ଦୋକାନରେ ଏହି ପାଞ୍ଚୋଟି ଜିନିଷ ରଖିବା ଫଳରେ ଗ୍ରାହକଙ୍କ ଭିଡ଼ ଲାଗି ରହିବ । ବହୁତ ଉପାର୍ଜନ ହେବ ।

Spread the love

ଯେତେବେଳେ କୌଣସି ଲୋକ ଦୋThese 5 things must be kept inside the shopକାନ ଖୋଲିଥାଏ ସେହି ବ୍ୟକ୍ତିକୁ ଏହି ଆଶା ରହିଥାଏ ଯେ, ବ୍ୟାପାର ଠିକ ରୂପେ ଚାଲୁ ଏବଂ ସର୍ବଦା ଗ୍ରାହକଙ୍କ ଭିଡ଼ ଲାଗି ରହୁ । କିନ୍ତୁ ଏହିଭଳି ଭାଗ୍ୟ ସମସ୍ତଙ୍କର ହୋଇନଥାଏ । କିଛି ଦୋକାନରେ ଏହିପରି ହୋଇଥାଏ ଯେ, ଦିନ ସାରା ବସିବା ପରେ ମଧ୍ୟ ଗ୍ରାହକ ଦୋକାନକୁ ଆସିନଥାନ୍ତି । ଏହି ପରିପ୍ରେକ୍ଷୀରେ ଏହା ସମ୍ଭବ ହୋଇଥାଏ ଯେ, ଆପଣଙ୍କ ଦୋକାନରେ କିଛି ବାସ୍ତୁ ଦୋଷ ହୋଇପାରେ କିମ୍ବା ଆପଣଙ୍କ ରାଶିରେ କିଛି ଖରାପ ସମୟ ଚାଲି ଥାଇପାରେ ।କାରଣ ଯାହା ମଧ୍ୟ ହେଉ, ଏହାର ନିବାରଣ ଆମ ପାଖରେ ରହିଛି । ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ, ଯାହାକୁ ଆପଣ ନିଜ ଦୋକାନରେ ରଖିବା ଫଳରେ ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗି ରହିବ । ଆସନ୍ତୁ ଜାଣିବେ କେଉଁ ସବୁ ଉପାୟ ଗୁଡିକ ବିଷୟରେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛ ।

ଲକ୍ଷ୍ମୀ ପାଦୁକା :

ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇ ଥାଏ । ମାନ୍ୟତା ରହିଛି ମାଆ ଲକ୍ଷ୍ମୀ ଯେଉଁଠି ନିବାସ କରନ୍ତି, ସେଠାରେ ଧନର କୌଣସି ଅଭାବ ରହି ନଥାଏ । ଏହି କାରଣରୁ ଆପଣ ନିଜ ଦୋକାନର ଦ୍ୱାରରେ ଲକ୍ଷ୍ମୀ ପାଦୁକା ନିଶ୍ଚିନ୍ତ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ବ୍ୟବସାୟରେ କ୍ଷତି ହେବ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବଜାୟ ରହିବ ।

ମୟୁର ପଙ୍ଖ :

ମୟୁର ପଙ୍ଖରେ ସକାରାତ୍ମକ ଉର୍ଜା ରହିଥାଏ । ଏହାକୁ ଆପଣ ନିଜ ଦୋକାନର ଟଙ୍କା ରଖିବା ସ୍ଥାନରେ ରଖନ୍ତୁ; ତେବେ ଧନର ଅଭାବ କଦାପି ହୋଇନଥାଏ । ମୟୁର ପଙ୍ଖ ଧନକୁ ନିଜ ଆଡ଼କୁ ଆକର୍ଷଣ କରିଥାଏ । ଏହା ସାହାଯ୍ୟରେ ଗ୍ରାହକଙ୍କ ଭିଡ଼ ଦୋକାନରେ ଲାଗି ରହିଥାଏ ।

ଗଣେଶ ମୂର୍ତ୍ତି :

ମାନ୍ୟତା ରହିଛି କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପୂର୍ବରୁ ଗଣେଶଙ୍କ ଆର୍ଶୀବାଦ ଅବଶ୍ୟ ନେବା ଉଚିତ୍ । ଏହା ଦ୍ୱାରା ଆପଣଙ୍କ କାର୍ଯ୍ୟ ଠିକ ରୂପେ ସମ୍ପର୍ଣ୍ଣ ହୋଇଥାଏ ।ଏହି କାରଣରୁ ପ୍ରତିଦିନ ସକାଳେ ଦୋକାନ ଖୋଲିବା ପରେ ସର୍ଵ ପ୍ରଥମେ ଗଣେଶଙ୍କର ପୂଜା ଆରାଧନା କରନ୍ତୁ ଏବଂ ତା’ପରେ ହିଁ ବ୍ୟବସାୟରେ ବସନ୍ତୁ । ଏହା ଦ୍ୱାରା ଆପଣଙ୍କ ଦିନ ଭଲ ହୋଇଥାଏ ଏବଂ ଭାଗ୍ୟ ମଧ୍ୟ ଆପଣଙ୍କ ସାଥି ଦେଇଥାଏ ।

ଲାଫିଙ୍ଗ ବୁଦ୍ଧ :

ଯଦି ଆପଣ ଦୋକାନରେ କୌଣସି ବାସ୍ତୁ ଦୋଷ ରହିଛି ଏବଂ ଏହି କାରଣରୁ ଆପଣଙ୍କ ବ୍ୟବସାୟ ଠିକ ଚାଲୁ ନଥିବ, ତେବେ ଦୋକାନରେ ଲାଫିଙ୍ଗ ବୁଦ୍ଧ ରଖିବା ଜରୁରୀ ଅଟେ । ଏହାକୁ ରଖିବା ଫଳରେ ସମସ୍ତ ପ୍ରକାରର ବାସ୍ତୁ ଦୋଷ ସମାପ୍ତ ହୋଇଯାଇ ଥାଏ । ଏହା ଆପଣଙ୍କ କାର୍ଯ୍ୟରେ କୌଣସି ବାଧା ଉତ୍ପନ୍ନ କରିନଥାଏ ।

ପିରାମିଡ :

ଦୋକାନ ଭିତରେ ଏକ ସକାରାତ୍ମକ ଏବଂ ଖୁସିର ବାତାବରଣ କରିବା ପାଇଁ ପିରାମିଡ ନିଶ୍ଚିନ୍ତ ରଖନ୍ତୁ । ଏହା ଆପଣଙ୍କ ଦୋକାନରେ ସକାରାତ୍ମକ ଉର୍ଜା ଭରି ଦେଵ । ଏହା ଦ୍ୱାରା ଆପଣଙ୍କ ଭିତରେ ଏବଂ ଦୋକାନରେ କାମ କରୁଥିବା ଲୋକଙ୍କ ଭିତରେ ସକାରାତ୍ମକ ଉର୍ଜା ଭରି ଦେଇଥାଏ । ଏହାକୁ ଦୋକାନରେ ରଖିବା ଫଳରେ ଗ୍ରାହକ ଦୋକାନକୁ ବାରମ୍ବାର ଆସିଥାନ୍ତି ।

ବିଦ୍ର :- ଏହି ଜିନିଷ ଗୁଡିକ ରଖିବା ସହ ଦୋକାନରେ ସର୍ବଦା ସଚ୍ଚୋଟତାରେ ବ୍ୟବସାୟ କରିବା ଉଚିତ୍ । ଗ୍ରାହକଙ୍କୁ କଦାପି ଠକିବା ଉଚିତ୍ ନୁହେଁ । ଏହା ସହ ଦୋକାନରେ ବିକିବା ପାଇଁ ରଖିଥିବା ଜିନିଷ ଗୁଡିକର ଗୁଣବତା ମଧ୍ୟ ଭଲ ରହିବା ଉଚିତ୍ । ଯଦି ଥରେ ଆପଣ ଗ୍ରାହକର ମନ ଏବଂ ବିଶ୍ୱାସ ଜିଣିବାରେ ସଫଳ ହୋଇଥାନ୍ତି; ତେବେ ଗ୍ରାହକ ବାରମ୍ବାର ଆପଣଙ୍କ ଦୋକାନକୁ ଆସିଥାନ୍ତି ।