ସଚ୍ଚୋଟ ପ୍ରେମର ଅପେକ୍ଷାରେ ସାରା ଜୀବନ କୁଆଁରୀ ରହିଗଲେ ଏହି ଅଭିନେତ୍ରୀମାନେ ! ଏହି ଦୁଇ ଜଣ ତୋ ଦୁନିଆରେ ନାହାଁନ୍ତି ।

Spread the love

ବାହାଘର ପ୍ରତ୍ୟେକ ଜୀବନରେ ମହତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ । ଜୀବନରେ ଏମିତି ଏକ ଅବସ୍ଥା ଆସିଥାଏ, ଯେବେ ମଣିଷକୁ ବିବାହ କରିବାକୁ ପଡ଼ିଥାଏ । ଖାସ୍ କରି ଝିଅମାନଙ୍କ ବାହାଘର କମ୍ ବୟସରେ କରି ଦିଆଯାଏ । ଭାରତୀୟ ମାତା ପିତାଙ୍କ ମତରେ ଝିଅଙ୍କ ବିବାହ ଯେତେ ଶୀଘ୍ର ସ୍ଥିର ହୋଇଯିବ ସେତେ ଭଲ ହେବ । ବଲିଉଡରେ ମଧ୍ୟ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି; ଯାହାର ବିବାହ ବୟସ ହୋଇଯାଇଛି କିନ୍ତୁ ଆଜି ମଧ୍ୟ ସେମାନେ କୁଆଁରୀ ଅଛନ୍ତି । ହୁଏତ ସଚ୍ଚୋଟ ଭଲ ପାଇବା ନ ମିଳିବା ଯୋଗୁଁ ଏହି ଅଭିନେତ୍ରୀ ମାନେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଇଣ୍ଡଷ୍ଟ୍ରିର ୫ଜଣ ଏମିତି ଅଭିନେତ୍ରୀ ସହିତ ସାକ୍ଷାତ କରିବାକୁ ଯାଉଛୁ, ଯିଏକି ସଚ୍ଚା ପ୍ରେମ ପାଇବା ପାଇଁ ଜୀବନ ସାରା କୁଆଁରୀ ରହିଗଲେ ।

ପରବିନ୍ ବାଁବି :

ପରବିନ ବାଁବି ୭୦-୮୦ ଦଶକର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ପରବିନ ବାଁବିଙ୍କ ନାମ ଅନେକଙ୍କ ସହିତ ଯୋଡ଼ା ଯାଇଥିଲା କିନ୍ତୁ ସେ କାହାକୁ ମଧ୍ୟ ବିବାହ କରିନଥିଲେ । ରିପୋର୍ଟ ଅନୁସାରେ, ତାଙ୍କୁ ମହେଶ ଭଟ୍ଟଙ୍କ ଉପରେ ବହୁତ ପ୍ରେମ ଥିଲା କିନ୍ତୁ ପୂର୍ବରୁ ବିବାହିତା ଥିବା କାରଣରୁ ସେ ତାଙ୍କୁ ବିବାହ କରିପାରିବେ ନାହିଁ । ସେଥିପାଇଁ ସେ ସାରାଜୀବନ କୁଆଁରୀ ରହିଗଲେ ।

ତବୁ :

ମିଡ଼ିଆ ରିପୋର୍ଟ ଅନୁସାରେ ତବୁଙ୍କ ନିର୍ବନ୍ଧ ସାଜିଦ୍ ନାଡିୟାଡ଼ବାଲ୍ ସହ ହୋଇଥିଲା । ଯଦିଓ ଏହି ଖବରର ସତ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ କିନ୍ତୁ ତବୁ ୪୫ ବର୍ଷ ବୟସରେ ମଧ୍ୟ କୁଆଁରୀ ଅଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସାଜିଦ ନାଡିୟାଡବାଲ୍ ଜଣେ ଫିଲ୍ମ୍ ନିର୍ମାତା ଅଟନ୍ତି । ଖବର ଏହା ମଧ୍ୟ ଆସିଥିଲା କି ବୋଲିଉଡର ସୀଙ୍ଘମ୍ ଅର୍ଥାତ ଅଜୟ ଦେବଗନଙ୍କ ପ୍ରେମରେ ତବୁ ବନ୍ଦୀ ହୋଇଯାଇଥିଲେ କିନ୍ତୁ କାଜଲ ପାଇଁ ଅଜୟ ତବୁଙ୍କୁ ଛାଡି ଦେଇଥିଲେ ଏବଂ ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ତବୁ ମଧ୍ୟ ବିବାହ କରି ନାହାନ୍ତି ।

ସୁସ୍ମିତା ସେନ୍ :

ମିସ୍ ୟୁନିଭରସ୍ ଏବଂ ଅଭିନେତ୍ରୀ ସୁସ୍ମିତା ସେନ୍ ୪୩ ବର୍ଷରେ ଆଜି ମଧ୍ୟ କୁଆଁରୀ ଅଟନ୍ତି । ସେ ନିଜର ଦୁଇଟି ପୋଷ୍ୟ କନ୍ୟା ସହିତ ରହୁଛନ୍ତି । ଯଦିଓ, ଏହି ଦିନଗୁଡ଼ିକରେ ନିଜ ଠାରୁ ୧୫ ବର୍ଷରେ ସାନ ମଡେଲ ରୋହମନ୍ ସାଲଙ୍କୁ ଡେଟ୍ କରୁଛନ୍ତି ଏବଂ ରିପୋର୍ଟ ଅନୁସାରେ ଦୁହେଁ ଅତିଶିଘ୍ର ବିବାହ ମଧ୍ୟ କରିପାରନ୍ତି । ବର୍ତ୍ତମାନ ସମୟରେ ଏହା ଦେଖିବା ହୃଦୟସ୍ପର୍ଶି ହେବ କି ଭବିଷ୍ୟତରେ ସେ ରୋହାମନଙ୍କୁ ବିବାହ କରିବେ କି ନାହିଁ ।

ସୁରେୟା :

ସୁରେୟା ତାଙ୍କ ସମୟରେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଗାୟିକା ଥିଲେ । ଗୋଟିଏ ସମୟରେ ଶୁରେୟା ଏବଂ ଦେବାନନ୍ଦଙ୍କ ପ୍ରେମର କଥା ବ୍ୟାପିବାରେ ଲାଗିଥିଲା । ରିପୋର୍ଟ ଅନୁସାରେ ସୂରେୟାଙ୍କ ଆଇ ଦେବାନନ୍ଦଙ୍କୁ ପସନ୍ଦ କରୁନଥିଲେ । ସେଥିପାଇଁ ତାଙ୍କର ବିବାହ ହୋଇନଥିଲା ଏବଂ ସେ ସାରା ଜୀବନ କୁଆଁରୀ ରହିଯାଇଥିଲେ । ଆପଣଙ୍କୁ ଜଣାଇ ଦେଉଛି ଯେ, ଫିଲ୍ମ୍ ‘ଜିତ୍’ର ସେଟ୍ ଉପରେ ଦେବାନନ୍ଦ ସୁରେୟାଙ୍କୁ ହୀରାର ଆଙ୍ଗୁଠି ଦେଇ ପ୍ରୋପୋଜ୍ ମଧ୍ୟ କରିଥିଲେ ।

ଅମିଷା ପଟେଲ୍ :

ଅମିଷା ପଟେଲ୍ ନିଜର ବଲିଉଡ୍ କ୍ୟାରିୟରର ଆରମ୍ଭ ୨୦୦୦ ମସିହାରେ ସୁପରହିଟ ଫିଲ୍ମ୍ “କହୋ ନା ପ୍ୟାର ହେ” ଠାରୁ କରିଥିଲେ । ଏହି ଫିଲ୍ମ୍ ପରେ ସେ ଅନ୍ୟ ଏକ ସୁପରହିଟ ଫିଲ୍ମ୍ “ଗଦର୍ – ଏକ୍ ପ୍ରେମ୍ କଥା”ରେ ମଧ୍ୟ ନଜର ଆସିଥିଲେ । କିନ୍ତୁ ଏହା ପରେ ତାଙ୍କ କ୍ୟାରିୟରର ଗ୍ରାଫ୍ ତଳକୁ ଖସିବାରେ ଲାଗିଲା । ବର୍ତ୍ତମାନ ଅମିଷାଙ୍କ ବୟସ ୪୦ରୁ ଉର୍ଦ୍ଧ ଅଟେ । ଏହା ସତ୍ତ୍ୱେ ମଧ୍ୟ ସେ କୁଆଁରୀ ଅଟନ୍ତି । ଅମିଷା ବିବାହିତା ଡାୟରେକ୍ଟର ବିକ୍ରମ ଭଟ୍ଟ ସହିତ ନିଜ ଅଫେୟରକୁ ନେଇ ଚର୍ଚ୍ଚାରେ ରହିଥିଲେ ।

ସୌଜନ୍ୟ : www.newstrend.news