ଯଦି ଆପଣଙ୍କୁ ଉପହାରରେ ମିଳୁଛି ଏମିତି ଜିନିଷ, ତା’ହେଲେ ଭାବନ୍ତୁ ଅପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି !

Spread the love

ଉପହାର ନେବା କିମ୍ବା ଦେବା କାହାକୁ ବା ପସନ୍ଦ ନୁହେଁ । ଉପହାର ନେବା ଦେବାର ଏହି ଚଳଣୀ ବହୁତ ପୁରୁଣା । ବିବାହ କିମ୍ବା ଜନ୍ମଦିନ ଉତ୍ସବ ହେଉ, ଉପହାର ସହିତ ହିଁ ଆସିବାକୁ ଲୋକ ପସନ୍ଦ କରନ୍ତି । ଉପହାର ଦେବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବଢ଼ିଥାଏ ।ଉପହାର ଜଣକ ପ୍ରତି ପ୍ରେମ ଦର୍ଶାଇବାର ଏକ ମାଧ୍ୟମ ଅଟେ । ଯଦି ଆପଣଙ୍କୁ ଉପହାର ଦେବାକୁ କିମ୍ବା ନେବାକୁ ଭଲ ଲାଗୁଥାଏ, ତା’ହେଲେ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପହାର ବିଷୟରେ କହିବାକୁ ଯାଉଛୁ; ଯେଉଁ ଉପହାର ପାଇବା ଶୁଭ ବୋଲି କୁହାଯାଏ । ଆପଣ ବି ଏହି ଉପହାର କାହାକୁ କୌଣସି ଭଲ ଅବସରରେ ଦେଇପାରିବେ ।

ଦୁଇଟି ଗଣେଶ ଫୋଟୋ :-

ଉପହାରରେ ଯଦି ଆପଣ ଗଣେଶଙ୍କ ଫୋଟୋ କାହାକୁ ଦିଅନ୍ତି କିମ୍ବା ଆପଣଙ୍କୁ ଅନ୍ୟ କେହି ଦିଅନ୍ତି; ତା’ହେଲେ ଏହା ଏକ ଶୁଭ ସଙ୍କେତ ବୋଲି କୁହାଯାଏ । ଅର୍ଥାତ ଏମିତି କୌଣସି ମୂର୍ତ୍ତି କିମ୍ବା ଫୋଟୋ ଯେଉଁଥିରେ ଗଣେଶଙ୍କ ଚିତ୍ର ଥାଏ । କିନ୍ତୁ ମନେ ରଖନ୍ତୁ ଏହିଭଳି ଗଣେଶଙ୍କ ମୂର୍ତ୍ତୀର ମୁଖ ସ୍ପଷ୍ଟ ଭାବରେ ଦେଖାଯାଉଥିବା ଫୋଟୋ ହିଁ ଦିଅନ୍ତୁ ।

ହାତୀ ଯୋଡ଼ :-

ହାତୀ ଯୋଡ଼ ମଧ୍ୟ ଉପହାରରେ ଦେବା କିମ୍ବା ନେବା ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ହାତୀ ଯୋଡ଼କୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ । ଏହା ଘରକୁ ସୌଭାଗ୍ୟ ନେଇ ଆସିଥାଏ । ରୂପା, ସୁନା, ପିତ୍ତଳ କିମ୍ବା କାଠର ତିଆରି ହାତୀ ଯୋଡ଼କୁ ଯଦି ଉପହାରରେ ଦିଆଯାଏ, ତାହେଲେ ଏହା ଶୁଭ ହୋଇଥାଏ ।

ରୂପାର ଜିନିଷ :-

ହିନ୍ଦୁ ଧର୍ମ ଅନୁସାରେ ରୂପାରେ ତିଆରି କୌଣସି ଜିନିଷ ଉପହାର କରିଲେ ତାହାକୁ ଶୁଭ ମାନନ୍ତି ।ରୂପାର ଉପହାର ସବୁ ଅବସର ପାଇଁ ଉପଯୁକ୍ତ ହୋଇଥାଏ ।କୁହାଯାଏ ଯେ ରୂପାର ତିଆରି କୌଣସି ଜିନିଷ ମିଳିଲେ ମହା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ ।ଘରେ ଟଙ୍କାର ଅଭାବ ହୋଇନଥାଏ ।

ସାତୋଟି ଘୋଡ଼ାର ଫୋଟୋ :-

କୁହାଯାଏ ଯେ ଯଦି ଆପଣଙ୍କୁ ଉପହାରରେ ସାତୋଟି ଘୋଡ଼ାର ଫୋଟୋ ମିଳିଯାଏ, ତାହେଲେ ଏହାଠାରୁ ଅଧିକ ଭଲ ଆଉ କିଛି ନୁହେଁ । ମାତ୍ର ମନେ ରଖିବେ, ଘୋଡ଼ାର ଏହି ଫୋଟୋ ଧଳା ରଙ୍ଗର ହେବା ଆବଶ୍ୟକ । ଏମିତି ଉପହାର ମିଳିବା ଅର୍ଥ ଆର୍ଥିକ କ୍ଷେତ୍ରରେ ଉନ୍ନତିକୁ ସୂଚଇଥାଏ ।

ମାଟିର ତିଆରି ଜିନିଷ :-

ଯଦି ଆପଣଙ୍କୁ ଉପହାରରେ ମାଟି ତିଆରି ଜିନିଷ ମିଳେ, ତାହେଲେ ତାହାକୁ ଶୁଭ କୁହାଯାଇଥାଏ । ମାଟିର ତିଆରି ବସ୍ତୁ ଉପହାରରେ ମିଳିବା ଅର୍ଥ ଭବିଷ୍ୟତରେ ହେବାକୁ ଥିବା ଲାଭକୁ ସୂଚଇଥାଏ । ଏହାଦ୍ୱାରା ଆପଣ ହରାଇ ଥିବା ସମ୍ପତି ଫେରିପାଇବାର ଯଥେଷ୍ଟ ସମ୍ଭାବନା ମିଳିଥାଏ । ଏହା ସଙ୍ଗେ ସଙ୍ଗେ ଆପଣଙ୍କ ଆର୍ଥିକ ସ୍ବଚ୍ଛଳତା ସାଙ୍ଗକୁ ଆୟରେ ମଧ୍ୟ ଉନ୍ନତି ହୋଇଥାଏ ।

ଉପରେ ଦିଆଯାଇଥିବା ସବୁ ଜିନିଷର ମିଳିବା ଶୁଭ ହୋଇଥାଏ । ଏହି ଜିନିଷକୁ ଉପହାରରେ ଦେବା ଆହୁରି ଅଧିକ ଶୁଭ ହୋଇଥାଏ । ତେଣୁ ଯଦି କାହାର ଜନ୍ମଦିନ କିମ୍ବା ବିବାହ ଉତ୍ସବ ଆଗକୁ ଆସୁଛି, ତାହେଲେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ । ଉପହାରରେ କଣ ଦେବେ ତାହା ତ ଆପଣ ଜାଣିଥିବେ । ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !