ବଲିଉଡର ଏହି ସୁନ୍ଦର ଅଭିନେତ୍ରୀମାନେ ପରଦାରୁ ହଜି ଯାଇଛନ୍ତି । ଜଣେ ତ ଜୀବନ ବଞ୍ଚେଇବା ପାଇଁ ବିଦେଶ ଚାଲିଗଲେ ।

Spread the love

ବଲିଉଡର ରଙ୍ଗୀନ ଏବଂ ଚମତ୍କାର ଜଗତରେ ବହୁତ ସୁନ୍ଦର ସୁନ୍ଦର ଅଭିନେତ୍ରୀମାନେ ଅଛନ୍ତି । ଏହି ସୁନ୍ଦର ଅଭିନତ୍ରୀ ମାନଙ୍କ ସମର୍ଥକ ସଂଖ୍ୟା ମଧ୍ୟ କିଛି କମ ନୁହେଁ । ଏହି ଅଭିନେତ୍ରୀ ମାନେ ନିଜର ଭଲ ଅଭିନୟ ଏବଂ ସୁନ୍ଦରତା ପାଇଁ ଲୋକମାନଙ୍କ ନିକଟରେ ଏକ ଭିନ୍ନ ପରିଚିୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଦୁନିଆରେ ଲକ୍ଷ ଲକ୍ଷ ଲୋକ ଏମିତି ଅଛନ୍ତି, ଯେଉଁମାନେ କି ଏହି ସୁନ୍ଦର ଅଭିନେତ୍ରୀ ମାନଙ୍କ ପାଇଁ ପାଗଳ ହୋଇ ଯାଇଛନ୍ତି । କିନ୍ତୁ କଣ ଆପଣ ଏକଥା ଜାଣନ୍ତି କି ! ଏହି ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି; ଯେଉଁମାନେ ବଲିଉଡ ଜଗତରୁ ସମ୍ପୂର୍ଣ୍ଣ ରୂପେ ଉଭେଇ ଯାଇଛନ୍ତି । ବର୍ତ୍ତମାନ ଏହି ଅଭିନେତ୍ରୀ ମାନେ ନିଜକୁ ଫିଲ୍ମ ଦୁନିଆରୁ ଦୁରେଇ ରଖିଛନ୍ତି । ବାସ୍ତବରେ ଏହି ଅଭିନେତ୍ରୀ ମାନେ ରାତି ରାତି ଷ୍ଟାର ହୋଇ ଯାଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିଲେ । କିନ୍ତୁ ଏହି ସୁନ୍ଦର ଅଭିନେତ୍ରୀ ମାନେ ହଠାତ ବଡ଼ ପରଦାରୁ ସମ୍ପୂର୍ଣ୍ଣ ରୂପେ ଉଭେଇ ଯାଇଛନ୍ତି, ଖାଲି ଏତିକି ହିଁ ନୁହେଁ ବର୍ତ୍ତମାନ ଏହି ଅଭିନେତ୍ରୀ ମାନଙ୍କୁ ଲୋକମାନେ ଧୀରେ ଧୀରେ ଭୁଲି ଗଲେଣି । ଆଜି ଆମେ ଏହି ଲେଖା ମାଧ୍ୟମରେ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ; ଯିଏ ବର୍ତ୍ତମାନ ସମୟରେ ବଲିଉଡରୁ ହଜି ଯାଇଛନ୍ତି ।

ନିଲମ :

ଅଭିନେତ୍ରୀ ନିଲମ ବଲିଉଡର ଫିଲ୍ମ “ହାମ ସାଥ ସାଥ ହେ”ରେ ସଲମାନ ଖାନଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ବର୍ତ୍ତମାନ ନିଲମ ଫିଲ୍ମ ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ଦୂରକୁ ଚାଲି ଯାଇଛନ୍ତି । ନିଲମଙ୍କ ନାମ ସବଠୁ ସୁନ୍ଦର ଏବଂ ଭଲ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ଅଛି । ବର୍ତ୍ତମାନ ନିଲମ ସାମାଜିକ କାର୍ଯ୍ୟରେ ନିଜକୁ ସକ୍ରିୟ ରଖିଛନ୍ତି । ନିଲମଙ୍କ ବିବାହ ଟିଭି ଜଗତର ପ୍ରସିଦ୍ଧ କଳାକାର ସମୀର ସୋନିଙ୍କ ସହିତ ହୋଇଛି ।

ଆୟଶା ଜୁକ୍ଲା :

ଆପଣ ସମସ୍ତେ ଜନୀଥିବେ ୯୦ ଦଶକର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଆୟଶା ଜୁକ୍ଲା ବିଷୟରେ । ଆୟଶା ଜୁକ୍ଲା ବଲିଉଡରେ ବହୁତ ବଡ ବଡ କଳାକାରଙ୍କ ସହିତ ଅନେକ ଫିଲ୍ମରେ କାମ କରିଥିଲେ ଏବଂ ତାଙ୍କର ବିସ୍ମୟକର ଅଭିନୟକୁ ଲକ୍ଷ ଲକ୍ଷ ଦର୍ଶକ ପସନ୍ଦ ମଧ୍ୟ କରୁଥିଲେ କିନ୍ତୁ ବଲିଉଡର ଏହି ସୁନ୍ଦର ଅଭିନେତ୍ରୀ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସମ୍ପୂର୍ଣ୍ଣ ଭାବେ ଉଭେଇ ଯାଇଛନ୍ତି ।

ସୋନମ :

ଅଭିନେତ୍ରୀ ସୋନମକୁ ବଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ କରାଯାଇଛି । ସୋନମ ୯୦ ଦଶକର ଜଣେ ଉତ୍ତମ ଅଭିନେତ୍ରୀ ଥିଲେ । ସୋନମ ବଲିଉଡରେ ଅନେକ ସୁପରହିଟ ଫିଲ୍ମରେ କାମ କରିଥିଲେ ଏବଂ ତାଙ୍କର ବିବାହ ଫିଲ୍ମ ନିର୍ଦ୍ଦେଶକ ରାଜୀବ ରାୟଙ୍କ ସହିତ ହୋଇଛି । ଖବର ଅନୁସାରେ ଅଭିନେତ୍ରୀ ସୋନମଙ୍କୁ ଧମକ ମିଳିଥିଲା ଏବଂ ବହୁତ ଅର୍ଥ ଦେବା ପାଇଁ ବାଧ୍ୟ କରଯାଇଥିଲା । ସେହି ଡରରେ ଏହି ସୁନ୍ଦର ଅଭିନେତ୍ରୀ ନିଜର ଜୀବନ ବଞ୍ଚେଇବା ପାଇଁ ନିଜ ସ୍ୱାମୀଙ୍କ ସହ ବିଦେଶ ଚାଲିଗଲେ ।

କିମି କାଟକର :

ଅଭିନେତ୍ରୀ କିମି କାଟକର ୮୦ ଓ ୯୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସେ ଫିଲ୍ମ ଜଗତର ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ଫିଲ୍ମ “ହମ୍”ରେ କାମ କରିଥିଲେ । ଆପଣ ସମସ୍ତଙ୍କୁ “ହମ୍” ଫିଲ୍ମର ଲୋକପ୍ରିୟ ଗୀତ ‘ଚୁମା ଚୁମା’ ତ ନିଶ୍ଚୟ ମନେଥିବ । ଏହି ଗୀତରୁ ହିଁ କିମି କାଟକର ବହୁତ ଲୋକପ୍ରିୟ ହୋଇ ଯାଇଥିଲେ । ଏହା ସହିତ ସେ “ତାର୍ଜନ” ଭଳି ଫିଲ୍ମରେ ବିସ୍ମୟକର କାମ କରିଥିଲେ । ସେ ଫିଲ୍ମ ନିର୍ଦ୍ଦେଶକ ଶାନ୍ତନୁ ସୌରୀଙ୍କ ସହ ବିବାହ କରିଛନ୍ତି । ବର୍ତ୍ତମାନ ସେ ଫିଲ୍ମ ପରଦାରୁ ଦୁରେଇ ଯାଇଛନ୍ତି ।

ମୟୂରୀ କଙ୍ଗୋ :

ବଲିଉଡ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମରେ ଅଭିନେତ୍ରୀ ମୟୂରୀ କଙ୍ଗୋ କାମ କରିଛନ୍ତି । କିନ୍ତୁ ଅଭିନେତ୍ରୀ ମୟୂରୀ କଙ୍ଗୋଙ୍କର ଫିଲ୍ମ ଗୁଡିକ ବକ୍ସ ଅଫିସରେ ସଫଳତା ହାସଲ କରି ପାରିନଥିଲା । ସେ ବଲିଉଡ ଇଣ୍ଡଷ୍ଟ୍ରିରୁ ସମ୍ପୂର୍ଣ୍ଣ ରୂପେ ହଜି ଯାଇଛନ୍ତି ଏବଂ ବର୍ତ୍ତମାନ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି ।