ଏହି ଛଅ ଜଣ ଷ୍ଟାର ହେଉଛନ୍ତି ବୋଲଉଡ଼ର ସିକରେଟ୍ ଷ୍ଟାର; ଯେଉଁମାନେ ଲୁଚିଛୁପି ବିବାହ କରିଥିଲେ….

Spread the love

ବୋଲଉଡ଼ ଅଭିନେତା ମାନଙ୍କୁ ଷ୍ଟାର କୁହାଯାଏ । କାରଣ ତାଙ୍କ ଉପରେ ସମସ୍ତଙ୍କ ନଜର ଥାଏ । ଆମର ପ୍ରିୟ ଅଭିନେତ୍ରୀ କଣ ଖାଆନ୍ତି, କେଉଁଠି ବୁଲନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ସେ କାହା ସହିତ ବୁଲନ୍ତି ଏସବୁ ଜାଣିବା ପାଇଁ ସମସ୍ତେ ଆଗଭର ରହିଥାନ୍ତି । ଏହି କଥା ସତ ଯେ ଏହି ଷ୍ଟାରମାନେ ନିଜର ବ୍ୟକ୍ତିଗତ ଜୀବନକୁ ମିଡିଆ ଠାରୁ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି । ଡେଟିଂ ତ ଡେଟିଂ ଏମିତିକି ବିବାହର ଖବର ମଧ୍ୟ ମିଡିଆକୁ ବହୁତ ବିଳମ୍ବରେ ଜଣାପଡ଼ିଥାଏ । ଆଜିର ସମୟରେ ଦୀପିକା ଏବଂ ସୋନମଙ୍କ ବିବାହ ବିଷୟରେ ସମସ୍ତଙ୍କୁ ଆଗରୁ ହିଁ ଜଣାଥିଲା ମାତ୍ର ଏମିତି କିଛି ଷ୍ଟାର ଅଛନ୍ତି; ଯେଉଁମାନେ କେବେ ଲୁଚିଲୁଚି ବିବାହ କରିଛନ୍ତି ଏବଂ କେହି ମଧ୍ୟ ଜାଣିନାହାନ୍ତି । ଆସନ୍ତୁ ଆମେ ଆପଣଙ୍କୁ ଆଜି ତିନି ଜଣ ଷ୍ଟାରଙ୍କ ବିଷୟରେ କହିବୁ ।

ଜନ୍ ଅବ୍ରହାମ ଏବଂ ପ୍ରିୟା ରୋଞ୍ଚଳ :-

ବୋଲଉଡ଼ର ଷ୍ଟାର ଜନ୍ ଅବ୍ରହାମ ନିଜର ଆକ୍ସନ ଏବଂ ସୁନ୍ଦର ଚେହେରା ସହିତ ବିପାଶାଙ୍କ ସହ ସମ୍ବନ୍ଧ ରଖିଥିବା ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଦୁଇ ଜଣଙ୍କ ଯୋଡ଼ି ଅଧିକ ସମୟ ପାଇଁ ବୋଲଉଡ଼ରେ ଚର୍ଚ୍ଚିତ ରହିଥିଲା । ମାତ୍ର ସେମାନଙ୍କ ଭିତରେ କିଛି ମତଭେଦ ହେବାରୁ ଦୁଇ ଜଣଙ୍କ ରାସ୍ତା ଅଲଗା ହୋଇଯାଇଥିଲା । ଯେଉଁଠାରେ ବିପାଶା କରନଙ୍କୁ ବିବାହ ସମୟରେ ମେଡିଆ ସାମ୍ନାରେ ନିଜର ଫୋଟୋ ସେୟାର କରିଥିଲେ । ପୁଣି ଜନ ଅବ୍ରହାମ ଜାନୁୟାରୀ ୩, ୨୦୧୪ରେ ପ୍ରିୟା ରୋଞ୍ଚଳଙ୍କ ସହ ଚୁପଚାପ ଲୋସ୍ ଏଞ୍ଜେଲସ୍ ରେ ବିବାହ କରିଥିଲେ ।

ରାଣୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରା :-

ବୋଲଉଡ଼ର ରାଣୀ, ରାଣୀ ମୁଖାର୍ଜୀ ଯେତେବେଳେ ହଠାତ ୨୦୧୪ରେ ଡ଼ାଇରେକ୍ଟର ଏବଂ ସାଙ୍ଗ ଆଦିତ୍ୟ ଚୋପଡ଼ାଙ୍କୁ ବିବାହ କରିଥିଲେ, ସେତେବେଳେ ଲୋକମାନେ ବିଶ୍ୱାସ କରି ପାରିନଥିଲେ । ମାନେ କଥା ହେଉଛି ଯେ ଆଦିତ୍ୟ ଏବଂ ରାଣୀଙ୍କର ବନ୍ଧୁତା ବିଷୟରେ ସମସ୍ତଙ୍କୁ ଜଣା ଥିଲା ମାତ୍ର ତାଙ୍କର ଅଫାୟର ବିଷୟରେ କାହାକୁ ଟିକେ ସନ୍ଦେହ ବି ଆସିନଥିଲା । ସେମାନଙ୍କର ବିବାହ ମଧ୍ୟ ଇଟାଲୀରେ ହୋଇଥିଲା । ତା’ପରେ ସେମାନଙ୍କର ଗୋଟିଏ ଝିଅ ହୋଇଥିଲା ଯାହାର ନାମ ଆଦିରା ।

ସେଲୀନା ଜେଟଲୀ ଓ ପୀଟର ହେଗ୍ :-

ସୁନ୍ଦରୀ ସେଲୀନା ଜେଟଲୀ ହଠାତ ଫିଲ୍ମ ଠାରୁ ଦୁରାଇ ଯାଇଥିଲେ ଏବଂ ୨୦୧୧ରେ ପୀଟର ହେଗ୍ ଙ୍କୁ ବିବାହ କରିଥିଲେ । ୨୦୧୨ରେ ସେମାନେ ଦୁଇଟି ଯାଆଁଳା ପିଲାର ମାତା ପିତା ହୋଇଥିଲେ । ଏମାନଙ୍କ ବିବାହ ବିଷୟରେ ମଧ୍ୟ କାହାକୁ ଟିକେ ଖବର ବି ହୋଇନଥିଲା । ବର୍ତ୍ତମାନ ସମୟରେ ସେମାନଙ୍କ ବିବାହିତା ଜୀବନ ଅତ୍ୟନ୍ତ ଖୁସିମୟ ରହିଛି ।

ପ୍ରୀତି ଜିଣ୍ଟା ଓ ଜୀନ ଗୁଡଇନାଫ :-

ନିଜର ଡିମ୍ପଲ୍ ବାଲା ହସ ଏବଂ ଦମଦାର ଅଭିନୟ ପାଇଁ ବୋଲଉଡ଼ରେ ରାଜତ୍ୱ କରୁଥିବା ପ୍ରୀତି ଜିଣ୍ଟାଙ୍କର ବିବାହ ମଧ୍ୟ ହଠାତ ଦର୍ଶକ ମାନଙ୍କ ସାମ୍ନାକୁ ଆସିଥିଲା । ନେସ ବାଡ଼ିଆକୁ ନେଇ ଚର୍ଚ୍ଚାରେ ଥିବା ପ୍ରୀତି ଜିଣ୍ଟା ଯେତେବେଳେ ହଠାତ ଜୀନ ଗୁଡଇନାଫଙ୍କୁ ବିବାହ କରିଥିଲେ ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ତାଙ୍କ ବିବାହରେ ବହୁତ କମ୍ ଲୋକ ସାମିଲ ଥିଲେ ଏବଂ ଭାରତ ଆସି ସେ ସମସ୍ତଙ୍କୁ ପାର୍ଟି ଦେଇଥିଲେ ।

ଅକ୍ଷୟ କୁମାର ଓ ଟ୍ୱିଙ୍କିଲ ଖାନ୍ନା :-

ଖିଲାଡ଼ି କୁମାର ଯେତେବେଳେ ବଲିଉଡ ପରଦାରେ ଆକ୍ସନ ଦେଖାଉଥିଲେ ସେତେବେଳେ ତାଙ୍କ ନାମ ସହ ଦୁଇ ଜଣ ବଡ଼ ବଡ଼ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଉଥିଲା ଏବଂ ଏକ ସମୟରେ ତାଙ୍କର ବିବାହର ଖବର ମଧ୍ୟ ଆସିଥିଲା । ମାତ୍ର କେହି ମଧ୍ୟ ଏହି କଥାର ବିଶ୍ବାସ କରି ପାରିଲେ ନାହିଁ ଯେ, ଅକ୍ଷୟ କୁମାର ଟ୍ୱିଙ୍କିଲ ଖାନ୍ନାଙ୍କୁ ବିବାହ କରିଛନ୍ତି । ମାତ୍ର ୫୦ ଜଣ ଲୋକ ତାଙ୍କ ବିବାହରେ ସାମିଲ ହୋଇଥିଲେ ।

ଅନୁଷ୍କା ଏବଂ ବିରାଟ :-

ଫିଲ୍ଲୋରୀ ଗାର୍ଲ୍ ଅନୁଷ୍କା ଭାରତର ହେଣ୍ଡସମ କ୍ରିକେଟ ଖେଳାଳୀ ବିରାଟଙ୍କୁ ଡେଟ୍ କରିବା କଥା ସମସ୍ତଙ୍କୁ ଜଣା ଥିଲା । ଦୁଇ ଜଣ ଅନେକ ସମୟରେ ସାଙ୍ଗରେ ରହିବାର ନଜରରେ ଆସୁଥିଲେ । ମାତ୍ର ଲୋକଙ୍କୁ ସେତେବେଳେ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ସେମାନେ ଇଟାଲୀରେ ଲୋକଙ୍କୁ ନ ଜଣାଇ ବିବାହ କରିଥିଲେ । ଉଭୟ ନିଜ ନିଜ କାମରେ ପ୍ରସିଦ୍ଧ ଷ୍ଟାର ଥିଲେ । ଏହିପରି ସ୍ଥିତିରେ ଯେତେବେଳେ ସେମାନଙ୍କର ବିବାହର ଫୋଟୋ ଭାଇରଲ ହେଲା, ସେତେବେଳେ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ଖେଳି ଯାଇଥିଲା ।