ବ୍ରାହ୍ମଣ ପରିବାରରୁ ଆସିଥିବା ଏହି ତାରକାମାନେ, ଦୁନିଆ ଉପରେ ରାଜ୍ କରୁଛନ୍ତି । ୩ ନମ୍ବର ତାରକା ଜଣକ ମୁସଲିମ ମହିଳାଙ୍କୁ ବିବାହ କରିଛନ୍ତି ।

Spread the love

ବ୍ରାହ୍ମଣ ପରିବାରରୁ ଆସିଥିବା ଏହି ୫ଜଣ ତାରକାଙ୍କୁ ଦୁନିଆ ଆଜି ମଧ୍ୟ ସମ୍ମାନ ଦେଉଛି ।

ଆଜିର ଏହି ଲେଖାରେ ଆମେ ବ୍ରାହ୍ମଣ ପରିବାରରୁ ଆସିଥିବା ୫ଜଣ ତରକାଙ୍କ ବିଷୟରେ କହିବୁ, ଯେଉଁମାନେ ଦୁନିଆ ଉପରେ ରାଜ୍ କରୁଛନ୍ତି ।

ପ୍ରାଚୀ ଦେଶାଇ :

ପ୍ରାଚୀ ନିଜ ଫିଲ୍ମ କ୍ୟାରିଅର ଜୀ ଟିଭିର ପ୍ରସିଦ୍ଧ ଧାରାବାହିକ “କସମ୍ ସେ” ଶୋ’ରୁ ଆରମ୍ଭ କରିଥିଲେ । ଟିଭି ପରଦାରେ କାମ କରୁ କରୁ ପ୍ରାଚୀଙ୍କୁ ବଲିଉଡ଼ରୁ ସୁଯୋଗ ମିଳିବା ଆରମ୍ଭ ହୋଇଥିଲା । କିଛି ସମୟ ମଧ୍ୟରେ, ସେ ଟିଭି ଜଗତ ଛାଡି ବଲିଉଡରେ ପାଦ ଦେବା ପରେ ବଲିଉଡରେ ପ୍ରସିଦ୍ଧ ହୋଇଯାଇଥିଲେ । ପ୍ରାଚୀ “ରୋକ୍ ଅନ”, “ବୋଲ୍ ବଚନ”, “ଲାଇଫ ପାର୍ଟନର”, “ବନସ୍ ଅପ୍ ଅନ୍ ଏ ଟାଇମ୍ ଇନ୍ ମୁମ୍ବାଇ”, “ତେରୀ ମେରି କାହାଣୀ”, “ଆଇ, ମି ଔର୍ ମେ”, “ପୋଲିସ୍ ଗିରି” ଓ “ଅଜହର୍” ପରି ଚଳଚିତ୍ରରେ କାମ କରୁଥିଲେ । ବର୍ତ୍ତମାନ ପ୍ରାଚୀ ବଲିଉଡରେ ସଫଳ ଅଭିନେତ୍ରୀ ରୂପେ ପରିଚିତ । ଗୁଜରାଟର ସୁରତରେ ଜନ୍ମ ଗ୍ରହଣ କରିଥିବା ଏକ ବ୍ରାହ୍ମଣ ପରିବାରରୁ ଆସିଛନ୍ତି ପ୍ରାଚୀ । ବର୍ତ୍ତମାନ ବଡ ପରଦାରୁ ଦୁରେଇ ରହି ଏକ ଭଲ ପ୍ରୋଜେକ୍ଟର ସନ୍ଧାନରେ ଅଛନ୍ତି ପ୍ରାଚୀ ।

ଦୀପିକା ପାଦୁକନ :

ଦୀପିକା ବଲିଉଡର ପ୍ରସିଦ୍ଧ କଳାକାରଙ୍କ ମଧ୍ୟରୁ ଜଣେ । ନିଜ କ୍ୟାରିଅରରେ ଅନେକ ହିଟ ଫିଲ୍ମ ଦେଇସାରିଛନ୍ତି ଦୀପିକା । ଅତୀତରେ ଦୀପିକା ପ୍ରସିଦ୍ଧ କଳାକାର ରଣବୀର ସିଂଙ୍କ ସହ ବିବାହ କରିଛନ୍ତି । ବର୍ତ୍ତମାନ ଦୀପିକା ନିଜର ଆଗାମୀ ଚଳଚିତ୍ର ଛାପାକକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଚଳଚିତ୍ରଟି ଏସିଡ଼ ଆଟାକ ସର୍ବାଇବର ଲକ୍ଷ୍ମୀ ଅଗ୍ରବାଲଙ୍କ ଜୀବନୀ ଅଟେ । ଶୁଣିବା ପାଇଁ ମିଳୁଛି; ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ଫିଲ୍ମ ଗୁଡିକ ମଧ୍ୟରୁ କିଛି ନିଆରା ଅଟେ । ଦୀପିକାଙ୍କ ଜନ୍ମ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା ।

ସଞ୍ଜୟ ଦତ୍ତ :

ସଞ୍ଜୟ ଦତ୍ତ ବଲିଉଡରେ ସଞ୍ଜୁ ବାବା ରୂପେ ପରିଚିତ । ସଂଜୁଙ୍କ ଫିଲ୍ମ “ଲଗେ ରହୋ ମୁନ୍ନା ଭାଇ” ଶେଷ ହିଟ୍ ଫିଲ୍ମ ଥିଲା । ଏହାପରେ ସେ ଅନେକ ଫିଲ୍ମରେ ନଜରକୁ ଆସିଥିଲେ କିନ୍ତୁ ଦର୍ଶକଙ୍କ ମନ ଜିଣି ପାରିନଥିଲେ । ୫୦ ବର୍ଷ ଅତିକ୍ରମ କରି ସାରିଥିବା ସଞ୍ଜୟ ବର୍ତ୍ତମାନ କଳଙ୍କ ଚଳଚିତ୍ରରେ ଆସିବେ ଯାହା ଏକ ବହୁ ତାରକା ବିଶିଷ୍ଟ ଚଳଚିତ୍ର ଅଟେ । ନିଜ ଜୀବରରେ ସଞ୍ଜୟ ୩ ଥର ବିବାହ କରିଛନ୍ତି । ବର୍ତ୍ତମାନ ସଂଜୟଙ୍କ ଜୀବନରେ ମାନ୍ୟତା ଦତ୍ତ ଅଛନ୍ତି । କହିବା ପାଇଁ ଚାହୁଁଛୁ ସଂଜୟ ଗୋଟିଏ ବ୍ରାହ୍ମଣ ପରିବାରରୁ ଆସିଥିବା ବେଳେ ମାନ୍ୟତା ଏକ ମୁସଲିମ ପରିବାରରୁ ଆସିଛନ୍ତି ।

ମାଧୁରୀ ଦିକ୍ଷୀତ :

ନିଜ ହସ ମାଧ୍ୟମରେ ଦର୍ଶକଙ୍କୁ ପାଗଳ କରିଦିଅନ୍ତି ମାଧୁରୀ ଦିକ୍ଷୀତ । ଦୁନିଆରେ ଅନେକ ପ୍ରସଂସକ ଅଛନ୍ତି; ଯେଉଁମାନେ ମାଧୁରୀଙ୍କ ହସର ପାଗଳ ଅଟନ୍ତି । କେହି କେହି ମାଧୁରୀଙ୍କୁ ଧକ୍ ଧକ୍ ଗାଲ୍ କୁହନ୍ତି ତ କେହି କେହି ମୋହିନୀ ନାମରେ ଡାକନ୍ତି । ମଧୁରୀଙ୍କ ହସ ଅପେକ୍ଷା ମଧୁରୀଙ୍କ ନାଚ ମଧ୍ୟ ଦର୍ଶକଙ୍କୁ ପାଗଳ କରି ଦେଇଥାଏ ।ଆଗାମୀ ଚଳଚିତ୍ର “କଳଙ୍କ”ରେ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସିବେ ମାଧୁରୀ ଦିକ୍ଷୀତ । ମାଧୁରୀଙ୍କ ଜନ୍ମ ଏକ ବ୍ରାହ୍ମଣ ପରିବାରରେ ମୁମ୍ବାଇରେ ହୋଇଥିଲା ।

ଅଜୟ ଦେବଗନ :

ଅଜୟଙ୍କ ନାମ ଆସିଲେ ଆମ ସାମ୍ନାରେ ଏକ ଶାନ୍ତ ଗମ୍ଭୀର ଅଭିନେତାଙ୍କ ଛବି ଆସିଥାଏ । ବଲିଉଡ଼ରେ, ଅଜୟଙ୍କ ୨୬ ବର୍ଷ କ୍ୟାରିଅର ଶେଷ ହୋଇ ସାରିଲାଣି । ନିଜ ପିଲା ବେଳୁ ହିଁ ସେ ଜଣେ ଭଲ କଳାକାର ଅଟନ୍ତି । ଭାରତ ବ୍ୟତୀତ ଭାରତ ବାହାରେ ମଧ୍ୟ ଅଜୟଙ୍କ ପ୍ରସଂସକ ରହିଛନ୍ତି । ବଲିଉଡ଼ର “ସିଂଘମ୍” ଅଜୟ ଦେବଗନ ମଧ୍ୟ ବ୍ରାହ୍ମଣ ପରିବାରରୁ ଆସିଛନ୍ତି ।