ମାଆଙ୍କ ଅନିଚ୍ଛା ସତ୍ତ୍ୱେ ଏହି ଅଭିନେତ୍ରୀ ଗୁଡିକ ବିବାହ କରିଥିଲେ । ଜଣଙ୍କର ଜୀବନ ଚାଲି ଯାଇଥିଲା ।

Spread the love

ପ୍ରେମ ସମସ୍ତଙ୍କୁ ହୋଇଥାଏ, ସେହି ପ୍ରେମକୁ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚେଷ୍ଟା କରିଥାନ୍ତି ।

ପ୍ରେମ ଏବଂ ଶତ୍ରୁତାରେ ସବୁ କିଛି ଠିକ୍ ହୋଇଥାଏ । ଏପରି ସଂଳାପ ଆପଣ ଚଳଚିତ୍ର ଗୁଡିକରେ ଶୁଣିଥିବେ କିନ୍ତୁ ଏପରି ଘଟଣା ଅସଲ ଜୀବନରେ ମଧ୍ୟ ଘଟିଛି । ପ୍ରେମ କରୁଥିବା ବ୍ୟକ୍ତି ଜାତି, ଧର୍ମ, ବୟସ ଦେଖି ନଥାନ୍ତି କେବଳ ଦେଖନ୍ତି ପ୍ରେମ । ପ୍ରେମ କରିବା ପରେ ନିଜ ସାଥିକୁ ପାଇବା ପାଇଁ କିଛି ମଧ୍ୟ କରିପାରନ୍ତି । ବଲିଉଡରେ ଏପରି କିଛି ଘଟଣା ଘଟିଛି; ଯେଉଁଠି ନିଜ ପିତାମାତାଙ୍କ ବିରୁଦ୍ଧରେ ଯାଇ, କେତେକ ଅଭିନେତା ଅଭିନେତ୍ରୀ କିଛି ବିବାହ କରିଛନ୍ତି । ସେହିପରି ବିବାହ କରିଥିବା ଅଭିନେତା ଓ ଅଭିନେତ୍ରୀମାନଙ୍କ ମଧ୍ୟରୁ କେତେକ ନିଜ ଜୀବନରେ ଖୁସିରେ ଅଛନ୍ତି ଏବଂ ଆଉ କେତେକ ଛାଡପତ୍ର ଦେବା ପରେ ନିଜ ଜୀବନରେ ଖୁସିରେ ଅଛନ୍ତି । ନିଜ ମାଆଙ୍କ ଅନିଚ୍ଛା ସତ୍ତ୍ୱେ ଏହି ଅଭିନେତ୍ରୀ ଗୁଡିକ ବିବାହ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।

ନିଜ ମାଆଙ୍କ ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ ଏହି ଅଭିନେତ୍ରୀମାନେ :

କହିବା ପାଇଁ ଗଲେ ପ୍ରେମ ସମସ୍ତଙ୍କୁ ହୋଇଥାଏ କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ ବ୍ୟକ୍ତି କିଛି ମଧ୍ୟ କରିଥାଏ । କିଛି ବ୍ୟକ୍ତି ସଫଳ ହୁଅନ୍ତି ଏବଂ କିଛି ବ୍ୟକ୍ତି ବିଫଳ ହୋଇଥାନ୍ତି । ସାଧାରଣତଃ ଘରଲୋକେ ପ୍ରେମ ବିବାହର ବିରୋଧ କରିଥାନ୍ତି । ଫଳରେ ପ୍ରେମୀଯୋଡି ଘର ଛାଡି ଯାଇ ଅନ୍ୟତ୍ର ବିବାହ କରିଥାନ୍ତି । କିନ୍ତୁ ଆମ ଚଳଚିତ୍ର ତାରକାମାନେ ନିଜ ମାଆଙ୍କ ଅନିଚ୍ଛା ସ୍ୱତେ ବିବାହ କରିଛନ୍ତି ।

ଅମୃତା ସିଂ :

୨୧ ବର୍ଷୀୟ ସେଫ ଅଲି ଖାନ୍ ଙ୍କ ହୃଦୟ ୩୩ ବର୍ଷୀୟ ଅମୃତାଙ୍କ ଉପରେ ଆସିଥିଲା । ସେହି ସମୟରେ ଅମୃତା ବଲିଉଡର ଜଣେ ନାମିଦାମୀ କଳାକାର ଥିଲେ ଏବଂ ସେଫ୍ ନିଜର କ୍ୟାରିଅରର ପ୍ରାରମ୍ଭରେ ବଲିଉଡ ଜଗତର ନମିଦାମୀ କଳାକାର ଥିଲେ । ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ କିନ୍ତୁ ପିତାମାତା ଏହି ବିବାହରେ ରାଜି ନଥିଲେ ଏବଂ ମନା କରିବା ସତ୍ତ୍ୱେ ଦୁହେଁ ବିବାହ କରିଥିଲେ ।

ପଦ୍ମିନୀ କୋଲ୍ଲାହପୁରୀ :

୧୯୮୬ ମସିହାରେ ଅଭିନେତ୍ରୀ ପଦ୍ମିନୀ କୋଲ୍ଲାପୁରୀ ଜଣେ ବନ୍ଧୁଙ୍କ ଘରେ ପ୍ରଡ୍ୟୁସର ପ୍ରଦୀପଙ୍କ ସହ ବିବାହ କରିଥିଲେ । ପଦ୍ମିନୀଙ୍କ ପିତାମାତା ଏହି ବିବାହର ବିରୁଦ୍ଧରେ ଥିଲେ କାରଣ ପ୍ରଦୀପ ଅନ୍ୟ କୌଣସି ଜାତିର ଥିଲେ । ପାତାମାତାଙ୍କ ମନା କରିବା ସତ୍ତ୍ୱେ ପଦ୍ମିନୀ ଘର ଛାଡି ଯାଇ ବିବାହ କରିଥିଲେ ।

ଶ୍ରୀଦେବୀ :

୧୫ ବର୍ଷ ବୟସରେ ଚଳଚିତ୍ର ଜଗତରେ ପାଦ ରଖି ଦେଇଥିଲେ ଶ୍ରୀଦେବୀ । ନିଜର ପରିଶ୍ରମ ବଳରେ ଶ୍ରୀଦେବୀ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହୋଇପାରିଥିଲେ । ଆଜି ଶ୍ରୀଦେବୀ ଆମ ମଧ୍ୟରେ ନାହାନ୍ତି । ୧୯୯୬ ମସିହାରେ ଶ୍ରୀଦେବୀ, ଵୋନି କପୁରଙ୍କୁ ବିବାହ କରିଥିଲେ । ଶ୍ରୀଦେବୀ ଏକ ସାକ୍ଷାତକାରରେ କହିଥିଲେ; ମୋ ମାନ ଏହି ବିବାହର ବିରୁଦ୍ଧରେ ଥିଲେ କାରଣ ଵୋନି କପୁର ପ୍ରଥମରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇ ପିଲା ମଧ୍ୟ ଥିଲେ । ଯେତେବେଳେ ବିବାହ ପୂର୍ବରୁ ହିଁ ଶ୍ରୀଦେବୀ ଗର୍ଭବତୀ ହୋଇଯାଇ ଥିଲେ, ସେଥିପାଇଁ ଵୋନି କପୁର ଶ୍ରୀଦେବୀଙ୍କୁ ବିବାହ କରିଥିଲେ ।

ଦିବ୍ୟା ଭାରତୀ :

୧୯୯୨ ମସିହାରେ ଦିବ୍ୟା ଭାରତୀ ବଲିଉଡରେ ଜଗତରେ ପଦ ଥାପିଥିଲେ । ସେହି ସମୟରେ ଦିବ୍ୟାଙ୍କ ବୟସ ମାତ୍ର ୧୮ ବର୍ଷ ଥିଲା । ସେହି ବର୍ଷ ହିଁ ସେ ପ୍ରଡ୍ୟୁସର ସାଜିଦ ନାଦିୟାବାଲାଙ୍କ ସହ ବିବାହ କରିଥିଲେ । ବିବାହର କିଛି ସମୟ ଠିକ୍-ଠାକ୍ ଚାଲିଥିଲା କିନ୍ତୁ ପରେ ୧୯୯୩ରେ ଏକ ଖବର ଆସିଥିଲା ଦିବ୍ୟା ଭାରତୀଙ୍କ ମୃତ୍ୟୁ ହୋଇଯାଇଛି । ଦିବ୍ୟାଙ୍କ ମୃତ୍ୟୁ ପରେ ଦିବ୍ୟାଙ୍କ ମାଆ କହିଥିଲେ, ସେ ଏହି ବିବାହର ବିରୁଦ୍ଧରେ ଥିଲେ ବର୍ତ୍ତମାନ ପରିସ୍ଥିତି ଆପଣମାନଙ୍କ ସାମ୍ନାରେ ଅଛି ।

ହେମା ମାଳିନୀ :

ବଲିଉଡରେ ସପ୍ନର ଝିଅ (Dream Girl) ରୂପେ ପରିଚିତ ହେମା ମାଳିନୀ ନିଜ ମାଆ ଜୟା ଚକ୍ରବତୀଙ୍କ ବିରୁଦ୍ଧରେ ଯାଇ ନିଜ ବୟସ ଠାରୁ 15 ବର୍ଷ ବଡ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ ।ଧର୍ମେନ୍ଦ୍ରଙ୍କ ବୟସକୁ ନେଇ କୌଣସି ଆପତ୍ତି ନଥିଲା ଜୟାଙ୍କୁ କିନ୍ତୁ ଧର୍ମେନ୍ଦ୍ର ୪ ଜଣ ପିଲାଙ୍କ ବାପା ଥିଲେ । ଏହା ବିରୁଦ୍ଧ କରି ମାଆ ଜୟା, ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପାଇଁ ହେମାଙ୍କୁ ମନା କରିଥିଲେ । ନିଜ ମାଆଙ୍କ ଠାରୁ ଲୁଚି ହେମା ୧୯୭୯ରେ ବିବାହ କରିନେଇ ଥିଲେ ଏବଂ ପରେ 2ଟି ଛୁଆଙ୍କ ମାଆ ହୋଇଥିଲେ ।