ବଲିଉଡର ଏହି ଅଭିନେତ୍ରୀମାନଙ୍କୁ ସଭିଁଙ୍କ ସମ୍ମୁଖରେ ଅପମାନିତ ହୋଇଥିଲେ । ଗୋଟିଏ ନେତାର ନାମ ମଧ୍ୟ ସାମିଲ ଅଛି ।

Spread the love

ବଲିଉଡର ଏହି ଅଭିନେତ୍ରୀମାନେ ସଭିଁଙ୍କ ସମ୍ମୁଖରେ ଅପମାନିତ ହୋଇଥିଲେ ।

ବଲିଉଡର ଅଭିନେତ୍ରୀ ଓ ଅଭିନେତାଙ୍କ ଲୋକପ୍ରିୟତା ବହୁତ ଅଧିକ ଥାଏ । ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ଯେଉଁଠିକୁ ମଧ୍ୟ ଯାଇଥିନ୍ତି, ସେମାନଙ୍କ ପ୍ରଶଂସକଙ୍କ ଭିଡ ଲାଗି ରହିଥାଏ । ତେଣୁ ସେମାନେ ବାହାରକୁ ଯିବାବେଳେ ନିଜ ସହିତ ବୋଡିଗାର୍ଡକୁ ନେଇଥାନ୍ତି । ଏହି ବୋଡିଗାର୍ଡ ଲୋକମାନଙ୍କ ଭିଡ଼ ମଧ୍ୟରୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି । କିନ୍ତୁ ବୋଡିଗାର୍ଡ ଥିବା ସତ୍ତ୍ୱେ ଅଧିକାଂଶ ସମୟରେ ଅଭିନେତ୍ରୀମାନେ ଆକ୍ରମଣର ସମ୍ମୁଖୀନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ୍ ରହିଛି ।

● କଟ୍ରିନା କୈଫ୍ –

୨୦୧୫ ମସିହାରେ କଟ୍ରିନା କୈଫ୍ ଦୁର୍ଗା ମାଆଙ୍କ ପୂଜାରେ ସାମିଲ ହେବାକୁ ପଶ୍ଚିମ ବଙ୍ଗ ଯାଇଥିଲେ । ଯେତେବେଳେ ସେ ଦୁର୍ଗା ମାଆଙ୍କ ମଣ୍ଡପରେ ଦର୍ଶନ କରି ବାହାରକୁ ଆସୁଥିଲେ, ସେତେବେଳେ ସେଠାରେ ଥିବା ଲୋକମାନେ ତାଙ୍କୁ ଘେରିଦେଲେ ଓ ଏହି ଭିଡ଼ର ଫାଇଦା ଉଠାଇ, ତାଙ୍କୁ ଆଶ୍ଳିଷ୍ଟ ବ୍ୟବହାର ଓ ତାଙ୍କ ଶରୀରରକୁ ଛୁଇଁବାକୁ ଚେଷ୍ଟା କରିଥିଲେ । ଅତ୍ୟଧିକ ଭିଡ଼ ଓ ଅସମ୍ଭାଳ ପରିସ୍ଥିତିକୁ ଦେଖି ମଣ୍ଡପର ଅର୍ଗାନାଇଜିଙ୍ଗ କମିଟି ବୋଡିଗାର୍ଡ୍ସ ଓ ବାଉଁସର୍ସଙ୍କ ସାହାଯ୍ୟରେ କଟ୍ରିନା କୈଫ୍ ଙ୍କୁ ବାହାରକୁ ଥିଲେ ।

● ସୋନାକ୍ଷୀ ସିହ୍ନା –

ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ବିଷୟରେ କହିବାକୁ ଗଲେ, ସେ ମଧ୍ୟ ଏଭଳି ଏକ ପରିସ୍ଥିତିର ସାମ୍ନା କରିଥିଲେ । ୨୦୧୦ ମସିହାରେ ଯେତେବେଳେ ସୋନାକ୍ଷୀ ସିହ୍ନା ଦକ୍ଷିଣ ମୁମ୍ବାଇର ଗାନ୍ଧୀ ପଡ଼ିଆରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ସେଠାର ସୋନାକ୍ଷୀ ସିହ୍ନାଙ୍କୁ ଅଭଦ୍ରାମି ଟିପ୍ପଣୀ ଶୁଣିବାକୁ ପଡ଼ିଥିଲା ଓ ଲୋକମାନେ ତାଙ୍କୁ ଭୁଲ ଢଙ୍ଗରେ ଛୁଇଁବାକୁ ଚେଷ୍ଟା ମଧ୍ୟ କରିଥିଲେ । ଏହି ଘଟଣାରେ ସେ ବହୁତ ଲଜ୍ୟା ଅନୁଭବ କରି ଓ କାନ୍ଦିବାକୁ ଲାଗିଲେ ।

● ସୋନାମ୍ କପୁର୍ –

ସୋନାମ୍ କପୁର୍ ଓ ଧନୁସର ଚଳଚିତ୍ର “ରାଂଝନା” ଆପଣଙ୍କୁ ମନେ ଥିବ । ଆପଣଙ୍କୁ କହିବାକୁ ଚାହୁଁଛୁ କି, ସେମାନେ ଏହି ଚଳଚ୍ଚିତ୍ରର ପ୍ରୋମସନ ପାଇଁ ଗୋଟିଏ ସିନେମା ହଲ୍ କୁ ଯାଇଥଲେ । ସେଠାରେ ସୋନାମ୍ କପୁର୍ ଓ ଧନୁସଙ୍କୁ ଦେଖି ଲୋକମାନଙ୍କର ଭିଡ଼ ବହୁତ ହେବାକୁ ଲାଗିଲା ଓ ସେଥି ମଧ୍ୟରେ କେତେକ ଲୋକମାନେ ସୋନାମ୍ କପୁର୍ କୁ ଭୁଲ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରିଥିଲେ । କିନ୍ତୁ ଧନୁସଙ୍କ ସାହାଯ୍ୟରୁ ସୋନାମ୍ କପୁର୍ ଭିଡରୁ ବାହାରକୁ ସୁରକ୍ଷିତ ଭାବରେ ଆସିପାରିଲେ ।

● ନଗମା –

ବଲିଉଡର ଅଭିନେତ୍ରୀ ନଗମାକୁ ମଧ୍ୟ ଗୋଟିଏ ନିର୍ବାଚନ ରେଲି ମଧ୍ୟରେ ଏଭଳି ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ୨୦୧୪ରେ ନିର୍ବାଚନର ପ୍ରଚାର କରିବା ପାଇଁ ସେ ମେରଠ ର ହାପୁଡ଼ ପହଞ୍ଚିଥିଲେ । ଯେଉଁଠାରେ କି କଂଗ୍ରେସର ନେତା ନଗମା ଉପରେ ଆକ୍ରମଣ କରିଥିଲେ । ଆପଣଙ୍କୁ କହିବକୁ ଚାହୁଁଛୁ ଯେ, ନିର୍ବାଚନ ମଧ୍ୟରେ ଗଜରାଜ ସିଂହ ନାମର ନେତା ନଗମା ଆଡକୁ ହାତ ବଢାଇଥିଲେ ଓ ପରେ ତାଙ୍କ ମୁଣ୍ଡକୁ ଧରି ନିଜ ଆଡକୁ ଟାଣିବାକୁ ଲାଗିଲେ । ପ୍ରଚାର କରୁଥିବା ସମୟରେ ଗୋଟିଏ ବ୍ୟକ୍ତି ଆକ୍ରମଣ କରିଥିବାରୁ ନଗମା ତାକୁ ଚାପୁଡ଼ା ମାରିଥିଲେ ।

● ଗୌହର ଖାନ –

ଟିଭି ଜଗତ ଓ ବଲିଉଡରେ ଭଲ ନାମ ଥିବା ଅଭିନେତ୍ରୀ ଗୌହର ଖାନ୍ ମଧ୍ୟ ଗୋଟିଏ “ଶୋ” ହେଉଥିବା ସମୟରେ ହାରେସମେଣ୍ଟର ଶିକାର ହୋଇଥିଲେ । ଆପଣଙ୍କୁ ଆମେ କହିବକୁ ଚାହୁଁଛୁ, ୨୦୧୪ ହୋଇଥିବା ଟିଭି ରିଆଳିଟି ଶୋ “ଇଣ୍ଡିଆନ ରୋକଷ୍ଟାର” ଗ୍ରାଣ୍ଡ ଫାଇନାଲର ସୁଟିଙ୍ଗ ହେଉଥିବା ସମୟରେ ମହମ୍ମଦ ଅକିଲ୍ ନାମକ ଏକ ବ୍ୟକ୍ତି ଷ୍ଟେଜ ଉପରକୁ ଚଢି ଗୌହର ଖାନଙ୍କୁ ଚାପୁଡ଼ା ମାରିଥିଲେ ।

● କରିନା କପୁର୍ ଖାନ୍ –

କରିନା କପୁର୍ ଖାନ୍ ମଧ୍ୟ ଏଭଳି ଘଟଣାର ସମ୍ମୁଖୀନ ହୋଇଥିଲେ । ୨୦୧୩ରେ ଯେତେବେଳେ କରିନା କପୁର୍ ଖାନ୍ ଇଭେଣ୍ଟରୁ ବାହାରକୁ ଆସୁଥିଲେ; ସେହି ସମୟରେ କେତେକ ଲୋକ ଭିଡର ଫାଇଦା ଉଠାଇ, ସେମାନେ ଭୁଲ୍ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରିଥିଲେ । ଯାହାପରେ ବାଉନସର୍ସ ସାହାଯ୍ୟରେ କରିନା ସେହି ଭିଡରୁ ସୁରକ୍ଷାରେ ବାହାରକୁ ଆସି ପାରିଥିଲେ ।

● ଅମିଷା ପଟେଲ୍ –

ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଗୋରଖପୁରର ଗୋଟିଏ ଜ୍ଵେଲେରି ଷ୍ଟୋରର ଶୁଭ ଆରମ୍ଭ କରିବା ପାଇଁ ଯାଇଥିଲେ । ଯେଉଁଠାରେ ଅମିଷା ପଟେଲକୁ ଗୋଟିଏ ଅଜଣା ବ୍ୟକ୍ତି ଖରାପ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରିଥିଲେ । ସେହି ଲୋକର ଏଭଳି ବ୍ୟବହାରକୁ ଦେଖି ଭିଡରୁ ବାହାରକୁ ଆସି ତାକୁ ମାରିଥିଲେ ।

● ବିପାସା ବଶୁ –

ବିପାସା ବଶୁ ନିଜ ଚଳଚିତ୍ର “ରାଜ୍-୩” ପାଇଁ ଅହମ୍ମଦାବାଦରେ ନିଜ ଚଳଚିତ୍ରକୁ ପ୍ରୋମସନ କରିବା ପାଇଁ ପହଞ୍ଚିଥିଲେ, ଯେଉଁଠାରେ ଗୋଟିଏ ଲୋକ ତାଙ୍କର ସ୍କର୍ଟ ଟାଣିବା ପାଇଁ ଚେଷ୍ଟା କରିଥିଲେ । ଥରେ କଲିକତାର ଦୁର୍ଗା ପୂଜାରେ ବିପାସା ବଶୁଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଥିଲା ।