ଏହି ଅଭିନେତ୍ରୀମାନେ ସଲମାନ ଖାନଙ୍କ ସହିତ କେବଳ ଥରେ ମାତ୍ର କାମ କରିଛନ୍ତି । ତୃତୀୟ ଜଣକ ତ କାମ କରିବା ପାଇଁ ମନା କରୁଥିଲେ ।

Spread the love

ସଲମାନ ଖାନଙ୍କ ସହିତ ଏହି ବଲିଉଡ ଅଭିନେତ୍ରୀମାନେ କାମ କରିବା ପାଇଁ ମନା କରିଦେଲେ ।

ବଲିଉଡରେ ଚଳଚ୍ଚିତ୍ରରେ ଅଭିନେତା ବା ଅଭିନେତ୍ରୀଙ୍କୁ ଚୟନ କରିବା ଫିଲ୍ମ ନିର୍ମାତାର କାମ ହୋଇଥାଏ କିନ୍ତୁ ଯେତେବେଳେ ଯେଉଁ ତାରକା ବଡ଼ ହୋଇଯାଆନ୍ତି; ତେବେ ସେ ତାଙ୍କର ଫିଲ୍ମ ନିର୍ମାତାଙ୍କୁ ତାଙ୍କ ବିପକ୍ଷରେ ଅଭିନେତ୍ରୀଙ୍କ ନାମ ପ୍ରସ୍ତାବ ଦେଇ ପାରିବେ । ସଲମାନ ଖାନ ଆରମ୍ଭରୁ ହିଁ ଫିଲ୍ମରେ ନିଜ ମନମୁଖୀ ଚଳାଉଛନ୍ତି ଏବଂ ଅଧିକାଂଶ ଫିଲ୍ମରେ ନିଜ ପସନ୍ଦର ଅଭିନେତ୍ରୀଙ୍କୁ ନିଜ ବିପକ୍ଷରେ ନେଇଛନ୍ତି । କିନ୍ତୁ ବଲିଉଡର ଏହି ଅଭିନେତ୍ରୀମାନେ ସଲମାନ ଖାନଙ୍କ ସହିତ ଥରେ ମାତ୍ର କାମ କରିଛନ୍ତି, କିଏ ସେହି ଅଭିନେତ୍ରୀମାନେ ? ଆସନ୍ତୁ ଜାଣିବା…

ଏହି ଅଭିନେତ୍ରୀମାନେ ସଲମାନ ଖାନଙ୍କ ସହିତ କେବଳ ଥରେ ମାତ୍ର କାମ କରିଛନ୍ତି :

ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ସହିତ ଝିଅମାନେ କାମ କରିବା ପାଇଁ ଉତ୍ସାହିତ ହୋଇଥାନ୍ତି କିନ୍ତୁ ସଲମାନ ଖାନ ଯାହା ସହିତ ଇଚ୍ଛା କରନ୍ତି ତାଙ୍କ ସାଙ୍ଗରେ ହିଁ କାମ କରନ୍ତି । ବର୍ତ୍ତମାନ ତ ଇଣ୍ଡଷ୍ଟ୍ରିରେ ତାଙ୍କର କଥା ହିଁ ଚାଲୁଛି କିନ୍ତୁ ଏହି ଚାରିଜଣ ଅଭିନେତ୍ରୀ ଥରେ ମାତ୍ର କାମ କଲାପରେ ଆଉ ତାଙ୍କ ସହିତ କେବେ କାମ କରି ନାହାନ୍ତି ।

ଐଶ୍ୱରିୟା ରାୟ ବଚ୍ଚନ :

ପୂର୍ବ ବିଶ୍ୱ ସୁନ୍ଦରୀ ଐଶ୍ୱରିୟା ରାୟଙ୍କ ସହିତ ସଲମାନ ଖାନଙ୍କର ତୀବ୍ର ସମ୍ପର୍କ ରହିଥିଲା ଏବଂ ସେମାନେ ଚଳଚ୍ଚିତ୍ର ‘ହମ୍ମ ଦିଲ୍ ଦେ ଚୁକେ ସନମ୍’ରେ ଏକତ୍ର କାମ କରିଥିଲେ । ଏହାପରେ ‘ହମ୍ମ ତୁମ୍ହାରେ ହେ ସନମ’ରେ କିଛି ସମୟ ପାଇଁ ଏକାଠି ନଜର ଆସିଥିଲେ । ଏହାପରେ ସଲମାନ ଏବଂ ଐଶ୍ୱରିୟାଙ୍କ ବ୍ରେକ୍ ଅପ୍ ହୋଇଗଲା ଏବଂ ଏହା ପର ଠାରୁ ଏମାନେ କେବେ ମଧ୍ୟ ଏକାଠି ନଜର ଆସି ନାହାଁନ୍ତି ।

ଟ୍ଵିଙ୍କେଲ ଖାନା :

ସଲମାନ ଖାନଙ୍କ ସହିତ ଟ୍ଵିଙ୍କେଲ ଖାନା ଚଳଚ୍ଚିତ୍ର ‘ଜବ୍ ପ୍ୟାର କିସି ସେ ହୋତା ହେ’ରେ ଏକାଠି କାମ କରିଥିଲେ । ଚଳଚ୍ଚିତ୍ରଟିକୁ କିଛି ବିଶେଷ ସଫଳତା ମିଲିଲା ନାହିଁ ଯାହା ଆଶା କରାଯାଇଥିଲା ଏବଂ ଏହାପରେ ଟ୍ଵିଙ୍କେଲ ଖାନା ଖିଲାଡି ଅକ୍ଷୟ କୁମାରଙ୍କ ସହିତ ବିବାହ କରି ନିଜ ଗୃହସ୍ଥୀ ଜୀବନ ବସେଇଛନ୍ତି । କିନ୍ତୁ ୧୯୯୭ ମସିହା ପରେ ଟ୍ଵିଙ୍କେଲ ଖାନା ମଧ୍ୟ ସଲମାନଙ୍କ ସହିତ କାମ କରି ନାହାନ୍ତି ।

ସୋନାଲି ବେନ୍ଦ୍ରେ :

ନିକଟରେ ହି କ୍ୟାନସର ଚିକିତ୍ସିତ ହୋଇ ସୋନାଲି ଭାରତ ଫେରିଛନ୍ତି ଏବଂ ବର୍ତ୍ତମାନ ସୁସ୍ଥ ଅଛନ୍ତି । ବର୍ତ୍ତମାନ ଚଳଚ୍ଚିତ୍ରରେ ତାଙ୍କୁ କାମ କରିବା ପାଇଁ ମନା କିନ୍ତୁ ଯଦି ତାଙ୍କୁ ସଠିକ ମୌକ ମିଳିବ; ତେବେ ପୁଣି ଚଳଚିତ୍ରରେ କାମ ଆରମ୍ଭ କରିପାରନ୍ତି । ସଲମାନ ଖାନ ସୋନାଲିଙ୍କ ସହିତ ଚଳଚ୍ଚିତ୍ର ‘ହମ୍ମ ସାଥ ସାଥ ହେ’ରେ କାମ କରିଥିଲେ ଏବଂ ଏହାପରେ ସୋନାଲି ତାଙ୍କ ସହିତ କାମ କରିବା ପାଇଁ ମନା କରି ଦେଇଥିଲେ । କାରଣ ଏଥିପାଇଁ ଯେ, “ହମ୍ମ ସାଥ ସାଥ ହେ” ଚଳଚ୍ଚିତ୍ରର ସୁଟିଂ ସମୟରେ ସଲମାନ ଖାନ କଳା ହରିଣ ଶିକାର କରିଥିଲେ ଏବଂ ସେଥିରେ ସୋନାଲି ବେନ୍ଦ୍ରେ ମଧ୍ୟ ଫସି ଯାଇଥିଲେ ।

ଅମିଶା ପଟେଲ :

ଚଳଚ୍ଚିତ୍ର ‘ୟେ ହେ ଜଲୱା’ କାମ କରିବା ପରେ ଅମିଶା ପଟେଲ ଆଉ କେବେ ମଧ୍ୟ ସଲମାନ ଖାନଙ୍କ ସହିତ କାମ କରି ନାହାନ୍ତି । ଅନ୍ୟ ଏକ ଫିଲ୍ମରେ ସଲମାନ ଅମିଶାକୁ ନେବା ପାଇଁ ଚାହୁଁଥିଲେ କିନ୍ତୁ ଅମିଶା ତାଙ୍କର କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ଚଳଚ୍ଚିତ୍ର କରିବା ପାଇଁ ମନା କରି ଦେଇଥିଲେ ।