ଲଗାତର ଫିଲ୍ମ କରିବା ନିମନ୍ତେ ପ୍ରସିଦ୍ଧ ଅଟନ୍ତି ଏହି ଅଭିନେତ୍ରୀମାନେ, ୨୬୭ଟି ଫିଲ୍ମ କରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ ।

Spread the love

ବଲିଉଡରେ ସମୟର ସହିତ ଅନେକ ଅଭିନେତ୍ରୀ ମାନେ ଆସିଛନ୍ତି ଏବଂ ଯାଇଛନ୍ତି, ହେଲେ ଏମାନଙ୍କ ମଧ୍ୟରୁ ଏମିତି କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜର ଅଭିନୟ ଦ୍ଵାରା ଅନେକ ଦର୍ଶକଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ରାଜ୍ କରୁଛନ୍ତି । ଆସନ୍ତୁ ଜାଣିବା ଏହିପରି କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ଦଶନ୍ଦିରୁ ଆମ ହୃଦୟରେ ରାଜ କରି ଆସୁଛନ୍ତି ।

ମାଧୁରୀ ଦୀକ୍ଷିତ :- ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ମାଧୁରୀଙ୍କ ଅଭିନୟ ବଜାୟ ରହିଛି । ବଲିଉଡର ‘ଧକ୍ ଧକ୍ ଗାର୍ଲ’ଙ୍କୁ କିଏ ଅବା ନଜାଣେ । ନିଜର ଅଭିନୟ ପାଇଁ ପ୍ରସିଦ୍ଧ ମାଧୁରୀଙ୍କ ପ୍ରସଂଶା କରିବାରେ ଆଜିର ନୁଆଁ ଅଭିନେତ୍ରୀ ମାନେ ମଧ୍ୟ ଥକୁ ନାହାଁନ୍ତି । କେହି ତାଙ୍କୁ ନିଜର ଅନୁପ୍ରେଣିତ ମାନୁଥିବା ବେଳେ କିଛି ଅଭିନେତ୍ରୀ ତାଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯାଆନ୍ତି । ଏହି ସଫଳତା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ସେ ନିଜ ଅଭିନୟରେ ପଦାର୍ପଣ ଫିଲ୍ମ ‘ଓବୋଧ’ରୁ ଆରମ୍ଭ କରିଥିଲେ । ଆରମ୍ଭରୁ ତାଙ୍କୁ ବହୁତ କଷ୍ଟ ଉଠେଇବାକୁ ପଡିଥିଲା କିନ୍ତୁ ଫିଲ୍ମ ‘ତେଜାବ’ ପରେ ସେ କଦାପି ପଛକୁ ଫେରି ଚାହିଁ ନାହାନ୍ତି । ସେହି ଫିଲ୍ମର ହିଟ୍ ଗୀତ “ଏକ ଦୋ ତିନ” ଆଜିମଧ୍ୟ ଲୋକଙ୍କ ହୃଦୟରେ ରହିଛି । ୧୯୮୮ରେ ଫିଲ୍ମ ଦୟାବାନରେ ନିଜଠାରୁ ୨୧ବର୍ଷ ବଡ଼ ବିନୋଦ ଖାନ୍ନାଙ୍କୁ ଚୁମ୍ବନ କରିବା ଯୋଗୁଁ ତାଙ୍କୁ ବହୁ ଆଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ୧୯୯୯ରେ ସେ ଡା. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ । ମାଧୁରୀ ଏବଂ ନେନେଙ୍କ ଏକ ପୁଅ ରିଆନ ଏବଂ ଏକ ଝିଅ ଏରୀନ ରହିଛନ୍ତି । ୧୪ଥର ଫିଲ୍ମ ଫେୟାରରେ ମନୋନୀତ ହୋଇ ୪ଥର ଏହାକୁ ଜିତିଥିଲେ । କିଛିଦିନ ତଳେ ସେ ନିଜର ୫୨ତମ ଜନ୍ମଦିବସ ପାଳନ କରିଥିଲେ । ସଞ୍ଜୟ ଦତ୍ତଙ୍କ ସହ ତାଙ୍କ ନାମ ସବୁବେଳେ ଯୋଡ଼ା ଯାଉଥିଲା । ୨୫ବର୍ଷ ପରେ ମାଧୁରୀ କରଣ ଜୋହରଙ୍କ ଫିଲ୍ମ “କଲଙ୍କ”ରେ ସଂଜୟଙ୍କ ସହ ଦେଖା ଦେଇଥିଲେ । ଆଜି ପର୍ଯ୍ୟନ୍ତ ମାଧୁରୀଙ୍କ ନାମ ୭୫ଟି ଫିଲ୍ମରେ ଲେଖାଅଛି ।

ଶବାନା ଆଜମୀ :- ସେ ନିଜ ଫିଲ୍ମ ଜୀବନ ‘ଅଂକୁର’ ଫିଲ୍ମରୁ ଆରମ୍ଭ କରିଥିଲେ । ସେ ବଲିଉଡର ଭଲ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ । ଏହା ସହ ସେ ଜାବେଦ ଅକ୍ଖତରଙ୍କ ଦ୍ୱିତୀୟ ପତ୍ନୀ ଅଟନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୯ ଫିଲ୍ମ କରି ସାରିଛନ୍ତି । ସାମାଜିକ ଅଧିକାର ଉପରେ ସେ ସବୁବେଳେ ସ୍ଵର ଉଠାଇଥାନ୍ତି । ଏହି ବର୍ଷ ସେ ବିହାର, ବେଗୁସରାଏରେ ସିପିଆଇ ନେତା କଂହେୟା କୁମାରଙ୍କ ପାଇଁ ସିଧା ସିଧା ପ୍ରଚାର କରିଥିଲେ ।

ହେମା ମାଲିନି :- ବଲିଉଡର ଡ୍ରିମ ଗାର୍ଲ କୁହନ୍ତୁ ବା ବସନ୍ତି, ହେମାଙ୍କୁ କିଏ ଅବା ନ ଜାଣେ । ଅଭିନେତ୍ରୀ, ନିର୍ଦ୍ଦେଶକ, ନିର୍ମାତା, ନର୍ତ୍ତକୀ ଏହି ସବୁ ଗୁଣ ସହ ହେମା ଏକ ମଲ୍ଟି ପ୍ୟାକେଜ ଠାରୁ କମ୍ ନୁହଁନ୍ତି । ଏକ ସମୟ ଥିଲା, ଯେତେବେଳେ ତାମିଲ ନିର୍ଦ୍ଦେଶକ ଶ୍ରୀଧର ହେମାଙ୍କୁ ଫିଲ୍ମରେ ନେବା ପାଇଁ ମନା କରି ଦେଇଥିଲେ । କାରଣ ହେମାଙ୍କ ଠାରେ କୌଣସି ତାରକା ହେବାର ଗୁଣ ଦେଖା ଯାଇ ନଥିଲା । ସମୟର ସହ ଏହି ଭୁଲ ବୁଝାମଣାକୁ ମଧ୍ୟ ଦୂର କରି ଦେଇଥିଲେ ହେମା । ୧୫୪ଟି ଫିଲ୍ମ କରିଥିବା ହେମା ବର୍ତ୍ତମାନ ରାଜନୀତିରେ ସକ୍ରିୟ ଅଟନ୍ତି, ଏହି ସମୟରେ ସେ ମଥୁରାରୁ ବିଜେପି ସାଂସଦ ଅଛନ୍ତି ।

ରେଖା :- ଭାନୁ ରେଖା ଗଣେସନ ଏହା ଏହିଭଳି ଏକ ନାମ ଯାହା ବଲିଉଡ଼ ଠାରୁ ଆରମ୍ଭ କରି ଟଲିଉଡ଼ ପର୍ଯ୍ୟନ୍ତ ପ୍ରସିଦ୍ଧ ଅଟେ । ରେଖାଙ୍କ ସୌନ୍ଦର୍ଯ୍ୟ ଆଜି ମଧ୍ୟ ସେହିଭଳି ରହିଛି । କେବଳ ସେ ନିଜ ଅଭିନୟ ନୁଁହ ନିଜ ନୃତ୍ୟ ଦ୍ଵାରା କୋଟି କୋଟି ହୃଦୟରେ ରାଜତ୍ଵ କରିପାରିଛନ୍ତି । ନିଜର ୪୦ବର୍ଷର ଅଭିନୟ ଜୀବନରେ ସେ ୧୫୪ଟି ଫିଲ୍ମ କରି ସାରିଛନ୍ତି । ତାହାଛଡା ତାଙ୍କୁ ପଦ୍ମଶ୍ରୀ ଭଳି ସର୍ବୋଚ୍ଚ ପୁରଷ୍କାରରେ ସମ୍ମାନୀତ କରାଯାଇଛି ।

ଶ୍ରୀଦେବୀ :- ଶ୍ରୀ ଆମ୍ମା ଅଙ୍ଗେର ଅୟପନ କିମ୍ବା ଶ୍ରୀଦେବୀ କିମ୍ବା “ହୱା ହୱାଈ ଗାର୍ଲ” ଯାହା ମଧ୍ୟ କୁହନ୍ତୁ ଲୋକେ ତାଙ୍କୁ ଏହି ତିନୋଟି ନାମରେ ଜାଣନ୍ତି । ଶ୍ରୀଦେବୀ ଅଧିକ ଫିଲ୍ମ କରିବା ସହ ୯୦ଦଶକର ନାମୀ ଦାମୀ ଅଭିନେତ୍ରୀ ରହିଥିଲେ । ସେ ୭୩ଟି ତାମିଲ, ୨୫ଟି ମଲାୟଲମ, ୬ଟି କନ୍ନଡ, ୯୧ଟି ତେଲୁଗୁ, ୬୨ଟି ହିନ୍ଦୀ ଫିଲ୍ମ କରିଛନ୍ତି । ଏହା ସହ ତାଙ୍କୁ ୫ଥର ଫିଲ୍ମ ଫେୟାର ଉପାଧି ମିଳିଥିଲା । ୨୪ ଫେବୃୟାରୀ ୨୦୧୮ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।