ନିଜ ପତ୍ନୀଙ୍କ ବିବାହରେ କେବଳ ଏତିକି ବର୍ଷର ଥିଲେ ଅଭିନେତ୍ରୀମାନେ । ଜଣଙ୍କର ବୟସ କେବଳ ଏକ ବର୍ଷ ଥିଲା ।

Spread the love

ଗଜଲ ସମ୍ରାଟ ଜଗଜିତ ସିଂହଙ୍କ ପ୍ରସିଦ୍ଧ ଗୀତର ଗୋଟିଏ ଗୀତର ଏକ ଧାଡି ମନେ ପଡୁଛି, ଯେଉଁଥିରେ ଲେଖା ହୋଇଥିଲା “ନା ଉମ୍ର କି ସୀମା ହୋ, ନା ଜନ୍ମୋ କା ବନ୍ଧନ” । ଏହି ଧାଡିକୁ ବଲିଉଡର ତାରକାମାନେ ସତ ମାନି ନେଇଥିଲେ । ଆଜିକାଲି ଅଭିନେତ୍ରିମାନେ ନିଜ ବୟସରୁ କମ ବୟସର ପୁଅଙ୍କୁ ପସନ୍ଦ କରୁଛନ୍ତି କିନ୍ତୁ ପୂର୍ବରୁ ଏହିଭଳି ଅଭିନେତାମାନେ କରୁଥିଲେ । ଅଭିନେତା ମାନେ ପୂର୍ବରୁ ନିଜ ବୟସର ଅଧା ବୟସର ଝିଅଙ୍କୁ ବିବାହ କରୁଥିଲେ । ପ୍ରଥମ ବିବାହ ହେବା ପରେ ଛାଡପତ୍ର ଦେଇ ନିଜ ଠାରୁ ଅଧା ବୟସର ଝିଅଙ୍କୁ ଦ୍ଵିତୀୟ ବିବାହ କରୁଥିଲେ । ଏହି ସୂଚୀରେ ବହୁତ ଗୁଡିଏ ତାରକା ସାମିଲ ଅଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ୪ ଜଣ ତାରକାଙ୍କ ବିଷୟରେ କହିବୁ; ଯେଉଁମାନେ ନିଜ ପତିଙ୍କ ପ୍ରଥମ ବିବାହ ସମୟରେ ମାତ୍ର ଏହି ବୟସର ଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ଏତେ ଛୋଟ ଥିଲେ ଯେ, ତାଙ୍କୁ କୌଣସି ବିଷୟ ବୁଝା ପଡୁନଥିଲା ।

ନିଜ ପତିଙ୍କ ବିବାହରେ ମାତ୍ର ଏତିକି ବୟସର ହୋଇଥିଲେ ଏହି ଅଭିନେତ୍ରୀମାନେ :

କିଶୋର କୁମାର :

ବଲିଉଡର ପ୍ରସିଦ୍ଧ ଗାୟକ କିଶୋର କୁମାର ନିଜ ଜୀବନରେ ୪ଟି ବିବାହ କରିଥିଲେ । କିଶୋର ପ୍ରଥମ ବିବାହ ୧୯୫୧ରେ ରୁମା ଗୁହା ଠାକୁରଙ୍କ ସହ କରିଥିଲେ,ଏହାପରେ ୧୯୬୦ରେ ମଧୁବାଲାଙ୍କ ସହ, ଏହାପରେ ୧୯୭୬ରେ ଯୋଗୀତା ବାଲିଙ୍କ ସହ ଏବଂ ଚତୁର୍ଥ ବିବାହ ୧୯୮୦ରେ ଲିନା ଚନ୍ଦାବରକରଙ୍କ ସହ କରିଥିଲେ ।୧୯୮୬ରେ କିଶୋର କୁମାରଙ୍କ ମୃତ୍ୟୁ ହୋଇଯାଇଥିଲା । ଯେତେବେଳେ କିଶୋରଙ୍କ ପ୍ରଥମ ବିବାହ ହୋଇଥିଲା ଏହାର ଏକ ବର୍ଷ ପରେ ଅର୍ଥାତ ୧୯୫୦ରେ ଲିନା ଚନ୍ଦାବରକରଙ୍କ ଜନ୍ମ ହୋଇଥିଲା । ଏହାର ଅର୍ଥ ଯେତେବେଳେ କିଶୋର କୁମାର ପ୍ରଥମ ବିବାହ କରିଥିଲେ ସେହି ସମୟରେ ଲିନା ଏକ ବର୍ଷର ହୋଇଥିଲେ ।

ଧର୍ମେନ୍ଦ୍ର :

୧୯୫୪ରେ ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କ ସହ ବିବାହ କରିଥିଲେ । ସେହି ସମୟରେ ହେମା ମାଳିନୀ କେଵଳ ୬ ବର୍ଷର ଥିଲେ । ଏହା ପରେ ଧର୍ମେନ୍ଦ୍ରଙ୍କ ହୃଦୟ ହେମାଙ୍କ ଉପରେ ଆସିଥିଲା ଏବଂ ସେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଚାହିଁଥିଲେ କିନ୍ତୁ ଏହିପରି ହୋଇ ନ ଥିଲା । ପରେ ଧର୍ମେନ୍ଦ୍ର ଇସଲାମ ଧର୍ମ ଆପଣାଇ ଥିଲେ ଏବଂ ୧୯୭୯ରେ ହେମା ମାଳିନୀଙ୍କ ସହ ବିବାହ କରି ନେଇଥିଲେ ।

ସୈଫ ଅଲ୍ଲୀ ଖାନ୍ :

ବଲିଉଡ ଅଭିନେତା ସୈଫ ଅଲ୍ଲିଙ୍କ ପ୍ରଥମ ବିବାହ ୧୯୯୧ରେ ଅମୃତା ସିଂହଙ୍କ ସହ ହୋଇଥିଲା । ସେହି ସମୟରେ ସୈଫଙ୍କ ବର୍ତ୍ତମାନର ପତ୍ନୀ କରିନା କେବଳ ୧୧ ବର୍ଷୀୟ ଥିଲେ । ୨୦୦୪ରେ ଅମୃତାଙ୍କ ସହ ଛାଡପତ୍ର ହେବା ପରେ ୨୦୧୨ରେ କରିନାଙ୍କ ସହ ସୈଫ ବିବାହ କରିଥିଲେ । ସୈଫ ଅଲ୍ଲୀ ଖାନ୍ କରିନା କପୁରଙ୍କ ଠାରୁ ୧୨ ବର୍ଷ ବଡ଼ ଅଟନ୍ତି ଏବଂ ଦୁହିଁଙ୍କ ପ୍ରେମ ସମ୍ପର୍କ ୪ ବର୍ଷ ଚାଲିଥିଲା ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।

ଜାବେଦ ଆଖତର :

ବଲିଉଡର ପ୍ରସିଦ୍ଧ ଲେଖକ ଜାବେଦ ଆଖତରଙ୍କ ପ୍ରଥମ ବିବାହ ୧୯୭୨ରେ ଇନି ଇରାଣୀଙ୍କ ସହ ହୋଇଥିଲା କିନ୍ତୁ କୌଣସି କାରଣରୁ ଦୁହିଁଙ୍କ ଛାଡପତ୍ର ହୋଇଯାଇଥିଲା । ୧୯୮୪ରେ ଜାବେଦ ଆଖତର ନିଜ ଠାରୁ ଅଧା ବୟସର ଅଭିନେତ୍ରୀଙ୍କ ସହ ବିବାହ କରିଥିଲେ । ସବାନା ଆଜମି ଜାବେଦଙ୍କ ଠାରୁ ୫ ବର୍ଷ ଛୋଟ ଅଟନ୍ତି କିନ୍ତୁ ବୟସର ତାରତମ୍ୟ ଅଧିକ ନୁହେଁ । ଜାବେଦଙ୍କ ପ୍ରଥମ ବିବାହ ଭାଙ୍ଗିବାର କାରଣ ହେଉଛି ଜାବେଦ ସବାନାଙ୍କ ପ୍ରେମରେ ପଡିଯାଇଥିଲେ ।