ଫାନି ତୋଫାନ :-ଏହି ଆଠଟି ଭିଡ଼ିଓ ଦେଖି ଆପଣଙ୍କ ହୃଦୟ କମ୍ପି ଉଠିବ । ସମ୍ବିତ କହିଛି ଏହା ୧୯୯୯ ସୁପର ସାଇକ୍ଲୋନ ମନେ ପକାଇ ଦେଇଛି ।

Spread the love

କିପରି ତୋଫାନ ଫାନି ଓଡ଼ିଶାର ସମୁଦ୍ରିକତଟକୁ ପ୍ରଭାବିତ କରିଛି ଏହି ଭିଡ଼ିଓ ଦେଖି ଆପଣ ଜାଣି ପାରିବେ ।

ଶୁକ୍ରବାର ଦିନ ସକାଳେ ବାତ୍ୟା ଫାନି ଓଡ଼ିଶାର ସମୁଦ୍ରତଟକୁ ମାଡ଼ ହୋଇଥିଲା । ଯେଉଁଥିରେ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇ ଥିଲା । ସକାଳ ୯ ଟାରେ ଫାନି ୨୪୫ କିମି ପ୍ରତି ଘଣ୍ଟା ବେଗରେ ପୁରୀରେ ପହଞ୍ଚି ଥିଲା । ଫଳରେ ଘର, ବିଦ୍ୟୁତ ଖୁଣ୍ଟ, ଗଛ ସବୁକିଛି ଉପୁଡି ପଡିଥିଲା । ଏହି ସମୟର କିଛି ଚିତ୍ର ନଜରକୁ ଆସିଛି; ଯାହା ଅତି ଭୟାବହ ଅଟେ । ଏହି ଚିତ୍ର ଏବଂ ଭିଡ଼ିଓ ଦେଖି ଚକ୍ରବାହ ଫାନିର ଭୟଙ୍କର ରୂପର କଳନା କରି ପାରୁଥିବେ ଆପଣ । ଓଡିଶା ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିଲା । ବର୍ତ୍ତମାନ ଧୀରେ ଧୀରେ ଚକ୍ରବାହ ଫାନିର ପ୍ରକୋପ କମିବାରେ ଲାଗିଥିଲା । ଯାହାଫଳରେ ଅନ୍ଦ୍ରପ୍ରଦେଶରୁ ବିପଦ ଟଳି ଯାଇଥିଲା କିନ୍ତୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିପଦର ବାତାବରଣ ରାତ୍ର ପର୍ଯ୍ୟନ୍ତ ଭୟାବହ ରୂପ ଥିଲା । ଏହି ପ୍ରରିପ୍ରେକ୍ଷୀରେ ଆମେ ଆପଣଙ୍କ ପାଇଁ ଫାନିର କିଛି ଭିଡ଼ିଓ ନେଇ ଆସିଛୁ ।

1. ଏହି ପ୍ରକାରରେ ସମୁଦ୍ରତଟରେ ମାଡ଼ ହୋଇଥିଲା ଫାନି ତୋଫାନ ।

2. ୧୭୫ କିମି ପ୍ରତି ଘଣ୍ଟା ବେଗରେ ପବନ ବୋହିଥିଲା ।

3. ଗଛ ଗୁଡିକ ଏହିପରି ଉପୁଡି ପଡିଥିଲା ।

4. ପୁରୀରେ ଗଛ ଗୁଡିକ ଦୋହଳୁଥିବାର ଦେଖିବା ପାଇଁ ମିଳିଥିଲା ।

5. ଚକ୍ରବାହ ଫାନିର ପ୍ରକୋପ ।

6. ୧୯୯୯ ମହାବାତ୍ୟାର ସ୍ମୃତି ମନେ ପଡିଥିଲା ।

7. ତୀବ୍ର ପବନ ସହ ବର୍ଷା ।

8. ଏହି ଭିଡ଼ିଓଟି ମଧ୍ୟ ଦେଖନ୍ତୁ ।

ଆନ୍ଧ୍ରପ୍ରଦେଶରୁ ଫାନି ତୋଫାନର ବିପଦ ଟଳି ଯାଇଛି ।

ଗୋଟିଏ ପଟେ ଫାନିର ପ୍ରକୋପ ଓଡ଼ିଶାରେ ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ବିପଦ ଟଳି ଯାଇଛି । ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ଆନ୍ଧ୍ରପ୍ରଦେଶରୁ ଦୂରକୁ ଚାଲିଯାଇଛି ଫାନି କିନ୍ତୁ ରାଜ୍ୟର ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରୁ କେବଳ ୮ ଜଣ ପ୍ରାଣ ହୋରାଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗରେ ରାତ୍ର ୮.୩୦ରେ ଚକ୍ରବତୀ ଫାନି ପହଞ୍ଚିବାର ସୂଚନା ମିଳିଛି, ଯାହାଫଳରେ ବିମାନ ବନ୍ଦରକୁ ବନ୍ଦ ରଖିବା ପାଇଁ ଆଦେଶ ଦିଆଯାଇଥିଲା । ବାତ୍ୟା ଫୋନିକୁ ଦୃଷ୍ଟିକୁ ରଖି ଓଡିଶା ଏବଂ ପଶ୍ଚିମବଙ୍ଗର ସ୍କୁଲ କଲେଜ ଗୁଡିକୁ ବନ୍ଦ କରିବା ପାଇଁ ଆଦେଶ ଦିଆଯାଇଥିଲା ।