ମରିବା ପରେ ମଧ୍ୟ କୋଟିକୋଟି ଟଙ୍କାର ସମ୍ପତି ଛାଡି ଯାଇଛନ୍ତି ଏହି ଅଭିନେତ୍ରୀମାନେ, ୫ମ ଅଭିନେତ୍ରୀଙ୍କ ବୟସ ଖୁବ୍ କମଥିଲା ।

Spread the love

ବଲିଉଡର ଏହି ପ୍ରସିଦ୍ଧି ଅଭିନେତ୍ରୀ ମାନଙ୍କ କମ ବୟସରେ ମୁତ୍ୟୁ ହୋଇଯାଇଥିଲା, ମୁତ୍ୟୁ ପରେ କୋଟିକୋଟି ଟଙ୍କା ଛାଡି ଯାଇଛନ୍ତି ।

ବଲିଉଡରେ ପ୍ରାୟତଃ ଅଭିନେତ୍ରୀ ମାନଙ୍କ ବିଷୟରେ ଖୁବ୍ ଚର୍ଚ୍ଚା ଚାଲିଥାଏ । କାରଣ ସେମାନେ ଚଳଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥାନ୍ତି । ବଲିଉଡରେ ଏହିପରି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇ ପାରିଛନ୍ତି । କିଛି ଅଭିନେତ୍ରୀ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି କିନ୍ତୁ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଜୀବିତ ଅଛନ୍ତି । ଏମାନଙ୍କ ମଧ୍ୟମରୁ କିଛି ଅଭିନେତ୍ରୀ ଖୁବ୍ କମ ବୟସରେ ସଫଳତା ଅର୍ଜନ କରିଥିଲେ କିନ୍ତୁ କିଛି ଅଭିନେତ୍ରୀ ବଲିଉଡରେ କିଛି ବର୍ଷ ପର୍ଯ୍ୟନ୍ତ ରାଜ କରିଥିଲେ । ମାରିବା ପରେ କୋଟିକୋଟି ଟଙ୍କା ଛାଡି ଚାଲି ଯାଇଥିଲେ ଏହି ଅଭିନେତ୍ରୀ ମାନେ । ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି ଦୁର୍ଘଟଣାରେ ଜୀବନ ହରାଇ ବସିଥିଲେ ।

ମରିବା ପରେ କୋଟିକୋଟି ଟଙ୍କାର ସମ୍ପତି ଛାଡି ଚାଲି ଯାଇଥିଲେ ଏହି ଅଭିନେତ୍ରୀମାନେ :

ବଲିଉଡରେ ଏହିପରି ଅନେକ ଅଭିନେତ୍ରୀ ଅଛନ୍ତି; ଯେଉଁ ମାନଙ୍କର ଅକାଳ ମୃତ୍ୟୁ ହୋଇଯାଇଥିଲା । ଏହି ଅଭିନେତ୍ରୀ ମାନେ ନିଜ ନିଜର ସୁନ୍ଦରତାକୁ ନେଇ ଜଣାଶୁଣା ଥିଲେ ଏବଂ ଏମାନଙ୍କ ପାଖରେ ଭଲ ସମ୍ପତି ଥିଲା, ଯାହା ବର୍ତ୍ତମାନ ସେମାନଙ୍କ ପରିଜନ ମାନଙ୍କ ପାଖରେ ରହିଛି ।

ଦିବ୍ୟା ଭାରତୀ :

ବଲିଉଡର ଏହି ସୁନ୍ଦର ଅଭିନେତ୍ରୀଙ୍କ ମାତ୍ର ୧୯ ବର୍ଷ ବୟସରେ ହିଁ ମୁତ୍ୟୁ ହୋଇ ଯାଇଥିଲା । ଯେତେବେଳେ ଦିବ୍ୟା ଭାରତୀଙ୍କ ମୁତ୍ୟୁ ହୋଇଥିଲା, ସେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିଲେ । ଖବର ଅନୁସାରେ, ଦିବ୍ୟାଙ୍କ ମୃତ୍ୟୁ ସମୟରେ ଦିବ୍ୟା ନିଜ ପରିବାର ପାଇଁ ୭୦ କୋଟି ଟଙ୍କାର ସମ୍ପତି ଛାଡି ଯାଇଥିଲେ ।

ଶ୍ରୀଦେବୀ :

ହିନ୍ଦୀ ସିନେମା ଜଗତର ସବୁଠୁ ସୁନ୍ଦରୀ ଏବଂ ପ୍ରଥମ ସୁପରଷ୍ଟାର ଶ୍ରୀଦେବୀ ଅନେକ ସୁପରହିଟ ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇଛନ୍ତି । ଶ୍ରୀଦେବୀ ୪ ବର୍ଷ ବୟସରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୧୮ ମସିହାରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କର ୨୪୭ କୋଟି ଟଙ୍କାର ସମ୍ପତ୍ତି ତାଙ୍କର ଦୁଇ ଝିଅ ଜାନଭି ଏବଂ ଖୁସି କପୁରଙ୍କ ନାମରେ ହୋଇଯାଇଛି ।

ସୌନ୍ଦର୍ଯ୍ୟା :

୧୯୯୯ ମସିହାରେ ଫିଲ୍ମ “ସୂର୍ଯ୍ୟବଂଶମ୍”ରେ ଅମିତା ବଚ୍ଚନଙ୍କ ସହ ଅଭିନୟ କରିଥିଲେ । ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ୨୦୦୪ ମସିହାରେ ଏକ ପ୍ଳେନ କ୍ରସରେ ହୋଇଥିଲା । ସୌନ୍ଦର୍ଯ୍ୟା ନିଜ ମୃତ୍ୟୁ ପରେ ୫୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଥିଲେ ।

ରିମା ଲାଗୁ :

ଅଭିନେତ୍ରୀ ରିମା ଲାଗୁଙ୍କ ମୃତ୍ୟୁ ୨୦୧୭ ମସିହାରେ ହୃତଘାତ ଯୋଗୁଁ ହୋଇଥିଲା । ନିଜର ସଫଳ ଅଭିନୟ ଜୀବନରେ ଅନେକ ସଫଳ ଚଳଚିତ୍ରରେ ଅଭିନୟ କରି ସାରିଥିବା ରିମା ଲାଗୁ ୧୫ ରୁ ୨୦ କୋଟି ଟଙ୍କାର ସମ୍ପତ୍ତି ନିଜ ପରିବାର ପାଇଁ ଛାଡି ଯାଇଥିଲେ । ରିମା “ମେନେ ପ୍ୟାର କିଆ”, “ହମ ଆପକେ ହେ କୋନ”, “ସାଜନ”, “ଦୁଲ୍ଲହନ ହମ୍ ଲେ ଯାଏଙ୍ଗେ”, “କଲ ହୋ ନା ହୋ” ଏବଂ “ବାସ୍ଥବ” ଭଳି ଚଳଚିତ୍ରରେ ଅଭିନୟ କରିଥିଲେ ।

ଜିୟା ଖାନ :

୧୯ ବର୍ଷ ବୟସରେ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା କରି ନେଇଥିଲେ । ବହୁତ କମ ବୟସରେ ସଫଳତାର ସିଢି ଚଢିଥିବା ଜିୟା ବିବାହ ମଧ୍ୟ କରି ନ ଥିଲେ । ପ୍ରେମିକ ଠାରୁ ମିଳିଥିବା ଧୋକା କାରଣରୁ ଜିୟା ଆତ୍ମହତ୍ୟା କରି ନେଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ଜିୟାଙ୍କ ପାଖରେ ୧୦ ରୁ ୧୫ କୋଟି ଟଙ୍କାର ସମ୍ପତି ରହିଥିଲା ।