ଏହି ଛଅଟି ଅଭ୍ୟାସ ବ୍ୟକ୍ତିକୁ ଗରିବ କରି ଦେଇଥାଏ । ଆଜି ତ୍ୟାଗ କରିଦିଅନ୍ତୁ, ନଚେତ ପସ୍ତାଇବାକୁ ପଡିପାରେ ।

Spread the love

ଦୁନିଆରେ ଅନେକ ଏହିପରି ଜିନିଷ ରହିଛି, ଯାହା ନିଜ ସହ ନକରାତ୍ମକ ଶକ୍ତି ନେଇ ଆସିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ସଙ୍କଟ ଏବଂ ଦୁଃଖ ଚାଲି ଆସିଥାଏ । ମନୁଷ୍ୟର କିଛି ଅଭ୍ୟାସ ତାର ଜୀବନରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ଆଜିର ଏହି ଲେଖାରେ ଆମେ ମନୁଷ୍ୟର କିଛି ଅଭ୍ୟାସ ବିଷୟରେ କହିବୁ, ଯାହା ପାଖରେ କିମ୍ବା ଘରେ ରଖିବା ଫଳରେ ଜୀବନରେ ଗରିବତା ଦୁରେଇ ନ ଥାଏ । ଏହି ଅଭ୍ୟାସ ଗୁଡିକ ଫଳରେ ବାସ୍ତୁ ଦୋଷ ଆସିପାରେ । ସମୟ ଥିବା ଆଗରୁ ଏହି ଅଭ୍ୟାସ ଗୁଡିକ ତ୍ୟାଗ ନକଲେ, ଗରିବତା ଆପଣଙ୍କୁ ଜୀବନସାରା ଛାଡି ନ ଥାଏ ।

ଖାଦ୍ୟ ଅଇଁଠା ଛାଡିବା :

ଭୋଜନକୁ ଅନ୍ନର ଦେବତା କୁହାଯାଏ । ଖାଦ୍ୟର ଅପମାନ କରିବା ଫଳରେ ମାତା ଲକ୍ଷ୍ମୀ ଦୁଃଖି ହୋଇଯାନ୍ତି ଏବଂ ସର୍ବଦା ପାଇଁ ଘର ଛାଡି ଚାଲିଯାନ୍ତି । ଏଥିପାଇଁ ନିଜ ଖାଦ୍ୟ ଥାଳିରେ ଆପଣ କଦାପି ଅଇଁଠା ଖାଦ୍ୟ ଛାଡ଼ନ୍ତୁ ନାହିଁ । ସେତିକି ହିଁ ଖାଦ୍ୟ ଆପଣ ସେତିକି ପରିମାଣର ଥାଳିରେ ନିଅନ୍ତୁ, ଯେତିକି ଆପଣ ଖାଇବେ । ଏହିପରି ନ କରିଲେ ଆପଣ ଜୀବନସାରା କାଙ୍ଗାଳ ହୋଇ ରହିଯିବେ ।

ସଡକ ଉପରେ ଛେପ, ଆଳିଆ ପକାଇବା :

ଆପଣ ଅନେକ ଲୋକଙ୍କୁ ଦେଖିଥିବେ ରାସ୍ତାରେ ଆଳିଆ ପକାଉଥିବାର ଓ ଛେପ ପକାଉଥିବାର । ଏହା ଦ୍ୱାରା ଆପଣଙ୍କ ଚିରିତ୍ର ଅନ୍ୟମାନଙ୍କ ସାମ୍ନାରେ ଖରାପ ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରର ଚନ୍ଦ୍ରମା ତଳକୁ ଚାଲି ଯାଇଥାଏ । ଯାହା ଦ୍ୱାରା ସୌଭାଗ୍ୟ ଆପଣଙ୍କୁ ଛାଡି ଚାଲି ଯାଇଥାଏ । ଯଦି ଆପଣଙ୍କ ଏହି ଅଭ୍ୟାସ ରହିଥାଏ; ତେବେ ଯଥାଶୀଘ୍ର ଆପଣ ଏହି ଅଭ୍ୟାସ ଛାଡି ଦିଅନ୍ତୁ ।

ବିଛଣା ସଫା ନ ରଖିବା :

ଆପଣ ଲକ୍ଷ୍ୟ କରିଥିବେ କୁକୁର ପରି ପଶୁ ମଧ୍ୟ ନିଜ ବସିବା ସ୍ଥାନକୁ ନିଜ ଲାଞ୍ଜରେ ସଫା କରି ବସିଥାଏ । କିନ୍ତୁ ଆମେ ମନୁଷ୍ୟ କୁକୁର ଠାରୁ ମଧ୍ୟ ପଛରେ ରହିଯାଇଛେ । ଯେତେବେଳେ ଆମେ ବିଛଣା ତ୍ୟାଗ କରିଥାଉ, ସେହି ସମୟରେ ଆମେ ଆମ ବିଛଣାକୁ ସେହିପରି ଛାଡି ଦେଇଥାଉ । ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି । ଏଥିପାଇଁ ଏହି ଅଭ୍ୟାସକୁ ଶୀଘ୍ର ତ୍ୟାଗ କରି ଦିଅନ୍ତୁ ।

ଗୋଡ଼ର ଧ୍ୟାନ ନ ରଖିବା :

ଆଜିର ଯୁବପିଢି ନିଜର ଚେହେରାକୁ ଚମକାଇବା ପାଇଁ ଚେଷ୍ଟା କରିଥାନ୍ତି କିନ୍ତୁ ନିଜର ଗୋଡ଼ ପ୍ରତି ଧ୍ୟାନ ଦେଇନଥାନ୍ତି । ଗୋଡ଼କୁ ସଫା ନରଖିବା ଫଳରେ ବସ୍ତୁଦୋଷ ଏବଂ କ୍ରୋଧ ଆସିଥାଏ । ଏହି କାରଣରୁ ନିୟମିତ ରୂପେ ନିଜର ଗୋଡ଼କୁ ସଫା କରନ୍ତୁ ।

ଅତିଥିଙ୍କୁ ସତ୍କାର ନ କରିବା :

ପ୍ରାୟତଃ ଲୋକେ ଅତିଥି ଆସିଲେ ଚିଡି ଥା’ନ୍ତି । କିନ୍ତୁ ଅତିଥି ଭଗବାନଙ୍କ ରୂପ ଅଟନ୍ତି । ଏହି କାରଣରୁ ଯେତେବେଳେ ଆପଣଙ୍କ ଘରକୁ ଅତିଥି ଆସନ୍ତି, ତେବେ ସେମାନଙ୍କ ଆଦର ସତ୍କାର କରନ୍ତୁ । ଏହାଦ୍ୱାରା ଆପଣ, ଅତିଥିଙ୍କ ସାମ୍ନାରେ ଭଲ ହେବା ସହ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରୁ ସଙ୍କଟ ଦୂର ହୋଇ ଯାଇଥାଏ ।

ଗଛର ଯତ୍ନ ନ ନେବା :

ଯେଉଁଭଳି ମନୁଷ୍ୟ ବଞ୍ଚିଥାଏ, ନିଶ୍ୱାସ ନେଇଥାଏ, ଭୋଜନ ଗ୍ରହଣ କରିଥାଏ ଠିକ ସେହିପରି ଗଛ ମଧ୍ୟ ନିଶ୍ୱାସ ନେଇଥାଏ ଓ ଖରା, ବାୟୁ, ପାଣି ଗ୍ରହଣ କରିଥାଏ ।ଏହିପରି ଯେଉଁ ପରିବାର ଗଛର ଯତ୍ନ ନେଇଥାନ୍ତି; ସେମାନଙ୍କ ଜୀବନ ସୁଖମୟ ହୋଇଥାଏ ।

ଆଶା କରୁଛୁ, ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ଅନ୍ୟମାନଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !