ବଲିଉଡର ଏହି ୫ଜଣ ତାରକା ମାନେ ନିଜର ପତ୍ନୀମାନଙ୍କୁ ଅଣବିଶ୍ଵସ୍ତତା କରି ସାରିଛନ୍ତି, ୪ ନମ୍ବରଙ୍କ କଥା ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।

Spread the love

ଅବୈଧ ସମ୍ପର୍କକୁ ଆମ ସମାଜ ସବୁବେଳେ ଖରାପ ମଣିଥାଏ । ଲୋକେ କୁହନ୍ତି ଯେତେବେଳେ ଏପରି ସମ୍ପର୍କ ଆରମ୍ଭ ହୋଇଥାଏ, ସେତେବେଳେ କୌଣସି ଯନ୍ତ୍ରଣା ଦାୟକ ଘଟଣା ଘଟିଥାଏ । ଏହି ଅବୈଧ ସମ୍ପର୍କ ଦ୍ଵାରା ସେମାନଙ୍କର ଜୀବନ ନଷ୍ଟ ହୋଇଥାଏ । ଯେଉଁମାନେ ଏଥିରେ ଅନ୍ତର୍ଭୁକ୍ତ ଥାଆନ୍ତି ଓ ଯେଉଁ ମାନଙ୍କ ସହ ସେମାନଙ୍କ ସମ୍ବନ୍ଧ ଥାଏ, ଉଭୟଙ୍କର ଜୀବନ କଷ୍ଟ ଦାୟକ ହୋଇଥାଏ । ପ୍ରତିଦିନ ଆପଣମାନେ ଖବର କାଗଜରେ ଅବୈଧ ସମ୍ପର୍କ ବିଷୟରେ କିଛି ଖବର ନିଶ୍ଚୟ ପଢୁଥିବେ । ଅବୈଧ ସମ୍ପର୍କର ଫାନ୍ଦରେ କେବଳ ସାଧାରଣ ଲୋକ ନୁହଁ ବରଂ ବଡ଼ ବଡ଼ ତାରକାମାନେ ମଧ୍ୟ ଫସି ଯାଆନ୍ତି । ଦେଖିବାକୁ ଗଲେ, ସମ୍ପର୍କ ଦୁଇଟି ମଣିଷକୁ ଏକାଠି କରିଥାଏ କିନ୍ତୁ ଏହା ଏକମାତ୍ର ସମ୍ପର୍କ ଯାହା ଜୀବନକୁ ନଷ୍ଟ କରି ଦେଇଥାଏ । ବଲିଉଡରେ ମଧ୍ୟ କିଛି ଏପରି ତାରକା ଅଛନ୍ତି; ଯେଉଁମାନଙ୍କର ଅବୈଧ ସମ୍ପର୍କ ବିବାହ ପରେ ମଧ୍ୟ ରହିଥିଲା ଏବଂ ଯେଉଁ ମାନଙ୍କର ବିବାହ ଭାଙ୍ଗୁ ଭାଙ୍ଗୁ ବଞ୍ଚିଯାଇଥିଲା । ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ୫ଜଣ ଅଭିନେତାଙ୍କ ବିଷୟରେ କହିବୁ, ଯେଉଁମାନେ ନିଜ ପତ୍ନୀମାନଙ୍କ ସହ ଅଣବିଶ୍ଵସ୍ତତା କରି ସାରିଛନ୍ତି ।

ଅମିତାଭ ବଚ୍ଚନ :

ବଲିଉଡରେ ଯେତେବେଳେ ପ୍ରସିଦ୍ଧ କଳାକାରଙ୍କ ନାମ ଆସେ, ସେତେବେଳେ ଅମିତାଭ ବଚ୍ଚନଙ୍କ ନାମ ସର୍ଵ ପ୍ରଥମେ ଆସିଥାଏ । ଅମିତାଭଙ୍କୁ ବଲିଉଡରେ ମହାନାୟକ ଏବଂ ରାଜା ମଧ୍ୟ କୁହାଯାଏ । ଆଜି ପର୍ଯ୍ୟନ୍ତ ଶତକରୁ ଅଧିକ ଫିଲ୍ମ କରିଥିବା ଅମିତାଭ ବଚ୍ଚନଙ୍କ ଅନେକ ପ୍ରଶଂସକ ଅଛନ୍ତି । ଏକ ସମୟରେ ଅମିତାଭ ଏବଂ ରେଖାଙ୍କ ପ୍ରେମ ମିଡିଆର ଶିର୍ଷ ଖବର ରହୁଥିଲା । କିନ୍ତୁ ଏପରି ଏକ ସମୟ ଆସିଥିଲା; ଯେତେବେଳେ ତାଙ୍କର ଅବୈଧ ସମ୍ପର୍କରେ ଚିନ୍ତିତ ହୋଇ ଜୟା “ବିଗ ବି”ଙ୍କୁ ଛାଡ଼ପତ୍ର ଦେବା ପାଇଁ ସ୍ଥିର କରି ଦେଇଥିଲେ କିନ୍ତୁ ଜୟାଙ୍କ କଥାରେ ଅମିତାଭ ସମ୍ଭାଳି ଯାଇଥିଲେ ଏବଂ ବିବାହ ଭାଙ୍ଗିବାରେ ବଞ୍ଚିଗଲା ।

ଧର୍ମେନ୍ଦ୍ର :

ଧର୍ମେନ୍ଦ୍ର, ତାଙ୍କର ସମୟରେ ଏକ ପ୍ରସିଦ୍ଧ ନାୟକ ଥିଲେ । ହେମା ମାଳିନୀଙ୍କ ସହ ତାଙ୍କର ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ଥିଲା । ହେମାଙ୍କ ସହ ବିବାହ କରିବା ପାଇଁ ଧର୍ମେନ୍ଦ୍ର ଇସଲାମ ଧର୍ମ ଗ୍ରହଣ କରିଥିଲେ । ଧର୍ମେନ୍ଦ୍ରଙ୍କର ପ୍ରଥମ ବିବାହ ପ୍ରକାଶ କୌରଙ୍କ ସହ ହୋଇଥିଲା କିନ୍ତୁ ପରେ ତାଙ୍କୁ ହେମା ମାଳିନୀଙ୍କ ସହ ପ୍ରେମ ହୋଇ ଯାଇଥିଲା ଏବଂ ସେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ହେମା ମାଳିନୀଙ୍କୁ ବିବାହ କରିଥିଲେ ।

ଅକ୍ଷୟ କୁମାର :

ଏହି ତାଲିକାରେ ତୃତୀୟ ନମ୍ବର ଖିଲାଡିମାନଙ୍କର ଖିଲାଡି ଅକ୍ଷୟ କୁମାରଙ୍କ ନାମ ଆସେ । ଅକ୍ଷୟ କୁମାର ବଲିଉଡର ଏଭଳି ଏକ ଅଭିନେତା ଅଟନ୍ତି; ଯାହାଙ୍କୁ ସବୁ ବୟସର ଦର୍ଶକ ପସନ୍ଦ କରନ୍ତି । ତାଙ୍କର ସବୁ ଫିଲ୍ମ ହିଟ୍ ହୋଇଥାଏ । ତାଙ୍କର ସବୁ ଫିଲ୍ମର କାହାଣୀ ଅଲଗା ହୋଇଥାଏ ଏବଂ ସେ ସବୁ ସମୟରେ ନିଜ ଦର୍ଶକ ମାନଙ୍କୁ କିଛି ନୂଆ କରି ଦେଖାଇବାକୁ ଚେଷ୍ଟା କରନ୍ତି । ଏକ ସମୟରେ ଅକ୍ଷୟ କୁମାରଙ୍କ ହୃଦୟ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ସ୍ପନ୍ଦିତ ହେଉଥିଲା । ଏହି ବିଷୟର ସୂଚନା ମିଳିବା ପରେ ଟ୍ଵିଙ୍କିଲ ଖାନା ପ୍ରିୟଙ୍କାଙ୍କ ସହ ଅକ୍ଷୟଙ୍କୁ କାମ କରିବା ପାଇଁ ମନା କରି ଦେଇଥିଲେ ।

ଗୋବିନ୍ଦା :

ଗୋବିନ୍ଦା, ୯୦ଦଶକର ସବୁଠାରୁ ଅତି ଉତ୍ତମ ତାରକା ରୂପେ ଜଣାଶୁଣା ଥିଲେ । ୧୬୫ରୁ ଅଧିକ ଫିଲ୍ମ କରିଥିବା ଗୋବିନ୍ଦା ସମସ୍ତଙ୍କର ଅତିପ୍ରିୟ ଅଭିନେତା ଅଟନ୍ତି । ତାଙ୍କର ଅଭିନୟ ଏବଂ ନୃତ୍ୟରେ ଲକ୍ଷ ଲକ୍ଷ ଲୋକ ପାଗଳ ହୋଇଯାଆନ୍ତି । ଯେତେବେଳେ ଗୋବିନ୍ଦାଙ୍କର କ୍ୟାରିୟର ଶିଖରରେ ଥିଲା, ସେତେବେଳେ ତାଙ୍କୁ ରାଣୀ ମୁଖାର୍ଜୀଙ୍କ ସହ ପ୍ରେମ ହୋଇ ଯାଇଥଲା । ତାଙ୍କର ଏହି ଅବୈଧ ସମ୍ପର୍କ ବେଶୀ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରିଲା ନାହିଁ । କାରଣ ଗୋବିନ୍ଦାଙ୍କୁ ନିଜ ଭୁଲର ଅନୁଭବ ହୋଇ ଯାଇଥିଲା । ପରେ ସେ ନିଜ ପତ୍ନୀ ସୁନିତାଙ୍କୁ କ୍ଷମା ମାଗି, ରାଣୀଙ୍କ ଠାରୁ ଦୂରତା ବଢ଼ାଇଥିଲେ ।

ଅଜୟ ଦେବଗନ :

ଅଜୟ ଦେବଗନଙ୍କ ନାମ ଆସିଲେ ଆମ ମନରେ ଏକ ଶାନ୍ତ, ଗମ୍ଭୀର ଏବଂ ଶ୍ରେଷ୍ଟ ତାରକାଙ୍କର ଛବି ଆସି ଯାଇଥାଏ । ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଅଜୟଙ୍କୁ ୨୬ବର୍ଷ ବିତିଯାଇଛି । ସେ ଆଜି ନିଜ ପତ୍ନୀ କାଜଲଙ୍କ ସହ ଏକ ସୁଖମୟ ଜୀବନ ବିତାଉଛନ୍ତି କିନ୍ତୁ ତାଙ୍କ ନାମ କିଛି ଦିନ ହେଲା ବଲିଉଡର ରାଣୀ କାଙ୍ଗାନା ରଣାବତଙ୍କ ସହ ଯୋଡ଼ା ହୋଇଥିଲା । ଏକ ଫିଲ୍ମ ସୁଟିଙ୍ଗ ସମୟରେ ଏହା ଶୁଣିବାକୁ ମିଳିଥିଲା ଯେ, ଉଭୟଙ୍କର ମଧ୍ୟରେ ଅବୈଧ ସମ୍ପର୍କ ଚାଲିଛି । କାଜଳଙ୍କୁ ଯେତେବେଳେ ଏହି ଖବର ଜଣାପଡିଲା, ସେ ଅଜୟଙ୍କୁ କାଙ୍ଗନାଙ୍କ ସହ ନ ମିଶିବା ପାଇଁ କଡାକଡ଼ି ଭାବରେ ଆଦେଶ ଦେଇଥିଲେ ।

ଆଶା କରୁଛୁ ଯେ, ଆମର ଏହି ଅନୁଛେଦ ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିବା ପରେ ଏହାକୁ ଲାଇକ ଏବଂ ସେୟାର ନିଶ୍ଚୟ କରନ୍ତୁ ।