କିଡ଼ିନି ଖରାପ ହେବା ଆଗରୁ ଆମ ଶରୀରରେ ଦେଖିବାକୁ ମିଳି ଥାଏ ଏହି 6 ଟି ଲକ୍ଷଣ, 5ମ ଲକ୍ଷଣ ବହୁତ ଜରୁରୀ

Spread the love

କିଡ଼ିନି ଆମ ଶରୀରର ଏକ ମହତ୍ତ୍ୱ ପୂର୍ଣ୍ଣ ଅଙ୍ଗ ଅଟେ। କିଡ଼ିନି ସଠିକ ଭାବରେ କାମ ନ କଲେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ଥାଏ ।ଆଜିକାଲି ଭୁଲ ଖାଦ୍ୟପେୟ କାରଣରୁ କିଡ଼ିନି ଉପରେ ଖରାପ ପ୍ରଭାବ ପଡୁଛି । ଆଉ କିଡ଼ିନି ଫେଲ ହେବାର ସମ୍ଭାବନା ବଢି ଚାଲି ଥାଏ । କିଡ଼ିନି ଆମ ଶରୀରର ବିଶଲ୍ୟ ଜିନିଷକୁ ଛାଣି ଆମ ମୂତ୍ର ମାଧ୍ୟମ ରେ ବାହାରକୁ ବାହାର କରିବାର କାମ କରି ଥାଏ । ଆଉ ରକ୍ତକୁ ପରିଷ୍କାର କରି ଥାଏ । କିଡ଼ିନି ଫେଲ ହେବା ପୂର୍ବରୁ କିଛି ଲକ୍ଷଣ ଦେଖିବାକୁ ମିଳି ଥାଏ । ଆସନ୍ତୁ ଜାଣିବା କିଡ଼ିନି ଫେଲ ହେବା ଆଗରୁ ଆମକୁ କେଉଁ 6 ଟି ଲକ୍ଷଣ ଦେଖା ଯାଇ ଥାଏ ।5ମ ଲକ୍ଷଣ ବହୁତ ଜରୁରୀ ଅଟେ ।

କିଡ଼ିନିର ଆକାର ଆମ ହାତ ମୁଠା ଆକାର ସହିତ ସମାନ ହୋଇଥାଏ । ଦୁଇଟି କିଡ଼ିନି ପଞ୍ଜରାର ଏପଟେ ସେପଟେ ରହିଥାଏ । ଏହା ଆମ ଶରୀରର ହାନିକାରକ ପଦାର୍ଥ କ୍ରିଏଟିନିନ, ୟୁରିଆ,  ପୋଟାସୀୟମ ଆଦି ବିଶଲ୍ୟ ପଦାର୍ଥ କୁ ବାହାରକୁ ବାହାର କରିବା ପାଇଁ ସାହାଯ୍ୟ କରି ଥାଏ । ହାଡରେ କ୍ୟାଲସିୟମ ଆଉ ରାସାୟନିକ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଶରୀରର ଗୋଟେ କିଡ଼ିନି କାମ କରିବା ବନ୍ଦ କରି ଦେଲେ ଆଉ ଗୋଟେ କିଡ଼ିନି ଶରୀରର ସମସ୍ତ ଭାର ସମ୍ଭାଳି ଥାଏ ।

କିଡ଼ିନି ଫେଲ ହେବାର ଲକ୍ଷଣ:-

1) ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ ଆଉ ବାରମ୍ବାର ବାନ୍ତି ହେଉଛି ତେବେ ଏହା ଏକ କିଡ଼ିନି ଖରାପ ହେବାର ସଂକେତ ହୋଇ ଥାଇ ପାରେ ।

2) ଦିନ ସାରା ଆରାମ କରିବା ପରେ ବି ଯଦି ଆପଣଙ୍କ ଶରୀରରେ ଥକା ଓ ଦୁର୍ବଳ ଲାଗୁ ଥାଏ ତୋ ହେଇପାରେ ଏହା ଏକ କିଡ଼ିନି ଖରାପ ହେବାର ଲକ୍ଷଣ ।

3) ଯଦି ଆପଣଙ୍କୁ ପରିଶ୍ରା ବହୁତ କମ ଲାଗୁଛି ଆଉ ଦିନ ରେ କେବଳ ଥରେ ଦୁଇ ଥର ହିଁ ପରିସ୍ରା କରିବା ପାଇଁ ଯିବାକୁ ପଡୁଛି ତେବେ ଏହା କିଡ଼ିନି ଫେଲ ହେବାର ସଂକେତ ହୋଇ  ପାରେ ।

4) ଯଦି ଆପଣଙ୍କର ବ୍ଲଡ଼ ପ୍ରେସର ବହୁତ ହାଇ ହେଉ ଅଛି । ଆଉ ଆପଣ ତାକୁ କଣ୍ଟ୍ରୋଲ କରି ପାରୁ ନାହାନ୍ତି ତେବେ ଏହା କିଡ଼ିନି ଖରାପ ହେବାର ସଂକେତ ହୋଇ ପାରେ ।

5) ଯଦି ଆପଣଙ୍କ ଶରୀରରେ ବାରମ୍ବାର କୁଣ୍ଡିଆ ସମସ୍ୟା ରହୁଛି କୁଣ୍ଡେଇ ହେଉଛି ତେବେ ତେବେ ଏହା କିଡ଼ିନି ଖରାପ ହେବାର ସଂକେତ ହୋଇ ପାରେ ।

6) ଯଦି ଆପଣଙ୍କର ପାଦରେ ସବୁବେଳେ ଫୁଲା ରହୁଛି ତେବେ ଏହା କିଡ଼ିନି ଖରାପ ହେବାର ଲକ୍ଷଣ ହୋଇ ପାରେ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ !