ହୋଲି ପାଇଁ ବାହାରେ ମିଳୁଥିବ ଏହି ୫ଟି ବସ୍ତୁଠାରୁ ଦୁରେଇ ରୁହନ୍ତୁ । ନଚେତ ଏହା ଆପଣଙ୍କ ଭଲ ସ୍ୱାସ୍ଥ୍ୟ ବିଗାଡ଼ି ପାରେ !

Spread the love

ଏହି ପବିତ୍ର ହୋଲି ପର୍ବରେ ଯଦି ଆପଣ ବଜାରରୁ ମିଠା ଆଣିବେ ତେବେ ସାବଧାନ ହେଇଯାନ୍ତୁ, କାରଣ ମିଠା ମାନଙ୍କରେ ଯଦି କିଛି ଗଲମାଲ ହେଇଥାଏ, ତେବେ ଏହା ଆପଣଙ୍କ ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ହୋଲି ଦିନ ସ୍ୱାଦିଷ୍ଟ ମିଠା ସହ ନମ୍କିନ୍ ଖାଦ୍ୟ ମଧ୍ୟ ବହୁତ ବିକ୍ରୟ ହେଇଥାଏ । ଆସନ୍ତୁ ଏବେ ଆମେ ଜାଣିବା କେଉଁ ୫ଟି ଜିନିଷ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ, ସେ ବିଷୟରେ ସମ୍ପୁର୍ଣରୂପେ ଜାଣିବା ।

୧) ମିଠା –

ଏବେ ପର୍ଯ୍ୟନ୍ତ ଅଧିକ ମିଠା ଖାଇବା ଦ୍ୱାରା ଶରୀର ପ୍ରତି ହେଉଥିବା କ୍ଷତି ବିଷୟରେ ଜାଣିଥିବେ । କିନ୍ତୁ ଖାସ୍ କରି ପର୍ବ ମାନଙ୍କରେ ମିଳୁଥିବା ନମ୍କିନ୍ ମିଠା ଖାଇଲେ ତାହା ଶରୀର ପାଇଁ ହାନିକାରକ ହେଇପାରେ । ଏହି ମିଠା ମାନଙ୍କରେ ରଙ୍ଗ ଠାରୁ ଆରମ୍ଭ କରି ସ୍ୱାଦ ପର୍ଯ୍ୟନ୍ତ ସବୁକିଛି ନକଲି ହେଇଥାଏ । ତେଣୁ ଘରେ ମିଠା କରି ଖାଇବା ହିଁ ସବୁଠାରୁ ଉତ୍ତମ ଅଟେ ।

୨) ମାୱା (ବହଳ କ୍ଷୀର) –

ଯଦି ବଜାରରୁ ମାୱା ଆଣି ଘରେ ମିଠା କରିବାକୁ ଚାହୁଁଛନ୍ତି ତେବେ, ମାୱା ଆଣିବା ଆଗରୁ ଭଲରୁପେ ତାହାକୁ check କରିନେବା ଉଚିତ । କାରଣ ନକଲି ମାୱା ଆପଣଙ୍କ ଦେହକୁ ବହୁତ କ୍ଷତି ପହଞ୍ଚାଇ ଥାଏ ।

୩) ନକଲି ଘିଅ –

ଯଦି ଆପଣ ମିଠା କରିବାପାଇଁ ବଜାରରୁ ଘିଅ ଅଣୁଛନ୍ତି ତେବେ ଏହାକୁ ନିସ୍ଚୟରୁପେ ନିରୀକ୍ଷଣ କରିନିଅନ୍ତୁ । କାରଣ ଅଧିକାଂଶ ସମୟରେ ଅସଲି ଓ ଦେଶୀ ଘିଅ କହି ପ୍ରାଣୀ ମାନଙ୍କ ଚର୍ବି କୁ ବ୍ୟବହାର କରି ଲୋକମାନଙ୍କୁ ଦେଇଥାନ୍ତି । ତେଣୁ ସବୁବେଳେ ସତର୍କରେ ରୁହନ୍ତୁ ।

୪) ବଜାରର ନମ୍କିନ୍ –

ବଜାରରେ ମିଳୁଥିବା ନମ୍କିନ୍ ଓ ସେଓ ଭଳି ବସ୍ତୁ କିଣିବାକୁ ଚାହୁଁଛନ୍ତି, ତେବେ ରହି ଯାନ୍ତୁ । ଏହି ନମ୍କିନ୍ ଆପଣଙ୍କ ଶରୀରରେ କ୍ଷତି ପହଞ୍ଚାଇ ପାରେ । ଏହାକୁ କ୍ରଞ୍ଚୀ କରିବାପାଇଁ ଏଥିରେ କିଛି କେମିକାଲ ମିଶାଇ ଥାନ୍ତି । ଆପଣଙ୍କ ନିର୍ଣ୍ଣୟ ଆପଣଙ୍କୁ ସୁରକ୍ଷାରେ ରଖି ପାରିବ ।

୫) ରଙ୍ଗ –

ହୋଲି ଦିନରେ ସମସ୍ତେ ଖୁସିରେ ଏତେ ମଗ୍ନ ହେଇଯାନ୍ତି କି, ମିଠା ଖାଇବା ସମୟରେ ରଙ୍ଗ କୁ ମଧ୍ୟ ବ୍ୟବହାର କରିଥାନ୍ତି । ମିଠା ଖାଉଥିବା ସମୟରେ ରଙ୍ଗ ବା ରଙ୍ଗ ସହିତ ଖେଳିବା ସମୟରେ ମିଠାର ବ୍ୟବହାର କରନ୍ତୁ ନାହିଁ । ନଚେତ ସେହି ମିଠା ସହ ରଙ୍ଗ ମଧ୍ୟ ଶରୀର ଭିତରେ ପ୍ରବେଶ କରି ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ ।