ଭାରତର ଏହି ୫ଟି ବଡ଼ ଖେଳାଳିଙ୍କୁ ବିଶ୍ୱକପ ମ୍ୟାଚ ପାଇଁ ବାଛି ନାହାଁନ୍ତି, ୫ମ ସ୍ଥାନରେ ଯେଉଁ ଖେଳାଳି ଅଛନ୍ତି, ସେ ଥରେ ବିଶ୍ୱକପ ଜିତାଇ ଥିଲେ ।

Spread the love

୨୦୧୯ର ବିଶ୍ୱକପ ମ୍ୟାଚ୍ ପାଇଁ ଆଉ ଅଳ୍ପ ଦିନ ହିଁ ରହିଲା । ବିଶ୍ୱକପ ମ୍ୟାଚ୍ ପାଇଁ ଏବେ ଠାରୁ ହିଁ ସବୁ ଦଳ ବିଶ୍ୱକପ ମ୍ୟାଚ୍ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏହି ବିଶ୍ୱକପ ସଭିଙ୍କୁ ସବୁଦିନ ପାଇଁ ସ୍ମରଣ ହୋଇରହିବ ବୋଲି ଆଶା କରାଯାଉଛି, କାରଣ ଏଥର ବିଶ୍ୱକପ୍ ମ୍ୟାଚ୍ ରେ ପ୍ରତ୍ୟେକ ଦଳ ବିଶ୍ୱକପ୍ ରେ ଭାଗ ନେଇଥିବା ଅନ୍ୟ ଦଳ ଦଳ ସହିତ ମ୍ୟାଚ୍ ଖେଳିବ । ଅର୍ଥାତ ଗୋଟିଏ ଦଳ ବିଶ୍ଵକପରେ ଭାଗ ଦେଣିଥିବା ସମସ୍ତ ଦଳ ସହ ମ୍ୟାଚ୍ ଖେଳିବେ । ଆସନ୍ତୁ ଜାଣିବା ଆଜିର ବିଷୟ ବସ୍ତୁ ଉପରେ ଆଧାରିତ ଅନୁଛେଦଟି, କଣ ଆପଣ ପାଇଁ ଖସ୍ ରହିଛି ଏହି ଅନୁଛେଦରେ …

ପ୍ରଥମ ଖେଳାଳି –

ଅଫ୍ ସ୍ପିନେର ରବିଚନ୍ଦ୍ରନ ଅଶ୍ୱିନ ଏକ ଦିନିକିଆ ଖେଳରେ ଭାରତ ପାଇଁ ବହୁତ ଯୋଗଦାନ ଦେଇଥିଲେ । ୨୦୧୦ରେ ସେ ଶ୍ରୀଲଙ୍କା ବିପକ୍ଷରେ ଏକ ଦିନିକିଆ ଖେଳରେ ଡ଼େବ୍ୟୁ କରିଥିଲେ । ସେ ୧୧୧ ମ୍ୟାଚରେ ୧୫୦ଟି ୱିକେଟ୍ ହାସଲ କରିଛନ୍ତି । ୨୦୧୫ରେ ହୋଇଥିବା ବିଶ୍ୱକପ୍ ରେ ସେ ୮ ଟି ମ୍ୟାଚ୍ ରେ ୧୩ଟି ୱିକେଟ୍ ହାସଲ କରିଥିଲେ । ସେ ଅନ୍ତିମ ଖେଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୧୭ରେ ଖେଳିଥିଲେ । କୂଳଦୀପ ୟାଦୱ ଓ ୟୁଜୱେନ୍ଦର ଚାହଲ ଯୋଗୁଁ ଏଥର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବିଶ୍ୱକପ ପାଇଁ ବାଛି ନାହାନ୍ତି ।

ଦ୍ୱିତୀୟ ଖେଳାଳି –

ଭାରତର ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରେ ସୁରେଶ ରୈନାଙ୍କ ନାମ ସାମିଲ ରହିଛି । କ୍ରିକେଟ ଜଗତରେ ଭଲ ବ୍ୟାଟିଙ୍ଗ କରି ନିଜକୁ ଦୁନିଆରେ ପରିଚିତ କରାଇପାରିଛନ୍ତି । ସେ ୨୨୬ଟି ଏକ ଦିନିକିଆ ମ୍ୟାଚ୍ ରେ, ୫୬୧୫ ରନ୍ କରିଛନ୍ତି । ତାଙ୍କର ବେଷ୍ଟ ସ୍କୋର ୧୧୬ ରନ୍ । ୨୦୧୫ର ବିଶ୍ୱକପରେ ସୁରେଶ ରୈନା ଏକ ମହତ୍ୱପୂର୍ଣ ଭୂମିକା ନିଭାଇଥିଲେ ବିଶ୍ୱକପରେ ସେ ୬ଟି ମ୍ୟାଚରେ ୨୮୪ ରନ୍ କରିଥିଲେ ।

ତୃତୀୟ ଖେଳାଳି –

ଅକ୍ସର ପଟେଲ୍ କୁ ଅଳ୍ପ ସମୟ ପାଇଁ ଭାରତୀୟ ଦଳରେ ଏକ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳିଥିଲା । ସେ ବଙ୍ଗଳାଦେଶ ବିପକ୍ଷରେ ୨୦୧୪ରେ ଟେଷ୍ଟ ମ୍ୟାଚ୍ ରେ ଡ଼େବ୍ୟୁ କରିଥିଲେ । ସେ ଖେଳି ଥିବା ୩୮ଟି ଏକ ଦିନିକିଆ ମ୍ୟାଚରେ ସେ ୪୫ଟି ୱିକେଟ୍ ହାସଲ କରିଥିଲେ ।

ଚତୁର୍ଥ ଖେଳାଳି –

୨୦୧୧ରେ ଇଂଲଣ୍ଡ ବିପକ୍ଷରେ ଏକ ଦିନିକିଆ ଖେଳରେ ଡ଼େବ୍ୟୁ କରିଥିବା ଆଜିଙ୍କ୍ୟ ରାହାନେ, ଆଜିପର୍ଯ୍ୟନ୍ତ ସେ ୯୦ଟି ଏକ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୨୯୬୨ ରନ୍ କରିଥିଲେ । ୨୦୧୫ରେ ହୋଇଥିବା ବିଶ୍ୱକପ ମ୍ୟାଚରେ ଖେଳିଥିଲେ । ସେ ୮ଟି ମ୍ୟାଚରେ ୨୧୮ ରନ୍ କରିଥିଲେ ।

ପଞ୍ଚମ ଖେଳାଳି –

୩ ଅକ୍ଟୋବର ୨୦୦୦ ମସିହାରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦିନିକିଆ ମ୍ୟାଚରେ ସେ ଡ଼େବ୍ୟୁ କରିଥିଲେ । ସେ ୩୦୩ଟି ମ୍ୟାଚ୍ ଖେଳିଛନ୍ତି । ୨୦୧୧ରେ ହୋଇଥିବା ବିଶ୍ୱକପ ମ୍ୟାଚରେ ୟୁବରାଜ ସିଂହ ଅଲ୍ ରାଉଣ୍ଡେର ରୂପେ ମହତ୍ୱପୂର୍ଣ ଖେଳ ପଦର୍ଶନ କରିଥିଲେ । ୯ଟି ମ୍ୟାଚରେ ସେ ୧୫ଟି ୱିକେଟ୍ ଓ ୩୬୨ ରନ୍ କରିଥିଲେ । ସେହି ବିଶ୍ୱକପ ମ୍ୟାଚରେ “ମ୍ୟାନ୍ ଅଫ୍ ଦି ସିରିଜ୍” ପାଇଥିଲେ ।