ଆଜି ଠାରୁ ଅର୍ଥାତ ୧ ଜୁନରୁ ଏହି ସାତଟି ଜିନିଷରେ ପରିବର୍ତ୍ତନ ଦେଖାଦେବ, ଏହାର ପ୍ରଭାବ ସର୍ବ ସାଧାରଣଙ୍କ ଉପରେ ପଡିପାରେ ।

Spread the love

୧ ଜୁନ ଅର୍ଥାତ ଆଜି ଠାରୁରୁ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବ ଓ ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ଏହି ପରିବର୍ତ୍ତନ ବ୍ୟାଙ୍କ, ପେଟ୍ରୋଲ, ରୋଷେଇ ଗ୍ୟାସ ଏବଂ ଦୈନଦିନ ଜୀବନ ସହ ଯୋଡିତ କେତେକ ଅତ୍ୟାବଶ୍ୟକ ଜିଣି । RBI ସହ ଜଡିତ ଟଙ୍କା ନେଣଦେଣ ନିୟମରେ କିଛି ପରିବର୍ତ୍ତନ ଦେଖାଦେବ । ରୋଷେଇ ଗ୍ୟାସର ମୂଲ୍ୟ ଧାର୍ଯ୍ୟ ହେବ । Rbiର ନୂତନ କ୍ରେଡିଟ ପଲିସି ଆସିବ ଏବଂ ଋଣ ଦରରେ ପରିବର୍ତ୍ତନ ହୋଇପାରେ । ୧ ଜୁନରୁ ଏହି ସାତଟି ଜିନିଷରେ ପରିବର୍ତ୍ତନ ଦେଖାଦେବ ।

ଟଙ୍କା ଦେଣନେଣ ନିୟମରେ ପରିବର୍ତ୍ତନ ଦେଖାଦେବ :

୧ ଜୁନରୁ RTGS ଟ୍ରାଞ୍ଜେକ୍ସନର ସମୟ ୪.୩୦ ରୁ ୬ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ପୂର୍ବରୁ ଏହାର ସମୟ ସକାଳ ୯ଟା ଠାରୁ ସନ୍ଧ୍ୟା ୪.୩୦ ପର୍ଯ୍ୟନ୍ତ ଥିଲା ଏବଂ ପ୍ରତି ଶନିବାର ଦିନ ସକାଳ ୯ଟା ଠାରୁ ମଧ୍ୟାହ୍ନ ୧.୩୦ ପର୍ଯ୍ୟନ୍ତ ଥିଲା । RBI ଅନୁସାରେ ଏପ୍ରିଲ ୨୦୧୯ରେ RTGS ମାଧ୍ୟମରେ ୧୧୨ ଲକ୍ଷ କୋଟି ଟଙ୍କା ଦେଣନେଣ ହୋଇଛି ।

ରୋଷେଇ ଗ୍ୟାସର ମୂଲ୍ୟ ବୃଦ୍ଧି ହୋଇପାରେ :

ପ୍ରତିମାସ ଭଳି ଜୁନ ୧ ତାରିଖରୁ ରୋଷେଇ ଗ୍ୟାସର ମୂଲ୍ୟ ବୃଦ୍ଧି ହୋଇପାରେ । ଅଏଲ୍ (Oil) ମାର୍କେଟିଙ୍ଗ କମ୍ପାନୀ ଘରୋଇ ଗ୍ୟାସର ମୂଲ୍ୟ ୧ ମଇରୁ ୨୮ ପଇସା ବୃଦ୍ଧି କରିଥିବା ବେଳେ ବିନା ସବସିଡି ଗ୍ୟାସ ସିଲିଣ୍ଡର ଉପରେ ୬ ଟଙ୍କା ବୃଦ୍ଧି କରିଥିଲା ।

କେରଳରେ GST ଦୁର୍ଦ୍ଦଶା ଟିକସ ଲାଗୁ ହେବ :

ଗତ ବର୍ଷ କେରଳରେ ଭୟଙ୍କର ବନ୍ୟା ଆସିଥିବା ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିଲା । ଏହାକୁ ପୁନଃନିର୍ମାଣ ନିମନ୍ତେ ସରକାର ୧ ଜୁନ ରୁ ୧ ପ୍ରତିଶତ ଅତିରିକ୍ତ କର ଲଗାଇ ପାରନ୍ତି । ଏହି ନୂତନ ନିୟମ ୨୦୧୯ ଜୁନ ୧ ତାରିଖରୁ ଆରମ୍ଭ ହୋଇ ଆଗାମୀ ୨ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ ।

ଆପଣଙ୍କର EMI କମ ହୋଇପାରେ :

RBI ଦ୍ଵାରା ଋଣ ଦରରେ ପରିବର୍ତ୍ତନ ହେବା ଫଳରେ ଆପଣଙ୍କର EMI କମ ହୋଇପାରେ । RBIର ଦ୍ଵି-ମାସିକ ନୀତିର ଘୋଷଣା ୬ ଜୁନ ୨୦୧୯ରେ ହେବ । ଦରରେ ହ୍ରାସ ଫଳରେ ସାଧାରଣ ଜନତାଙ୍କୁ ସହଜରେ ଋଣ ଉପଲବ୍ଧ ହୋଇପାରିବ । ବ୍ୟବସାୟୀକ ଗୋଷ୍ଟିଙ୍କ ନିମନ୍ତେ ସରକାର ଋଣର ଦରରେ ପରିବର୍ତ୍ତନ ଆଣିପାରନ୍ତି ।

ଆର୍ମୀ କ୍ୟାଣ୍ଟିନ୍ ରୁ କାର କିଣିବା ମହଙ୍ଗା ହୋଇଯିବ :

ସୈନ୍ୟ ଅଧିକାରୀଙ୍କ ନୂତନ ନିୟମ ଫଳରେ ୧ ଜୁନରୁ ଆର୍ମୀ କ୍ୟାଣ୍ଟିନ୍ ରୁ କାର କିଣିବା ମହଙ୍ଗା ହୋଇଯିବ । ଜଣେ ବ୍ୟକ୍ତି ଆର୍ମୀ କ୍ୟାଣ୍ଟିନ୍ ରୁ ୧୨ ଲକ୍ଷ ଟଙ୍କାର କାର କିଣି ପାରିବେ । ପ୍ରତି ୮ ବର୍ଷରେ କାର କିଣି ପାରିବେ ତାହା ପୁଣି କାରଟି ୨୫୦୦ ସିସିଡିରୁ କମ ହେବା ଆବଶ୍ୟକ । ଦେଶ ସେବାରେ କାର୍ଯ୍ୟରତ ସୈନିକ ନିଜ କାର୍ଯ୍ୟକାଳ ମଧ୍ୟରେ ଥରେ ହିଁ କାର କିଣି ପାରିବେ ଏବଂ ଅବସର ପରେ ଜିଏସଟି ମିଶାଇ ୬.୫ ଲକ୍ଷ ଟଙ୍କାର କାର କିଣି ପାରିବେ ।

ବସ ଗୁଡିକରେ ସୁରକ୍ଷା ପେନିକ୍ ବଟମ (Panic button) ଲାଗିବ :

ମହିଳାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ପ୍ରତି ପବ୍ଲିକ ଟ୍ରାନ୍ସପୋର୍ଟରେ ସୁରକ୍ଷା ପେନିକ୍ ବଟମ (Panic button) ଲଗାଇବାର ନିୟମ ଲାଗୁ କରିବେ । ଡିଟିସି ଏବଂ କ୍ଲଷ୍ଟର ସ୍କିମ ବସ ଗୁଡିକରେ ସୁରକ୍ଷା ନିମନ୍ତେ ପେନିକ୍ ବଟମ ଲଗାଇବାର ବ୍ୟବସ୍ଥା କରାଯାଉଛି । ଆସନ୍ତା ମାସରୁ ଦିଲ୍ଲୀରେ ନୂତନ ବସ ସେବାର ଆରମ୍ଭ ହୋଇଯିବ ।

ହେଲମେଟ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବ ନାହିଁ :

୧ ଜୁନରୁ ଯେଉଁ ବାଇକ ଚାଳକ ହେଲମେଟ୍ ପିନ୍ଧି ନ ଥିବେ ସେମାନଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବ ନାହିଁ । ଏହି ନିୟମ କେବଳ ଉତ୍ତର ପ୍ରଦେଶର ନୋଏଡା ଏବଂ ଗ୍ରେଟର ନୋଏଡା ପାଇଁ ହିଁ ଏହି ନିୟମ ଲାଗୁ ହେବ । ସଡକ ଦୁର୍ଘଟଣାରୁ ବଞ୍ଚିବା ନିମନ୍ତେ ଜିଲ୍ଲା ପ୍ରଶାସନ ଏହି ନିୟମ ଲାଗୁ କରିବେ ।