ଖେଳାଳି ହେବା ସ୍ୱତେ ଏହି କ୍ରିକେଟ ଖେଳାଳିମାନେ ସରକାରୀ ଅଫିସର ମଧ୍ୟ ଅଟନ୍ତି । ତିନି ନମ୍ବରରେ ଥିବା ଖେଳାଳି ଆର୍ମିରେ ଲେଫ୍ଟିନାଣ୍ଟ ଅଛନ୍ତି ।

Spread the love

ଭାରତୀୟ କ୍ରିକେଟ ଦଳରେ କିଛି ଏପରି ଖେଳାଳି ଅଛନ୍ତି; ଯେଉଁମାନଙ୍କ ପାଖରେ ସରକାରୀ ଚାକିରି ରହିଛି । ଖେଳ ବ୍ୟତୀତ ଏହି ଖେଳାଳିମାନେ ଦେଶର ସେବା କରିବାରେ ପଛାଇ ନା ଥାନ୍ତି ।

ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ଵପ୍ନ ଥାଏ ସରକାରୀ ଚାକିରୀ ଟିଏ ମିଳୁ । କିନ୍ତୁ କେହି କେହି ବ୍ୟକ୍ତିଙ୍କ ଏହି ସ୍ଵପ୍ନ ପୁରା ହୋଇଥାଏ ଏବଂ କେତେକ ବ୍ୟକ୍ତିଙ୍କ ସପ୍ନ ଅଧୁରା ହୋଇ ରହିଯାଇଥାଏ । ଘରୋଇ ଚାକିରୀ ଅପେକ୍ଷା ସରକାରୀ ଚାକିରୀରେ ଦରମା ଭଲ ମିଳିଥାଏ । ଏଥିପାଇଁ ଅଧିକରୁ ଅଧିକ ବ୍ୟକ୍ତି ସରକାରୀ ଚାକିରୀ ପ୍ରତି ଆଶା ରଖି ତାହା ପଛରେ ଦୌଡ଼ି ଥାନ୍ତି । ଘର ଲୋକଙ୍କ ମଧ୍ୟ ସପ୍ନ ଥାଏ, ତାଙ୍କ ପୁଅ କିମ୍ବା ଝିଅ ସରକାରୀ ଚାକିରୀ କରୁ । କିନ୍ତୁ ସରକାରୀ ଚାକିରୀ ମିଳିବା ଏତେଟା ସହଜ ନୁହେଁ ।ଏହାକୁ ପାଇବା ପାଇଁ ଅନେକ ପରୀକ୍ଷା ଦେବା ପାଇଁ ପଡିଥାଏ । ଆପଣମାନେ ଦେଖିଥିବେ କିମ୍ବା ଶୁଣିଥିବେ ବିବାହ ସମୟରେ ପୁଅ କିମ୍ବା ଝିଅ ସରକାରୀ ଚାକିରୀ ଖଣ୍ଡିଏ କରିବା ଉଚିତ୍ । ଥରେ ଭାବି ଦେଖନ୍ତୁ, ସେହି ପିତାମାତାଙ୍କ ଛାତି ଗର୍ବରେ ଫୁଲି ଉଠୁଥିବ ଯେଉଁମାନଙ୍କ ପିଲାମାନେ ଭାରତୀୟ କ୍ରିକେଟ ଦଳର ଜଣେ ଜଣେ ଭଲ ଖେଳାଳି ହେବା ସହ ସରକାରୀ ଚାକିରୀ ଖଣ୍ଡେ ଖଣ୍ଡେ କରୁଛନ୍ତି । ଭାରତୀୟ କ୍ରିକେଟ ଦଳରେ କିଛି ଏପରି ଖେଳାଳି ଅଛନ୍ତି; ଯେଉଁମାନେ ଖେଳାଳି ହେବା ସହ ଜଣେ ଭଲ ସରକାରୀ ଅଫିସର ମଧ୍ୟ ।

ହରଭଜନ ସିଂହ

ହରଭଜନ ଭାରତୀୟ କ୍ରିକେଟ ଦଳର ସ୍ପିନ ବୋଲର ଅଟନ୍ତି । କ୍ରିକେଟର ହେବା ସହ ହରଭଜନ ଜଣେ ସରକାରୀ ଅଫିସର ମଧ୍ୟ । ବହୁତ କମ ଲୋକେ ଜାଣିଥିବେ ସେ ପଞ୍ଜାଵ ପୋଲିସରେ ଡ଼ିଏସପି ଅଛନ୍ତି । ହରଭଜର ସିଂହ ବାଲିଉଡ଼ ଅଭିନେତ୍ରୀ ଗୀତା ବସରାଙ୍କ ସହ ବିବାହ କରିଛନ୍ତି ଏବଂ ଦୁହିଁଙ୍କ ଏକ ସୁନ୍ଦର ଝିଅ ମଧ୍ୟ ଅଛି ।

ଯୋଗୀନ୍ଦର ଶର୍ମା

୨୦୦୭ ମସିହାରେ ଭାରତକୁ ପ୍ରଥମ ବିଶ୍ୱକପ ଟି-୨୦ ଜିଟାଇବାରେ ଯୋଗୀନ୍ଦରଙ୍କ ଭୂମିକା ଅତୁଳନୀୟ ଥିଲା । ସେହି ମ୍ୟାଚ ପରେ ଯୋଗୀନ୍ଦର ଭାରତର ପ୍ରତ୍ୟେକ ଘରେ ପରିଚିତ ହୋଇଗଲେ । ବର୍ତ୍ତମାନ ସମୟରେ ଯୋଗୀନ୍ଦର ଶର୍ମା ହରିୟାଣା ପୋଲିସରେ ଡ଼ିଏସପି ରୂପେ ଦେଶ ଏବଂ ସମାଜର ସେବା କରି ଆସୁଛନ୍ତି ।

କପିଲ ଦେଵ

ଭାରତର ସର୍ବଶ୍ରେଷ୍ଠ ଖେଳାଳି ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କପିଲ ଦେଵ । ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ କ୍ରିକେଟରେ ବିଶ୍ୱ ବିଜୟ ହୋଇ ପାରିଥିଲା । ଭାରତୀୟ କ୍ରିକେଟ ଦଳର ଏହି ଅଲରାଉଣ୍ଡର ଜଣକ ୨୦୦୮ରେ ଭାରତୀୟ ସେନାର ଲେଫ୍ଟିନେଟ ରହିଥିଲେ ।

ସଚିନ ତେନ୍ଦୁଲକର

ଭାରତରେ ଲୋକଙ୍କୁ ଯଦି ପଚାରା ଯାଏ, କ୍ରିକେଟର ଭଗବାନ କାହାକୁ ମାନୁଛ; ତେବେ ସମସ୍ତଙ୍କ ମୁହଁରେ ଗୋଟିଏ ନାମ ଥିବ ସଚିନ ତେନ୍ଦୁଲକର । ଦେଶ ବିଦେଶରେ ନିଜ ଖେଳ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଥିବା ତେନ୍ଦୁଲକର ଜଣେ ପ୍ରସିଦ୍ଧ ଖେଳାଳି ଅଟନ୍ତି । ସଚିନଙ୍କୁ ଲୋକେ ମାଷ୍ଟର ବ୍ଲାଷ୍ଟର ରୂପେ ମଧ୍ୟ ଜାଣନ୍ତି । ୨୦୧୦ ମସିହାରେ ସଚିନ ଭାରତର ଏୟାରଫୋର୍ସର କ୍ୟାପଟେନ ହୋଇଥିଲେ ।

ମହେନ୍ଦ୍ର ସିଂହ ଧୋନୀ

ଧୋନୀଙ୍କୁ ଲୋକେ ମାହି ନାମରେ ଜାଣନ୍ତି । ମାହି ନିଜର କୌଶଳପୂର୍ଣ ଅଧିନାୟକତ୍ୱ ଫଳରେ ଦେଶକୁ ଅନେକ ବିଜୟର ଭେଟି ଦେଇ ସାରିଛନ୍ତି । ୨୦୧୧ ମସିହାରେ ଧୋନୀ ଭାରତୀୟ ସେନାରେ ମାନଦ ଲେଫ୍ଟିନେଟ କର୍ଣ୍ଣଲ ହୋଇଥଲେ । ଧୋନୀ ଅନେକ ଥର କହି ସାରିଛନ୍ତି; ଭାରତୀୟ ସେନାରେ ଯୋଗ ଦେବା ତାଙ୍କର ଛୋଟ ବେଳର ସପ୍ନ ଥିଲା ।