ବେଲପତ୍ରର ଏହି ୯ଟି ସ୍ୱାସ୍ଥ୍ୟ ପାଇଁ ଉପକାରିତା ଗୁଣ ବିଷୟରେ ଆପଣ ହୁଏ ତ ଜାଣି ନଥିବେ, ଆସନ୍ତୁ ସେହି ୯ଟି ଅଦ୍ଭୁତ ଫାଇଦା ବିଷୟରେ ଜାଣିବା ।

Spread the love

ବେଲପତ୍ରର ଏହି ୯ଟି ସ୍ୱାସ୍ଥ୍ୟ ପାଇଁ ଉପକାରିତା ଗୁଣ ବିଷୟରେ ଆପଣ ହୁଏ ତ ଜାଣି ନଥିବେ, ଆସନ୍ତୁ ସେହି ୯ଟି ଅଦ୍ଭୁତ ଫାଇଦା ବିଷୟରେ ଜାଣିବା ।

କହିବାକୁ ଗଲେ ପ୍ରାକୃତିକ ଆମକୁ ଅନେକ ଔଷଧିୟ ଗଛ ଦେଇଥାଏ, ଯାହାକୁ କି ଆମେ ଅମୃତ ବା ବରଦାନ ମଧ୍ୟ କହିପାରିବା । ସେଥିମଧ୍ୟରୁ ବେଲଗଛ ହେଉଛି ଆମ ପାଇଁ ଗୋଟିଏ ଅମୃତ ବା ବରଦାନ । ବେଲଗଛକୁ ଆମେ ସହଜରେ ପାଇଥାଉ ଏହାପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ । ବେଲପତ୍ରରେ ଅନେକ ପୋଷକ ତତ୍ୱ ଥାଏ ଓ ବେଲଫଳରେ ବହୁତ ପୌଷ୍ଟିକ ଥିବା ସହ ଓ ଏହା ଅନେକ ବେମାର ପାଇଁ ଏକ ଔଷଧ ରୂପେ କାମ କରିଥାଏ । ବେଲଫଳ ବହୁତ ମିଠା ଓ ସ୍ୱାଦିଷ୍ଠ ମଧ୍ୟ ଅଟେ । ଆସନ୍ତୁ ବେଲପତ୍ରର କେତେକ ଫାଇଦା ବିଷୟରେ ଜାଣିବା ।

୧) ଯଦି ଆପଣ ପ୍ରତ୍ୟେକ ଦିନ ସକାଳେ ଗୋଟିଏ ଛୋଟ ଚାମଚରେ ବେଲ ପତ୍ରର ରସ, ସେଥିରେ ଗୋଟିଏ ଚିମୁଟା କଳାଲୁଣ ଓ ଗୋଲମରିଚ ମିଶେଇ ପିଇବା ଦ୍ୱାରା ଅଜୀର୍ଣ୍ଣ ହେବାର ସମସ୍ୟା ଶୀଘ୍ର ଠିକ୍ ହୋଇଯାଇଥାଏ ।

୨) ବେଲପତ୍ର ରସରେ ଗୋଟିଏ ଚାମଚ ମହୁ ମିଶାଇ ସେବନ କରିଲେ ସର୍ଦ୍ଧି, ଖାସ, ଥଣ୍ଡା ଆଦି ଅସୁବିଧା ମାନଙ୍କୁ ଠିକ୍ କରିଥାଏ ।

୩) ଶରୀରରେ ଯଦି କୌଣସି ଜାଗାରେ ପୋକ କାମୁଡ଼ି ଥାଏ, ତେବେ ବେଲପତ୍ରର ରସକୁ ସେଠାରେ ଲଗେଇଲେ ସେଠାରେ ହୋଇଥିବା ଘା’ ଭଲ ହୋଇଯାଇଥାଏ ।

୪) ବେଲପତ୍ରକୁ ବାଟି, ତାହାକୁ ଗୋଲ ବଟିକା ଭଳି କରନ୍ତୁ । ଭାଇରସ୍ ଜ୍ବରକୁ ଠିକ୍ କରିବାରେ ସହାୟତା ହୋଇଥାଏ ।

୫) କୌଣସି କାରଣରୁ ଆଖି ଲାଲ ହୋଇଥିଲେ, ଏହି ପତ୍ରର ରସ ବାହାର କରି ଆଖିରେ ପକେଇଲେ ବହୁତ ଫାଇଦା ମିଳିଥାଏ ।

୬) ଯେଉଁମାନେ ଅସ୍ତମା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ସେହି ବ୍ୟକ୍ତିମାନେ ବେଲପତ୍ର ଓ ପାନ ମହୁରିକୁ ପାଣିରେ ମିଶାଇ ଭଲରୁପେ ଗରମ କରି ତାହାକୁ ପିଇଲେ ଅସ୍ତମା ଓ ନିଶ୍ୱାସ ନେବାରେ କଷ୍ଟ ଦୂର ହୋଇଥାଏ ।

୭) ବେଲପତ୍ରର ରସ ଗୋଟିଏ ଚାମଚରେ ଅଳ୍ପ ଜୁଆଣି ମିଶାଇ ସେବନ କରିଲେ ପେଟରେ ଥିବା କୃମି ସମ୍ପୁର୍ଣ ରୂପେ ନଷ୍ଟ ହୋଇଯିବ ।

୮) ବେଲପତ୍ର ଓ ଅଳ୍ପ ଅଦା, ପାଣିରେ ମିଶାଇ ଗରମ କରି ପିଇଲେ ଲୁଜ୍ ମୋଶନ୍ (Loose motion)କୁ ଠିକ୍ କରିଥାଏ ।

୯) ଶରୀରର ଅତ୍ୟଧିକ ଗରମରୁ ତ୍ରାହି ପାଇବା ପାଇଁ ବେଲପତ୍ର, ପାନ ମଧୁରୀ ଓ ଧନିଆକୁ ମିଶାଇ ପେଷ୍ଟ କରନ୍ତୁ ଓ ତାହାକୁ ସେବନ କରନ୍ତୁ, ତାହା ଦ୍ଵାରା ଶରୀରରେ ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ ।