ଏମାନଙ୍କୁ ଛୋଟ ପିଲା ଭାବି ଅଣଦେଖା କରନ୍ତୁ ନାହିଁ, ବଡମାନେ ଯାହା କରିପାରିଲେ ନାହିଁ ଏହି ୮ ଜଣ ଛୋଟ ପିଲା ତାହା ସମ୍ଭବ କରି ଦେଖାଇଲେ ।

Spread the love

ତୁମେ ଛୋଟ ପିଲା ତୁମ ଦ୍ୱାରା ଏହା ହେବ ନାହିଁ ।

ବଡମାନଙ୍କ ମଧ୍ୟରେ ପିଲାମାନେ କହିବା ଉଚିତ୍ ନୁହେଁ ।

ଛୋଟ ପିଲା ତୁମେ, ପିଲାଙ୍କ ପରି ରହିବା ପାଇଁ ଚେଷ୍ଟା କର ।

ଯଦି ଏହି ସବୁ ପରେ ମଧ୍ୟ ଛୋଟ ପିଲାମାନେ କଥା ମାନନ୍ତି ନାହିଁ, ତେବେ ବଡ଼ମାନେ ଚିଡି ଯାଆନ୍ତି ଓ ପିଲାଙ୍କୁ ଗାଳି କରିଥାନ୍ତି କିମ୍ବା ମାଡ଼ ମାରିଥାନ୍ତି ।

ପିଲାଙ୍କୁ ବଡମାନେ ତୁଚ୍ଛ ମନେ କରିଥାନ୍ତି । ଛୋଟ ବେଳେ ବଡ଼ ଭାଇ କିମ୍ବା ଭଉଣୀମାନେ ଆପଣଙ୍କ ଉପରେ ଅନେକ ଅତ୍ୟାଚାର କରିଥିବେ । ଯେପରି ବୋତଳରେ ପାଣି ଭର୍ତ୍ତି କରିବା ପାଇଁ ହେଉ କିମ୍ବା କୌଣସି ଜିନିଷ ଆସିବା ପାଇଁ ହେଉ । ଆପଣଙ୍କୁ ହିଁ ସବୁ କିଛି କରିବାକୁ ପଡୁଥିଲା ।

ଆମ ସାମ୍ନାରେ ଅନେକ ପିଲାଙ୍କ ଉଦାହରଣ ଅଛି; ଯେଉଁମାନେ ପ୍ରମାଣିତ କରିଛନ୍ତି ଯେ, ସେମାନେ ନିଜ କାମ ମାଧ୍ୟମରେ ବଡ଼ଙ୍କୁ ଶିକ୍ଷା ଦେଇ ପାରିଛନ୍ତି ।

1. ଆଘାତ ହୋଇଥିବା କୁକୁଡ଼ା ଚିଆଁକୁ ଡାକ୍ତରଖାନା ନେଇ ଯାଇଥିଲା Derek C Lalchhanhima

୬ ବର୍ଷୀୟ Derek ସାଇକେଲ ଚଳାଇବା ସମୟରେ କୁକୁଡ଼ା ଚିଆଁକୁ ଆଘାତ ଦେବା କାରଣରୁ, ନିଜ ପାଖରେ ଥିବା କିଛି ଟଙ୍କା ଧରି କୁକୁଡ଼ା ଚିଆଁର ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲା ।

2. Horn କିପରି କମ କରାଯିବ ଶିଖାଇ ଥିଲା ମହିକା :

୧୧ ବର୍ଷୀୟ ମହିକା ମିଶ୍ର ଆନନ୍ଦ ମହୁନ୍ଦ୍ରଙ୍କୁ ବିନା କାରଣରେ ହର୍ଣ୍ଣ ବଜାଇବା ଫଳରେ ହେଉଥିବା ଅସୁବିଧା ବିଷୟରେ ଜଣାଇଥିଲେ । ଏହା ସହ କହିଛନ୍ତି ଏପରି ହର୍ଣ୍ଣ ଲଗାନ୍ତୁ ଯାହା ୧୦ ମିନିଟରେ କେବଳ ୫ ଥର ହିଁ ବାଜିବ ।

3.ଗ୍ରେତା ଗ୍ଲୋବାଲ ୱାର୍ମିଙ୍ଗ ବିଷୟରେ ବଡ଼ମାନଙ୍କୁ ବୁଝାଇବା ପାଇଁ ସଂସଦ ଆଗରେ ଧାରଣାରେ ବସି ଯାଇଥିଲେ :

ଯେଉଁ ବୟସରେ ପିଲାମାନେ ନିଜ କ୍ୟାରିଅର ଓ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଥାନ୍ତି, ସେହି ବୟସର ଜଣେ ଝିଅ ୧୬ ବର୍ଷୀୟ ଝିଅ ଗ୍ରେତା ଥୁନବେର୍ଗ ପୃଥିବୀକୁ ବଞ୍ଚାଇବା ପାଇଁ ଚିନ୍ତା କରିଥିଲେ । ସ୍କୁଲରୁ ଗୋଟିଏ ଦିନ ଛୁଟି ନେଇ ପ୍ରତି ସପ୍ତାହରେ ଏକ ବର୍ଷ ପର୍ଯ୍ୟନ୍ତ ସଂସଦ ସାମ୍ନାରେ ଧାରଣାରେ ବସୁଥିଲେ ।

ଗ୍ରେତା, ୟୁରୋପ ସହ ସାରା ଦୁନିଆରେ ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ବଡମାନଙ୍କ ଉପରେ ଚାପ ପକାଇଥିଲେ ।

ସ୍ୱିଡ଼ନର ପ୍ରଧାନମନ୍ତ୍ରୀ ନିଜେ ଗ୍ରେତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେଇଛନ୍ତି ।

4. ପିଲାଙ୍କ ପାଇଁ Drag Club ଖୋଲିଥିଲେ ଦେସମଣ୍ଡ ନାଁପ୍ଲେସ :

LGBTQ Communityର ଏକ ଏକ ଟିଭ ସଦସ୍ୟ ଅଟନ୍ତି ୧୦ ବର୍ଷୀୟ ଦେସମଣ୍ଡ । ପିଲାଙ୍କ ପାଇଁ ନିୟୁୱର୍କରେ ଡାର୍ଗ କ୍ଲବ ଖୋଲିଛନ୍ତି । ପିଲାମାନେ ନିଜ ସୁରକ୍ଷା ନିଜେ କରି ପାରିବେ ସେଥିପାଇଁ ଦେସମଣ୍ଡ ଏକ ଛୋଟ ପ୍ରୟାସ କରିଛନ୍ତି ।

5. ବୁଲା କୁକୁରଙ୍କ ପାଇଁ ଆଶ୍ରୟ ସ୍ଥଳ ତିଆରି କରିଥିଲେ ଚାନ୍ଦିନୀ :

୯ମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟ ଚାନ୍ଦିନୀ ଗ୍ରୋବର, କୁକୁରଙ୍କ ପ୍ରତି ବହୁତ ଭଲ ପାଇବାର ପ୍ରତୀୟମାନ ହେଉଛି । ଥରେ ଏକ ଗାଡି ତଳେ ଚାଲି ଆସିଥିବା ଏକ କୁକୁରକୁ ଦେଖିବା ପରେ, ବାହାରର ବୁଲା କୁକୁରଙ୍କ ପାଇଁ କିଛି କରିବା ପାଇଁ ଚିନ୍ତା କରିଥିଲେ । ଚାନ୍ଦିନୀ କୁକୁରଙ୍କ ପାଇଁ ଏକ ଆଶ୍ରୟସ୍ଥଳ ଖୋଲିଥିଲେ । ଯେଉଁଥିରେ ଆଜି ୪୮ଟି ଗଳିର କୁକୁର ରହୁଛନ୍ତି ।

6. ନିଜ ଅଂଚଳର ଆବର୍ଜନା ସଫା କରିବା ପାଇଁ ରେହାନ ନିଜେ ଚିନ୍ତା କରିଥିଲେ :

ଅହମାଦାଵାଦର ରେହାନ ଗତ ବର୍ଷ ଦୀପାବଳି ଛୁଟିରେ ନିଜ ଘର ପାଖରେ ବଢୁଥିବା ଆବର୍ଜନାକୁ ସଫା କରିବା ପାଇଁ ଚିନ୍ତା କରିଥିଲେ । ଆବର୍ଜନା ବିଶେଷରେ ଅବଗତ କରାଇ ମୁନିସପାଲଟିକୁ ଚିଠି ଲେଖିଥିଲା ।

7. ବାପା ଶୌଚାଳୟ ତିଆରି ନ କରିବାରୁ ପୋଲିସରେ ଖବର ଦେଇଥିଲା ହାନିଫା :

ଆଜିର ଦୁନିଆରେ ଯେତେବେଳେ ପୁରା ଦେଶ ସଫାଇର ବାର୍ତ୍ତାରେ ରଙ୍ଗେଇ ହୋଇଛନ୍ତି, ସେହି ସମୟରେ ହାନିଫାଙ୍କ ନିଜ ଘରେ ଶୌଚାଳୟ ତିଆରି କରିବାର ନିଶା ଘାରିଥିଲା । ୭ ବର୍ଷୀୟ ହାନିଫା ନିଜ ବାପାଙ୍କୁ ୨ ବର୍ଷ ପୂର୍ବରୁ ଶୌଚାଳୟ ବନେଇବା ପାଇଁ କହିଥିଲେ କିନ୍ତୁ ତାଙ୍କ ବାପା ଶୌଚାଳୟ ତିଆରି କରି ନଥିଲେ । ହାନିଫା ଖାଇବା ପିଇବା ଛାଡି ଦେଇଥିଲେ ଓ ଥାନାରେ ଯାଇ ବାପାଙ୍କ ନାମରେ କେଶ ଦେଇ ଦେଇଥିଲେ ।

8. ୨୫୦ ଗ୍ରାମୀଣ ଝିଅଙ୍କୁ ସାନିଟାରୀ ପେଡ ଦେଇଥିଲେ ରିବା :

ଦୁବାଇର ରିବା ସାନିଟାରୀ ପେଡ ପାଇଁ ଟଙ୍କା ସଞ୍ଚୟ କରି ମହାରାଷ୍ଟ୍ରର ୨୫୦ ଗ୍ରାମୀଣ ଝିଅଙ୍କୁ ଏକ ବର୍ଷ ପାଇଁ ସାନିଟାରୀ ପେଡ ଦାନ କରିଛନ୍ତି ।

ପିଲାମାନେ ନିଜ ପିଲାଳାମିରେ ମଧ୍ୟ ବଡ଼ମାନଙ୍କୁ କିଛି ନା କିଛି ଶିଖାଇ ଦିଅନ୍ତି ।