ପୋଲିସ ଚରିତ୍ରରେ ଭଲ ଦେଖା ଯାଆନ୍ତି ଏହି ୬ଜଣ ବଲିଉଡ ଅଭିନେତ୍ରୀ, ୩ୟ ଜଣକ ଦମଦାର ଚରିତ୍ର କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି ।

Spread the love

ମହିଳା ପୋଲିସ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ଏହି ଅଭିନେତ୍ରୀମାନେ ।

ପ୍ରାୟତଃ ବଲିଉଡ ଚଳଚିତ୍ରରେ ଦେଖିଲେ, ସେଥିରେ ସେଥିରେ ଗୋଟିଏ ପୋଲିସ ଚରିତ୍ର ନିଶ୍ଚୟ ଦେଖିବା ପାଇଁ ମିଳେ । ବଲିଉଡରେ ଅନେକ ଏପରି ଚଳଚିତ୍ର ପ୍ରସ୍ତୁତ ହୋଇଛି, ଯାହା କେବଳ ପୋଲିସ ଚରିତ୍ରକୁ ନେଇ କାହାଣୀ ପ୍ରସ୍ତୁତ ହୋଇଛ । ଅଜୟ ଦେବଗନ, ସଲମାନ ଖାନ୍, ଅକ୍ଷୟ କୁମାରଙ୍କ ପରି ଅଭିନେତା ପୋଲିସ ଚରିତ୍ରରେ ଅନେକ ଥର ଦେଖିବା ପାଇଁ ମିଳିଛନ୍ତି । ଲୋକେ ଏମାନଙ୍କୁ ପୋଲିସ ପୋଷାକରେ ଦେଖିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଆଜି ଆମେ ଅଭିନେତାଙ୍କ ବିଷୟରେ ନୁହେଁ ଅଭିନେତ୍ରୀଙ୍କ ବିଷୟରେ ଚର୍ଚ୍ଚା କରିବା । ଏହି ଅଭିନେତ୍ରୀମାନେ ଯେତେବେଳେ ପୋଲିସ ପୋଷାକରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ; ସେହି ସମୟରେ ଏମାନେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇ ପାରିଲେ ।

ତବୁ :

ଚିତ୍ରରେ ଦେଖୁଥିବେ ପୋଲିସ ପୋଷାକ ପରିଧାନ କରି ଥିବା ତବୁଙ୍କୁ ପୋଲିସ ଚରିତ୍ର ଖୁବ ମାନୁଛି । କେବଳ ପୋଷାକରେ ନୁହେଁ ପୋଲିସ ଅଭିନୟ ମଧ୍ୟ ଖୁବ୍ ସୁନ୍ଦର ରୂପେ କରନ୍ତି ତବୁ । ଆପଣଙ୍କୁ ମନେ ଥିବ ୨୦୧୫ ମସିହାର ଅଜୟ ଏବଂ ତବୁଙ୍କ ଦୃଶ୍ୟମ ଚଳଚ୍ଚିତ୍ର । ଏହି ଚଳଚିତ୍ରରେ ତବୁ ଇନ୍ସପେକ୍ଟର ମୀରା ଦେଶମୁଖ୍ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ପାଇଁ ତବୁଙ୍କ ଖୁବ୍ ପ୍ରଶଂସା ହୋଇଥିଲା ।

ପ୍ରିୟଙ୍କା ଚୋପ୍ରା :

ବାଲିଉଡ଼ରୁ ହଲିଉଡ ପର୍ଯ୍ୟନ୍ତ ରାସ୍ତା ଯାତ୍ରା କରିଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପୋଲିସ ପୋଷାକ ଖୁବ୍ ମାନୁଛି । ଏହି କଥାର ପ୍ରମାଣ ଆମେ “ଗଙ୍ଗାଜଳ” ଚଳଚ୍ଚିତ୍ରରେ ରେ ଦେଖି ପାରିବେ । ୨୦୧୬ରେ ଆସିଥିବା ଏହି ଚଳଚିତ୍ରରେ ପ୍ରିୟଙ୍କା ଚୋପ୍ରା ଏସପି ଆଭା ମାଥୁର ଚରିତ୍ରରେ ଅଭିନୟ କରିଥଲେ । ଚଳଚିତ୍ରରେ ସେ କ୍ରାଇମ ଏବଂ କାରୋସ୍ପନକୁ ଶେଷ କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରିୟଙ୍କା, ମହିଳା ପୋଲିସ ଚରିତ୍ରରେ ଏକ ଦମ୍ ଫିଟ୍ ଦେଖାଯାଉ ଥିଲେ ।

ରାଣୀ ମୁଖର୍ଜୀ :

୨୦୧୪ରେ ରାଣୀ ମୁଖାର୍ଜୀ “ମର୍ଦାନି” ଚଳଚିତ୍ର ମାଧ୍ୟମରେ ବକ୍ସ ଅଫିସରେ ହଙ୍ଗାମା ସୃଷ୍ଟି କରି ଦେଇଥିଲେ । ଚଳଚିତ୍ରରେ ସେ ଶିବାନୀ ଶିବାଜୀ ରାୱ ଏକ ପୋଲିସ ଚରିତ୍ରରେ ଅଭିନୟ କରିଥିଲେ । ଦର୍ଶକ ଏହି ଚରିତ୍ରକୁ ଖୁବ୍ ପସନ୍ଦ କରିଥିଲେ । ଏହି ଚଳଚିତ୍ରରେ ରାଣୀ କିଛି ଏକ୍ସନ ମଧ୍ୟ କରିଥିଲେ । ଏହି ଚଳଚ୍ଚିତ୍ରର ସଫଳତା ପରେ ରାଣୀ ବର୍ତ୍ତମାନ “ମର୍ଦାନି-୨” କରିବା ପାଇଁ ଯାଉଛନ୍ତି ।

ମାଧୁରୀ ଦିକ୍ଷୀତ :

ବଲିଉଡର ଧକ୍ ଧକ୍ ଗାର୍ଲ ମଧୁରୀ ସମସ୍ତଙ୍କୁ ନିଜ ନାଚ ମାଧ୍ୟମରେ ଦର୍ଶକକୁ ଅକୃଷ୍ଠ କରିପାରନ୍ତି କିନ୍ତୁ ପୋଲିସ ପୋଷାକରେ ମଧ୍ୟ ସେ ବହୁତ ଭଲ ଦେଖା ଯାଉଥିଲେ । ଆପଣମାନେ ମାଧୁରୀଙ୍କୁ ସଂଜୟ ଦତ୍ତଙ୍କ ସହ “ଖଳନାୟକ” ଚଳଚିତ୍ରରେ ମହିଳା କନେଷ୍ଟବଳ ରୂପେ ଦେଖିଥିବେ । ଏହା ବ୍ୟତୀତ ସେ “ପ୍ରେମ୍ ଦିୱାନେ” ଚଳଚିତ୍ରରେ ମଧ୍ୟ ମହିଳା ଇନ୍ସପେକ୍ଟର ରୂପେ ଅଭିନୟ କରି ସାରିଛନ୍ତି । ଦୁଇଟି ଯାକ ଚଳଚିତ୍ରରେ ତାଙ୍କର ଅଭିନୟ ପ୍ରଶଂସୀୟ ହୋଇଥିଲା ।

ହେମା ମାଳିନୀ :

ଯଦି ଆପଣ ପୁରୁଣା ଚଳଚିତ୍ର ଦେଖିବା ପାଇଁ ପସନ୍ଦ କରୁଥିବେ; ତେବେ ଆପଣଙ୍କୁ “ଦୁର୍ଗା ଦେବୀ ସିଂହ” ନାମଟି ନିଶ୍ଚୟ ମନେଥିବ । ଏହି ଚରିତ୍ର “ଅନ୍ଧା କାନୁନ୍” ଚଳଚ୍ଚିତ୍ରର ଅଟେ । ଯେଉଁଥିରେ ହେମା ମାଳିନୀଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ରଜନୀକାନ୍ତଙ୍କ ପରି ନାମୀ ଦାମୀ କଳାକାର ଅଭିନୟ କରିଥିଲେ । ଏହି ଦାମୀ କଳାକାରଙ୍କ ସ୍ୱତେ ହେମାଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ । ଏହି ଚଳଚିତ୍ରରେ ହେମା ପ୍ରମାଣ କରିଥିଲେ ଯେ, ସେ ନା କେବଳ ସୁନ୍ଦର ଦେଖା ଯାଆନ୍ତି ସେ ଯେକୌଣସି ଚରିତ୍ରକୁ ମଧ୍ୟ ନିପୁଣତାର ସହ କରିପାରନ୍ତି ।

ରେଖା :

ବଲିଉଡର ଏହି ଚିର ସୁନ୍ଦରୀ ଅଭିନେତ୍ରୀ ରେଖା ନିଜ ଅଭିନୟ ଜୀବନରେ ପୋଲିସ ଚରିତ୍ରରେ ଅଭିନୟ କରିସାରିଛନ୍ତି । ୧୯୯୧ରେ ଆସିଥିବା ଚଳଚିତ୍ର “ଫୁଲ୍ ଔର୍ କାଣ୍ଟେ” ରେ ପୋଲିସ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚିତ୍ରରେ ରେଖାଙ୍କ ସହ ରଜନୀକାନ୍ତ ମଧ୍ୟ ଅଭିନୟ କରିଥିଲେ ।