ଏମାନେ ହେଉଛନ୍ତି ୯୦ ଦଶକର ଭୟଙ୍କର ଖଳନାୟକ ଭୂମିକରେ ଅଭିନୟ କରୁଥିବା ଖଳନାୟକଙ୍କର ସନ୍ତାନ । କେତେକ କଳାକାର ହୋଇଛନ୍ତି ତ ଆଉ କେତେକ ବଲିଉଡ଼ରୁ ଉଭେଇ ଯାଇଛନ୍ତି ।

Spread the love

କିଛି ଏମିତିକା ଖଳନାୟକ ଯେଉଁମାନେ କି ଚଳଚ୍ଚିତ୍ରରେ ବହୁତ ହାଙ୍ଗାମା କରିଛନ୍ତି କିନ୍ତୁ ପ୍ରକୃତ ଜୀବନରେ ସେମାନେ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି ।

ଅଧିକାଂଶ ପରିବାରରେ ଏହିପରି ହୋଇଥାଏ ଯେ, ପିତା ଯେଉଁ ଜୀବିକାରେ ନିଜ ପରିବାରର ପୋଷଣ କରନ୍ତି, ସେମାନଙ୍କ ପୁଅ ଓ ଝିଅ ମଧ୍ୟ ସେହି ଜୀବିକାକୁ ଗ୍ରହଣ କରନ୍ତୁ ବୋଲି ପରିବାର ଲୋକେ ଚାହିଁଥାନ୍ତି । କିନ୍ତୁ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ । ବଲିଉଡ଼ରେ ପ୍ରାୟ ସବୁବେଳେ ହିରୋମାନଙ୍କର ପୁଅ ଓ ଝିଅଙ୍କ କଥା ଆଲୋଚନା କରାଯାଇଥାଏ । ଯେଉଁମାନେ କି ବର୍ତ୍ତମାନ ଚଳଚ୍ଚିତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି, ଆଉ କିଛି କରି ସାରିଛନ୍ତି ଏବଂ ଆଉ କେତେକ ପାଠ ପଢ଼ନ୍ତି କିନ୍ତୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଖଳନାୟକଙ୍କ ପ୍ରକୃତ ଜୀବନରେ ତାଙ୍କ ପୁଅ ଓ ଝିଅଙ୍କ ବିଷୟରେ କେବେ ଆଲୋଚନା କରାଯାଏ ନାହିଁ । ଏଠାରେ ଆମେ ଆପଣଙ୍କୁ ୯୦ ଦଶକର ଏମିତି କିଛି ଖଳନାୟକଙ୍କ ପୁଅ ଓ ଝିଅଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ । ଆସନ୍ତୁ ଜାଣିବା :

ଏମାନେ ହେଉଛନ୍ତି ୯୦ ଦଶକର ଭୟଙ୍କର ଖଳନାୟକଙ୍କର ପୁଅ ଓ ଝିଅ :

ସମସ୍ତ ଶିଶୁଙ୍କ ଜୀବନରେ ମାଆ ଯେତିକି ଗୁରୁତ୍ବପୂର୍ଣ୍ଣ ହୋଇଥାଏ ବାପାଙ୍କର ମହତ୍ତ୍ଵ ମଧ୍ୟ ସେତିକି ଥାଏ । ଏମିତିରେ ଆପଣ କେବେ ଭାବିଛନ୍ତି କି ନିଜ ସମୟରେ ଲୋକପ୍ରିୟ ହୋଇଥିବା ଖଳନାୟକ ମାନଙ୍କ ପୁଅ ଓ ଝିଅ କିପରି ଦେଖାଯାଆନ୍ତି ଓ ଏବେ ସେମାନେ କଣ କରନ୍ତି ? ତେବେ ଚାଲନ୍ତୁ ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି କହିବୁ ।

ଅମରିଶ ପୂରି :

ଅମରିଶଙ୍କ ନାମ ବଲିଉଡର ସବୁଠାରୁ ସଫଳ ଖଳନାୟକଙ୍କ ମଧ୍ୟରେ ନିଆଯାଏ । ସେ ପାଖାପାଖି ସମସ୍ତ ବଡ଼ କଳାକାରଙ୍କ ସହିତ କାମ କରିଛନ୍ତି ଓ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟକୁ ମଧ୍ୟ ଜିଣିଛନ୍ତି । ଅମରିଶ ପୂରି ଚଳଚ୍ଚିତ୍ରରେ ଖଳନାୟକ ଛଡ଼ା ଅନ୍ୟ କେତେକ ଲୋକପ୍ରିୟ ଭୂମିକାରେ ମଧ୍ୟ କାମ କରିଛନ୍ତି । ତାଙ୍କ ପୁଅଙ୍କ ନାମ ରାଜୀବ ପୂରି ଅଟେ ଯିଏ କି ଚଳଚ୍ଚିତ୍ର ଜଗତକୁ କେବେ ମଧ୍ୟ ଆସି ନାହାଁନ୍ତି ଓ ସେ ଜଣେ ସାମୁଦ୍ରିକ ନୌଚାଳକ ଅଟନ୍ତି ।

ଏମ.ବି. ସେଟ୍ଟୀ :

ଏକ ସମୟରେ ବହୁତ ଭଲ ଷ୍ଟଣ୍ଟ ମ୍ୟାନ୍ ଓ ଖଳନାୟକ ଥିଲେ ଏମ.ବି. ସେଟ୍ଟୀ । ତାଙ୍କ ବିଷୟରେ ଆପଣମାନେ ବୋଧହୁଏ ଜାଣିଥିବେ ଯେ, ସେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ବାପା ଅଟନ୍ତି । ଏମ ବି ସେଟ୍ଟୀ ଖଳନାୟକ ଭୂମିକାରେ ଅଭିନୟ କରି ଏମିତି ପ୍ରତିଯୋଗିତା ଉତ୍ପନ କଲେ ଯେ, ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ଅନ୍ୟ କଳାକାର ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଓ ଏମ.ବି.ସେଟ୍ଟୀ ନିଜ କ୍ୟାରିୟର ଏକ ଯୁଦ୍ଧ ଉପଦେଷ୍ଟା ଭାବରେ ଆରମ୍ଭ କରିଥିଲେ ଓ ଏହା ପରେ ସେ ଏକ୍ସନ ଡ଼ାଇରେକ୍ଟର ଏବଂ ପରେ ସେ ଜଣେ ଅଭିନେତା ମଧ୍ୟ ହୋଇଥିଲେ ।

କବୀର ବେଦୀ :

ବଲିଉଡର ସବୁଠୁ ସୁନ୍ଦର ଖଳନାୟକ ହେଉଛନ୍ତି କବୀର ବେଦୀ ଓ ସେ ସୁପରହିଟ ଚଳଚ୍ଚିତ୍ର “ଖୁନ ଭରି ମାଙ୍ଗ”ରେ ଜଣେ ବଳିଷ୍ଠ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । କବୀର ବେଦୀଙ୍କ ଝିଅ ପୂଜା ବେଦୀ କିଛି ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ତାଙ୍କ ପୁଅ ଅଦମ ବେଦୀ ଜଣେ ଅଜଣା ଇଣ୍ଟରନେସନଲ ମଡେଲ ଅଟନ୍ତି ।

ଶକ୍ତି କପୂର :

୮୦ ଏବଂ ୯୦ ଦଶକରେ ଶକ୍ତି କପୂର ଅନେକ ଗୁଡିଏ ଚଳଚ୍ଚିତ୍ରରେ ଖଳନାୟକ ଓ ହାସ୍ୟକର ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟ ଦର୍ଶକଙ୍କୁ ବହୁତ ଭଲ ଲାଗିଥାଏ । ତାଙ୍କର ଝିଅ ଶ୍ରଦ୍ଧା କପୂର ଜଣେ ସଫଳ ଅଭିନେତ୍ରୀ ହୋଇ ସାରିଛନ୍ତି ଓ ତାଙ୍କର ପୁଅ ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି ।

ଡେନୀ ଡେଂଜୋପା :

ଅଭିନେତା ଡେନୀ ଡେଂଜୋପା ଚଳଚ୍ଚିତ୍ର ଗୁଡିକରେ ଖଳନାୟକ ଓ କିଛି ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ପୁଅ ରିନଜିଙ୍ଗ ମଧ୍ୟ ପିତାଙ୍କ ପରି ଚଳଚ୍ଚିତ୍ରରେ ଆସିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ବଲିଉଡରେ ସମସ୍ତେ ପ୍ରାୟ ସାମାନ୍ୟ ଭାବେ ନିଜ ପିତାଙ୍କ ଜୀବିକାକୁ ଗ୍ରହଣ କରିଥାନ୍ତି ଓ ଏମିତି ଲାଗୁଛି ଯେ, ରିନଜିଙ୍ଗ ମଧ୍ୟ ନିଜ ପିତାଙ୍କ ପରି ଅଭିନୟ କରିବେ । ରିନଜିଙ୍ଗ ଗୋଟିଏ ଏକ୍ସନ ଥ୍ରୀଲର ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯାହାର ନାମ “ସ୍କ୍ୱାର୍ଡ଼” ଅଟେ ।

ରଂଜିତ :

୮୦ ଏବଂ ୯୦ ଦଶକରେ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ରଂଜିତ ଥିବାର ଅର୍ଥ ଏହା ଯେ, ହିରୋଇନର ଇଜ୍ଜତ ପ୍ରତି ବିପଦ ଅଛି । କିଛି ଏମିତି ଜଲୱା ଥିଲା ରଂଜିତଙ୍କ ଅଭିନୟରେ ସେଥିପାଇଁ ସେ ବଲିଉଡରେ ପାଖପାଖି ୨୦୦ଟି ଚଳଚ୍ଚିତ୍ରରେ କାମ ମଧ୍ୟ କରିଛନ୍ତି । ତାଙ୍କ ଝିଅଙ୍କ ନାମ ଦିବ୍ୟଙ୍କା ଅଟେ ଏବଂ ସେ ଫ୍ୟାସନ ଓ ଜ୍ଵଲେରୀ ଡିଜାଇନର ବୃତ୍ତି କରନ୍ତି ।