ଏହି ୭ ଜଣ ଭାରତୀୟଙ୍କ ପାଖରେ ଦୁନିଆର ସବୁଠୁ ଦାମୀ କାର୍ ଅଛି, ଅମ୍ବାନୀ ମଧ୍ୟ ଆସୁଛନ୍ତି ଏହି ତାଲିକାର ୩ ନମ୍ବରରେ ।

Spread the love

ଯେଉଁଠି ଦୁନିଆରେ ଗରିବ ଲୋକ ଅତ୍ୟାଧିକ ମାତ୍ରାରେ ରହିଛନ୍ତି, ସେଠାରେ ଧନୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ସମୟ ତାଳ ସହ ବର୍ତ୍ତମାନ ଆମ ଦେଶ ଭାରତରେ ଧନୀ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଧନୀ ଲୋକମାନଙ୍କର ଅନେକ ପ୍ରକାରର ଇଚ୍ଛା ଥାଏ, ଗରିବ କିମ୍ବା ମଧ୍ୟବିତ୍ତ ପରିବାରର ଲୋକଙ୍କ ମଧ୍ୟ ଇଚ୍ଛା ଥାଏ କିନ୍ତୁ ସେହି ଇଚ୍ଛାକୁ ପୂରଣ କରିବାକୁ ସମର୍ଥ ନୁହନ୍ତି । ତାହା ସ୍ମାର୍ଟ ଫୋନ ହେଉ କିମ୍ବା ଦାମୀ ଜେଟ ହେଉ ଅବା ନାମିଦାମୀ କପଡ଼ା । କିନ୍ତୁ ଧନୀମାନଙ୍କ ଏହି ତାଲିକାରେ ଏବେ ବିଳାସପୂର୍ଣ କାର ମଧ୍ୟ ସାମିଲ ହୋଇଯାଇଛି । ଆପଣ ଏମିତି ବହୁତ ଭଲ କାରମାନେ ଟିଭିରେ ଦେଖିଥିବେ । ଯାହା ଗରିବ କିମ୍ବା ମଧ୍ୟବିତ୍ତ ଶ୍ରେଣୀର ଲୋକେ ସ୍ୱପ୍ନରେ ସୁଧା କେବେ କିଣି ପାରିବେ ନାହିଁ । କିନ୍ତୁ ଏମିତି କାର୍ ସଂଖ୍ୟା ଏବେ ଭାରତର ସଡ଼କରେ ମଧ୍ୟ ବଢିଯାଇଛି । ଆଜି ଆମେ ଏମିତି ୭ଜଣ ଭାରତୀୟଙ୍କ ବିଷୟରେ କହିବୁ, ଯାହା ପାଖରେ ଦୁନିଆର ସବୁଠୁ ଭଲ ଏବଂ ଦାମୀ କାର୍ ରହିଛି ଏବଂ ସେମାନେ ବିନା କୌଣସି ଡରରେ ସେଥିରେ ବୁଲନ୍ତି । ତେବେ ଆସନ୍ତୁ ଜାଣିବା :

୭. ବିରାଟ କହୋଲି :

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କହୋଲିଙ୍କ ବିବାହ ଅନୁଷ୍କା ଶର୍ମାଙ୍କ ସହ ହୋଇଛି, ଯାହାର ପ୍ରୀତିଭୋଜନର ଚର୍ଚ୍ଚା ସାରା ଭାରତରେ ହେଉଥିଲା । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିରାଟଙ୍କ ପାଖରେ ଅନେକ ଭଲ କାର୍ ଅଛି; ଯାହା ଭିତରେ OD-R8 ସବୁଠୁ ଉପରେ । ଏହି କାର୍ ର ବର୍ତ୍ତମାନ ମୂଲ୍ୟ ୨.୬୪ କୋଟି ଟଙ୍କା । ଏହି କାର ଛଡା ବିରାଟଙ୍କ ପାଖରେ କ୍ୟୁ-୭ ଯେପରି ଦାମୀ କାର୍ ମଧ୍ୟ ଅଛି ।

୬. ସଚିନ ତେନ୍ଦୁଲକର :

ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ବାପା କୁହାଯାଏ । ବର୍ତ୍ତମାନ ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେଇ ଗଲେଣି କିନ୍ତୁ ତାଙ୍କ ଧନର ଚର୍ଚ୍ଚା ଆଜି ମଧ୍ୟ ପ୍ରତ୍ୟେକ ଲୋକଙ୍କ ମୁହଁରେ । ସଚିନଙ୍କ ପାଖରେ ବି.ଏମ୍.ଡବ୍ଲ୍ୟୁ ଆଇ-୮ (BMW i8) ଯେପରି ଭଲ କାର ଅଛି, ଯାହା ସେ ଗତ ବର୍ଷ ୨.୨୦ କୋଟିରେ କିଣି ଥିଲେ । ଏହି କାର ତାଙ୍କର ଅନ୍ୟ କାର ତୁଳନାରେ ସବୁଠୁ ଅଧିକ ପ୍ରିୟ ।

୫. ଅମିତାଭ ବଚ୍ଚନ :

ଫିଲ୍ମ ଜଗତର “ଶେହେଁସା” ଅମିତାଭ ବଚ୍ଚନଙ୍କୁ ଆଜି ଆମେ “ବିଗ ବି” ରୂପେ ଜାଣୁଛୁ । ନିଜ ଫିଲ୍ମ ଜୀବନରେ ସେ ଏପରି ଅନେକ ଭଲ ଫିଲ୍ମରେ କାମ କରିଛନ୍ତି ।ଅମିତାଭ ବଚ୍ଚନଙ୍କ ପାଖରେ “ରୋଲ୍ସ ରୋୟାଂସ ଫେଣ୍ଟମ” ଭଳି ଅନେକ ବିସ୍ମୟ କାର୍ ଅଛି, ଯାହାର ମୂଲ୍ୟ ୩ କୋଟିରୁ ମଧ୍ୟ ଅଧିକ । ଅମିତାଭ ନିକଟରେ ଆହୁରି ମଧ୍ୟ ଅନେକ ଦାମୀ କାର୍ ଅଛି କିନ୍ତୁ “ରୋଲ୍ସ ରୋୟାଂସ ଫେଣ୍ଟମ” ତାଙ୍କର ପ୍ରିୟ କାର୍ ଅଟେ ।

୪. ରାମ ଚରଣ :

ସାଉଥ ଜଗତର ପ୍ରସିଦ୍ଧ କଳାକାର ରାମଚରଣ ମଧ୍ୟ ଧନୀ ଓ ସୌକିନ ତାଲିକାରେ କାହାଠାରୁ କମ ନୁହନ୍ତି । ନିଜ ପାଖରେ “ରେଞ୍ଜ ରୋବର” ଯେପରି ମୂଲ୍ୟବାନ କାର୍ ରହିଛି, ଯାହାର ଦାମ ୩.୧ କୋଟି ଟଙ୍କା ଅଟେ । ସେ କିଛି ଦିନ ପୂର୍ବରୁ ହିଁ ରେଞ୍ଜ ରୋବର ଅଟୋବାୟୋଗ୍ରାଫି କିଣିଥିଲେ । ଏହି କାର ଛଡା ତାଙ୍କ ପାଖରେ ଏଷ୍ଟନ ମାର୍ଟିନ, ଜିପ ଏବଂ ଆହୁରି ଅନେକ କାର ଅଛି ।

୩. ମୁକେଶ ଆମ୍ବାନୀ :

ଭାରତର ବିଖ୍ୟାତ ଶିଳ୍ପପତି ମୁକେଶ ଆମ୍ବାନୀକୁ କିଏ ନ ଜାଣନ୍ତି । ଏହା ସତ ଯେ, ସେ ନିଜର ଧନ ଦେଖାଇବାକୁ କେବେ ପଛରେ ରହି ନାହାନ୍ତି କିନ୍ତୁ କାର୍ ମାମଲାରେ ସେ ତୃତୀୟ ନମ୍ବରରେ ଅଛନ୍ତି । ତାଙ୍କ ପାଖରେ “ମେବେକ ୬୨” ଅଛି, ଯାହାର ଦାମ ୫.୪୦ କୋଟି ଟଙ୍କା ଅଟେ । ଏହି କାର୍ ସେ ଅଫିସ ଯିବା ଆସିବା ପାଇଁ କିଣିଥିଲେ ।

୨. ଅମୀର ଖାନ :

ବଲିଉଡର ସବୁଠୁ ପରଫେକ୍ଟ କଳାକାର ରୂପେ ପରିଚିତ ଅମୀର ଖାନ, ଫିଲ୍ମରେ ଯେତେ ଭଲ ଅଭିନୟ ପାଇଁ ଲୋକପ୍ରିୟ ଅଛନ୍ତି ବାସ୍ତବ ଜୀବନରେ ମଧ୍ୟ ତା’ଠାରୁ ଅଧିକ ନିଜର କାର ସୌକିନ ପାଇଁ ପରିଚିତ । ଅମୀରଙ୍କ ପାଖରେ “ମର୍ସଡିଜ ବେଂଜ ଏସ୍ ୬୦୦” ନାମ କାର୍ ରହିଛି । ଯାହାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ଅଟେ । ଖାସ କଥା ଏହା ଯେ, “ମର୍ସଡିଜ ବେଂଜ ଏସ୍ ୬୦୦” ବୁଲେଟ ପ୍ରୁଫ କାର୍ ଅଟେ ।

୧. ଶାହରୁଖ ଖାନ :

ବଲିଉଡର କିଙ୍ଗ ଖାନ ନିଜ ପ୍ରେମ ପ୍ରବଣ ଅଭିନୟ ପାଇଁ ପରିଚିତ । କିନ୍ତୁ ଶାହରୁଖ ଖାନଙ୍କ ପାଖରେ “ବୁଗାଟି ବେରୋନ” କାର୍ ଅଛି; ଯାହାର ମୂଲ୍ୟ ୧୨ କୋଟି ଟଙ୍କା ଅଟେ । ଏହି କାର ଛଡା ତାଙ୍କ ପାଖରେ “ରୋଲ୍ସ ରୋୟାଂସ” ଏବଂ ବି.ଏମ୍.ଡବ୍ଲ୍ୟୁ ସହ ଆହୁରି ଅନେକ ବିଳାସପୂର୍ଣ କାର୍ ରହିଛି ।