ରାତିରେ ଶୋଇବା ସମୟରେ ଏହି ୭ଟି ସହଜ ନିୟମକୁ ପାଳନ କରିଲେ ଆପଣଙ୍କର ବଢିଥିବା ଓଜନ ବହୁତ ଶୀଘ୍ର କମିବାକୁ ଲାଗିବ ।

Spread the love

ଅନେକ ପ୍ରକାରର ଚାପ ଓ ଏହି ବ୍ୟସ୍ତତା ଜୀବନରେ ଆଜିକାଲି ଅନେକ ଲୋକମାନଙ୍କୁ ଶରୀର ମୋଟା ହେବା ସମସ୍ୟା ଦେଖାଯାଉଛି ଓ ଏହି ଗମ୍ଭୀର ସମସ୍ୟା ଅଧିକାଂଶ ରୂପେ ମହିଳା ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । କାରଣ ସେମାନେ ଅଫିସ ଯିବା ସହ ଘରର ଦାୟିତ୍ୱ ମଧ୍ୟ ଥାଏ । ଏହି କାରଣ ଯୋଗୁଁ ସେମାନେ ନିଜ ଉପରେ ଧ୍ୟାନ ଦେବା ଅସମ୍ଭବ ହେଉଛି । କେବଳ ମହିଳା ମାନଙ୍କ ମଧ୍ୟରେ ହିଁ ନୁହଁ ଏହା ପୁରୁଷ ମାନଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି ଓ ଯୁବକ ମାନଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି । ଏହି ଅସୁବିଧା ହେବାର କାରଣ କେବଳ ଗୋଟିଏ ହୋଇନଥାଏ, ଏହାର ଅନେକ କାରଣ ଥାଏ । ଅସ୍ତ-ବ୍ୟସ୍ତ ଜୀବନ, ଖରାପ ଖାଦ୍ୟ ଖାଇବା ଓ ଦିନଚାର୍ଯ୍ୟ । ଆଜିକାଲି ସମସ୍ତେ କେବଳ ଗୋଟିଏ ସମସ୍ୟାରେ ପୀଡିତ ହେଉଛନ୍ତି ତାହା ହେଉଛି ମୋଟାପଣ ।

ସମସ୍ତେ ଏହି ସମସ୍ୟା ଠାରୁ ମୁକ୍ତି ପାଇବାକୁ ଚାହିଁଥାନ୍ତି । କିନ୍ତୁ ସେଥିପାଇଁ ଖାଦ୍ୟ ଖାଇବାରେ ନିୟନ୍ତ୍ରଣ ଓ ଏକ୍ସସାଇଜ ବା ବ୍ୟାୟମ କରିବା ଆବଶ୍ୟକ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ୭ଟି ବିଷୟରେ କହିବାକୁ ଯାଉଛୁ, ଯାହାକି ଆପଣ ଶୋଇଥିବା ସମୟରେ ମଧ୍ୟ ଆପଣଙ୍କ ଓଜନକୁ କମାଇ ଥାଏ । ଆପଣ ଯଦି ମୋଟାପଣ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏହି ଛୋଟ-ଛୋଟ ପ୍ରୟାସ କରିବା ଦ୍ୱାରା ଆପଣଙ୍କ ଶରୀରରେ ବଢିଥିବା ଓଜନ କମିବାକୁ ଲାଗିବ ।

ରାତିରେ ଶୋଇବା ସମୟରେ ଏହି ୭ଟି କାମ କରନ୍ତୁ –

୧) ପ୍ରତ୍ୟେକ ମନୁଷ୍ୟକୁ ୭/୮ ଘଣ୍ଟା ଶୋଇବାର ଦରକାର । କାରଣ ଯଦି ଆପଣ ଭଲ ସ୍ୱାସ୍ଥ୍ୟ ଚାହୁଁଛନ୍ତି; ତେବେ ଆପଣ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ଏହା ଦ୍ୱାରା ଆପଣଙ୍କ ଶରୀରର ମୋଟାପଣ ମଧ୍ୟ ଠିକ୍ ହୋଇଯାଏ ।

୨) ଶୋଇବା ସମୟରେ ଟିଭି ବା ମୋବାଇଲ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଯେତେବେକେ ଆମେ ଏଭଳି କରିଥାଉ, ସେତେବେଳେ ଆମ ଶରୀର ଭିତରେ ମେଳାଟୋନିନ୍ ନାମକ ଏକ ହରମୋନ ସୃଷ୍ଟି ହୋଇଥାଏ, ଯାହାକି ଆମ ଶରୀରରେ ଥିବା ଟିସୁ ଗୁଡ଼ିକୁ ଦବାଇ ଦିଏ ଏହା ଯୋଗୁଁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରେ ହୋଇପାରି ନଥାଏ । ଏଥିଯୋଗୁଁ ଆପଣଙ୍କ ଶରୀରରେ ଫ୍ୟାଟ୍ ଜମା ହୋଇଯାଏ ଓ ଆପଣଙ୍କ ଶରୀର ମୋଟା ହୋଇଯାଏ ।

୩) ଶୋଇବା ସମୟରେ ଢିଲା ପୋଷାକ ପିନ୍ଧନ୍ତୁ । କାରଣ ଆପଣ ଟାଇଟ୍ ପୋଷାକ ପରିଧାନ କରିବେ, ତେବେ ଆପଣଙ୍କୁ ୭ ରୁ ୮ ଘଣ୍ଟା ନିଦ ହୋଇପାରି ନଥାଏ ।

୪) ରାତିରେ ଯେତେଦୂର ସମ୍ଭବ ହୋଇପାରିବ ଖାଆନ୍ତୁ ନାହିଁ ଏହାର ଅର୍ଥ ଏହା ନୁହେଁ କି, ଆପଣ ଭୋକରେ ଶୋଇବେ । ରାତିରେ ସିଝା ହୋଇଥିବା ପନିପରିବା ଓ ପାଣିଆ ଡାଲି ସେବନ କରନ୍ତୁ ।

୫) ଆପଣଙ୍କୁ କହିବାକୁ ଚାହୁଁଛୁ କି ଅଧିକାଂଶ ଲୋକ ରାତିରେ ଡ୍ରିଙ୍କ କରନ୍ତି । ଯଦି ଆପଣ ମଧ୍ୟ ବଢିଥିବା ଓଜନ ଯୋଗୁଁ ଚିନ୍ତିତରେ ଅଛନ୍ତି । ତେବେ ଆପଣ ଶୋଇବା ୩/୪ ଘଣ୍ଟା ଆଗରୁ ଡ୍ରିଙ୍କ କରିବା ଆବଶ୍ୟକ ବା ନ କରିଲେ ଆହୁରି ଭଲ ।

୬) କେତେକ ଲୋକଙ୍କୁ ଅଭ୍ୟାସ ଥାଏ କି, ସେମାନେ ରାତିରେ ଟିଭି ଦେଖିବା ସମୟରେ ଭୋଜନ କରିଥାନ୍ତି କିନ୍ତୁ ଏଭଳି କରିବା ଉଚିତ ନୁହେଁ । କାରଣ ଆପଣ ଟିଭି ଦେଖିବା ନିଶାରେ ଆପଣ ବହୁତ ଗୁଡାଏ ଭୋଜନ କରିଦିଅନ୍ତି । ଆପଣ ଜାଣିବି ପାରନ୍ତି ନାହିଁ କି, ଆପଣ କେତେ ଭୋଜନ କରିଲେ ।

୭) ରାତିରେ ଶୋଇବା ସମୟରେ ଲାଇଟକୁ ବନ୍ଦ କରି ଦିଅନ୍ତୁ । କାରଣ ଆପଣ ଯଦି ଆପଣ ଲାଇଟ ଅନ୍ କରି ଶୋଇବେ, ତେବେ ଆପଣଙ୍କ ମସ୍ତିଷ୍କରେ କିଛି ନା କିଛି ଚାଲୁ ରହିବ, ଏଥିଯୋଗୁଁ ଆପଣଙ୍କ ମସ୍ତିଷ୍କ ବିଶ୍ରାମ ନେଇପାରିବ ନାହିଁ ।