କ୍ରିକେଟରଙ୍କ ସହ ସମ୍ପର୍କରେ ରହିସାରିଛନ୍ତି ଏହି ଅଭିନେତ୍ରୀ ମାନେ ! ବିବାହର କାର୍ଡ ଛପା ହୋଇ ସାରିଥିବା ପରେ ମଧ୍ୟ ନିଜ ପ୍ରେମ ମିଳି ପାରିନଥିଲା ।

Spread the love

କ୍ରିକେଟ ଏବଂ ବଲିଉଡର ସମ୍ପର୍କ ବହୁ ପୁରାତନ ଅଟେ । ପ୍ରାୟତଃ କୌଣସି ନା କୌଣସି କ୍ରିକେଟ ଖେଳାଳିଙ୍କ ନାମ ବଲିଉଡର କୌଣସି ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡି ହୋଇଥାଏ । ଅନୁଷ୍କା ଶର୍ମା ଏବଂ ବିରାଟ କୋଇଲିଙ୍କ ସହ ବିବାହ ଏହି କଥାରେ ପୁଷ୍ଟି କରୁଛି ଯେ, ପ୍ରାୟତଃ ଅଭିନେତ୍ରୀ ମାନଙ୍କ ହୃଦୟ କ୍ରିକେଟରଙ୍କ ଉପରେ ଆସି ଯାଇଥାଏ । ହେଜେଲ କୀଚ, ସାଗରିକା ଘଟଗେ, ଗୀତା ବସରାଙ୍କ ପରି ଅଭିନେତ୍ରୀମାନେ, କ୍ରିକେଟରଙ୍କ ସହ ବିବାହ କରିଛନ୍ତି । ଆଜିକାଲି ନିମରତ କୌରଙ୍କ ନାମ ରବି ଶାସ୍ତ୍ରୀଙ୍କ ସହ ଯୋଡି ହୋଇଥିବା ଖବର ଚର୍ଚ୍ଚା ସାଉଁଟୁଛି । ଆଜିର ଏହି ପୋଷ୍ଟରେ ପାଞ୍ଚ ଜଣ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁ ମାନଙ୍କ ସମ୍ପର୍କ କ୍ରିକେଟରଙ୍କ ସହ ରହିଥିଲା ।

ଅମୃତା ସିଂହ ଏବଂ ରବି ଶାସ୍ତ୍ରୀ :

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଏବଂ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ ଅଭିନେତ୍ରୀ ଅମୃତା ସିଂହଙ୍କୁ ଡେଟ୍ କରି ସାରିଛନ୍ତି । ୮୦ ଦଶକରେ ଏ ଦୁହିଁଙ୍କ ପ୍ରେମର ସମ୍ପର୍କ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଥିଲା । ଏକ ମେଗାଜିନରେ ଦୁହିଁଙ୍କ ଫୋଟ ଛପା ହୋଇଥିଲା ଯାହାକୁ ନେଇ ଲୋକେ ଦୁହିଁଙ୍କ ବିବାହର ଆକଳନ ଲଗାଇଥିଲେ । କିନ୍ତୁ ରବି ଶାସ୍ତ୍ରୀ ୧୯୯୦ରେ ରିତୁ ସିଂହଙ୍କ ସହ ବିବାହ କରିଥିବା କାରଣରୁ ଦୁହିଁଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡି ଯାଇଥିଲା ।

ଇଶା ସେରବାନୀ ଏବଂ ଜହିର ଖାନ୍ :

ଭାରତୀୟ କ୍ରିକେଟର ପୂର୍ବତନ ବୋଲର ଜହିର ଖାନ୍ ବଲିଉଡ ଅଭିନେତ୍ରୀ ସାଗରିକା ଘଟଗେଙ୍କ ସହ ବିବାହ କରିଛନ୍ତି । କିନ୍ତୁ ବିବାହ ପୂର୍ବରୁ ଜହିର ଖାନ ଇଶା ସେରବାନୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଦୁହେଁ ଦୁହିଁଙ୍କୁ ୮ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ କିନ୍ତୁ ପରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍-ଅପ୍ ହୋଇଯାଇଥିଲା ।

ନଗମା ଏବଂ ସୌରଭ ଗାଙ୍ଗୁଲୀ :

ସୌରଭ ଗାଙ୍ଗୁଲୀ ଏବଂ ଅଭିନେତ୍ରୀ ନଗମାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କିନ୍ତୁ କୌଣସି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବା ପରେ ସୌରଭ ଡୋନାଙ୍କ ସହ ବିବାହ କରିଥିଲେ । ଅଭିନୟ ପରେ ନଗମା ବର୍ତ୍ତମାନ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ୪୦ ବର୍ଷ ପରେ ମଧ୍ୟ ଅବିବାହିତ ଅଛନ୍ତି ।

ଦୀପିକା ପାଦୁକୋନ ଏବଂ ଯୁବରାଜ ସିଂହ :

ଏକଦା ଦୀପିକାଙ୍କ ନାମ ଯୁବରାଜଙ୍କ ସହ ଯୋଡି ହୋଇଥିଲା । ୨୦୧୬ ଆଇପିଏଲ ମ୍ୟାଚ ଗୁଡିକ ସମୟରେ ଦୀପିକା ଯୁବରାଜଙ୍କୁ ସହଯୋଗ କରିବା ପାଇଁ ପଡିଆରେ ଦେଖିବା ପାଇଁ ମିଳିଥିଲେ । ଦୁହିଁଙ୍କ ଏହି ସମ୍ପର୍କ ବହୁ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥିଲା । ପରେ ଯୁବରାଜ ସିଂହ, ହେଜେଲ କୀଚଙ୍କ ବିବାହ କରିଥିଲେ ।

କିମ ଶର୍ମା ଏବଂ ଯୁବରାଜ ସିଂହ :

ଯୁବରାଜ ସିଂହଙ୍କ ନାମ କେବଳ ଦୀପିକାଙ୍କ ସହ ନୁହେଁ ଅନ୍ୟ ଜଣେ ଅଭିନେତ୍ରୀ କିମ ଶର୍ମାଙ୍କ ସହ ମଧ୍ୟ ଯୋଡି ହୋଇଥିଲା । ଦୁହେଁ ଦୁହିଁଙ୍କୁ ଅନେକ ସମୟରେ ଡେଟ୍ କରିଥିବାର ନଜରକୁ ଆସିଥିଲେ କିନ୍ତୁ କୌଣସି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ ବ୍ରେକ୍-ଅପ୍ ହୋଇଯାଇଥିଲା । କିମ, ଯୁବରାଜ ସିଂହଙ୍କ ଜୀବନରେ ଦୀପିକାଙ୍କ ପୂର୍ବରୁ ଆସିଥିଲେ ।