ଦୁନିଆ ଛାଡି ଗଲେ ସତ କିନ୍ତୁ ପରିବାର ଲୋକଙ୍କୁ ‘ରାଜା’ କରିଗଲେ ଏହି ଅଭିନେତ୍ରୀମାନେ । ନମ୍ବର ୩ ଅଭିନେତ୍ରୀ ନିଜ ପଛରେ ଛାଡି ଗଲେ

Spread the love

ଦୁନିଆ ଛାଡି ଗଲେ ସତ କିନ୍ତୁ ପରିବାର ଲୋକଙ୍କୁ ‘ରାଜା’ କରିଗଲେ ଏହି ଅଭିନେତ୍ରୀମାନେ । ନମ୍ବର ୩ ଅଭିନେତ୍ରୀ ନିଜ ପଛରେ ଛାଡି ଗଲେ ୨୪୭ କୋଟି ଟଙ୍କାର ସମ୍ପତ୍ତି ।

ବଲିଉଡର କେତେକ ଅଭିନେତ୍ରୀ ମାନଙ୍କ ଆକସ୍ମିକ ମୃତ୍ୟୁ ଆଜି ବି ଆମକୁ ବ୍ୟସ୍ତ କରିଥାଏ । କିଛି ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ଆଜି ପର୍ଯ୍ୟନ୍ତ ମଧ୍ୟ ଆମକୁ ଜଣା ପଡିନାହିଁ । ଏହି ଅଭିନେତ୍ରୀ ମାନେ ଦୁନିଆରୁ ଚାଲିଗଲେ ମଧ୍ୟ, ସେମାନେ ସେମାନଙ୍କ ପରିବାର ପାଇଁ ଛାଡି ଯାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି । ସେମାନେ ବଞ୍ଚିଥିବା ସମୟରେ ଏତେ ଟଙ୍କା ରୋଜଗାର କରିଥିଲେ ଯେ, ସେମାନେ ଯିବା ପରେ ତାଙ୍କ ପରିବାର ଲୋକଙ୍କୁ କୌଣସି କାମ କରିବାକୁ ଦରକାର ପଡ଼ି ନାହିଁ । ଏହି ଅଭିନେତ୍ରୀ ମାନେ କଠିନ ପରିଶ୍ରମ କରି ଏତେ ଟଙ୍କା ରୋଜଗାର କରିଥିଲେ ଯେ, ତାଙ୍କ ସାତ ପୁରୁଷ ବସି ଖାଇଲେ ମଧ୍ୟ ସରିବ ନାହିଁ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲିଉଡର ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ମୃତ୍ୟୁ ପରେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଚାଲି ଯାଇଛନ୍ତି ।

ଜିୟା ଖାନ : 

‘ଗଜନୀ’ ଓ ‘ନିଶବ୍ଦ’ ପରି ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପରେ ଜିୟା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ପାଲଟି ଯାଇଥିଲେ । ମୁମ୍ବାଇ ଆସିଲା ପରେ ଜିୟାଙ୍କ ସାକ୍ଷାତ ଆଦିତ୍ୟ ପଞ୍ଚଲିଙ୍କ ପୁଅ ସୁରଜ ପଞ୍ଚଲିଙ୍କ ସହିତ ହୋଇଥିଲା । ଦୁଇ ଜଣଙ୍କ ମଧ୍ୟରେ ଡେଟ ଆରମ୍ଭ ହୋଇଥିଲା ଓ ଦୁଇ ଜଣ ପରସ୍ପରକୁ ଭଲପାଇ ବସି ଥିଲେ । କିନ୍ତୁ ଏହି ସମ୍ପର୍କର ପରିଣାମ ବହୁତ ଦୁଃଖଦ ଥିଲା । ଜିୟାଙ୍କ ଶବ ୩ ଜୁନ ୨୦୧୩ରେ ତାଙ୍କ ଜୁହୁ ସ୍ଥିତ ବାସଭବନର ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଛୋଟ ବୟସରେ ଜିୟା ନିଜ ପରିବାର ପାଇଁ ୧୫କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଚାଲି ଯାଇଥିଲେ ।

ଦିବ୍ୟା ଭାରତୀ :

ଦିବ୍ୟା ଭାରତୀ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଏମିତି ଅଭିନେତ୍ରୀ ଥିଲେ ଯିଏ, ବହୁତ ଛୋଟ ବୟସରେ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଵତନ୍ତ୍ର ପରିଚୟ ଗଢ଼ି ପଡ଼ିଥିଲେ । ଦିବ୍ୟା ସୁନ୍ଦର ହେବା ସଙ୍ଗେ ସଙ୍ଗେ ବହୁତ ପ୍ରତିଭାଶାଳୀ ମଧ୍ୟ ଥିଲେ । ହେଲେ, ତାଙ୍କ ଫିଲ୍ମୀ କ୍ୟାରିୟର ବହୁତ ଛୋଟ ଥିଲେ ମଧ୍ୟ ଏହି ଭିତରେ ସେ କେତେକ ହିଟ୍ର ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇଥିଲେ । ଦିବ୍ୟା ଭାରତୀଙ୍କ ମୃତ୍ୟୁ ତାଙ୍କ କୋଠାର ପାଞ୍ଚମହଲାରୁ ପଡିବା ଦ୍ଵାରା ହୋଇଥିଲା । ମୃତ୍ୟୁ ପରେ ମଧ୍ୟ ଦିବ୍ୟା ଭାରତୀ ନିଜ ପରିବାର ପାଇଁ ୭୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଥିଲେ ।

ଶ୍ରୀଦେବୀ :

ଶ୍ରୀଦେବୀଙ୍କ ଅସମୟ ମୃତ୍ୟୁ ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେ ଦୁବାଇରେ ନିଜ ପରିବାରଙ୍କ ସହିତ ଗୋଟିଏ ପାରିବାରିକ ଉତ୍ସବରେ ଯୋଗଦାନ କରିବା ପାଇଁ ଯାଇଥିଲେ । ସେଠାରେ ସେ ନିଶାଗ୍ରସ୍ତ ଅବସ୍ଥାରେ ବାଥରୁମର ବାଥଟବରେ ବୁଡି ମୃତ୍ୟୁବରଣ କରିଥିଲେ । ଶ୍ରୀଦେବୀଙ୍କୁ ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ । ସେ ନିଜର ଫିଲ୍ମୀ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ରର ଭେଟି ଦର୍ଶକଙ୍କୁ ଦେଇଥିଲେ । ଶ୍ରୀଦେବୀ ନିଜ ପଛରେ ୨୪୭ କୋଟିର ସମ୍ପତ୍ତି ଛାଡି ଚାଲି ଯାଇଥିଲେ ।

ସୌନ୍ଦର୍ଯ୍ୟା :



ସୌନ୍ଦର୍ଯ୍ୟା ଦକ୍ଷିତ ଭାରତ ଚଳଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ । ସେ ବଲିଉଡର କିଛି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ । ଲୋକେ ସୌନ୍ଦର୍ଯ୍ୟାଙ୍କ ‘ସୂର୍ଯ୍ୟବଂଶମ’ ଚଳଚ୍ଚିତ୍ର ପାଇଁ ଆଜି ମଧ୍ୟ ତାଙ୍କୁ ମନେ ପକାନ୍ତି । ସୌନ୍ଦର୍ଯ୍ୟା ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ରାଜନେତ୍ରୀ ମଧ୍ୟ ଥିଲେ । ନିର୍ବାଚନ ପ୍ରଚାର ସମୟରେ ସୌନ୍ଦର୍ଯ୍ୟାଙ୍କ ବିମାନ ଦୁର୍ଘଟଣା ହେବା ଯୋଗୁଁ ମୃତ୍ୟୁ ଘଟିଥିଲା । ସେ ନିଜ ପଛରେ ୫୦ କୋଟିର ସମ୍ପତ୍ତି ଛାଡି ଚାଲି ଯାଇଛନ୍ତି ।

ରୀମା ଲାଗୁ : 

ରୀମା ଲାଗୁ ବଲିଉଡ ଓ ଛୋଟ ପରଦାର ଏକ ଜଣାଶୁଣା ଅଭିନେତ୍ରୀ ଥିଲେ । ମାଆଙ୍କ ଚରିତ୍ରରେ ରୀମା ବହୁତ ପ୍ରସଂଶନୀୟ ଅଭିନୟ କରିଥିଲେ । ରୀମାଙ୍କୁ ତାଙ୍କ ଭଲ ଅଭିନୟ ପାଇଁ ଆଜି ମଧ୍ୟ ଲୋକେ ମନେ ରଖିଛନ୍ତି । ହୃଦଘାତ ଯୋଗୁଁ ରୀମାଙ୍କ ନିଧନ ଘଟିଥିଲା । ସେ ନିଜ ପଛରେ ୩୦ କୋଟିର ସମ୍ପତ୍ତି ଛାଡି ଚାଲି ଯାଇଥିଲେ ।