ବିବାହିତ ମହିଳାମାନେ ଏହି ୫ଟି ବସ୍ତୁକୁ ଅନ୍ୟମାନଙ୍କ ସହ ଭୁଲରେ ମଧ୍ୟ ବାଣ୍ଟନ୍ତୁ ନାହିଁ ! ନଚେତ୍ ଆପଙ୍କର ସ୍ଵାମୀଙ୍କୁ ଓ ଭାଗ୍ୟକୁ ଅସୁବିଧା ଆଡକୁ ଟାଣି ପରେ ।

Spread the love

ଯେତେବେଳେ ଏକ ଯୁବତୀର ବିବାହ ହୋଇଥାଏ, ସେହି ସମୟରେ ଯୁବତୀ ପାଇଁ ବିବାହ ପରବର୍ତ୍ତୀ ସ୍ଥିତି ସଂପୂର୍ଣ୍ଣ ନୂଆ ହୋଇଥାଏ । ବିବାହ ହେବା ପଶ୍ଚାତ୍ ସବୁବେଳେ ଦେଖାଯାଏ ଯେ, ଘରର ବିବାହିତ ମହିଳାମାନେ ନିଜର ଵସ୍ତୁକୁ ପରସ୍ପର ମଧ୍ୟରେ ବାଣ୍ଟନ୍ତି । ଯଦି କୌଣସି ଅନ୍ୟ ମହିଳାଙ୍କୁ କୌଣସି ବସ୍ତୁ ପସନ୍ଦ ଆସିଯାଏ, ତେବେ ମହିଳାମାନେ ତାହାକୁ ବାହାର କରି ଦେଇ ଦିଅନ୍ତି, କିନ୍ତୁ ଆପଣଙ୍କ ଏହି ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ । ବିବାହିତ ମହିଳାମାନେ ଯଦି ନିଜର କିଛି ଵସ୍ତୁ ଅନ୍ୟ କାହା ସହ ବାଣ୍ଟନ୍ତି; ତେବେ ଏହାକୁ ଭଲ ସଙ୍କେତ କୁହାଯାଏ ନାହିଁ । ତେଣୁ କିଛି ବସ୍ତୁ ଏପରି ହୋଇଥାଏ; ଯାହାକୁ ପରସ୍ପର ମଧ୍ୟରେ ବଣ୍ଟାଯିବା ଉଚିତ ନୁହେଁ ।

ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ୫ଟି ଏପରି ବସ୍ତୁ ବିଷୟରେ କହିବୁ, ଯାହାକୁ ଆପଣ ଭୁଲରେ ମଧ୍ୟ ବାଣ୍ଟନ୍ତୁ ନାହିଁ । ଅନ୍ୟଥା ଏହା ଫଳରେ ପତି ପତ୍ନୀଙ୍କ ସମ୍ପର୍କ ଖରାପ ହୋଇପାରେ । କେବଳ ଏତିକି ନୁହଁ ଏହି ବସ୍ତୁ ଗୁଡିକୁ ବାଣ୍ଟିବା ଫଳରେ ସମ୍ପର୍କରେ ଦୂରତା ବଢ଼େ ଏବଂ ସ୍ଵାମୀଙ୍କ ସହିତ ଆପଣଙ୍କର ଭାଗ୍ୟକୁ ମଧ୍ୟ ଅନ୍ୟର ଦୃଷ୍ଟି ଲାଗି ଯାଇଥାଏ, ସେଥିପାଇଁ ଆପଣ ଏହିସବୁ ବସ୍ତୁକୁ ବାଣ୍ଟିବାରୁ ନିବୃତ ରୁହନ୍ତୁ ।

ତେବେ ଚାଲନ୍ତୁ ଜାଣିବା ବିବାହିତ ମହିଳାମାନଙ୍କୁ କେଉଁ କେଉଁ ଦ୍ରଵ୍ୟ ବାଣ୍ଟିବା ଅନୁଚିତ ନୁହେଁ ।

ଆଖିରେ ଲଗାଉଥିବା କଜ୍ଜଳ :

ବିବାହିତା ମହିଳାମାନେ ଆଖିରେ ଲଗାଉଥିବା କଜ୍ଜଳ ଅନ୍ୟମାନଙ୍କ ସହ ବାଣ୍ଟିବା ଉଚିତ ନୁହେଁ । ସେହି ମହିଳା ଜଣକ ଆପଣଙ୍କ ପରିବାରର ସଦସ୍ୟ ହୋଇଥାଉ ନା କାହିଁକି ତଥାପି ଆଖିରେ ଲଗାଉଥିବା କଜ୍ଜ୍ଵଳ କାହାରୀକୁ ବାଣ୍ଟିବା ଉଚିତ ନୁହେଁ । ମାନ୍ୟତା ଅଛି ଯେ ଯଦି ଆଖିରେ ଲଗାଉଥିବା କଜ୍ଜଳ ଅନ୍ୟମାନଙ୍କ ସହ ବଣ୍ଟାଯାଏ, ତେବେ ପତିଙ୍କ ପ୍ରେମ କମି ଯାଇଥାଏ ଏବଂ ପତି ପତ୍ନୀଙ୍କ ମଧ୍ୟରେ ବାଦ ବିବାଦ ବଢିଥାଏ ।

ମଥାର ଲଗାଉଥିବା ବିନ୍ଦି :

ଯେଉଁ ମହିଳାମାନେ ବିବାହିତା, ସେମାନେ ନିଜ ମଥାରେ ବିନ୍ଦି ନିଶ୍ଚିତ ଲଗାଉଥିବେ । ଯେଉଁ ପ୍ରକାରେ ସିନ୍ଦୁର ପତିଙ୍କ ଚିହ୍ନ ହୋଇଥାଏ; ସେହିପରି ବିନ୍ଦି ମଧ୍ୟ ପତିଙ୍କ ଚିହ୍ମ ହୋଇଥାଏ । ଆପଣ ନିଜ ମଥାରୁ ବିନ୍ଦି ବାହାର କରି ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ । ଯଦି ଆପଣ କୌଣସି ମହିଳାଙ୍କୁ ବିନ୍ଦି ଦେବାକୁ ଚାହାଁନ୍ତି; ତେବେ ଆପଣ ନୂଆ ବିନ୍ଦି କିଣି କରି ଦିଅନ୍ତୁ ।

ସିନ୍ଦୁର ବାଣ୍ଟିବେ ନାହିଁ :

ଏକ ବିବାହିତା ମହିଳାଙ୍କର ସବୁଠାରୁ ବଡ଼ ଚିହ୍ନ ସିନ୍ଦୁର କୁହାଯାଏ । ଯେତେବେଳେ ମହିଳାଙ୍କର ବିବାହ ହୋଇଥାଏ; ତେବେ ସେ ପ୍ରଥମେ ପତିଙ୍କ ହାତରୁ ସିନ୍ଦୁର ଲଗାନ୍ତି । ସେଥିପାଇଁ ବିବାହିତା ମହିଳାଙ୍କୁ ଭୁଲରେ ମଧ୍ୟ ନିଜର ସିନ୍ଦୁର କାହାରିକୁ ଦେବେ ଉଚିତ ନୁହେଁ । ଯେଉଁ ଡ଼ବାରୁ ଆପଣ ସିନ୍ଦୁର ବ୍ୟବହାର କରୁଛନ୍ତି; ସେହି ଡବାର ସିନ୍ଦୁର ଆପଣ ଅନ୍ୟ କୌଣସି ମହିଳାଙ୍କୁ ଦିଅନ୍ତୁ ନାହିଁ ଏବଂ ଅନ୍ୟ କାହାରି ସାମ୍ନାରେ ନିଜ ମଥାରେ ସିନ୍ଦୁର ଲଗାନ୍ତୁ ନାହିଁ ।

ହାତର ଚୁଡି ଏବଂ ପାଦର ପାଉଁଜି :

ବିବାହିତା ମହିଳାମାନଙ୍କ ଜୀବନରେ ଚୁଡି ଏବଂ ପାଉଁଜି ସୁଖ ଆଣିଥାଏ । ସେଗୁଡିକର ଧ୍ଵନି ସେମାନଙ୍କ ଜୀବନକୁ ସୁଖରେ ଭରିଦିଏ । ଅନେକ ଥର ଦେଖିବା ପାଇଁ ମିଳିଛି ଯେ, ଯେବେ ମହିଳାମାନେ ସଜ-ବାଜ ହେଉ ଥାଆନ୍ତି, ସେମାନେ ଶାଢ଼ୀ ସହ ମ୍ୟେଚିଙ୍ଗ କରିବା ପରିପ୍ରେକ୍ଷୀରେ ନିଜର ବସ୍ତୁ ଅନ୍ୟମାନଙ୍କ ସହ ବାଣ୍ଟି ଦିଅନ୍ତି କିନ୍ତୁ ଏପରି କରିବା ଅଶୁଭ ହୋଇଥାଏ ।

ମେହେନ୍ଦି :

ଏକ ବିବାହିତା ମହିଳାର ହାତରେ ଲାଗିଥିବା ମେହେନ୍ଦି ପତିର ପ୍ରେମ ଏବଂ ତା’ର ସୁରକ୍ଷା ବୋଲି ମାନ୍ୟତା ରହିଛି । ଏପରି ମାନ୍ୟତା ଅଛି ଯେ, ମହିଳାଙ୍କ ହାତର ମେହେନ୍ଦି ଯେତେ ଅଧିକ ଗାଢ଼ ହେବ ତାକୁ ତାର ସ୍ଵାମୀର ପ୍ରେମ ତାଙ୍କୁ ଅଧିକ ମିଳିବ । ସେଥିପାଇଁ ଆପଣ ନିଜ ହାତରେ ଲଗାଉଥିବା ମେହେନ୍ଦିକୁ ଅନ୍ୟ କୌଣସି ମହିଳାଙ୍କ ସହ ବାଣ୍ଟିବା ଠିକ ନୁହେଁ । ଏହା ଫଳରେ ପତିଙ୍କ ପ୍ରେମ ମଧ୍ୟ ବାଣ୍ଟି ହୋଇ ଯାଇଥାଏ । ଆପଣ ନିଜ ହାତରେ ମେହେନ୍ଦି ଲଗାଇ ସାରିବା ପରେ ବଳକା ଥିବା ମେହେନ୍ଦିକୁ ଅନ୍ୟ ବିବାହିତା ମହିଳାଙ୍କ ହାତରେ ଲାଗାଇବାକୁ ଦିଅନ୍ତୁ ନାହିଁ ।