ବିବାହ ପରେ ମହିଳାମାନଙ୍କୁ ଏହି ୭ଟି ବିଷୟ ଉପରେ ବିଶେଷ ରୂପେ ଧ୍ୟାନ ଦେବା ଆବଶ୍ୟକ ।

Spread the love

ଗୋଟିଏ ଭଲ ସ୍ତ୍ରୀ ସିଏ ହୋଇପାରିବ ଯିଏ ନିଜ ଦାୟିତ୍ୱକୁ ସଠିକ୍ ଭାବରେ ତୁଲାଇ ପରେ । ପରିବାରରେ ସବୁବେଳେ ସୁଖ ଓ ଶାନ୍ତି ରହୁ, ଏଥିପାଇଁ ମହାଭାରତରେ ଦ୍ରୌପତି ଭଗବାନ ଶ୍ରୀ କୃଷ୍ଣଙ୍କ ପତ୍ନୀ ସତ୍ୟଭାମାକୁ ୭ଟି ବିଶେଷ ଉପାୟ ବିଷୟରେ କହିଥିଲେ ।

ଦ୍ରୌପତି ସତ୍ୟଭାମାକୁ କହିଥିଲେ, ଏହି ୭ଟି ଉପାୟକୁ ପାଳନ କରି ଯେକୌଣସି ମହିଳା ନିଜ ସ୍ୱାମୀଙ୍କୁ ସର୍ବଦା ପ୍ରସନ୍ନ ରଖିପାରିବେ । ତେବେ ଆସନ୍ତୁ ଦ୍ରୌପତି କେଉଁ ୭ଟି ଉପାୟ ବିଷୟରେ କହିଥିଲେ ସେ ବିଷୟରେ ଏବେ ଆମେ ଜାଣିବା ।

୧) ଯେଉଁ ମହିଳା ଚତୁର ଅଟନ୍ତି, ସେମାନେ ପରିବାରର ସବୁ ସମ୍ପର୍କୀୟ ମାନଙ୍କର ତଥ୍ୟ ରଖିଥାନ୍ତି । କାରଣ ଗୋଟିଏ ବି ସମ୍ପକକୁ ଭୁଲିଗଲେ ପାରିବାରିକ ସମ୍ବନ୍ଧରେ ଫାଟ ସ୍ତୃଷ୍ଟି ହୋଇପାରେ ।

୨) ସୁଖୀ ବୈବାହିକ ଜୀବନ ପାଇଁ ଖରାପ ଚରିତ୍ରର ସ୍ତ୍ରୀ ମାନଙ୍କଠାରୁ ଦୁରେଇ ରହିବା ଆବଶ୍ୟକ । ଖରାପ ଆଚରଣ ଓ ବ୍ୟବହାର କରୁଥିବା ସ୍ତ୍ରୀଙ୍କ ସହ ମିତ୍ରତା କରିଲେ ଜୀବନରେ ଅଶାନ୍ତି ବଢିଯାଏ ।

୩) ମହିଳାମାନେ ଏଭଳି କିଛି କଥା କହିବା ଉଚିତ ନୁହେଁ, ଯାହା ଦ୍ୱାରା ଅନ୍ୟମାନେ ଅପମାନ ହେବ । ପରିବାରର ସବୁ ସଦସ୍ୟମାନଙ୍କୁ ସମ୍ମାନ ଦେବା ଉଚିତ ।

୪) କୌଣସି ବି କାମ ପାଇଁ ଅଳସ୍ୟ ହେବା ଉଚିତ ନୁହେଁ । ଯେଉଁ କାମ ମଧ୍ୟ ହେଉ ବିଳମ୍ବ ନ କରି ତାହାକୁ ଯଥା ଶୀଘ୍ର କରି ଦିଅନ୍ତୁ । ଏଭଳି କରିଲେ ସ୍ୱାମୀ ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଜବୁତ ହୋଇ ରହିଥାଏ ।

୫) ସ୍ୱାମୀ ବୁଢା ବା ରୋଗୀ ହୋଇଗଲେ ସେତେବେଳେ ସ୍ତ୍ରୀ ତାଙ୍କୁ ଛାଡ଼ିବା ଉଚିତ ନୁହେଁ । ଜୀବନରେ ସବୁ ସୁଖ, ଦୁଃଖରେ ତାଙ୍କ ସହିତ ରହିବା ଆବଶ୍ୟକ ।

୬) ପତିବ୍ରତା ସ୍ତ୍ରୀମାନେ ଏଭଳି କାମ କରିବା ଆବଶ୍ୟକ ଯାହାଦ୍ୱାରା ସେମାନଙ୍କ ସ୍ୱାମୀଙ୍କ ମନ ସଦାସର୍ବଦା ଖୁସି ହୋଇରହିବ । ଏଭଳି କୌଣସି କାମ କରବା ଉଚିତ ନୁହେଁ; ଯାହା ସ୍ୱାମୀଙ୍କୁ ପସନ୍ଦ ନ ଥିବ ।

୭) କ୍ରୋଧ ଉପରେ ନିୟନ୍ତ୍ରଣ ରହିବା ଆବଶ୍ୟକ । କ୍ରୋଧ ଯୋଗୁଁ ବଡ଼ ବଡ଼ ଅସୁବିଧା ସୃଷ୍ଟି ହୋଇଥାଏ । ତେଣୁ ଶାନ୍ତରେ ରୁହନ୍ତୁ । ବାହାରଲୋକଙ୍କ ସହ ବ୍ୟର୍ଥରେ କଥା ହୁଅନ୍ତୁ ନାହିଁ ।