କ୍ରୋଧକୁ ନାକ ଅଗରେ ନେଇ ଜନ୍ମ ହୋଇଥାନ୍ତି ଏହି ୬ଟି ଅକ୍ଷର ଥିବା ଝିଅମାନେ । ଜାଣନ୍ତୁ ଏମାନଙ୍କ କିଛି ବିଶେଷ କଥା ।

Spread the love

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ବହୁତ ମହତ୍ତ୍ୱ ରହିଛି । ନାମର ପ୍ରଥମ ଅକ୍ଷରରୁ ହିଁ ଜ୍ୟୋତିଷ ଶାସ୍ତ୍ରରେ ଆମକୁ ଜଣା ପଡ଼ିଥାଏ ଯେ, ଜୀବନରେ ସୁଖ ଏବଂ ଦୁଃଖ କେବେ ଏବଂ କିପରି ଆସିବ । ନାମରୁ ହିଁ ଗୋଟିଏ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଜାଣି ପାରିବା । ଆଜି ଆମେ ଆପଣଙ୍କୁ B, H, L, R ଓ S ନାମର ଝିଅମାନଙ୍କ ସ୍ୱଭାବ ବିଷୟରେ କହିବାକୁ ଯାଉଛୁ । ଆମେ ଆପଣଙ୍କୁ ଜଣାଇବୁ ଯେ, ଯେଉଁ ଝିଅମାନଙ୍କ ନାମ B, H, L, P, R ଓ S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ସ୍ୱଭାବ କିପରି ହୋଇଥାଏ ।

କିପରି ହୋଇଥାଏ B, H, L, P, R ଓ S ନାମର ଝିଅମାନଙ୍କ ସ୍ୱଭାବ :

ଏହି କଥା ଆମେ ସମସ୍ତେ ମାନି ଥାଉ ଯେ, ଜନ୍ମ ସମୟ ଏବଂ ସ୍ଥାନର ପ୍ରଭାବ ସମସ୍ତ ବ୍ୟକ୍ତିଙ୍କ ସ୍ୱଭାବ ଉପରେ ପଡ଼ିଥାଏ । କିନ୍ତୁ ଜନ୍ମ ପରେ ଶିଶୁର ଯେଉଁ ନାମ ରଖାଯାଏ; ତାର ମଧ୍ୟ ପ୍ରଭାବ ତାହାର ସ୍ୱଭାବ ଉପରେ ପଡିଥାଏ । କେତେକ ଏପରି ଲୋକ ମଧ୍ୟ ଅଛନ୍ତି; ଯେଉଁମାନଙ୍କ ନାମର ଅକ୍ଷର ସମାନ ଥିବାରୁ ତାଙ୍କର ସ୍ୱଭାବ ମଧ୍ୟ ପାଖାପାଖି ସମାନ ହିଁ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ B, H, L, P, R, ଏବଂ S ନାମ ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ B, H, L, P, R ଏବଂ S ନାମ ଥିବା ଝିଅମାନେ ସ୍ଵଭାବରୁ ବହୁତ କ୍ରୋଧି ସମ୍ପର୍ଣ୍ଣ ହୋଇଥାନ୍ତି । ଏହି ନାମ ଥିବା ଝିଅମାନେ ବହୁତ ରାଗି ପ୍ରକୃତିର ଅଟନ୍ତି । ଯଦିଓ, ଏମାନଙ୍କ ଠାରେ କିଛି ଭଲ ଗୁଣ ମଧ୍ୟ ରହିଥାଏ ।

B ଅକ୍ଷର ଥିବା ଝିଅମାନଙ୍କ ସ୍ୱଭାବ :

ଯେଉଁ ଝିଅଙ୍କ ନାମ B ଅକ୍ଷରରୁ ଆରମ୍ଭ ହୋଇଥାଏ; ସେମାନେ ସ୍ୱଭାବରେ ସ୍ୱଚ୍ଛ ହୃଦୟର ହୋଇଥାନ୍ତି । କିନ୍ତୁ କଥା କଥାରେ ରାଗି ଯିବା ଏମାନଙ୍କ ବହୁତ ବଡ଼ ଅସୁବିଧା ଅଟେ । ଅଧିକାଂଶ ଏହି ନାମର ଝିଅମାନେ ନିଜର କ୍ରୋଧ ଅନ୍ୟ ଉପରେ ଜାହିର କରିଥାନ୍ତି । ଅତ୍ୟଧିକ କ୍ରୋଧ କରିବା ସତ୍ତ୍ୱେ ମଧ୍ୟ ଏମାନଙ୍କୁ ଭଲ ବ୍ୟକ୍ତି ବୋଲି ଧରାଯାଏ ।

H ନାମ ଥିବା ଝିଅଙ୍କ ସ୍ୱଭାବ :

ଏହି ନାମ ଥିବା ଝିଅମାନେ ଅନ୍ୟଙ୍କ ସହିତ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ଏମାନେ ଘର ଏବଂ ପରିବାରର ସମସ୍ତଙ୍କ ଧ୍ୟାନ ରଖନ୍ତି । ଏମାନେ ନିଜର ଏବଂ ନିଜ ପରିବାରର ମାନ-ସମ୍ମାନ ପାଇଁ କୌଣସି ସୀମା ପର୍ଯ୍ୟନ୍ତ ମଧ୍ୟ ଯାଇପାରନ୍ତି । କିନ୍ତୁ କଥା କଥାରେ ରାଗିଯିବା ଏମାନଙ୍କର ସବୁଠାରୁ ଖରାପ ସ୍ୱଭାବ ଅଟେ । ଏମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ ଓ ଏହାର କଷ୍ଟ ମଧ୍ୟ ଏମାନଙ୍କୁ ହିଁ ଭୋଗିବାକୁ ପଡେ଼ ।

L ଅକ୍ଷର ଥିବା ଝିଅ ମାନଙ୍କ ସ୍ୱଭାବ :

ଏହି ନାମ ଥିବା ଝିଅମାନେ ଏମିତି କିଛି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ, ଯାହାଦ୍ୱାରା କି ତାଙ୍କର ଛବି ସାହି ପଡିଶା ବା ସମାଜରେ ଖରାପ ହେବ । ଏମିତି ଝିଅମାନେ ସମସ୍ତ କାର୍ଯ୍ୟରେ ଆଗରେ ଥାଆନ୍ତି । ଏହି ନାମ ଥିବା ଝିଅମାନଙ୍କୁ ଜୀବନରେ ନୂଆ ନୂଆ ଜିନିଷ ଅନୁସନ୍ଧାନ କରିବାକୁ ଭଲ ଲାଗେ । କିନ୍ତୁ ଏମାନଙ୍କ କ୍ରୋଧ, ଏମାନଙ୍କୁ ଦୁର୍ବଳ କରିଦିଏ । ଏମାନେ କେବେ ମଧ୍ୟ କାହା ଉପରେ ମଧ୍ୟ ନିଜର କ୍ରୋଧ ବାହାର କରି ଦିଅନ୍ତି । କିନ୍ତୁ, ଏମାନେ ହୃଦୟରୁ ବହୁତ ଭଲ ସ୍ୱଭାବର ଥାଆନ୍ତି ।

P ନାମ ଥିବା ଝିଅମାନଙ୍କ ସ୍ଵଭାବ :

ଏହି ନାମର ଝିଅମାନେ ମଧ୍ୟ ବହୁତ ରାଗି ଅଟନ୍ତି । ଏମାନଙ୍କ ସ୍ୱଭାବ ଅଧିକ କଥାବାର୍ତ୍ତା ହେବା ପରି କିମ୍ବା ଏକଦମ ଶାନ୍ତଶିଷ୍ଟ ହୋଇଥାଏ । ଏହି ନାମ ଥିବା ଝିଅମାନଙ୍କୁ କମ କଥା ହେବା, ନିଜ ଦୁନିଆରେ ହିଁ ମଗ୍ନ ରହିବାକୁ ପସନ୍ଦ ଲାଗେ । ଏମାନେ କେବେ ମଧ୍ୟ ନିଜର ରାଗକୁ ଅନ୍ୟ ଉପରେ ନୁହେଁ ବରଂ ନିଜ ଉପରେ ହିଁ ଦେଖେଇ ଥାଆନ୍ତି । କ୍ରୋଧରେ ଅଧିକାଂଶ ଏମାନେ ନିଜର ହିଁ କ୍ଷତି ସାଧନ କରିଥାନ୍ତି ।

R ନାମ ଥିବା ଝିଅଙ୍କ ସ୍ୱଭାବ :

ଏହି ନାମ ଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ପ୍ରଖର ବୁଦ୍ଧିମାନ ମଧ୍ୟ ଅଟନ୍ତି । ଏହି କାରଣରୁ ଲୋକ ଏମାନଙ୍କ ଆଡ଼କୁ ସହଜରେ ଆକର୍ଷିତ ହୋଇଥାନ୍ତି । ଏପରି ମହିଳାମାନେ ସମାଜ ପାଇଁ କାର୍ଯ୍ୟ କରନ୍ତି । କିନ୍ତୁ, କ୍ରୋଧ ଏମାନଙ୍କ ସବୁଠାରୁ ବଡ଼ ଦୁର୍ବଳତା ଅଟେ । ଏମାନେ କ୍ରୋଧ ଏବଂ ଭଲ ପାଇବା ଉଭୟ ଜାଣନ୍ତି । ଯଦିଓ, ଏମାନେ ନିଜ ଦୁଃଖକୁ ଲୁଚାଇ ପାରନ୍ତି ନାହିଁ ।

S ନାମ ଥିବା ଝିଅମାନଙ୍କ ସ୍ୱଭାବ :

ଏହି ନାମର ଝିଅମାନେ ଭଲ ପାଇବା ମାମଲାରେ ବହୁତ ଭଲ ସାବ୍ୟସ୍ତ ହୁଅନ୍ତି । କିନ୍ତୁ, ଶତ୍ରୁତା ମଧ୍ୟ ଏମାନେ ବହୁତ ଭଲ ଭାବରେ ନିଭାଇଥାନ୍ତି । ଏମାନେ ଦେଖିବାକୁ ବହୁତ ସରଳ ଅଟନ୍ତି । କିନ୍ତୁ କ୍ରୋଧ କାରଣରୁ ହିଁ ଲୋକଙ୍କ ଠାରୁ ଦୂର ହୋଇଯାନ୍ତି ।