ବଲିଉଡର ଏହି ୯ଜଣ ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଦାମୀକା ଡ୍ରେସ ପିନ୍ଧିଛନ୍ତି । ଜଣେ ତ ୮୩ ଲକ୍ଷ ଟଙ୍କାର ଶାଢ଼ୀ ପିନ୍ଧିଥିଲେ ।

Spread the love

ବଲିଉଡ ସାରା ଦେଶରେ ଚଳଚ୍ଚିତ୍ରର ଯାଦୁ ପାଇଁ ବିଖ୍ୟାତ ହୋଇଛି । ଏହା ସହିତ ଏଠାର କଳାକାର ମାନେ ନିଜର କଳା ଶୈଳୀ ଓ ରୁଚି ସମ୍ମତ ପାଇଁ ମଧ୍ୟ ପରିଚିତ । ବଲିଉଡର ବିଖ୍ୟାତ ବ୍ୟକ୍ତିଙ୍କ ଜୀବନ ଶୈଳୀକୁ ଦେଖି ଯେ, କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ, ସେମାନଙ୍କ ଭଳି ଖୁସି ଆରାମ ତାଙ୍କୁ ମଧ୍ୟ ମିଳୁ । କିନ୍ତୁ ଏହି ବିଖ୍ୟାତ ବ୍ୟକ୍ତିମାନେ ତାଙ୍କର କଠିନ ପରିଶ୍ରମ ଯୋଗୁଁ ଆଜି ଏଠାରେ ପହଞ୍ଚିଛନ୍ତି ଓ ଆଜି ଯେଉଁ ଐଶ୍ଵର୍ଯ୍ୟମୟ ସୁଖ ଶାନ୍ତିରେ ଜୀବନ ବିତାଉଛନ୍ତି ଏହା ପ୍ରକୃତରେ ସେମାନଙ୍କ ପାଇଁ ଯୋଗ୍ୟ ଅଟେ । ବିଳାସମୟ ଜୀବନଯାପନ କିଏ ବା ନ ଚାହେଁ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଖ୍ୟାତ ଲୋକ ପର୍ଯ୍ୟନ୍ତ ସମସ୍ତେ ବିଳାସମୟ ଆମୋଦ ପ୍ରମୋଦର ସୌଖିନ ପସନ୍ଦ କରନ୍ତି । ଏମିତିରେ ବେଳେବେଳେ ଏହି କଳାକାରମାନେ ଏତେ ଦାମିକା କପଡା ପିନ୍ଧନ୍ତି ଯେ, ଯାହା କେବେ ସାଧାରଣ ଲୋକ ଭାବି ମଧ୍ୟ ନଥିବ । ବଲିଉଡର ଅଭିନେତ୍ରୀମାନେ ସୁନ୍ଦର ଦେଖାଯିବା ପାଇଁ ଦାମୀ ଓ ସୁନ୍ଦର ପୋଷକ ପରିଧାନ କରନ୍ତି କିନ୍ତୁ ବେଳେବେଳେ ସେମାନଙ୍କ ପରିଧାନ ଏତେ ଦାମିକା ହୋଇଥାଏ ଯେ, ଯାହାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୧.  ଉର୍ବଶୀ ରୌଟେଲା :

ଉର୍ବଶୀ ରୌଟେଲା ତାଙ୍କ ଭାଇର ବାହାଘରରେ ୮୩ ଲକ୍ଷ ଟଙ୍କାର ଶାଢ଼ୀ ପିନ୍ଧିଥିଲେ ।

୨.  ଆଲିଆ ଭଟ୍ଟ :

ଆଲିଆ ଭଟ୍ଟ ଆଇଫା ଆୱାର୍ଡରେ ୨୩ ଲକ୍ଷ ଟଙ୍କାର ଜୁହେର ମୁରାଦ ଡିଜାଇନରର ଗାଉନ ପିନ୍ଧିଥିଲେ ।

୩. କରିନା କପୁର ଖାନ :

ସୋହା ଅଲ୍ଲି ଖାନଙ୍କ ବହି ଲଞ୍ଚୀଙ୍ଗ ମୁହୂର୍ତ୍ତରେ କରିନା କପୁର ୫.୪୦ ଲକ୍ଷ ଟଙ୍କାର ଲାଲ ରଙ୍ଗର ଡ୍ରେସ ପିନ୍ଧିଥିଲେ ।

୪. ଦୀପିକା ପାଦୁକୋଣ :

ଦୀପିକା ପାଦୁକୋଣ ୨୦୧୭ କାନ୍ସ ମହୋତ୍ସବରେ ଡାର୍କ ୱାଇନ ରଙ୍ଗର ଗାଉନ ପିନ୍ଧିଥିଲେ, ଯାହାର ଦାମ ୫.୧୭ ଲକ୍ଷ ଟଙ୍କା ଅଟେ ।

୫. ଐଶ୍ୱରୀୟା ରାୟ ବଚ୍ଚନ :

ଅମ୍ବାନୀଙ୍କ ଉତ୍ସବରେ ଐଶ୍ୱରୀୟା ରାୟ ୩.୭ ଲକ୍ଷ ଟଙ୍କାର ଟୁକ୍ସୋଡ଼ ଗାଉନ ପିନ୍ଧିଥିଲେ ।

୬. ପ୍ରିୟାଙ୍କ ଚୋପ୍ରା :

ୟୁନିସେଫ ଦ୍ୱାରା ଆୟୋଜିତ ୨୦୧୭ ଗ୍ଲୋବାଲ ଗୋଲସ ଆୱାର୍ଡ ମହୋତ୍ସବରେ ପ୍ରିୟଙ୍କା ଚୋପ୍ରା ୩ ଲକ୍ଷ ଟଙ୍କାର ସିରିୟାନ ଗାଉନ ପରିଧାନ କରିଥିଲେ ।

୭. ମଲାଇକା ଅରୋଡା :

ନିକଟରେ ହିଁ ମଲାଇକା ଅରୋଡା ବିମାନ ବନ୍ଦରରେ ୩ ଲକ୍ଷ ଟଙ୍କାର ଜାକେଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।

୮. କଙ୍ଗନା ରନୌତ :

ଗୋଟେ ଉତ୍ସବରେ କଙ୍ଗନା ରନୌତ ୨ ଲକ୍ଷ ଟଙ୍କାର ଡ୍ରେସ ପିନ୍ଧିଥିଲେ ।

୯.କୈଟ୍ରିନା କୈଫ :

ଚଳଚ୍ଚିତ୍ର “ଟାଇଗର ଜିନ୍ଦା ହୈ”ର ପ୍ରୋମାସନ ସମୟରେ ଅଭିନେତ୍ରୀ କୈଟ୍ରିନା କୈଫ ୧.୫୦ ଲକ୍ଷ ଟଙ୍କାର ଡ୍ରେସ ପିନ୍ଧିଥିଲେ ।

ସୌଜନ୍ୟ : https://www.newstrend.news