ପୁରୁଷ ହୋଇ ଜନ୍ମ ନେଇଥିବା ବଲିଉଡର ଏହି 5 ଜଣ ତାରକା ବର୍ତ୍ତମାନ ଲିଙ୍ଗ ପରିବର୍ତ୍ତନ କରି ସଫଳତା ଅର୍ଜନ କରି ଚାଲିଛନ୍ତି ।

Spread the love

ବଲିଉଡ ଇଣ୍ଡଷ୍ଟ୍ରିର ଗ୍ଲାମର ଭରା ଦୁନିଆରେ ପ୍ରତ୍ୟେକ ପ୍ରକାରର ଚେହେରା ଦେଖିବା ପାଇଁ ମିଳିଥାଏ । ଯେଉଁଠି ଲୋକେ ନିଜର ପରିଚୟ ସୃଷ୍ଟି କରି ସଫଳତା ପାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି; ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ତାରକା ଏହିଭଳି ଅଛନ୍ତି ଯେଉଁମାନେ ପୁରୁଷ ହୋଇ ଜନ୍ମ ହୋଇ ମଧ୍ୟ ସମୟ ସାଥିରେ ତାଳ ଦେଇ ନିଜ ଲିଙ୍ଗ ପରିବର୍ତ୍ତନ କରାଇ ନାରୀ ପାଲଟି ଜୀବନରେ ସଫଳତା ପାଇଛନ୍ତି ।

ଆଜି ଆମେ ଆପଣଙ୍କୁ ପାଞ୍ଚ ଜଣ ତାରକାଙ୍କ ବିଷୟରେ କହିବୁ, ଯେଉଁମାନେ ପୂର୍ବରୁ ପୁରୁଷ ଥିଲେ କିନ୍ତୁ ନାରୀ ସାଜି ବର୍ତ୍ତମାନ ଲୋକଙ୍କ ମନ ମୋହିବାର କାର୍ଯ୍ୟ କରୁଛନ୍ତି ।

ଗଜଲ ଧାଲିବାଳ :

ବଲିଉଡରେ ଲେଖକ ଏବଂ ଅଭିନେତ୍ରୀଙ୍କ ଉପରେ ପରିଚୟ ପ୍ରାପ୍ତ କରିଥିବା ଗଜଲ ଧାଲିବାଳ ଜଣେ ଲେଖକ ରୂପରେ ଫିଲ୍ମ “ଏକ ଲଡକୀ କୋ ଦେଖା ତୋ ଏସା ଲଗା”ରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଗଜଲ ଧାଲିବାଳ ଜନ୍ମରୁ ପୁରୁଷ ଥିଲେ । ପରେ ଅସ୍ତ୍ରୋପଚାର କରାଇ ମହିଳା ପାଲଟି ଯାଇଥିଲେ । ଛୋଟ ବୟସରୁ ହିଁ ସେ ନିଜକୁ ଝିଅ ମନେ କରୁଥିଲେ । ଏହି ବିଷୟରେ ସେ ନିଜ ପରିବାରରକୁ ଜଣାଇ ଥିଲେ । ଯାହା ପରେ ତାଙ୍କର ଅନେକ ଅସ୍ତ୍ରୋପଚାର କରାଇ ଝିଅ ପାଲଟି ଯାଇଥିଲେ ।

ନିକିତା ଚାଵଲା :

ନିକିତା ମଡେଲିଙ୍ଗ ଦୁନିଆରେ ନିଜର ନାମ ଅର୍ଜନ କରିଛନ୍ତି । ସେ ଜନ୍ମରୁ ପୁରୁଷ ଥିଲେ । ସେ ଭାରତର ପ୍ରଥମ ମହିଳା ଅଟନ୍ତି; ଯିଏ ନିଜର Genital genes ଯୋଗୁଁ ଚିନ୍ତାଗ୍ରସ୍ତ ହୋଇ ନିଜକୁ ନାରୀ ରୂପେ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିଥିଲେ । ସେ ସର୍ଜରୀ ମାଧ୍ୟମରେ ନିଜର ଲିଙ୍ଗ ପରିବର୍ତ୍ତନ କରାଇ, ମହିଳା ହୋଇ ଯାଇଥିଲେ । ଏହି ସମୟରେ ନିକିତାଙ୍କୁ ଅନେକ ସମସ୍ୟା ଭୋଗିବା ପାଇଁ ପଡିଥିଲା । କାରଣ ତାଙ୍କର ପରିବାର ଏକ ପାରମ୍ପରିକ ଚିନ୍ତାଧାରା ପରିବାର ଥିଲା । ପରେ ସେ ନିଜର କ୍ୟାରିଅର ମଡେଲିଙ୍ଗରେ ଆରମ୍ଭ କରିଥିଲେ ।

ସିନାତା ସାଂଘା :

ସିନାତା ସାଂଘା ଦକ୍ଷିଣ ଏସିଆର ଜଣେ ପ୍ରସିଦ୍ଧ ଟ୍ରାନ୍ସଜେଣ୍ଡର ମଡେଲ ଅଟନ୍ତି । ବର୍ତ୍ତମାନ ସେ ଜୀବନରେ ଅନେକ ଟଙ୍କା ଉପାର୍ଜନ କରୁଛନ୍ତି । ସିନାତା ସାଂଘା ଅନେକ ପ୍ରସିଦ୍ଧ ମ୍ୟାଗାଜିନର କଭର ପେଜରେ ନଜରକୁ ଆସିଛନ୍ତି । ଏହା ବ୍ୟତୀତ ୨୦୧୦ ରୁ ୨୦୧୨ ଲଗାତାର ତିନିଥର ବିଶ୍ୱର ସବୁଠୁ ସୁନ୍ଦର ଟ୍ରାନ୍ସଜେଣ୍ଡରର ମୁକୁଟ ଜିତିଛନ୍ତି ।ସିନାତା ସାଂଘା ନିଜର ଜେଣ୍ଡର ପରିବର୍ତ୍ତନ କରିବା ପରେ ଅନେକ ସଫଳତା ପାଇଛନ୍ତି ।

ବବି ଡାର୍ଲିଂଗ :

ବବି ଡାର୍ଲିଂଗଙ୍କ ବିଷୟରେ ଯଦି କହିବୁ, ତେବେ ତାଙ୍କୁ କିଏ ଅବା ନ ଜାଣେ ? ବବି ବଲିଉଡର ତାରକାଙ୍କ ସହ ଅଭିନୟ କରିବା ସହ ଜଣେ ମଡେଲ ମଧ୍ୟ ଅଟନ୍ତି ଏବଂ ଅନେକ ରିୟାଲିଟି ଶୋ’ରେ କାମ ମଧ୍ୟ କରିଛନ୍ତି । ବବିଙ୍କ ଜନ୍ମ ପୁରୁଷ ରୂପରେ ହୋଇଥିଲା ଏବଂ ତାଙ୍କର ଛୋଟ ବେଳର ନାମ ହେଉଛି ପଙ୍କଜ ଶର୍ମା । ପଙ୍କଜ ୧୦ ବର୍ଷ ପର୍ଯ୍ୟନ୍ତ ପୁଅ ରୂପରେ ରହିବା ପରେ ହଠାତ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା ଏବଂ ୨୦୧୦ରେ ସେ ନିଜର ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ ।

ଗୌରୀ :

ଗୌରୀଙ୍କ ଜନ୍ମ ଏକ ପୁରୁଷ ରୂପରେ ହୋଇଥିଲା ଏବଂ ଗୌରୀଙ୍କ ପିତା ତାଙ୍କର (ଗୌରୀ) ନାମ ଗୌରବ ଅରୋଡା ରଖିଥିଲେ । ପରେ ଗୌରବ ନିଜକୁ ନାରୀ ରୂପରେ ପରିବର୍ତ୍ତନ କରାଇ ନେଇଥିଲେ ଏବଂ ନିଜ ନାମ ଗୌରୀ ରଖିଥିଲେ ।