ପୂର୍ବ ଅପେକ୍ଷା ପରିବର୍ତ୍ତନ ହୋଇଯାଇଛନ୍ତି ଟିଭିର ଏହି ପ୍ରସିଦ୍ଧ ଶିଶୁ କଳାକାରମାନେ, ବଡ଼ ହେବା ପରେ ମୁଖ୍ୟ ଭୂମିକା ମିଳି ଯାଇଛି ।

Spread the love

ଟିଭିର ଶିଶୁ କଳାକାରମାନେ ବର୍ତ୍ତମାନ ବହୁତ ବଡ଼ ହୋଇ ଗଲେଣି ଏବଂ ଅନ୍ୟ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ସମୟ ସର୍ବଦା ଏକା ଭଳି ହୋଇ ରହିନଥାଏ । ପିଲାମାନେ କେତେବେଳେ ବଡ଼ ହୋଇଯାନ୍ତି, ଏ ବିଷୟରେ ଜଣା ପଡେ ନାହିଁ । ଟିଭି ଧାରାବାହିକ ଦୁନିଆରେ ଅନେକ ବର୍ଷ ପର୍ଯ୍ୟନ୍ତ ଶିଶୁ କଳାକାର ମାନେ ରାଜୁତି କରିଥିଲେ, ସେମାନେ ବଡ଼ ହୋଇ ମଧ୍ୟ ଧାରାବାହିକ ଜଗତରେ ନିଜର ଛାପ ଛାଡିଛନ୍ତି । ଆଜି ଆମେ ଯେଉଁ ଶିଶୁ କଳାକାର ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ, ସେମାନେ ଏମିତି ଶିଶୁ କଳାକାର ଥିଲେ, ଯେଉଁମାନେ ଟିଭି ପରଦାରେ ଭଲ ପ୍ରଦର୍ଶନ କରିବା ସହ ବଡ଼ ହୋଇ ସେମାନେ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏକଦା ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ଏବଂ ଏବେ ପ୍ରଥମରୁ ବହୁତ ପରିବର୍ତ୍ତନ ହୋଇ ଯାଇଛନ୍ତି ଟିଭିର ଏହି ପ୍ରସିଦ୍ଧ ଶିଶୁ କଳାକାରମାନେ । ବର୍ତ୍ତମାନ ଏମାନେ କେଉଁ ଧାରାବାହିକର ଶୋଭା ବଢାଉଛନ୍ତି ଆସନ୍ତୁ ଜାଣିବା ।

ପୂର୍ବ ଅପେକ୍ଷା ଅନେକ ପରିବର୍ତ୍ତନ ହୋଇ ଯାଇଛନ୍ତି ଟିଭିର ଏହି ପ୍ରସିଦ୍ଧ ଶିଶୁ କଳାକାରମାନେ :

ଟିଭି ଧାରାବାହିକରେ କାମ କରୁଥିବା ଛୋଟ ଛୋଟ ଶିଶୁମାନେ ନିଜର ଅଭିନୟ ମାଧ୍ୟମରେ ପରଦା ଉପରେ ଚର୍ଚ୍ଚାରେ ରୁହନ୍ତି । ଏଭଳି କେହି ତରକା ନାହାଁନ୍ତି ଯେଉଁମାନଙ୍କୁ ଆଜି ମଧ୍ୟ ଆପଣଙ୍କୁ ମନେ ରଖିନଥିବ ଏବଂ ସେମାନେ “ବାଳିକା ବଧୁ”ର ଛୋଟ ଆନନ୍ଦି ହେଉ କିମ୍ବା “ସାକାଲାକା ବୁମ ବୁମ”ର ସଞ୍ଜୁ ହେଉ, ସମସ୍ତେ ଏବେ ବଡ଼ ହୋଇ ଗଲେଣି ଏବଂ ଛୋଟ ବେଳେ ଏମାନେ ଟେଲିଭିଜନ ଦୁନିଆରେ ଭଲ ଅଭିନୟ କରିବା ସହ ଏବେ ବଡ଼ ହୋଇ ସେମାନେ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ଜୁବେର ରହମାନୀ :

କଲର୍ସ ଟିଭିର ପ୍ରସିଦ୍ଧ କାର୍ଯ୍ୟକ୍ରମ ଫୁଲବାରେ ଶିଶୁ କଳାକାର ମାଧ୍ୟମରେ ପାଦ ରଖିଥିବା ତାରକା “ଜନ୍ନତ ଜୁବେର ରହମାନୀ”ଙ୍କୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଏବଂ ସେ ବର୍ତ୍ତମାନ ବହୁତ ବଡ଼ ହୋଇ ଗଲେଣି । ସେ ନିଜର ଅଭିନୟ ଦ୍ଵାରା ଲୋକଙ୍କ ହୃଦୟ ଜିତିଥିଲେ । ବର୍ତ୍ତମାନ ଜନ୍ନତ ପ୍ରାପ୍ତ ବୟସ୍କ କାର୍ଯ୍ୟକ୍ରମ “ତୁ ଆଶିକି”ରେ ଅଭିନୟ କରୁଛନ୍ତି ।

ସ୍ପର୍ଶ କଞ୍ଚନଦାନୀ :

ଟିଭି କାର୍ଯ୍ୟକ୍ରମ ‘ଉତ୍ତରନ’ରେ ଛୋଟ ଇଛାର ଭୂମିକା କରୁଥିବା ତାରକା ସ୍ପର୍ଶ କଞ୍ଚନଦାନୀ ନିଜର ନିରୀହ ଏବଂ ଭଲ ଅଭିନୟ ଦ୍ଵାରା ଲୋକଙ୍କ ହୃଦୟ ଜିତିଥିଲେ । ସେ ବର୍ତ୍ତମାନ ୧୮ବର୍ଷର ହୋଇ ଯାଇଛନ୍ତି ଏବଂ ‘ଉତ୍ତରନ’ ଛଡା ସେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ସେ ଫିଲ୍ମ ‘ହିଚକି’ରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ସେ ବହୁତ ଶୀଘ୍ର ଧାରାବାହିକ ‘ବିକ୍ରମ ବେତାଳ’ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବାର ଖବର ମିଳିଛି ।

କିଂଶୁକ ବୈଦ୍ୟ :

୨୦୦୦ ମସିହାରେ “ସାକାଲାକା ବୁମ ବୁମ” ଧାରାବାହିକ ପିଲାମାନଙ୍କ ମଧ୍ୟରେ ବହୁତ ଚହଳ ସୃଷ୍ଟି କରିଥିଲା ଏବଂ ସଞ୍ଜୁ ନାମର ଭୂମିକା ସମସ୍ତଙ୍କର ଅତି ପ୍ରିୟ ଥିଲା । ସଞ୍ଜୁଙ୍କ ଛଡା ତାଙ୍କର ଯାଦୁଭରା ପେନସିଲ ମଧ୍ୟ ସବୁ ପିଲାଙ୍କର ଅତି ପ୍ରିୟ ହୋଇ ଯାଇଥିଲା । କିନ୍ତୁ ସଞ୍ଜୁ ଅର୍ଥାତ କିଂଶୁକ ବୈଦ୍ୟ ବର୍ତ୍ତମାନ ବହୁତ ବଡ଼ ହୋଇଗଲେଣି । ଏକ ଲମ୍ବା ସମୟର ଅନ୍ତର ପରେ ୨୦୧୬ ମସିହାରେ କିଂଶୁକ ପୁଣି ଟିଭି ଜଗତକୁ ଫେରିଲେ ଏବଂ ସେ ‘କର୍ଣ୍ଣ ସଙ୍ଗିନୀ’ରେ ଅର୍ଜୁନଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଅବିକା ଗୌର :

ପ୍ରସିଦ୍ଧ ଟିଭି ଧାରାବାହିକ “ବାଳିକା ବଧୁ”ର ଛୋଟ ଆନନ୍ଦି ଆପଣଙ୍କୁ ମନେ ଥିବ । ଏହି ଛୋଟ ବାଳିକା ଜଣକ କେବଳ ୮ବର୍ଷ ବୟସରେ ଏପରି କାମ କରିଥିଲା ଯେ ଆଜି ମଧ୍ୟ ଲୋକେ ତାଙ୍କୁ ଆନନ୍ଦି ନାମରେ ଜାଣନ୍ତି । ଏହି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅବିକା ଗୌରଙ୍କୁ ବର୍ତ୍ତମାନ ୨୧ବର୍ଷ ବୟସ ହୋଇଗଲାଣି ଏବଂ ସେ ଅନେକ ଧାରାବାହିକରେ କାମ କରି ସାରିଲେଣି । ଅବିକା ଗୌର ବର୍ତ୍ତମାନ ଦକ୍ଷିଣ ଭାରତୀୟ ଚଳଚିତ୍ର ଆଡ଼କୁ ଢଳି ଗଲେଣି, ସେ ଅନେକ ଦକ୍ଷିଣ ଭାରତୀୟ ଚଳଚିତ୍ରରେ ଅଭିନୟ କରି ସାରିଲେଣି ।