଂ ପୁଅ ଉଭୟଙ୍କ ସହ ପ୍ରେମ କରିଛନ୍ତି ପରଦା ଉପରେ, ଯାହାଫଳରେ ସେମାନେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି । କିଛି ଅଭିନେତ୍ରୀଙ୍କ ଚର୍ଚ୍ଚା ଦର୍ଶକ ଆଜି ମଧ୍ୟ କରୁଛନ୍ତି । ବଲିଉଡର ଏହି ଅଭିନେତ୍ରୀମାନେ ବାପ ପୁଅଙ୍କ ସହ ପ୍ରେମ କରିଛନ୍ତି ପରଦା ଉପରେ ।

ବଲିଉଡର ଏହି ସୁନ୍ଦର ଅଭିନେତ୍ରୀମାନେ ବାପ ପୁଅଙ୍କ ସହ ରୋମାନ୍ସ କରିଛନ୍ତି :

ବଲିଉଡରେ ସର୍ବଦା ଭିନ୍ନ ଭିନ୍ନ ସ୍ଥିତି ରହିଥିଲା ଓ ରହିଛି । ଅନେକ ସମୟରେ ଅଭିନେତାଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚରିତ୍ର ବଦଳି ଥିବାର ଆପଣମାନେ ଦେଖିଥିବେ । ଏହି ଚରିତ୍ର ଏପରି ଯେ, କିଛି ଅଭିନେତ୍ରୀ ପିତା ଏବଂ ପୁତ୍ର ଉଭୟଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିଥିବା ଦେଖିବା ପାଇଁ ମିଳିଥିଲା, ଯାହାଫଳରେ ଅଭିନେତ୍ରୀମାନେ ଅନେକ ଚର୍ଚ୍ଚା ସାଉଁଟି ଥିଲେ । ଆସନ୍ତୁ ଜାଣିବେ ଆମେ କେଉଁ ସବୁ ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ।

ମାଧୁରୀ ଦିକ୍ଷୀତ :

ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଫିଲ୍ମ ଦୟାବାନରେ (1986) ନିଜର ଚଳଚିତ୍ର ଜୀବନ ଆରମ୍ଭ କରିଥିଲେ ଏବଂ ଫିଲ୍ମରେ ତାଙ୍କର ରୋମାନ୍ସ ବିନୋଦ ଖାନ୍ନାଙ୍କ ସହ ଚାଲିଥିଲା । ନିଜର ପ୍ରଥମ ଫିଲ୍ମରେ ବିନୋଦଙ୍କ ସହ ଅନେକ ବୋଲଡ଼ ସିନ୍ ଦେଇଥିଲେ । ଏହି ସିନ୍ ପାଇଁ ମାଧୁରୀଙ୍କ ଖୁବ୍ ଚର୍ଚ୍ଚା ସାଉଁଟି ଥିଲେ । ଏହାପରେ ବିନୋଦଙ୍କ ପୁଅ ଅକ୍ଷୟ ଖାନ୍ନାଙ୍କ ସହ “ମୋହବତେ” ଚଳଚିତ୍ରରେ ମଧ୍ୟ ରୋମାନ୍ସ କରିଥିଲେ ।

ହେମା ମାଳିନୀ :

ହେମାଙ୍କ ପ୍ରଥମ ଚଳଚିତ୍ର “ସ୍ଵପ୍ନ କା ସୌଦାଗର୍” ଥିଲା । ଏଥିରେ ତାଙ୍କ ବିପରିତରେ ରାଜ କପୁର ଅଭିନୟ କରିଥିଲେ । ଏହାପରେ ହେମା ମାଳିନୀ ରାଜ କପୁରଙ୍କ ପୁଅ ରଣଧୀର କପୁର୍ ଏବଂ ଋଷି କପୁରଙ୍କ ସହ ଚଳଚିତ୍ର ଗୁଡିକରେ ରୋମାନ୍ସ କରିବାର ନଜରକୁ ଆସିଥିଲା । ହେମା ରଣଧୀରଙ୍କ ସହ “ସଫାଇ” ଏବଂ ଋଷିଙ୍କ ସହ “ଏକ ଚାଦର ମୈଲି ସି”ରେ ଅଭିନୟ କରିଥିଲେ ।

ଶ୍ରୀଦେବୀ :

ଶ୍ରୀଦେବୀ ଆଜି ଆମ ଗହଣରେ ନାହାଁନ୍ତି କିନ୍ତୁ ନିଜ ଚଳଚିତ୍ର ମାଧ୍ୟମରେ ସେ ଅନେକ ସଫଳତା ପାଇଥିଲେ । ଶ୍ରୀଦେବୀ ଅଭିନେତା ଧର୍ମେନ୍ଦ୍ରଙ୍କ ସହ “ନାକାବନ୍ଧି” ଚଳଚିତ୍ରରେ ଅଭିନୟ କରିଥିଲେ ଏବଂ ପରେ ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେବଲଙ୍କ ସହ “ଚାଲବାଜ”, “ନିଗହେଁ”, “ରାମ ଅବତାର”ରେ ରୋମାନ୍ସ କରିଥିଲେ । ଦର୍ଶକ ଉଭୟ ସନ୍ନି ଏବଂ ଧର୍ମେନ୍ଦ୍ରଙ୍କ ସହ ଶ୍ରୀଦେବୀଙ୍କ ଅଭିନୟକୁ ପସନ୍ଦ କରିଥିଲେ ।

ଅମୃତା ସିଂହ :

ବର୍ତ୍ତମାନ ହୋଇଥାଇ ପାରେ ଅମୃତା ସିଂହ ବାଲିଉଡ଼ରୁ ଦୁରେଇ ଯାଇଛନ୍ତି କିନ୍ତୁ ଅତୀତରେ ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । “ବେତାଵ” ଚଳଚିତ୍ର ମାଧ୍ୟମରେ ସେ ନିଜର ଚଳଚିତ୍ର ଜୀବନ ଆରମ୍ଭ କରିଥିଲେ ଏବଂ ସେ ଏହି ଚଳଚିତ୍ରରେ ସନ୍ନି ଦେବଲଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ଧର୍ମେନ୍ଦ୍ରଙ୍କ ସହ “ସଛାଇ କି ତାକତ୍”ରେ ମଧ୍ୟ ଅଭିନୟ କରିଥିଲେ ।

ଦିମ୍ପଲ କପାଡ଼ିଆ :

ଦିମ୍ପଲ, ସନ୍ନି ଏବଂ ଧର୍ମେନ୍ଦ୍ରଙ୍କ ସହ ଅଭିନୟ କରିବା ବ୍ୟତୀତ ବିନୋଦ ଖାନ୍ନା ଏବଂ ଅକ୍ଷୟ ଖାନ୍ନାଙ୍କ ସହ ପରଦାରେ ରୋମାନ୍ସ କରିଛନ୍ତି । ସେ ଧର୍ମେନ୍ଦ୍ରଙ୍କ ସହ “ବଣ୍ଟବାରା” ଏବଂ “ସେହେଜାଦେ”ରେ ଅଭିନୟ କରିଥିଲେ । ସନ୍ନିଙ୍କ ସହ “ନର୍ସିଂମହା”, “ମଂଜିଲ ମଂଜିଲ”, “ଅର୍ଜୁନ”, “ଗୁନାହଁ”, “ଆଗ କା ଗୋଲା” ପରି ଚଳଚିତ୍ରରେ ଅଭିନୟ କରିଥିଲେ । ଯଦି କହିବୁ ବିନୋଦ ଖାନ୍ନାଙ୍କ ସହ କାମ କରିବା କଥା, ତେବେ ସେ “ଖୁନ କା କର୍ଜ” ଏବଂ “ଇନସାଫ”ରେ କାମ କରିଥିଲେ । ପରେ “ଦିଲ୍ ଚାହାତ”ରେ ଦିମ୍ପଲ ଅକ୍ଷୟ ଖାନ୍ନାଙ୍କ ସହ ରୋମାନ୍ସ କରିଥିଲେ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !

ସୌଜନ୍ୟ : https://www.newstrend.news