ଦୁନିଆ ସମ୍ମୁଖରେ ପ୍ରେମୀ ଯୁଗଳ ରୂପେ ଦେଖା ଯାଉଥିବା ବେଳେ ଘରକୁ ଯିବା ପରେ ପତ୍ନୀଙ୍କ ଉପରେ….

Spread the love

ଦୁନିଆ ସମ୍ମୁଖରେ ପ୍ରେମୀ ଯୁଗଳ ରୂପେ ଦେଖା ଯାଉଥିବା ବେଳେ ଘରକୁ ଯିବା ପରେ ପତ୍ନୀଙ୍କ ଉପରେ ଦାଉ ସଜୁଥିଲେ ଏହି ତାରକାମାନେ ।

ଟିଭି କିମ୍ବା କୌଣସି ମିଡିଆ ମାଧ୍ୟମରେ ଯେତେବେଳେ ଆପଣ କୌଣସି ତାରକା ଯୋଡିଙ୍କୁ ଦେଖନ୍ତି, ଆପଣଙ୍କୁ ସେମାନେ ଭଲ ଲାଗିଥାନ୍ତି । ଆପଣ ଭାବୁଥିବେ ଏମାନଙ୍କ ପାଖରେ ଧନ, ନାମ ପ୍ରସିଦ୍ଧି ରହିଥିବା ଯୋଗୁଁ ଏମାନଙ୍କର କୌଣସି ଅଭାବ ନ ଥିବ । ଆପଣ ଭାବୁଥିବେ ଏହି ତାରକା ମାନଙ୍କୁ ଧନ କିମ୍ବା କୌଣସି ସମସ୍ୟା ହୋଇ ନ ପାରେ । ସେମାନଙ୍କୁ ଦେଖିବା ପରେ ଆପଣମାନେ ଭାବୁ ଥିବେ ଏହି ତାରକା ଯୋଡିମାନେ ଖୁସିରେ ଜୀବନ ବିତାଉ ଥିବେ । କିନ୍ତୁ ଆପଣ ଜାଣି ନ ଥିବେ କ୍ୟାମେରା ସମ୍ମୁଖରେ ଖୁସିରେ ରହୁଥିବା ଯୋଡି ନିଜର ଅସଲ ଜୀବନରେ ସାଧାରଣ ବ୍ୟକ୍ତିଙ୍କ ପରି ଦୁଃଖକଷ୍ଟରେ ଜୀବନ ବିତାଇଥାନ୍ତି । ଦୁନିଆ ସାମ୍ନାରେ ପ୍ରେମୀ ଯୁଗଳ ରୂପେ ଦେଖା ଯାଉଥିବା ବେଳେ ଘରକୁ ଯିବା ପରେ ପତ୍ନୀଙ୍କ ସହ ଏହିଭଳି ବ୍ୟବହାର କରୁଥିଲେ ଏହି ତାରକାମାନେ । ଆସନ୍ତୁ ଜାଣିବେ କେଉଁ ତାରକା ମାନଙ୍କ ବିଷୟରେ ଆମେ କହିବା ପାଇଁ ଚାହୁଁଛୁ ।

ଦୁନିଆ ସମ୍ମୁଖରେ ପ୍ରେମୀ ଯୁଗଳ ରୂପେ ଦେଖା ଯାଉଥିଲେ

ଦୁନିଆର ପ୍ରତିଟି ଯୋଡିଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ ଏବଂ ସେମାନେ ନିଜ ନିଜ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହିଭଳି କିଛି ତରକା ଯୋଡି ଅଛନ୍ତି, ଯେଉଁମାନେ ସମସ୍ୟାର ସମାଧାନ କରି ନ ପାରି ଛାଡପତ୍ରର ସାହାରା ନେଇଥାନ୍ତି । ଆଜି ଆମେ ସେହି ପାଞ୍ଚ ଜଣ ତାରକା ଯୋଡ଼ିଙ୍କ ବିଷୟରେ କହିବା ପାଇଁ ଯାଉଛୁ; ଯେଉଁମାନେ ନିଜ ପତିଙ୍କ ଘରୋଇ ହିଂସାର ଶିକାର ହୋଇ ଛାଡପତ୍ର ଦେଇଥିଲେ ।

ରାଜା ଚୌଧରି ଏବଂ ଶ୍ଵେତା ତିଵାରୀ :

ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଘର ଛାଡ଼ି ରାଜା ଚୌଧାରୀଙ୍କ ସହ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ହିଁ ରାଜା, ଶ୍ୱେତାଙ୍କ ସହ ମାରପିଟ ଏବଂ ଝଗଡା କରିବା ଆରମ୍ଭ କରି ଦେଇଥିଲେ । ଅଧିକାଂଶ ସମୟରେ ସେ ଶ୍ୱେତାଙ୍କ ଉପରେ ଜଳୁଥିବା ସିଗାରେଟ ଲଗାଇ ଅତ୍ୟାଚାର କରୁଥିଲେ । ଏହା ସବୁ ପରେ ଶ୍ୱେତା, ରାଜାଙ୍କୁ ଛାଡପତ୍ର ଦେଇ ଦ୍ଵିତୀୟ ବିବାହ କରି ନେଇଥିଲେ ।

ରାହୁଲ ମହାଜନ ଏବଂ ଡିମ୍ପି ଗାଙ୍ଗୁଲି :

ରାହୁଲ ମହାଜନ ପ୍ରଥମେ ନିଜ ବାଲ୍ୟ ବାନ୍ଧବୀ ଶ୍ୱେତା ସିଂହଙ୍କ ସହ ବିବାହ କରିଥିଲେ କିନ୍ତୁ ଶ୍ୱେତାଙ୍କ ସହ କିଛି ବର୍ଷ ପରେ ଛାଡପତ୍ର ହୋଇ ଯାଇଥିଲା । ସେହି ସମୟରେ ହିଁ ଏହି କଥା ସାମ୍ନାକୁ ଆସି ଯାଇଥିଲା ଯେ, ରାହୁଲ, ଶ୍ୱେତାଙ୍କ ସହ ମାରପିଟ କରୁଥିଲେ । ପରେ ଯେତେବେଳେ ରାହୁଲ ଅଭିନେତ୍ରୀ ପାୟଲ ରୋହତଙ୍ଗୀଙ୍କ ସହ ଡେଟ କରୁଥିଲେ, ସେହି ସମୟରେ ମଧ୍ୟ ରାହୁଲ ପାୟଲଙ୍କୁ କ୍ରୋଧରେ ମାରପିଟ କରୁଥିଲେ । ଚିନ୍ତାଗ୍ରସ୍ତ ହୋଇ ପାୟଲ ମଧ୍ୟ ରାହୁଲଙ୍କୁ ଛାଡି ଚାଲି ଯାଇଥିଲେ । ପରେ ରାହୁଲଙ୍କ ସ୍ଵୟଂବରରେ ସେ ଡିମ୍ପି ଗାଙ୍ଗୁଳିଙ୍କ ସହ ସାକ୍ଷାତ ହୋଇଥିଲା ଏବଂ ସେହି “ଶୋ”ରେ ହିଁ ଦୁହେଁ ବିବାହ କରି ନେଇ ଥିଲେ କିନ୍ତୁ ଦୁହିଁଙ୍କ ସମ୍ପର୍କ ବହୁ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା । ରାହୁଲ ଡିମ୍ପିଙ୍କ ଉପରେ ମଧ୍ୟ ହାତ ଉଠାଇବା କାରଣରୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇ ଯାଇଥିଲା ।

ଆଦିତ୍ୟ ପାଞ୍ଚଳି ଏବଂ କଙ୍ଗନା :

ବିବାହର ବହୁ ସମୟ ପରେ ଆଦିତ୍ୟ ପାଞ୍ଚଳିଙ୍କ ସମ୍ପର୍କ ନିଜ ଠାରୁ ଅଧା ବୟସର କଙ୍ଗନାଙ୍କ ସହ ପ୍ରେମ ହୋଇ ଯାଇଥିଲା । କିନ୍ତୁ କିଛି ବର୍ଷ ପରେ ହିଁ କଙ୍ଗନା ଆଦିତ୍ୟଙ୍କୁ ଛାଡ଼ି ଦେଇଥିଲେ । ଏହା ପଛର କାରଣ ହେଉଛି ଆଦିତ୍ୟଙ୍କ କ୍ରୋଧ । ଆଦିତ୍ୟ ସର୍ବଦା କଙ୍ଗନାଙ୍କ ଉପରେ ହାତ ଉଠାଉ ଥିଲେ ।

ସଞ୍ଜୟ ଖାନ୍ ଏବଂ ଜିନତ ଅମାନ :

ଏହି କଥାଟି ବହୁତ କମ ଲୋକେ ଜାଣି ଥିବେ ଯେ, ସଞ୍ଜୟ ଖାନ୍ ଗୋଟିଏ ପାର୍ଟିରେ ଜିନତଙ୍କୁ ଖୁବ୍ ମାରିଥିଲେ । ସେ ଜିନତଙ୍କୁ ଏଭଳି ମାରିଥିଲେ ଯେ, ଆଖି ପାଖରେ ଗଭୀର କ୍ଷତ ସୃଷ୍ଟି ହୋଇ ଯାଇଥିଲା । ସେହି କ୍ଷତ ଚିହ୍ନ ଆଜି ମଧ୍ୟ ଜିନତଙ୍କ ଚେହେରାରେ ରହିଛି ।

ସଲିନ ଭନୋତ ଏବଂ ଡଲଜିତ କୌର :

ସୁନ୍ଦର ଦେଖା ଯାଉଥିବା ଏହି ଯୋଡି ମଧ୍ୟ ଏହି କାରଣରୁ ହିଁ ବିଛିନ୍ନ ହୋଇ ଯାଇଥିଲେ । ଡଲଜିତ କୌର, ସଲିନ ଭନୋତଙ୍କ ବିରୁଦ୍ଧରେ କେଶ ଦାଏର କରାଇ ଥିଲେ ଯେ, ସେ ଡଲଜିତଙ୍କୁ ଖୁବ୍ ପିଟୁଥିଲେ ।

ରଣବୀର ଶୋରେ ଏବଂ ପୂଜା ଭଟ୍ଟ :

ରଣବୀର ଶୋରେ ଏବଂ ପୂଜା ଭଟଙ୍କ ପ୍ରେମ ବିବାହ ହୋଇଥିଲା କିନ୍ତୁ ମଦରେ ବୁଡି ରହୁଥିବା ରଣବୀର ଶୋରେ, ପୂଜା ଭଟ୍ଟଙ୍କୁ ବହୁତ ମାରୁଥିଲେ । ଏହି କାରଣରୁ ପୂଜା, ରଣବିର ଶୋରେଙ୍କୁ ଛାଡପତ୍ର ଦେଇଥିଲେ ।